ମଣ୍ଡିରେ ମାଣ୍ଡିଆ ବିକନ୍ତୁ ଚାଷୀ

କର୍ଲାମୁଣ୍ଡା୬।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ଓଡ଼ିଶା ସରକାରଙ୍କ ଶ୍ରୀଅନ୍ନ ଅଭିଯାନ ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ଚାଷୀ ନେତା ଗୋବିନ୍ଦ ସାହୁ, ଓଡ଼ିଶା ଜୀବନଜୀବିକା ମିଶନର ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ସରୋଜିନୀ ପ୍ରଧାନ, କର୍ଲାମୁଣ୍ଡା ଭାରପ୍ରାପ୍ତ ଏଓ ଲୋକନାଥ ନାଗ, କୃଷି କର୍ମୀ ସୁରଜ ସାହୁ, ଶ୍ରୀଅନ୍ନ ଅଭିଯାନର ଅତିରିକ୍ତ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ସଚେତନ ରଥକୁ ଉଦ୍‌ଘାଟନ କରିଥିଲେ।

ସଚେତନତା ରଥ ଓଡ଼ିଶା ସରକାରଙ୍କ ଶ୍ରୀଅନ୍ନ ଅଭିଯାନ ପ୍ରକଳ୍ପର ୫୪ଟି ଗାଁରେ ପହଞ୍ଚି ଚାଷୀଙ୍କୁ ମଣ୍ଡିରେ ମାଣ୍ଡିଆ ବିକ୍ରି କରି ଉପଯୁକ୍ତ ମୂଲ୍ୟ ପାଇବା ପାଇଁ ସଚେତନ କରିବ। ଏପରିକି କ୍ଷୁଦ୍ରଶଷ୍ୟ ଚାଷ ପାଇଁ ବିଭିନ୍ନ କୌଶଳ, ସରକାରୀ ସହାୟତା ବିଷୟରେ ସଚେତନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମକୁ ବାଲ୍ମୀକି ଛତ୍ରୀଆ, ଭାନୁମତି ପଧାନ, କମଳ ସୁନା, ଦେବାଶିଷ ନାଗ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ମୃତ ଶରୀର ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋରଡା, ୨୧ା୧ (ରଜନୀ ମହାପାତ୍ର): ସୋରଡା ବଡଗଡ ଥାନା ଇଲାକାରେ ପୁଣି ଠାରେ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ବଡଗଡ ଥାନା ଅନ୍ତରଗତ ଓରା...

ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ: ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରଚେଷ୍ଟାରେ ମେଡିକାଲ ପହଞ୍ଚିଲେ

ମୋହନା, ୨୧ା୧( ମନ୍ମଥ ମିଶ୍ର): ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା...

ଦେହ ବ୍ୟବସାୟ ଘଟଣାର ପର୍ଦ୍ଦାଫାଶ: କାମ ଦେବା ବାହାନାରେ ଦେହ ବ୍ୟବସାୟରେ ଲଗାଉଥିଲେ

କେନ୍ଦୁଝର,୨୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରୁ ଜଣେ ୧୬ ବର୍ଷ ବୟସ୍କା ପିତୃମାତୃହୀନ ନାବାଳିକାଙ୍କୁ ଭୁବନେଶ୍ୱର ଚାଲାଣ କରି ଦେହ ବ୍ୟବସାୟରେ ଲଗାଯାଇଥିଲା।...

ଧନୁଯାତ୍ରା ଦେଖିବାକୁ ଯାଇ ବଳାତ୍କାର ଘଟଣା! ମୁଖ୍ୟ ଅଭିଯୁକ୍ତ ଗିରଫ

ବରଗଡ,୨୧।୧(ପ୍ରେମାନନ୍ଦ ଖମାରୀ): ବରଗଡ ଧନୁଯାତ୍ରା ଦେଖିବାକୁ ଯାଇ ଯୁବତୀଙ୍କୁ ବଳାତ୍କାର କରିବା ଘଟଣାକୁ ନେଇ ଆସିଲା ବଡ଼ ଖବର। ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ମୁଖ୍ୟ...

ସ୍କୁଟିକୁ ଧକ୍କା ଦେଲା ଟ୍ରକ; ୨ ନାବାଳିକା ମୃତ, ଜଣେ ଗୁରୁତର

ବଣାଇଁ,୨୧।୧ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଲହୁଣୀପଡ଼ା ଥାନା ରାଜମୁଣ୍ଡା ବାଇପାସରେ ମଙ୍ଗଳବାର ଅପରାହ୍ନ ସମୟରେ ଏକ ଟ୍ରକ ଧକ୍କାରେ ଦୁଇ ନାବାଳିକା ମୃତ୍ୟୁ ବରଣ...

ଟ୍ରେନ୍‌ ଉପରକୁ ଚଢ଼ିଗଲେ ବୃଦ୍ଧ, ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନରେ ଅଟକି ରହିଥିବା ମାଲବାହୀ ଟ୍ରେନ ଉପରକୁ ଜଣେ ବୃଦ୍ଧ ଚଢ଼ି ଯାଇଥିବାବେଳେ ୨୫ ହଜାର କେଭି ବିଦ୍ୟୁତ...

ବ୍ଲକ କାର୍ଯ୍ୟାଳୟକୁ ଖବରଦାତାଙ୍କ ପ୍ରବେଶ ନିଷେଧ କଲେ ବିଡିଓ

ସାନଖେମୁଣ୍ଡି,୨୧।୧: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟକୁ ଖବରଦାତାମାନଙ୍କୁ ପ୍ରବେଶ ନିଷେଧ କରାଯାଇଛି। ଏହାକୁ ନେଇ ଖବରଦାତାମାନେ ଗଣମାଧ୍ୟମର କଣ୍ଠରୋଧ କରାଯାଉଥିବା ଅଭିଯୋଗ କରିଛନ୍ତି। ଖବରଦାତା...

ଦୟା ନଦୀ ପାଣି ପିଅନ୍ତୁ ନାହିଁ: ପରାମର୍ଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୧: ପୁରୀ ଜିଲା କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଝାଡ଼ାବାନ୍ତିରେ ୪ ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଲୋକ ଆକ୍ରାନ୍ତ ହୋଇ ହସ୍ପିଟାଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri