ଧୂଳି ଲେପରେ ଫାଷ୍ଟଫୁଡ୍‌ ଷ୍ଟଲ, ବାସି ଖାଦ୍ୟ

ମହାକାଳପଡ଼ା,୧୭ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ପଣା ସଂକ୍ରାନ୍ତିଠାରୁ ଝାମୁଯାତ୍ରା ଚାଲିଛି। ଏହି ଅବସରରେ ମେଳାରେ ବହୁସଂଖ୍ୟାରେ ଦୋକାନ ବଜାର ପଡିଥିବା ବେଳେ ବ୍ୟବସାୟୀମାନେ ପସରା ମେଲାଇଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଦିନ ସାରା ଗୁଳିଗୁଳି ହେଉଛି। ଶ୍ରଦ୍ଧାଳୁମାନେ ସା ହେଲେ ମା’ଙ୍କ ପୀଠକୁ ଦର୍ଶନ କରିବା ପାଇଁ ଆସୁଛନ୍ତି। ମେଳାରେ ବିଭିନ୍ନ ପ୍ରକାର ଦୋକାନ ମଧ୍ୟରେ ହୋଟେଲ, ଜଳଖିଆ ଦୋକାନ, ଫାଷ୍ଟ ଫୁଡ୍‌ ଷ୍ଟଲ୍‌, ଲସି ସରବତ, ଗୁପ୍‌ଚୁପ୍‌ ସମେତ ଭୋଗ ଦୋକାନ ରହିଛି। ସାଧାରଣତଃ ଛୋଟ ଛୋଟ ପିଲା, ମହିଳା, ଯୁବତୀ, ଯୁବକମାନଙ୍କ ଫାଷ୍ଟ ଫୁଡ୍‌ ଷ୍ଟଲ୍‌ରେ ଭିଡ଼ ପରିଲକ୍ଷିତ ହେଉଛି। ଫାଷ୍ଟ ଫୁଡ୍‌ ହେଉ କି ହୋଟେଲ ଖାଦ୍ୟର ମାନ ନେଇ ପ୍ରଶ୍ନ ଉଠିଛି। କାରଣ ଖାଦ୍ୟ ପ୍ରସ୍ତୁତିରେ ରାସାୟନିକ ରଙ୍ଗ, ଅପମିଶ୍ରିତ ପାଣି, ଦିନ ସାରା ପବନରେ ଧୂଳି ଉଡି ଘୋଡା ଯାଇ ନ ଥିବା ଖାଦ୍ୟରେ ପଡ଼ୁଥିବା ଦେଖିବାକୁ ମିଳୁଛି। ଖାଦ୍ୟରେ ରାସାୟନିକ ରଙ୍ଗ ବ୍ୟବହାର କରି ବାସିଖାଦ୍ୟକୁ ଗରମ କରି ଗ୍ରାହକମାନଙ୍କୁ ବିକ୍ରି କରୁଛନ୍ତି। ବର୍ଷରେ ଥରେ ମେଳା ଅନୁଷ୍ଠିତ ହୋଇଥାଏ। ଏହି ମେଳାରୁ ଫାଷ୍ଟ ଫୁଡ୍‌ ଖାଦ୍ୟର ମଜା ଉଠାଇବା ପାଇଁ ଲୋକମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ଏହି ମେଳାରେ ପସରା ମେଲାଇଥିବା ଦୋକାନ ଗୁଡ଼ିକ ଯାଞ୍ଚ କରିବାରେ ବିଫଳ ହୋଇଛନ୍ତି ବୋଲି ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି। ସ୍ବାଇଁ କହିବା କଥା, ଏହି ମେଳାରେ ଖାଦ୍ୟରେ ରାସାୟନିକ ରଙ୍ଗ, ପିଇବା ପାଣି ଆଦି ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ସାଧାରଣ ଲୋକମାନେ ଖାଇବା ଦ୍ୱାରା ପେଟ ରୋଗ ଆଶଙ୍କା ରହିଛି। ତୁରନ୍ତ ଜିଲା ଫୁଡ୍‌ ସେଫ୍ଟି ତଦନ୍ତକାରୀ ଅଧିକାରୀ ଟିମ୍‌ ଝାମୁଯାତ୍ରାରେ ପସରା ମେଲାଇ ଥିବା ଖାଦ୍ୟ ଷ୍ଟଲ୍‌ଗୁଡିକ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ଭିତରେ ଆଣ୍ଠୁମାଡ଼ିଲା ବାଂଲାଦେଶ: ଭାରତଠାରୁ ମାଗିଲା…

ନୂଆଦିଲ୍ଲୀ, ୭।୮: ବାଂଲାଦେଶ-ଭାରତ ଫ୍ରେଣ୍ଡଶିପ ପାଇପଲାଇନ ମାଧ୍ୟମରେ ଭାରତରୁ ବାଂଲାଦେଶକୁ ପ୍ରାୟ ୫,୦୦୦ ମେଟ୍ରିକ ଟନ ଡିଜେଲ ପଠାଯାଉଛି। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଯୋଗୁ ବିଶ୍ୱବ୍ୟାପୀ…

ପ୍ରଥମେ ଛେଳି କଲେ, ତା’ପରେ ତାଲା ଭାଙ୍ଗି ବ୍ୟାଙ୍କରେ ପଶିଲେ: ୩ ଜଣଙ୍କୁ…

ଅତାବିରା/ଗୋଡ଼ଭଗା, ୭/୮(ଯୁଧିଷ୍ଠିର ମହାପାତ୍ର / ସୁରେଶ ଦାଶ ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ସ୍ଥିତ ୟୁକୋ ବ୍ୟାଙ୍କରେ ବିଳମ୍ବିତ ରାତିରେ ଚୋରି…

ବୁଦ୍ଧାଶ୍ରମରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ଦେଖିବାକୁ ଆସିଲେନି ୩ ଝିଅ: ଭିଡିଓ କଲ୍‌ କରି କହିଲେ…

ଚଣ୍ଡିଗଡ,୭।୮: ହରିଆଣାର ସୋନିପତରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବୃଦ୍ଧାଶ୍ରମରେ ରହୁଥିବା ଜଣେ କପଡ଼ା ବ୍ୟବସାୟୀଙ୍କ ମୃତ୍ୟୁ ପରେ ପରିବାରର କୌଣସି ସଦସ୍ୟ…

ଘୋଷଣା ହେଲା ନୂଆଁଖାଇ ଲଗ୍ନ: ପଶ୍ଚିମ ଓଡ଼ିଶାରେ ଉତ୍ସାହ ଆରମ୍ଭ

ବଲାଙ୍ଗୀର, ୭।୮( ସୁନିଲ କୁମାର ମହାନ୍ତି): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲା ପାଇଁ ପାଟଣା ମହାରାଜାଙ୍କ ଶୈଳଶ୍ରୀ…

ଏଥର ଧୂମଧାମରେ ପାଳନ ହେବ ସ୍ବାଧୀନତା ଦିବସ: ବ୍ଲକ ଅଧ୍ୟକ୍ଷ କରିବେ ପତାକା ଉତ୍ତୋଳନ

ଦାରିଙ୍ଗବାଡି,୭।୮(ଅରୁଣ ସହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି ସଭାଗୃହଠାରେ ୮୦ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…

CNG-PNGରେ ମିଶିବ ବାୟୋଗ୍ୟାସ: ମୋଦି କ୍ୟାବିନେଟର ମଞ୍ଜୁରୀ, ଜାଣନ୍ତୁ କ’ଣ ଏହି ‘ଗୋବର୍ଦ୍ଧନ’ ଯୋଜନା

ନୂଆଦିଲ୍ଲୀ, ୭।୮: କେନ୍ଦ୍ର ସରକାର ଇଥାନଲ ବ୍ଲେଣ୍ଡିଂ ପେଟ୍ରୋଲ ପରେ ସିଏନଜି-ପିଏନଜିରେ ବାୟୋଗ୍ୟାସ ମିଶାଇ ନୂତନ ରୋଷେଇ ଗ୍ୟାସ ଆଣିବେ। ଏଥିପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ…

ଆଜି ଜାତୀୟ ହସ୍ତତନ୍ତ ଦିବସ: ସରକାରୀ ଯୋଜନାରୁ ପ୍ରକୃତ ବୁଣାକାର ବଞ୍ଚିତ

ଅମରପାଲି,୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ସମୃଦ୍ଧ ବାନ୍ଧକଳା ଓ ହସ୍ତତନ୍ତ ପରମ୍ପରା ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ସମ୍ବଲପୁରୀ ଶାଢ଼ି ଏବଂ ସୋନପୁରୀ ବାର୍ତ୍ତାପାଟ ପାଇଁ ଦେଶବ୍ୟାପୀ…

ଫସିବେ କି ଚଞ୍ଚଳ ରାଣା: ସୁପ୍ରିମକୋର୍ଟରେ କହିଲେ ଯାଞ୍ଚ ହୋଇଛି, ଏଠି କମିଶନର କହୁଛନ୍ତି ପୋର୍ଟାଲ ତଥ୍ୟ

ଭୁବନେଶ୍ୱର,୭।୮(ରବିନାରାୟଣ ଜେନା):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଖୋଲିବା ପ୍ରସଙ୍ଗ ଏବେ ରୋଚକ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri