ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲାରେ ଧାନବିକ୍ରି ପଞ୍ଜୀକରଣ ପାଇଁ ବହୁବିଧ ସମସ୍ୟା ଅସମାହିତ ହୋଇ ରହି ଯାଇଛି। ଫଳରେ ଅନେକ ଚାଷୀ ଏପର୍ଯ୍ୟନ୍ତ ପଞ୍ଜୀକରଣ କରି ପାରି ନଥିବା ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ନେଇ ମଙ୍ଗଳବାର ଜିଲାର ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଝାରବନ୍ଧ ଏବଂ ଡଭା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଉପରେ ନିର୍ଭରଶୀଳ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେମାନେ ଧାନଚାଷ କରିଥିବା ଆଟ୍‌ ସାଧାରଣ ପ୍ଲଟ୍‌ ଜମିକୁ ପଞ୍ଜୀକରଣ କରିବାକୁ ପାକ୍ସ କର୍ମଚାରୀମାନେ ସିଧାସଳଖ ମନା କରି ଦେଉଛନ୍ତି ଏବଂ ଏଥିପାଇଁ ସେମାନେ ଧାନବିକ୍ରି ପଞ୍ଜୀକରଣ କରି ପାରୁ ନଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଏ ନେଇ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ସେମାନେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପୂର୍ବବର୍ଷ ଭଳି ଏଥର ମଧ୍ୟ ଆଟ୍‌ ସାଧାରଣ ପ୍ଲଟ୍‌ ଜମିକୁ ଧାନବିକ୍ରି ପଞ୍ଜୀକରଣରେ ସାମିଲ ସହିତ ପଞ୍ଜୀକରଣ ଅବଧିକୁ ଆହୁରି ଏକମାସ ବୃଦ୍ଧି କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଗତ ୬ ତାରିଖରୁ ଜିଲାରେ ଖରିଫ୍‌ ଧାନବିକ୍ରି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଆରମ୍ଭରୁ ନୂଆଁନୂଆଁ ସମସ୍ୟା ପଞ୍ଜୀକରଣରେ ବାଧା ସାଜିଛି। ପ୍ରଥମେ ଏଗ୍ରିଷ୍ଟାକ୍‌ ଆଇଡ଼ିକୁ ନେଇ ଚାଷୀମାନେ ହଟହଟାର ସମ୍ମୁଖୀନ ହୋଇଥିଲେ। ତେବେ ଚାଷୀ ଆନ୍ଦୋଳନ ଚାପରେ ସରକାର ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ଏହାପରେ ଦେବୋତ୍ତର ଜମିରେ ଧାନବିକ୍ରି ପଞ୍ଜୀକରଣକୁ ମନା କରି ଦିଆଯାଉଥିଲା। ମାତ୍ର ବିଭିନ୍ନ ଚାଷୀ ସଙ୍ଗଠନ ଏବଂ ସେବାୟତମାନେ ଆନ୍ଦୋଳନକୁ ଓହ୍ଲାଇବା ପରେ ସେହି ଜମିକୁ ଧାନବିକ୍ରି ପଞ୍ଜୀକରଣରେ ସାମିଲ୍‌ କରାଯାଉଛି। ଏବେ ଆଟ୍‌ ସାଧାରଣ ପ୍ଲଟ୍‌ ଜମିକୁ ପଞ୍ଜୀକରଣ ପ୍ରକ୍ରିୟାରୁ ବାଦ୍‌ ଦିଆଯିବାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି।
ବିଗତବର୍ଷରୁ ଆଟ୍‌ ସାଧାରଣ ପ୍ଲଟ ଜମି ଧାନବିକ୍ରି ପଞ୍ଜୀକରଣରେ ସାମିଲ ହୋଇ ଆସୁଥିଲା। ଚଳିତଥର ମଧ୍ୟ ଜିଲାର ବିଭନ୍ନ ବ୍ଲକରେ ଏହି କିସମର ଜମି ପଞ୍ଜୀକୃତ ହୋଇ ସାରିଛି। କିନ୍ତୁ ଜିଲାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ଝାରବନ୍ଧ ଏବଂ ଡଭା ପାକ୍ସରେ ସମ୍ପୃକ୍ତ ଅଞ୍ଚଳର ଚାଷୀମାନଙ୍କ ସେଭଳି କିସମ ଜମିକୁ ପଞ୍ଜୀକରଣ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ରୋକ୍‌ଠୋକ୍‌ ମନା କରି ଦେଉଥିବା ଅଭିଯୋଗ ହୋଇଛି। ଫଳରେ ଅଞ୍ଚଳର ଅନେକ ଚାଷୀ ଏପର୍ଯ୍ୟନ୍ତ ସେମାନଙ୍କ ଜମିକୁ ପଞ୍ଜୀକରଣ କରି ପାରି ନଥିବା କହିଛନ୍ତି। ଝାରବନ୍ଧ ବ୍ଲକର ୮୦ ପ୍ରତିଶତ ଜମି ଆଟ୍‌ ସାଧାରଣ ପ୍ଲଟରେ ରହିଥିବାବେଳେ ଗଭୀର ନଳକୂପ ଏବଂ ଚାକଧରା ଡ୍ୟାମ ପାଣିରୁ ସେହି ଜମିରେ ଧାନ ଚାଷ ହୋଇ ଆସୁଛି। ଏହାସତ୍ତ୍ୱେ ସେମାନଙ୍କ ଜମିକୁ ପଞ୍ଜୀକରଣ କରା ନଗଲେ ସେମାନେ କିଭଳି ଏବଂ କେଉଁଠି ଅମଳ ଧାନ ବିକ୍ରି କରିବେ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳନ ସାଧାରଣ ସମ୍ପାଦକ ହର ବଣିଆଁ, ଝାରବନ୍ଧ ଆଞ୍ଚଳିକ କୃଷକ ସଙ୍ଗଠନର ସଭାପତି କ୍ଷମାନିଧି ସାହୁ, ମନୋଜ ପ୍ରଧାନ, ହେମରାଜ ନାୟକ, ବାଳମୁକୁନ୍ଦ ନାଏକ ମହେନ୍ଦ୍ର ସାହୁ, ଦେବରାଜ ବିଶ୍ୱାଳ, ଲଲିତ ପଟେଲ, ଭଜନ ସାଗର ପ୍ରମୁଖ ଦାବିପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?