ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା ନ ଗଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି। ଆସନ୍ତା ୨୪ ଘଣ୍ଟାର ସମୟ ସୀମା ଦିଆଯାଇଛି। ଝାରବନ୍ଧ ବ୍ଲକର ଝାରବନ୍ଧ, ଡଭା ଓ ଲଉ ପ୍ୟାକ୍ସ ଜରିଆରେ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରୁଛି, ଏହା ଅଗଷ୍ଟ ମାସ ଶେଷରେ ସମୟ ସୀମା ପୂରିଯିବ। ବର୍ତ୍ତମାନ ସୁଦ୍ଧା ୩୦ରୁ ୪୦ ପ୍ରତିଶତ ଚାଷୀ ପଞ୍ଜିକରଣ କରିଥିବାବେଳେ ଅଧିକାଂଶ ଚାଷୀ ପଞ୍ଜିକରଣ ଅପେକ୍ଷାରେ ହେଲେ ବର୍ତ୍ତମାନ ଆଟ କିସମ ସମସ୍ୟା ସାମନାକୁ ଆସିଥିବାରୁ ପଞ୍ଜିକରଣ ପାଇଁ ଆଶଙ୍କା ଦେଖାଦେଉଛି l
ଗତ ବର୍ଷ ପୂର୍ବରୁ ଏହି କିସମରେ ଧାନ ବିକ୍ରୟ କରିସାରିଛନ୍ତି। ଚଳିତବର୍ଷ କେଉଁ କାରଣ ଏହାକୁ ନିଆଁ ନ ଯାଉଥିବା ଚାଷୀ ପ୍ରଶ୍ନ କରିଛି, ଏହାସହ ଏହି କିସମରେ ଧାନ ଚାଷ ପାଇଁ ଚାଷୀଙ୍କୁ କୃଷି ଋଣ ଦିଆଯାଉଛ। ଯଦି ଏହି କିସମରେ ଧାନ ଚାଷ ପାଇଁ ଋଣ ଦିଆଯାଉଛି ତାହେଲେ ଧାନ କିଣିବାକୁ ଅମଙ୍ଗ କାହିଁକି ବୋଲି ଚାଷୀ ପ୍ରଶ୍ନ କରୁଛି l ଏହାର ପ୍ରତିବାଦରେ ସ୍ଥାନୀୟ ଚାଷୀ ଶ୍ରୀଯୁକ୍ତ କ୍ଷମାନିଧି ସାହୁ, ସନ୍ତୋଷ ବେହେରା,ଭଜନ ସଗର, ଅବଧୁତ ଜଗତ, ବସନ୍ତ ନନ୍ଦ, ଜୟକୁମାର ନିଗମ,ଡୋଲାମଣୀ ଚୌଧୁରୀ,ନାରାୟଣ ବେହେରା,ଲଳିତ ପଟେଲଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଝାରବନ୍ଧ ତହସିଲ କାର୍ଯାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ ଏବଂ ଦାବିପତ୍ର ଦେଇଥିଲେ l ଏହାକୁ ବୋଡାସମ୍ବର କୃଷକ ସଂଗଠନ ର ଚାଷୀନେତା କୈଳାସ ବାରିକ ଆସି ସମର୍ଥନ ଜଣାଇ ଚାଷୀ ବିରୋଧୀ ସରକାରଙ୍କ ଉପରେ ବର୍ଷୀଥିଲେ l
ଆଟ କିସମ ପଞ୍ଜିକରଣ କରାଯାଉ ନ ଥିବା କାରଣ ଜାଣିବା ପାଇଁ ଝାରବନ୍ଧ ପ୍ୟାକ୍ସ ସମ୍ପାଦକ ଶ୍ରୀଯୁକ୍ତ ଉମାକାନ୍ତ ପ୍ରଧାନ ଓ ଡଭl ପ୍ୟାକ୍ସ ସମ୍ପାଦକ ଶ୍ରୀ ଲମ୍ବୋଦର ପଟେଲଙ୍କୁ ପଚରାଯିବାରୁ ଆମର ଉପରିସ୍ଥ ଅଧିକାରୀ ଫୋନ ମାଧ୍ୟମରେ ଆଟ କିସମକୁ ପଞ୍ଜିକରଣ ନ କରିବାକୁ କହିଥିବାରୁ ଆମ୍ଭେ କରିପାରିବୁ ନାହିଁ ବୋଲି ପ୍ରକାଶ କରିଥିଲେ। ଏହା ଶୁଣି ଚାଷୀ ଉତ୍ତ୍ୟକ୍ତ ହୋଇ ବିନା କୌଣସି ଚିଠି ନ କରି ମୌଖିକ ନିର୍ଦେଶ ଦେବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଥିଲେ ଏବଂ ଏହାର ସମାଧାନ ପାଇଁ ତହସିଲଦାରଙ୍କୁ ଜଣାଇ ୨୪ଘଣ୍ଟା ଭିତରେ ସମାଧାନ କରିବାକୁ ଚେତାବନୀ ଦେଇଛନ୍ତି। ଏହା ନ ହେଲେ ଆସନ୍ତା କାଲି ତହସିଲଦାର କାର୍ଯାଳୟକୁ ଅଚଳ କରାଯିବ ବୋଲି ଧମକ ଦେଇଛନ୍ତି l ତହସିଲଦାର ଶ୍ରୀଯୁକ୍ତ ଅଲେଖ ଘୁଟା ଦାବିପତ୍ର ଗ୍ରହଣ କରି ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?