Posted inଜାତୀୟ

୧୨ ଘଣ୍ଟିଆ ଭାରତ ବନ୍ଦ ଆରମ୍ଭ: ଗାଜିପୁର ବର୍ଡରରେ ନାଚୁଛନ୍ତି କୃଷକ

ନୂଆଦିଲ୍ଲୀ,୨୬।୩: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ବିରୋଧରେ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ବିଭିନ୍ନ ରାଜନୀତିକ ଦଳ ସମର୍ଥନ କରୁଛନ୍ତି। ବନ୍ଦ ବେଳେ ଦେଶର ସମସ୍ତ ସଡ଼କ, ରେଳ ପରିବହନ ସମେତ ଦୋକାନ ବଜାର ଓ ସର୍ବସାଧାରଣ ସ୍ଥାନ ବନ୍ଦ ରହିବ। କିନ୍ତୁ ଜରୁରୀ ସେବା ଗୁଡିକୁ ଅନୁମତି ମିଳିବ। ଆମ୍ବୁଲାନ୍ସ ଯିବା ଆସିବାରେ କେହି ବି ବାଧା ସୃଷ୍ଟି କରିବେ ନାହିଁ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।
ଚାଷୀଙ୍କ ବନ୍ଦ ଡାକରାର ପ୍ରଭାବ ସକାଳୁ ସକାଳୁ କିଛି ସ୍ଥାନରେ ଦେଖିବାକୁ ମିଳିଲାଣି। ବିକ୍ଷୋଭକାରୀମାନେ ପିକେଟିଂ କରି ରାସ୍ତା ରୋକ ମଧ୍ୟ କରିବା ଆରମ୍ଭ କରିଛନ୍ତି। ଦିଲ୍ଲୀ ଏନସିଆର ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ରେଳ ଧାରଣାରେ ବସି ଟ୍ରେନ ଚଳାଚଳକୁ ଅଟକାଇ ଦେଇଛନ୍ତି। ଭାରତ ବନ୍ଦ ସମୟରେ ପଞ୍ଜାବ-ହିମାଚଳ ସୀମାରେ କୃଷକ ଆନ୍ଦୋଳନକାରୀମାନେ ଧର୍ମଘଟ କରିଛନ୍ତି। ହିମାଚଳରୁ ଆସୁଥିବା ଲୋକଙ୍କୁ ସୀମାରେ ଅଟକାଇ ଦିଆଯାଇଥିଲା। ବନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିଭିନ୍ନ କୃଷକ ସଂଗଠନର ଲୋକମାନେ ଏହି ଧର୍ମଘଟରେ ଯୋଗ ଦେଇଛନ୍ତି ଏବଂ ହିମାଚଳରୁ ଆସୁଥିବା ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଗାଜିପୁର ବର୍ଡରରେ କୃଷକମାନେ ନାଚି-ଗାଇ ବନ୍ଦ ପାଳନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଇଇ ମେନ୍‌ ପରୀକ୍ଷା ସ୍ଥଗିତ: ପରେ ଘୋଷଣା ହେବ ନୂଆ ତାରିଖ…

ନୂଆଦିଲ୍ଲୀ,୧୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ଏହାର ପ୍ରଭାବ ଶିକ୍ଷା ବ୍ୟବସ୍ଥା ଉପରେ ପଡ଼ିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ପୂର୍ବରୁ...

ବୈବାହିକ ଜୀବନରେ ସ୍ତ୍ରୀଙ୍କୁ ବଳାତ୍କାର ନେଇ ବିଚାରପତିଙ୍କ ମଧ୍ୟରେ ମତଭେଦ…

ନୂଆଦିଲ୍ଲୀ, ୧୧।୫ : ଦିଲ୍ଲୀ ହାଇକୋର୍ଟଙ୍କ ପତ୍ନୀଙ୍କ ସହ ବଳାତ୍କାରର ଅପରାଧୀକରଣ ପାଇଁ ଆବେଦନ ଉପରେ ଦୁଇ ଜଣିଆ ଖଣ୍ଡପୀଠ ପୃଥକ ପୃଥକ ରାୟ ଦେଇଛନ୍ତି।...

ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା: ଶ୍ମଶାନରୁ ଜଣାପଡୁଛି ସ୍ଥିତି…

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

ବାଟରେ ଅଟକି ଚା’ ପିଇଲେ ରାହୁଲ

ମାଲାପ୍ପୁରମ୍‌,୭।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ୩ଦିନିଆ ଓ୍ବାୟନାଡ ସ୍ତରେ ଯିବା ସମୟରେ ମାଲାପ୍ପୁରମ୍‌ ଜିଲାର ରାସ୍ତା କଡ଼ରେ ଥିବା ଏକ ଦୋକାନରୁ ଚା’...

ବାନ୍ଦିପୋରାର ୬ଟି ଗାଁ ‘ରେଡ୍‌ ଜୋନ’ ଘୋଷିତ

ଶ୍ରୀନଗର,୫।୪: ସାରା ଦେଶରେ କରୋନା ଭାଇରସ୍‌ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌କୁ କଡ଼ାକଡି କରାଯିିବା ସହ କେତେକ କଟକଣା...

ପ୍ରବାସୀ ଶ୍ରମିକଙ୍କ ପାଇଁ ଚପଲ ବ୍ୟବସ୍ଥା କଲା ଆଗ୍ରା ପୋଲିସ

ଆଗ୍ରା,୧୯।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଦେଶର ବିଭିନ୍ନ...

ସର୍ଜରୀ ବେଳେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ବେଙ୍ଗାଲୁରୁ,୧୭।୫: ୨୧ ବର୍ଷିୟା କନ୍ନଡ ଅଭିନେତ୍ରୀ ଚେତନା ରାଜ ପା୍ଲଷ୍ଟିକ୍‌ ସର୍ଜରୀ କରିବା ସମୟରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତ୍ୟୁରେ କନ୍ନଡ ସିନେମା...

ମୁମ୍ବାଇ-ଅହମଦାବାଦ୍‌-ଜୟପୁର-ଜମ୍ମୁରେ ସୂର୍ଯ୍ୟୋପରାଗ ଆରମ୍ଭ

ନୂଆଦିଲ୍ଲୀ, ୨୧।୬: ମୁମ୍ବାଇ, ଅହମଦାବାଦ୍‌, ଜୟପୁର ଏବଂ ଜମ୍ମୁରେ ସୂର୍ଯ୍ୟୋପରାଗ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟା ୧ରେ ମୁମ୍ବାଇର ପୁଣେରେ ସୂର୍ଯ୍ୟୋପରାଗ ଆରମ୍ଭ ହୋଇଥିବାବେଳେ ଅହମଦାବାଦରେ...

Advertisement
Archives

Model This Week