ଧାନ ଉଠାଣ ଦାବିରେ ଜିଲାପାଳଙ୍କ ଅଫିସରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୫।୬: ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବିଭିନ୍ନ ଅବ୍ୟବସ୍ଥା ଯୋଗୁଁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ସେମାନଙ୍କ କଷ୍ଟୋପାର୍ଜିତ ଧାନ ବିକ୍ରି କରିପାରିନାହାନ୍ତି। ଏହାର ପ୍ରତିବାଦରେ ଗୁରୁବାର ଜିଲାର ଭେଡେନ ବ୍ଳକ ଅନ୍ତର୍ଗତ ରେଶମ, ପ୍ରଧାନପାଲି ଏବଂ ସାହ୍ଲେପାଲି ଅଞ୍ଚଳର ଚାଷୀମାନେ ଜିଲାପାଳ ଅଫିସ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଚାଷୀମାନେ ମଣ୍ଡିକୁ ଧାନ ଆଣିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାକୁ କ୍ରୟ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଜିଲାର ବିଭିନ୍ନ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ମଧ୍ୟ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି। ଜିଲା ପ୍ରଶାସନର ଏଭଳି ନିଷ୍ପତ୍ତି ପ୍ରତିବାଦରେ ଏବେ ଚାଷୀ ଆନ୍ଦୋଳନ ତେଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ଥିବା ବଜାର ଅଞ୍ଚଳ ବୁଲିଲେ ଜିଲାପାଳ

ବ୍ରହ୍ମପୁର ଅଫିସ, ୧୮ା୩ – କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି। ରବିବାରରୁ ଗଞ୍ଜାମ ଜିଲାରେ ଭିଡ ତଥା...

ରାଜ୍ୟରେ ହେବ ଖୋ ଖୋ ଷ୍ଟାଡିୟମ

ଭୁବନେଶ୍ୱର, ୮।୯(କ୍ରୀଡ଼ା ପ୍ରତିନିଧି): କ୍ରୀଡ଼ାକ୍ଷେତ୍ରରେ ଓଡ଼ିଶା ଏବେ ଆଗକୁ ବଢ଼ୁଛି। ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାରୁ ଏଠାରେ ଏବେ ହକି, ଆଥ୍‌ଲେଟିକ୍ସ, ଫୁଟ୍‌ବଲ, ଟେନିସ୍‌...

୧୫ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌

ତାଳଚେର,୨୦ା୫(ନି.ପ୍ର.)- ତାଳଚେର ବ୍ଲକ କଳମଛୁଇଁ ପଞ୍ଚାୟତରେ ବିଏସ୍‌ଏନ୍‌ଏଲ୍‌ ସେବା ୧୫ ଦିନ ହେଲା ଠପ୍‌ ହୋଇଯାଇଛି। ଜିଓ କମ୍ପାନୀ ନିଜ ନେଟୱର୍କ ସୁଦୃଢ କରିବା ପାଇଁ...

ଡରାଇଲାଣି ଡେଙ୍ଗୁ:ଗଞ୍ଜାମରେ ୧୫

ବ୍ରହ୍ମପୁର ଅଫିସ୍‌,୨୬ା୭- ଗଞ୍ଜାମ ଜିଲାରେ ଡେଙ୍ଗୁ ଧୀରେ ଧୀରେ ମାରାତ୍ମକ ହେବାରେ ଲାଗିଲାଣି। ସ୍ବାସ୍ଥ୍ୟ ବିଭାଗର ସତର୍କତା ଏବଂ ବ୍ୟାପକ ପଦକ୍ଷେପ ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା...

ଗ୍ରାହକ ବିଶ୍ୱାସ ବ୍ୟବସାୟର ମୂଳମନ୍ତ୍ର

ପାନାସୋନିକ କେବଳ ଏକ ବ୍ରାଣ୍ଡ ନୁହେଁ, ଦୀର୍ଘ ବର୍ଷ ଧରି ଏହା ଗ୍ରାହକଙ୍କୁ ଗୁଣଯୁକ୍ତ ସେବା ଓ ବିଶ୍ୱାସ ଦେଇଆସିଛି। କମ୍ପାନୀ ୧୦୦ ବର୍ଷରୁ ଊର୍ଦ୍ଧ୍ୱ...

CORONAVIRUS UPDATE: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ; ୧୬୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୪ା୫(ବ୍ୟୁରୋ) : ସୋମବାର ରାଜ୍ୟରେ  ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ରେ ପହଞ୍ଚିଛି। ଆକ୍ରାନ୍ତ ଜଣକ...

ଶିମିଳିପାଳରେ ରୋପ୍‌ୱେ ନିର୍ମାଣ ପ୍ରସ୍ତାବ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରୋଜିନୀ

ବାରିପଦା ଅଫିସ,୧୫ା୧୧- ମୟୂରଭଞ୍ଜ ଜିଲାର ଶିମିଳିପାଳ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ। ବିଭିନ୍ନ ଦୃଷ୍ଟିକୋଣରୁ ଏହା ବେଶ୍‌ ପରିଚିତ। ଶୀତଦିନରେ ଦେଶ ବିଦେଶରୁ ପର୍ଯ୍ୟଟକମାନେ...

ବଢ଼ିଲା ବୈତରଣୀ

ଭଣ୍ଡାରିପୋଖରୀ,୬ା୮(ଡି.ଏନ୍‌.ଏ.): ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀର ଆଖୁଆପଦା ଆନିକଟଠାରେ ଜଳସ୍ତର ବୃଦ୍ଧି ପାଇଛି। ତେବେ ଆନିକଟଠାରେ ବନ୍ୟାଜଳ ଗୁରୁବାର ସକାଳ ୭ଟାରୁ...

Advertisement
Archives

Model This Week