Posted inଖେଳ

କ୍ୟାରିବିୟାନ ପ୍ରିମିୟର ଲିଗ୍‌: ତ୍ରିନ୍‌ବାଗୋର କ୍ରମାଗତ ଷଷ୍ଠ ବିଜୟ

ପୋର୍ଟ ଅଫ୍‌ ସ୍ପେନ୍‌,୩୧।୮(ପି.ଟି.): କିରନ ପୋଲାର୍ଡଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଚଳିତ କାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ତ୍ରିନ୍‌ବାଗୋ ନାଇଟ୍‌ ରାଇଡର୍ସ କ୍ରମାଗତ ଷଷ୍ଠ ବିଜୟ ହାସଲ କରିଛି। ୨୮ ବଲରୁ ୭୨ ରନର ଧୂଆଁଧାର ପାଳି ଖେଳି ପୋଲାର୍ଡ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଲିଗ୍‌ର ୧୭ତମ ମ୍ୟାଚ୍‌ରେ ତ୍ରିନ୍‌ବାଗୋ ୨ ଉଇକେଟରେ ବାର୍ବାଡୋସ ଟ୍ରାଇଡେଣ୍ଟକୁ ପରାସ୍ତ କରିଛି। ସେହିପରି ଅନ୍ୟଏକ ମ୍ୟାଚ୍‌ରେ ଜାମାଇକା ତଲ୍ଲାଓ୍ବାହାସ୍‌ ୩୭ ରନରେ ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍‌ ପାଟ୍ରିଅଟ୍ସକୁ ପରାସ୍ତ କରିଛି।
ଟସ୍‌ ଜିତି ତ୍ରିନ୍‌ବାଗୋ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାର୍ବାଡୋସ୍‌ ୨୦ ଓଭରରେ ୭ ଉଇକେଟ ହରାଇ ୧୪୮ ରନ ସଂଗ୍ରହ କରିଥିଲା। ଜବାବରେ ତ୍ରନ୍‌ବାଗୋ ଗୋଟିଏ ବଲ୍‌ ବାକି ରଖି ୧୯.୫ ଓଭରରେ ୮ ଉଇକେଟ ହରାଇ ୧୪୯ ରନ କରି ବିଜୟ ହାସଲ କରିଥିଲା। ୧୪୯ ରନ ବିଜୟ ଲକ୍ଷ୍ୟର ପିଛା କରି ତ୍ରିନ୍‌ବାଗୋ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ତେବେ ପୋଲାର୍ଡ ବାର୍ବାଡୋସଠାରୁ ମ୍ୟାଚ୍‌ ଛଡାଇ ନେଇଥିଲେ। ଦଳ ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଓପନର ଲେଣ୍ଡଲ ସିମନ୍ସ ୩୨, ଅକିଲ ହୁସେନ ୧୨, ଖାରି ପିଏଣ ଅପରାଜିତ ୧୦ ରନ ସଂଗ୍ରହ କରିଥିବା ବେଳେ ଅନ୍ୟମୋନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ବାର୍ବାଡୋସର ଜାସନ ହୋଲ୍ଡର ୨ ଉଇକେଟ ନେଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ବାର୍ବାଡୋସ ତରଫରୁ ଓପନର ଜନସନ ଚାଲର୍‌ସ ୪୭, କାଏଲ ମେୟେର୍ସ ୪୨, ଆଶଲେ ନର୍ସ ୧୯, ରସିଦ ଖାନ ୧୨ ରନ ସଂଗ୍ରହ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କଛୁଇଁ ପାରି ନ ଥିଲେ। ବୋଲିଂରେ ତ୍ରିନ୍‌ବାଗୋ ପକ୍ଷରୁ ଅକିଲ ହୁସେନ, ଜେଡେନ ସିଲ୍ସ ଓ ସିକନ୍ଦର ରାଜା ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଜାମାଇକା ୩୭ ରନରେ ବିଜୟୀ
ଶନିବାର ଖେଳଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଜାମାଇକା ୩୭ ରନରେ ସେଣ୍ଟ କିଟ୍ସକୁ ପରାସ୍ତ କରିଛି। ଟସ୍‌ ଜିତି ଜାମାଇକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ଜବାବରେ ସେଣ୍ଟ କିଟ୍ସ ୧୯.୪ ଓଭରରେ ୧୧୦ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଥିଲା। ବ୍ୟାଟିଂରେ ଜାମାଇକା ତରଫରୁ ଓପନର ଗ୍ଲେନ୍‌ ଫିଲିପ୍ସ ସର୍ବାଧିକ ଅପରାଜିତ ୭୯ ରନ ସଂଗ୍ରହ କରିଥିଲେ। ବୋଲିଂରେ ସେଣ୍ଟ କିଟ୍ସ ତରଫରୁ ରେୟାଡ ଏମରିଟ୍‌ ସର୍ବାଧିକ ୩ ଉଇକେଟ ଅକ୍ତିଆର କରିଛନ୍ତି। ସେହିପରି ପଛରେ ବ୍ୟାଟିଂ କରିଥିବା ସେଣ୍ଟ କିଟ୍ସ ତରଫରୁ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ବୋଲିଂରେ ଜାମାଇକା ପକ୍ଷରୁ କର୍ଲୋସ୍‌ ବ୍ରାଥ୍‌ଓ୍ବେଟ ୩, ଫିଡେଲ ଏଡଓ୍ବାଡର୍‌ସ, ବୀରାସାମି ପରମଲ ଓ ସନ୍ଦୀପ ଲାମିଚେନ୍‌ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଜରଙ୍ଗଙ୍କଠାରୁ ଏବେ କେବଳ ବ୍ରୋଞ୍ଚ ଆଶା

ନୂଆଦିଲ୍ଲୀ,୬।୮: ଆଜି ଟୋକିଓ ଅଲିମ୍ପିକ୍ସର ୧୫ତମ ଦିନ। ଭାରତର ତାରକା ରେସଲର ବଜରଙ୍ଗ ପୁନିଆ ଫାଇନାଲ ପାଇଁ ଦୌଡ଼ରୁ ବାହାରି ଯାଇଛନ୍ତି। ସେମିଫାଇନାଲ ମ୍ୟାଚରେ ତାଙ୍କୁ...

ଅତୁଟ ରହିବ ସଚିନଙ୍କ ଗୋଟିଏ ରେକର୍ଡ: ସେହ୍ବାଗ

ନୂଆଦିଲ୍ଲୀ- ୨୨।୮- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ତାଙ୍କ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ କ୍ୟାରିୟରରେ ଅନେକ ରେକର୍ଡ ପ୍ରତିଷ୍ଠା କରିଯାଇଛନ୍ତି। ତେବେ ଲିଟିଲ ମାଷ୍ଟରଙ୍କ ଏକ...

ଅଜାତଶତ୍ରୁ ରୋଜର ବିନ୍ନି

ବିନ୍ନିଙ୍କ ବ୍ୟକ୍ତିତ୍ୱ ପଡିଆ ଭିତରେ ଓ ବାହାରେ ସର୍ବଦା ନିର୍ବିବାଦୀୟ। ସେ ବଲ୍‌କୁ ସୁଇଂ କରିବାରେ ମାହିର ଥିବା ବେଳେ ବିଦେଶୀ ପିଚରେ ତାଙ୍କୁ ମିଳୁଥିଲା...

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ୍‌-ଏଟିକେ ମ୍ୟାଚ ଡ୍ର

ବାମ୍ବୋଲିମ୍‌, ୩୦।୧୨-ଇଣ୍ଡିଆନ ସୁପରଲିଗ୍‌ରେ ମଙ୍ଗଳବାର ଚେନ୍ନାଇନ୍‌ ଏଫ୍‌ସି-ଏଟିକେ ମୋହନବାଗାନ ମ୍ୟାଚ ଡ୍ର ରହିଛି। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ...

ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ

ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ଟେନିସ୍‌ ଶେଷ ହୋଇଛି। ଟୁର୍ନାମେଣ୍ଟର ଏହି ୧୩୯ତମ ସଂସ୍କରଣରେ ସ୍ପେନର ରାଫାଲ ନାଡାଲ ପୁରୁଷ...

ଡି’ଭିଲର୍ସ, ଗେଲ୍‌ଙ୍କ ଜର୍ସି ନମ୍ବରକୁ ଅବ୍ୟାହତି ଦେବ ଆର୍‌ସିବି

ବେଙ୍ଗାଲୁରୁ,୧୯।୩ : ଆସନ୍ତା ୨୬ତାରିଖରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ହଲ୍‌ ଅଫ୍‌ ଫେମ୍‌ ତାଲିକାରେ ଏବି ଡି’...

ଭୁଇଙ୍କ ଶତକ: ଦକ୍ଷିଣାଞ୍ଚଳର ବୃହତ୍‌ ସ୍କୋର

ସାଲେମ(ତାମିଲନାଡୁ), ୧୭।୯: ରୋହନ କୁନ୍ନୁମ୍ମାଲ ଓ ଅଧିନାୟକ ହନୁମା ବିହାରୀଙ୍କ ପରେ ଉଇକେଟକିପର ରିକି ଭୁଇଙ୍କ ଶତକ ସହାୟତାରେ ଦକ୍ଷିଣାଞ୍ଚଳ ଏଠାରେ ଚାଲିଥିବା ଦୁଲୀପ ଟ୍ରଫି...

ଭାରତୀୟ ଖୋଖୋ ଦଳରେ ଅର୍ଚ୍ଚନା

ଭୁବନେଶ୍ୱର, ୨୦ା୩ (ସ୍ପୋଟର୍‌ସ ବ୍ୟୁରୋ): ଆସାମର ଗୁଆହାଟୀଠାରେ ସୋମବାରଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୪ର୍ଥ ଏସିଆନ୍‌ ଖୋ ଖୋ ପୁରୁଷ ଓ ମହିଳା ଚାମ୍ପିୟନଶିପ୍‌ ୨୦୨୩...

Advertisement
Archives

Model This Week