ସୁନିଆରେ ଆସିଲା ମାଟି

ଢେଙ୍କାନାଳ ଅଫିସ, ୩୧ା୮:  ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ରବିବାର ପବିତ୍ର ସୁନିଆରେ ମାଟି ଅନୁକୂଳ କରାଯାଇଛି। କରୋନା କଟକଣା ମଧ୍ୟରେ ବିଧିରକ୍ଷା ଲାଗି ବିଭିନ୍ନ ପୂଜା ପ୍ରତିଷ୍ଠାନ ପକ୍ଷରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଲାଗି ବ୍ରାହ୍ମଣୀ ନଦୀ, ବଡ଼ଯୋରା ସମେତ ସହରର ବିଭିନ୍ନ ଜଳାଶୟରୁ ମାଟି ଅନୁକୂଳ କରାଯାଇଛି। ମହାବୀର ବଜାର, କାଞ୍ଚନ ବଜାର, ଜବାହର ଚୌକ, ବସ୍‌ଷ୍ଟାଣ୍ଡ-ଅମଲାପଡ଼ା, ଲକ୍ଷ୍ମୀବଜାର, ପଦ୍ମବଜାର, ଚନ୍ଦନବଜାର, ରତନ ବଜାର, ହାଟରୋଡ, ସିମିଳିଆ ପ୍ରମୁଖ ପୂଜା ପ୍ରତିଷ୍ଠାନ ବ୍ରାହ୍ମଣୀ ନଦୀ କୂଳରୁ ମାଟି ଆଣିଥିଲେ। ସେହିପରି ବାଜିଚୌକ, ରାଧାକୃଷ୍ଣ ବଜାର ପୂଜା କମିଟି ବଡଯୋରା, କୈବଲ୍ୟ ବଜାର ପୂଜା ପ୍ରତିଷ୍ଠାନ ନୂଆ ପୋଖରୀ, ଜୁବିଲି ଟାଉନ-୧ ପୂଜା ପ୍ରତିଷ୍ଠାନ ଯାଉଁଳି ପୋଖରୀରୁ ମାଟି ଉଠାଇଥିଲେ। ଏଥିପୂର୍ବରୁ ରାଧାଷ୍ଟମୀରେ ମିନାବଜାର ଓ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ମାଟି ଅନୁକୂଳ କରିସାରିଥିଲେ। ଚଳିତବର୍ଷ ଲକ୍ଷ୍ମୀପୂଜାକୁ ନିରାଡମ୍ବରରେ ପାଳନ କରିବା ପାଇଁ ମିଳିତବଜାର ପୂଜା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏଥିଲାଗି ବିନା ଶୋଭାଯାତ୍ରାରେ ସ୍ପଳ୍ପ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ମାଟି ଅନୁକୂଳ ହୋଇଥିଲା।

ପାଳନ ହେବ କୋଭିଡ୍‌ କଟକଣା
କୋଭିଡ୍‌ ନିୟମକୁ ସମ୍ମାନ ଜଣାଇ ପୂଜାର୍ଚ୍ଚନା କରାଯିବ। ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ନିୟମ ମାନି ମାଟି ଅନୁକୂଳ ହୋଇଛି। କରୋନା ମହାମାରୀରୁ ସମସ୍ତଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ମା’ଙ୍କ ଆବାହନ କରାଯିବ।
– ସୁଧାଂଶୁ ଦଳେଇ,
ସମ୍ପାଦକ, ଜବାହାରଚୌକ ପୂଜା ପ୍ରତିଷ୍ଠାନ

ଆଦ୍ୟପର୍ବ ସମ୍ପନ୍ନ ହୋଇଛି
ସୁନିଆରେ ଅଧିକାଂଶ ପୂଜା ପ୍ରତିଷ୍ଠାନ ମାଟି ଅନୁକୂଳ କରିଥାନ୍ତି। ସେହିପରି ରାଧାଷ୍ଟମୀରେ ମିନାବଜାର ଓ ଗଣେଶ ବଜାର ମାଟି ଅନୁକୂଳ କରିବା ପରମ୍ପରା ରହିଛି। ଲକ୍ଷ୍ମୀପୂଜାର ଏହି ଆଦ୍ୟପର୍ବ ଶାନ୍ତିଶୃଙ୍ଖଳାରେ ସରିଛି।
– ବିଶ୍ୱନାଥ ବେହେରା,
ସଭାପତି, ମିଳିତବଜାର ପୂଜା କମିଟି

ପୂଜା କାର୍ଯ୍ୟକ୍ରମ ପ୍ରଶାସନ ଉପରେ ନିର୍ଭର
ଲକ୍ଷ୍ମୀପୂଜା ପାଇଁ ସୁନିଆରେ ମାଟି ଅନୁକୂଳ ଦୀର୍ଘବର୍ଷର ପରମ୍ପରା। କୋଭିଡ୍‌ ନିୟମ ପାଳନ କରି ମାଟି ଅନୁକୂଳ ହୋଇଛି। ଏଣିକି ପ୍ରଶାସନର ନିଷ୍ପତ୍ତି ଉପରେ ପୂଜା କାର୍ଯ୍ୟକ୍ରମ ନିର୍ଭର କରୁଛି।
– ଗୋପାଳ ପାତ୍ର,
ସଭାପତି, କାଞ୍ଚନବଜାର ପୂଜା ପ୍ରତିଷ୍ଠାନ

ଶୁଭଦିନରେ ଶୁଭକାର୍ଯ୍ୟ ଆରମ୍ଭ ହୋଇଛି
ସୁନିଆରେ ବାମନଙ୍କ ଜନ୍ମ। ଏହିଦିନ ପୁରୀ ଗଜପତିଙ୍କ ନୂତନ ଅଙ୍କ ପ୍ରଚଳନ ହେବା ସହ ଶୁଭକାର୍ଯ୍ୟ ଅନୁକୂଳ ହୋଇଥାଏ। ଶୁଭଦିନରେ ଶୁଭକାର୍ଯ୍ୟ ଆରମ୍ଭ ହୋଇଛି। ପୂଜା ଲାଗି ପ୍ରଶାସନ ଏବଂ କମିଟି ଭିତରେ ସହଯୋଗ ରହିବା ଜରୁରୀ।
– ଅବନୀ ମିଶ୍ର,
ସଂଯୋଜକ ଜିଲା ସଂସ୍କୃତି ପରିଷଦ


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri