ଦିବ୍ୟାଙ୍ଗଙ୍କ ସେବାରେ ମୋହିତ

ଭଦ୍ରକ ଅଫିସ, ୨୨।୪ ବର୍ତ୍ତମାନର ବ୍ୟସ୍ତବହୁଳ ଦୁନିଆରେ ସମସ୍ତେ ନିଜ କାମରେ ବ୍ୟସ୍ତ ଥିବାବେଳେ ଦୁଃଖୀ ଦରିଦ୍ରଙ୍କ କଥା ବୁଝିବାକୁ କାହା ପାଖରେ ସମୟ ନାହିଁ। ଏଭଳି ସ୍ଥିତିରେ ଅସହାୟ, ଗରିବ ଦିବ୍ୟାଙ୍ଗମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଭଦ୍ରକ ସହର କୁଅଁାସ ଅଞ୍ଚଳର ଗଙ୍ଗାଧର ରାଉଳଙ୍କ ପୁଅ ମୋହିତ୍‌(୨୫)। ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ଜଳଖିଆ ଖାଇବାକୁ ଦେଉଛନ୍ତି। ପିଲାଟି ଦିନରୁ ଦୁଃଖୀ ଦରିଦ୍ରଙ୍କ ସେବା କରିବା ପାଇଁ ଇଚ୍ଛା ରଖିଥିବା ମୋହିତ୍‌ ପାଠପଢ଼ା ପରେ ତାହା କାମରେ କରି ଦେଖାଇଛନ୍ତି।
ବାଣିଜ୍ୟରେ ଯୁକ୍ତ ୩ ପାଠପଢ଼ା ଶେଷ କରିବା ପରେ ସେ ନିଜେ କିଛି ଟଙ୍କା ଯୋଗାଡ଼ କରି କୁଅଁାସ ବଜାରରେ ଠେଲାଗାଡ଼ିରେ ଏକ ଜଳଖିଆ ଦୋକାନ ଆରମ୍ଭ କରିଥିଲେ। ବରା, ଘୁଗୁନି, ପୁରି, ଇଡ୍‌ଲି ଆଦି ବିଭିନ୍ନ ପ୍ରକାର ଜଳଖିଆ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି। କିନ୍ତୁ ଏଠାରେ ଦିବ୍ୟାଙ୍ଗମାନଙ୍କ ପାଇଁ ଜଳଖିଆ ସମ୍ପୂର୍ଣ୍ଣ ମାଗଣା ରହିଛି। ପ୍ରତ୍ୟେକ ଦିନ ସକାଳେ ସହରର ବିଭିନ୍ନ ବସ୍ତିରେ ବସବାସ କରୁଥିବା ଅସହାୟ ଦିବ୍ୟାଙ୍ଗମାନେ ଜଳଖିଆ ଖାଇବା ପାଇଁ ଏଠାକୁ ଆସିଥାନ୍ତି। ସେମାନଙ୍କ ପାଖରେ ଟଙ୍କାଟିଏ ନ ଥିବାବେଳେ ମାଗଣାରେ ଜଳଖିଆ ଖାଇ ଆତ୍ମତୃପ୍ତି ଲାଭ କରିବା ସହ ମୋହିତ୍‌ଙ୍କ ମଙ୍ଗଳ କାମନା କରି ଫେରିଥାନ୍ତି। ୬ ମାସ ହେବ ସେ ଏଭଳି କାମ କରୁଥିବା ବେଳେ ଜୀବନ ଥିବା ଯାଏ ଜାରି ରଖିବେ। ଏଥିରୁ ଆତ୍ମସନ୍ତୋଷ ମିଳିଥାଏ ବୋଲି ସେ କହନ୍ତି। ଏହାବ୍ୟତୀତ ପ୍ରାଣୀପକ୍ଷୀମାନଙ୍କୁ ଭଲପାଇବା, ଆହତ ବୁଲା ଷଣ୍ଢମାନଙ୍କର ଚିକିତ୍ସା କରାଇବା ଆଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। ଏପରିକି ଅସହାୟମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ‘ନୀଳ ସରସ୍ବତୀ’ ନାମରେ ଏକ ହେଲ୍ପଲାଇନ ଗଠନ କରିଛନ୍ତି। ଏହି ମହାନ୍‌ କାର୍ଯ୍ୟ ପାଇଁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri