Posted inଜାତୀୟ

ସଂସଦ ବାହାରେ ବିକ୍ଷୋଭ କରିବେ ଚାଷୀ

ନୂଆଦିଲ୍ଲୀ, ୪।୭: ଜୁଲାଇ ୧୯ରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ୨୦୦ ଚାଷୀ ପ୍ରତିଦିନ ପାର୍ଲାମେଣ୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବେ। ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ରବିବାର ଏହା ଘୋଷଣା କରାଯାଇଛି। ୪୦ଟି କୃଷକ ୟୁନିୟନର ଶୀର୍ଷ ସଂଗଠନ ଏସ୍‌କେଏମ୍‌ ପକ୍ଷରୁ ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା। ପାର୍ଲାମେଣ୍ଟ ଭିତରେ କୃଷି ଆଇନକୁ ବିରୋଧ କରିବା ଲାଗି ଅଧିବେଶନର ଦୁଇଦିନ ପୂର୍ବରୁ ସମସ୍ତ ବିରୋଧୀ ଦଳ ଏମ୍‌ପିମାନଙ୍କୁ ଚେତାବନୀ ପତ୍ର ଦିଆଯିବ। ଚାଷୀମାନେ ପାର୍ଲାମେଣ୍ଟ ବାହାରେ ବିକ୍ଷୋଭ କରୁଥିବା ବେଳେ ଗୃହରେ ଏମ୍‌ପିମାନେ ପ୍ରତ୍ୟହ କୃଷି ଆଇନ ପ୍ରସଙ୍ଗ ଉଠାଇବେ। ସରକାର ଏହାର ସମାଧାନ ନ କରିବା ପର୍ଯ୍ୟନ୍ତ ଅଧିବେଶନ ଚଳାଇ ନ ଦେବା ଲାଗି ବିରୋଧୀ ଦଳଗୁଡ଼ିକୁ କୁହାଯିବ ବୋଲି କୃଷକ ନେତା ବଲବୀର ସିଂ ରାଜଓ୍ବୋଲ କହିଛନ୍ତି। ସରକାର ଆମ ଦାବି ନ ଶୁଣିବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଲିବ ‘କେଜରିଓ୍ବାଲ ଆଶୀର୍ବାଦ’ ଅଭିଯାନ: ସୁନୀତା

ନୂଆଦିଲ୍ଲୀ,୨୯।୩: ଏହି ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଅଛନ୍ତି। କୋର୍ଟ ତାଙ୍କ ରିମାଣ୍ଡ...

ଏଠାରେ ବିଧାୟକଙ୍କୁ ଦରକାର ଗଧ, ସରକାରଙ୍କୁ କଲେ ଡିମାଣ୍ଡ

ଜୟପୁର,୨୯।୩: ଦେଶକୁ ସଫା ସୁତୁରା ରଖିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏଥିରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରିବାକୁ ଏକ ଅଳିଆ ଭ୍ୟାନ...

କଶ୍ମୀରର କେଶର, ତାମିଲନାଡୁର ମୋତି… ଜାଣନ୍ତୁ ବିଲ ଗେଟ୍ସଙ୍କୁ ଉପହାରରେ କ’ଣ କ’ଣ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ...

ପିତାଙ୍କ କବର ନିକଟରେ ପୋତି ଦିଆଯିବ ମୁଖତାର ଅନସାରୀଙ୍କ ମୃତଦେହ

ଲକ୍ଷ୍ନୌ,୨୯।୩: ପୂର୍ବତନ ବିଧାୟକ ମୁଖତାର ଅନସାରଙ୍କର ଗୁରୁବାର (୨୮ ମାର୍ଚ୍ଚ) ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଧାରା...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ହାଇକୋର୍ଟରୁ ଝଟକା ପରେ କଂଗ୍ରେସକୁ ୧.୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍

ଭୁବନେଶ୍ୱର,୨୯ା୩: ଆୟକର ବିଭାଗ କଂଗ୍ରେସକୁ ୧,୭୦୦ କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ...

ବାପାଙ୍କ ମୃତ୍ୟୁଖବର ଶୁଣି ଚେୟାରରୁ ଗଳି ପଡିଲେ ପୁଅ

ଲକ୍ଷ୍ନୌ,୨୯।୩: ଉତ୍ତରପ୍ରଦେଶର ପ୍ରଖ୍ୟାତ ମାଫିଆ ମୁଖତାର ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି। ଜେଲ୍‌ରେ ଥିବାବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା। ତାଙ୍କର ଜଣେ ପୁଅ ଅବ୍ବାସ ବର୍ତ୍ତମାନ କସଗଞ୍ଜ...

ଜଣେ ଅପରାଧୀଙ୍କ ମୃତ୍ୟୁକୁ ନେଇ ଲୁହ ଝରାଇବା ଠିକ୍‌ ନୁହେଁ

ଲକ୍ଷ୍ନୌ,୨୯।୩: ପ୍ରଖ୍ୟାତ ମାଫିଆ-ରାଜନେତା ମୁଖତାର୍‌ ଅନସାରୀ ହୃଦଘାତରେ ଜେଲ୍‌ରେ ମୃତ୍ୟୁ ଘଟିଛି। ଅନସାରୀଙ୍କ ମୃତ୍ୟୁକୁ ନେଇ ଭାଜପା ନେତା ସଂଗୀତ ସୋମଙ୍କ ବଡ ବିବୃତ୍ତି ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri