ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ ଭିନ୍ନ ବିବାଦ ଦେଖାଦେଇଛି। ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଓ ତେନ୍ତୁଳି ଗ୍ରାମର କିଛି ଚାଷୀ ପାକ୍ସ ସମ୍ପାଦକଙ୍କ ବିରୋଧରେ ଅଭିଯୋଗ କରି ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଅଭିଯୋଗର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏଡିଏମ ବିଜୟାନନ୍ଦ ସେଠୀ ଅଭିଯୋଗ ଗ୍ରହଣ କରି ଡ଼ିଆରସିଏସଙ୍କୁ ତଦନ୍ତ ନିର୍ଦେଶ ଦେଇଥିବା ଅଭିଯୋଗକରୀ ଚାଷୀଙ୍କଠାରୁ ପ୍ରକାଶ।
ଚାଷୀଙ୍କ ଅଭିଯୋଗ ଅନୁସାରେ, ରାଜ୍ୟ ସରକାର ଚାଷୀଙ୍କଠାରୁ ପାକ୍ସ ସମେତ ବିଭିନ୍ନ ସ୍ଥାନରେ ଏସଏଚ୍‌ଜି ମାଧ୍ୟମରେ ଖରିଫ ଓ ରବି ସମୟରେ ଧାନ କ୍ରୟ କରୁଛନ୍ତି। କିନ୍ତୁ ଚଳିତ ଖରିଫ ଋତୁରୁ ଏସଏଚ୍‌ଜି ଧାନ କ୍ରୟ କରିବେ ନାହିଁ ବୋଲି ସରକାରୀ ଭାବେ ନିଷ୍ପତ୍ତି ହୋଇଥିବା ଚାଷୀମାନେ ଜାଣିବାକୁ ପାଇଛନ୍ତି। ପୂର୍ବରୁ ଧାନ ବିକ୍ରି କରୁଥିବା ପାକ୍ସରେ ପୁଣି ଚାଷୀ ପଞ୍ଜୀକରଣ କରି ଧାନ ବିକ୍ରି କରିପାରିବେ ବୋଲି ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ଡୁଙ୍ଗୁରିପାଲି ଓ ତେନ୍ତୁଳି ଗ୍ରାମର ଚାଷୀମାନେ ୨୦୨୬-୨୭ ଖରିଫ ଧାନ ବିକ୍ରି ପାଇଁ ମୁରୁଶୁଣ୍ଡି ପାକ୍ସକୁ ଯାଉଛନ୍ତି। ଅଭିଯୋଗ ଅନୁସାରେ, ପାକ୍ସ ସମ୍ପାଦକ ପଞ୍ଜୀକରଣ ପାଇଁ ଯାଉଥିବା ଚାଷୀଙ୍କୁ ହଇରାଣ କରିବା ସହ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି।
ଏହା ସହ ଗତବର୍ଷ ଧାନ କିଣା କରିଥିବା ଏସଏଚ୍‌ଜି ବିରୋଧରେ ଚାଷୀଙ୍କଠାରୁ ଦରଖାସ୍ତ ଲେଖାଇ ନେବା ଏବଂ ପାକ୍ସ ସମ୍ପାଦକ ନିଜ କ୍ଷମତାର ଦୁରୁପଯୋଗ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏସଏଚ୍‌ଜିକୁ ଧାନ କିଣାରୁ ବାଦ ଦେବା ପ୍ରକ୍ରିୟା ସରକାରୀ ନିଷ୍ପତ୍ତି ଅନୁଯାୟୀ ଚାଲିଛି ବୋଲି ସ୍ଥାନୀୟ ଚାଷୀ ସମ୍ମାନ ଜଣାଇଛନ୍ତି। ପାକ୍ସ ସମ୍ପାଦକଙ୍କ ଏଭଳି ଆଚରଣ ଚାଷୀଙ୍କୁ ଭୟଭୀତ କରିଥିବା ଅଭିଯୋଗ ହୋଇଛି।
ଚାଷୀମାନେ ବିନା ଦ୍ବିଧା ଏବଂ ବିଳମ୍ବରେ ସେମାନଙ୍କ ପଞ୍ଜୀକରଣ କରି ଧାନ ବିକ୍ରିର ସୁଯୋଗ ଦେବାକୁ ଦାବି ଜଣାଇଛନ୍ତି। ଏହାସହ ଚାଷୀମାନେ ୨୦୨୫-୨୬ ଆର୍ଥିକ ବର୍ଷରେ ମା’ ପାଟଣେଶ୍ୱରୀ ଏସଏଚ୍‌ଜିରେ ଧାନ ବିକ୍ରି କରିଥିବା ଚାଷୀଙ୍କ ତାଲିକା ଓ ଧାନ କିଣା ସମ୍ପର୍କିତ ସମସ୍ତ ତଥ୍ୟ ଯାଞ୍ଚ କରିବାକୁ ଆହ୍ବାନ ଜଣାଇଛନ୍ତି। ଅଭିଯୋଗ ସମ୍ପର୍କରେ ପାକ୍ସ ସମ୍ପାଦକ ପର୍ଶୁ ସେଠ୍ଙ୍କୁ ପଚାରିବାରୁ ସେ ବୋର୍ଡର ନିଷ୍ପତ୍ତି କ୍ରମେ ଚାଷୀଙ୍କଠାରୁ ଏପରି ଦରଖାସ୍ତ ଲେଖାଇ ନେଉଥିବା କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?