Posted inଖେଳ

କ୍ୟାରିବିୟାନ ପ୍ରିମିୟର ଲିଗ୍‌: ତ୍ରିନ୍‌ବାଗୋର କ୍ରମାଗତ ଷଷ୍ଠ ବିଜୟ

ପୋର୍ଟ ଅଫ୍‌ ସ୍ପେନ୍‌,୩୧।୮(ପି.ଟି.): କିରନ ପୋଲାର୍ଡଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଚଳିତ କାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ତ୍ରିନ୍‌ବାଗୋ ନାଇଟ୍‌ ରାଇଡର୍ସ କ୍ରମାଗତ ଷଷ୍ଠ ବିଜୟ ହାସଲ କରିଛି। ୨୮ ବଲରୁ ୭୨ ରନର ଧୂଆଁଧାର ପାଳି ଖେଳି ପୋଲାର୍ଡ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଲିଗ୍‌ର ୧୭ତମ ମ୍ୟାଚ୍‌ରେ ତ୍ରିନ୍‌ବାଗୋ ୨ ଉଇକେଟରେ ବାର୍ବାଡୋସ ଟ୍ରାଇଡେଣ୍ଟକୁ ପରାସ୍ତ କରିଛି। ସେହିପରି ଅନ୍ୟଏକ ମ୍ୟାଚ୍‌ରେ ଜାମାଇକା ତଲ୍ଲାଓ୍ବାହାସ୍‌ ୩୭ ରନରେ ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍‌ ପାଟ୍ରିଅଟ୍ସକୁ ପରାସ୍ତ କରିଛି।
ଟସ୍‌ ଜିତି ତ୍ରିନ୍‌ବାଗୋ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାର୍ବାଡୋସ୍‌ ୨୦ ଓଭରରେ ୭ ଉଇକେଟ ହରାଇ ୧୪୮ ରନ ସଂଗ୍ରହ କରିଥିଲା। ଜବାବରେ ତ୍ରନ୍‌ବାଗୋ ଗୋଟିଏ ବଲ୍‌ ବାକି ରଖି ୧୯.୫ ଓଭରରେ ୮ ଉଇକେଟ ହରାଇ ୧୪୯ ରନ କରି ବିଜୟ ହାସଲ କରିଥିଲା। ୧୪୯ ରନ ବିଜୟ ଲକ୍ଷ୍ୟର ପିଛା କରି ତ୍ରିନ୍‌ବାଗୋ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ତେବେ ପୋଲାର୍ଡ ବାର୍ବାଡୋସଠାରୁ ମ୍ୟାଚ୍‌ ଛଡାଇ ନେଇଥିଲେ। ଦଳ ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଓପନର ଲେଣ୍ଡଲ ସିମନ୍ସ ୩୨, ଅକିଲ ହୁସେନ ୧୨, ଖାରି ପିଏଣ ଅପରାଜିତ ୧୦ ରନ ସଂଗ୍ରହ କରିଥିବା ବେଳେ ଅନ୍ୟମୋନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ବାର୍ବାଡୋସର ଜାସନ ହୋଲ୍ଡର ୨ ଉଇକେଟ ନେଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ବାର୍ବାଡୋସ ତରଫରୁ ଓପନର ଜନସନ ଚାଲର୍‌ସ ୪୭, କାଏଲ ମେୟେର୍ସ ୪୨, ଆଶଲେ ନର୍ସ ୧୯, ରସିଦ ଖାନ ୧୨ ରନ ସଂଗ୍ରହ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କଛୁଇଁ ପାରି ନ ଥିଲେ। ବୋଲିଂରେ ତ୍ରିନ୍‌ବାଗୋ ପକ୍ଷରୁ ଅକିଲ ହୁସେନ, ଜେଡେନ ସିଲ୍ସ ଓ ସିକନ୍ଦର ରାଜା ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଜାମାଇକା ୩୭ ରନରେ ବିଜୟୀ
ଶନିବାର ଖେଳଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଜାମାଇକା ୩୭ ରନରେ ସେଣ୍ଟ କିଟ୍ସକୁ ପରାସ୍ତ କରିଛି। ଟସ୍‌ ଜିତି ଜାମାଇକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ଜବାବରେ ସେଣ୍ଟ କିଟ୍ସ ୧୯.୪ ଓଭରରେ ୧୧୦ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଥିଲା। ବ୍ୟାଟିଂରେ ଜାମାଇକା ତରଫରୁ ଓପନର ଗ୍ଲେନ୍‌ ଫିଲିପ୍ସ ସର୍ବାଧିକ ଅପରାଜିତ ୭୯ ରନ ସଂଗ୍ରହ କରିଥିଲେ। ବୋଲିଂରେ ସେଣ୍ଟ କିଟ୍ସ ତରଫରୁ ରେୟାଡ ଏମରିଟ୍‌ ସର୍ବାଧିକ ୩ ଉଇକେଟ ଅକ୍ତିଆର କରିଛନ୍ତି। ସେହିପରି ପଛରେ ବ୍ୟାଟିଂ କରିଥିବା ସେଣ୍ଟ କିଟ୍ସ ତରଫରୁ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ବୋଲିଂରେ ଜାମାଇକା ପକ୍ଷରୁ କର୍ଲୋସ୍‌ ବ୍ରାଥ୍‌ଓ୍ବେଟ ୩, ଫିଡେଲ ଏଡଓ୍ବାଡର୍‌ସ, ବୀରାସାମି ପରମଲ ଓ ସନ୍ଦୀପ ଲାମିଚେନ୍‌ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ରୋହିତ,ସେହ୍ବାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?