ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଗୋବିନ୍ଦାଙ୍କ ନାମ ତାଙ୍କ କୋ-ଷ୍ଟାର କୋମଲ ରାଣୀଙ୍କ ସହ ଯୋଡ଼ାଯିବା ପରେ ଚର୍ଚ୍ଚା ଆହୁରି ବଢ଼ିଥିଲା। ଏବେ ଏହି ପ୍ରସଙ୍ଗରେ ସୁନିତା ଆହୁଜା ନିଜ ପ୍ରତିକ୍ରିୟା ଦେଇଛନ୍ତି।

ଗୋବିନ୍ଦା ଓ କୋମଲ ରାଣୀଙ୍କୁ ନେଇ ପ୍ରଶ୍ନ କରାଯିବାରୁ ସୁନୀତା ଏହି ବିଷୟରେ କୌଣସି ସିଧାସଳଖ ମନ୍ତବ୍ୟ ଦେବାକୁ ମନା କରିଥିଲେ । ସେ କହିଥିଲେ ଯେ ଗୋବିନ୍ଦା କିମ୍ବା ତାଙ୍କ କୋ-ଷ୍ଟାରଙ୍କ ବିଷୟରେ ସେ କିଛି କହିବାକୁ ଚାହୁଁନାହାନ୍ତି । ସୁନିତା କହିଛନ୍ତି, ଗୋବିନ୍ଦା ଯଦି ଖୁସି ଅଛନ୍ତି, ତେବେ ସେ ମଧ୍ୟ ତାଙ୍କ ପାଇଁ ଖୁସି। ସେ ଯେଉଁଠି ଓ ଯାହାଙ୍କ ସହ ରୁହନ୍ତୁ, ଖୁସିରେ ରୁହନ୍ତୁ ବୋଲି ସେ ପ୍ରାର୍ଥନା କରୁଥିବା କହିଛନ୍ତି। ଏହା ସହ ଏସବୁ ବିଷୟ ଉପରେ ଧ୍ୟାନ ନଦେଇ ନିଜ ଜୀବନରେ ଆଗକୁ ବଢ଼ିବାକୁ ସେ ଚାହୁଁଥିବା କହିଛନ୍ତି। ଗୋବିନ୍ଦା ଓ କୋମଲ ରାଣୀଙ୍କୁ ଏକାଠି ଦେଖାଯିବା ପରେ ସୋସିଆଲ ମିଡିଆରେ ତାଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଥିଲା। ବିଶେଷକରି ଉଭୟେ ଲାଲବାଗଚା ରାଜାଙ୍କ ଦର୍ଶନ ପାଇଁ ଏକାଠି ପହଞ୍ଚିବା ପରେ ଏହି ଚର୍ଚ୍ଚା ଆହୁରି ତେଜ ହୋଇଥିଲା। ସେହି ସମୟରେ ସୁନୀତା ମଧ୍ୟ ଅଲଗା ଭାବେ ଲାଲବାଗଚା ରାଜାଙ୍କ ଦର୍ଶନ କରିଥିଲେ। କୋମଲ ରାଣୀ ମଧ୍ୟ ନିଜ ନାମକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ବରୁ ପ୍ରତିକ୍ରିୟା ଦେଇଥିବା ରିପୋର୍ଟ ରହିଛି। ତାଙ୍କ ନାମ ବ୍ୟବହାର କରି ଚର୍ଚ୍ଚା ସୃଷ୍ଟି ନକରିବାକୁ ସେ କହିଥିବା ଦାବି କରାଯାଇଛି।

ଏହି ବିବାଦ ମଧ୍ୟରେ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାରଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ଚର୍ଚ୍ଚାରେ ଆସିଥିଲା। ଦିବ୍ୟା ନିଜ ପୋଷ୍ଟରେ ବିବାହ, ସମ୍ପର୍କ ଓ ମହିଳାଙ୍କ ସମ୍ମାନକୁ ନେଇ ନିଜ ମତ ରଖିଥିଲେ। ସୁନିତା ଏହି ପୋଷ୍ଟକୁ ସେୟାର କରିଥିଲେ। ଦିବ୍ୟା ତାଙ୍କ ପୋଷ୍ଟରେ ସୁନିତାଙ୍କ ପ୍ରତି ସମର୍ଥନ ଜଣାଇଥିବା ରିପୋର୍ଟ ରହିଛି। ସୁନିତା ପରିବାର ଓ ପିଲାଙ୍କ ପାଇଁ ନିଜ ଜୀବନର ଅନେକ ବର୍ଷ ଦେଇଛନ୍ତି ବୋଲି ଦିବ୍ୟା ଲେଖିଥିଲେ। ବ୍ୟକ୍ତିଗତ ସମ୍ପର୍କକୁ ସାର୍ବଜନୀନ ବିବାଦରେ ପରିଣତ ନକରିବାକୁ ମଧ୍ୟ ସେ ନିଜ ପୋଷ୍ଟରେ ମତ ଦେଇଥିଲେ।

ଗୋବିନ୍ଦା ଓ ସୁନିତା ଆହୁଜା ୧୯୮୭ ମସିହାରେ ବିବାହ କରିଥିଲେ। ଉଭୟଙ୍କର ଦୁଇ ସନ୍ତାନ ଅଛନ୍ତି—ଝିଅ ଟିନା ଆହୁଜା ଏବଂ ପୁଅ ୟଶବର୍ଦ୍ଧନ ଆହୁଜା। ଗତ କିଛି ସମୟ ଧରି ଉଭୟଙ୍କ ବିବାହିତ ଜୀବନକୁ ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ତେବେ କୋମଲ ରାଣୀଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ସୁନିତା ନିଜ ସଦ୍ୟ ପ୍ରତିକ୍ରିୟାରେ କୌଣସି ସିଧାସଳଖ ମନ୍ତବ୍ୟ ନଦେଇ ଗୋବିନ୍ଦାଙ୍କ ଖୁସି ପାଇଁ ପ୍ରାର୍ଥନା କରିବା କଥା କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?