କୃଷକ ସଂଗଠନର ରଣହୁଙ୍କାର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଧମକ

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ):କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଆଣିଥିବା ତତ୍କାଳୀନ ୨ ନୂଆ କୃଷି ଆଇନକୁ ନେଇ ଯେଭଳି ଅସନ୍ତୋଷ ତେଜି ଉଠିଥିଲା। ଅନୁରୂପ ଭାବେ ଏବେ ପ୍ରସ୍ତାବିତ କୃଷି ବିପଣନ ଏବଂ ରାଷ୍ଟ୍ରୀୟ ନୀତି ଢ଼ାଞ୍ଚା-୨୦୨୪କୁ ନେଇ କୃଷକ ସଂଗଠନ ଗୁଡ଼ିକ ତାତି ଉଠିଲେଣି। ଏହା କୃଷକଙ୍କ ସ୍ବାର୍ଥ ବିରୋଧୀ ନୀତି ଏବଂ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ଏହି ଦାବି ନେଇ ଗୁରୁବାର ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଡେପୁଟି କଲେକ୍ଟର ଉତ୍ତମ କୁମାର ବାଘକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ ଉଲ୍ଲେଖ ରହିଛି, ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ଏଠାରେ ୭୦ରୁ ୮୦ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭରଶୀଳ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ କୃଷକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଉଥିବାବେଳେ ନୈରାଶ୍ୟଜନକ ସରକାରୀ ସାହାଯ୍ୟ, ଜଳସେଚନ ଅଭାବ, ସରକାରୀ ସବସିଡ଼ି ବାଟମାରଣା, ଆଦର୍ଶ ବଜାର ବ୍ୟବସ୍ଥା ଓ ଶୀତଳ ଭଣ୍ଡାର ଅଭାବ ରହିଥିବାବେଳେ ସୁବିଧାରେ ଋଣ ମଧ୍ୟ ମିଳିପାରୁ ନାହିଁ। ଏସବୁ କାରଣରୁ କୃଷିକ୍ଷେତ୍ର ଛାଡ଼ି ଲୋକେ ରା୍ଯଯ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଏପରି ଅନେକ ସମ୍ଯଯା ଥାଇ ମଧ୍ୟ କୃଷକମାନଙ୍କ କଠିନ ପରିଶ୍ରମ ଫଳରେ ଭୋକିଲା ରା୍ଯଯରୁ ବଳକା ରା୍ଯଯଭାବେ ଆଜି ପରିଣତ ହୋଇଛି। ହେଲେ ଆଜି ମଧ୍ୟ ରାଜ୍ୟର କୃଷକମାନଙ୍କ ମାସିକ ଆୟ ଜାତୀୟ ସ୍ତରରୁ ବହୁତ କମ୍‌ ରହିଛି। ସେ ଦିଗରେ ପ୍ରୟାସ କରାଯିବା ଦରକାର।
ଗତ ୨୦୨୪ ମସିହା ଡିସେମ୍ବର ମାସ ୨୮ ତାରିଖ ସଂଘୀୟ ଢ଼ାଞ୍ଚାକୁ ଉଲ୍ଲଂଘନ କରି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କୃଷି ବିପଣନ ଏବଂ ରାଷ୍ଟ୍ରୀୟ କୃଷି ଢ଼ାଞ୍ଚାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜ୍ୟକୁ ଏକ ମାର୍ଗଦର୍ଶିକା ଦେଇଛନ୍ତି। ସମ୍ବିଧାନର ଅନୁଚ୍ଛେଦ-୨୪୬ ସପ୍ତମ ଅନୁସୂଚୀରେ ଉଲ୍ଲେଖ ରହିଛି, କୃଷିକ୍ଷେତ୍ର ରା୍ଯଯ ଅଧିନରେ ଥିବା ଯୋଗୁ କୌଣସି ଆଇନ କଲେ ରାଜ୍ୟର ସହମତି ଆବଶ୍ୟକ। ସେଥିଯୋଗୁଁ ବିପଣନ ପାଇଁ ରାଷ୍ଟ୍ରୀୟ ଆଇନ କଲେ ରା୍ଯଯମାନଙ୍କର ଅନୁମତି କିମ୍ବା ସମତୁଲ୍ୟ ସମର୍ଥନ ଦରକାର ପଡ଼େ। ସେଥିପାଇଁ କେନ୍ଦ୍ର ଏହି ପ୍ରସ୍ତାବ ରଖିଛି। ଏହାକୁ ସର୍ବଭାରତୀୟ ସ୍ତରରେ ସମସ୍ତ କୃଷକ ସଂଗଠନ ବିରୋଧ କରୁଛନ୍ତି। ବରଗଡ଼ ସଂଯୁକ୍ତ କୃଷକ ସଂଗଠନ ମଧ୍ୟ ଏହାକୁ ଦୃଢ଼ ବିରୋଧ କରିବା ସହିତ ଏହି ଆଇନ କାର୍ଯ୍ୟକାରୀ ନ କରିବା ପାଇଁ ରା୍ଯଯ ସରକାରଙ୍କୁ ନିବେଦନ କରିଛି। ପ୍ରକାଶଥାଉକି, ସଂଯୁକ୍ତ କିସାନ ମୋର୍ଚ୍ଚାର ଦୀର୍ଘ ୧୩ ମାସ ଆନ୍ଦୋଳନ ଏବଂ ୭୦୦ କୃଷକଙ୍କ ବଳିଦାନ ପରେ କରୋନା ସମୟରେ କେନ୍ଦ୍ର ସରକାର ଆଣିଥିବା ୩ ନୂଆ ଆଇନକୁ ପ୍ରତ୍ୟାହାର କରାଯାଇଥିଲା। କିନ୍ତୁ ପୁଣିଥରେ କୃଷିକ୍ଷେତ୍ରକୁ ରିଫର୍ମ ନାମରେ କମ୍ପାନୀକରଣ କରିବା ଉଦ୍ୟମ କେତେଦୂର ଯୁକ୍ତିଯୁକ୍ତ ବୋଲି ସଂଯୁକ୍ତ କୃଷକ ସଂଗଠନ ପ୍ରଶ୍ନ କରିଛି।
ଅନ୍ୟପଟେ ଦାବିପତ୍ରରେ ଆହୁରି ଉଲ୍ଲେଖ ରହିଛି, ୨୦୧୬-୧୭ ମସିହାରୁ କୃଷି ଉପତ୍ାଦନରେ ରେକର୍ଡ଼ସ୍ତର ବୃଦ୍ଧି ହେବା ଦେଶ ପାଇଁ ଗର୍ବ, ଗୌରବର କଥା। ତେଣୁ ଏପିଏମସିକୁ ଠିକ୍‌ଭାବେ କାର୍ଯ୍ୟକାରୀ କରାଯାଉ। ଦେଶରେ ରହିଥିବା ୭୦୫୭ ମଣ୍ଡି ମଧ୍ୟରୁ ୧୧୦୦ ମଣ୍ଡି ବନ୍ଦ ପଡ଼ିଛି। ତାକୁ କାର୍ଯ୍ୟକ୍ଷମ କରି ସରକାର ନିଜେ ମଣ୍ଡି ପରିଚାଳନାକୁ ଦାବି ହୋଇଛି। ଚଳିତବର୍ଷ ରା୍ଯଯରେ ଧାନବିକ୍ରିରେ କୁଇଣ୍ଟାଲ ପ୍ରତି ୮୦୦ଟଙ୍କା ଅଧିକ ଇନପୁଟ୍‌ ଆସିଷ୍ଟାଣ୍ଟ ପାଇ ୧୪ ଲକ୍ଷ କୃଷକଙ୍କୁ ୬୪ଲକ୍ଷ ମେଟ୍ରିକ ଟନ୍‌ ଧାନବିକ୍ରି ଉପରେ ୫୨୦୦କୋଟି ଟଙ୍କା ଅଧିକ ମିଳି ସାରିଛି। ଏଥିରୁ ବରଗଡ଼ ଜିଲାର ୧ଲକ୍ଷ ୫୦ହଜାର କୃଷକ ୭୭ଲକ୍ଷ ୫୫ କୁଇଣ୍ଟାଲ ଧାନବିକି ୬୨୦କୋଟି ଅଧିକ ଟଙ୍କା ପାଇ ସାରିଛନ୍ତି। ଏହା ସ୍ବାଗତଯୋ୍ଯଯ ପଦକ୍ଷେପ। ଏହି ଦୃଷ୍ଟିରୁ ରାଜ୍ୟର କୃଷକଙ୍କ ହିତ ପାଇଁ ଓଡ଼ିଶା ସରକାର ପ୍ରସ୍ତାବିତ କୃଷି ବିପଣନ ଏବଂ ରାଷ୍ଟ୍ରୀୟ ନୀତି ଢ଼ାଞ୍ଚା-୨୦୨୪କୁ ପ୍ରତ୍ୟାଖାନ କରିବେ ବୋଲି ସଂଯୁକ୍ତ କୃଷକ ସଂଗଠନ ଆଶା ରଖିଛି। ତାହା କରା ନଯାଇ କୃଷକଙ୍କ ବିରୋଧରେ ନିଷ୍ପତ୍ତି ନିଆଗଲେ ଦେଶବ୍ୟାପୀ ଆନ୍ଦୋଳନ ହେବ ଏବଂ ଆସନ୍ତା ମାର୍ଚ୍ଚ ମାସ ୧୭ ତାରିଖ ବରଗଡ଼ରେ ହେବାକୁ ଥିବା ରାଜ୍ୟସ୍ତରୀୟ କିସାନ ମହାପଞ୍ଚାୟତରେ ଏହାକୁ ପ୍ରସଙ୍ଗ କରାଯିବ ବୋଲି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି। ସ୍ମାରକପତ୍ର ପ୍ରଦାନ ସମୟରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ମହାପାତ୍ରଙ୍କ ସମେତ ବବ୍ରୁବାହନ ସାହୁ, ସୁରେଶ ନେକାଣ୍ଟି, ସ୍ବାଭିମାନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?