ଧାନ କାଟିବାକୁ ନେଇ ମୂଲଚାଲ

ନୟାଗଡ଼ ଅଫିସ,୫।୧: କଟ୍‌ନୀଛଟ୍‌ନୀକୁ ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀ ରୋକ୍‌ଠୋକ୍‌ ମନା କରୁଥିବାବେଳେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ଏହାକୁ ରୋକିବା କାଠିକର ପାଠ ହୋଇ ପଡିଛି । କଟ୍‌ନୀଛଟ୍‌ନୀକୁ ନେଇ ଚାଷୀ ଓ ମିଲର ମଧ୍ୟରେ ସବୁ ଧାନ ମଣ୍ଡିରେ ମୂଲଚାଲ ହେଉଛି । ମିଲର ୭ କେଜି ଧାନ କାଟିବାକୁ ପ୍ରସ୍ତାବ ଦେଉଥିବାବେଳେ ଚାଷୀ କେଉଁଠି ୪ ତ ଆଉ କେଉଁଠି ୫ କିଲୋ କୁଇଣ୍ଟାଲ ପିଛା କାଟିବାକୁ ସହମତି ପ୍ରକାଶ କରୁଛନ୍ତି। ତେବେ ୭କିଲୋ କାଟିବାକୁ ପ୍ରାୟତଃ ସବୁ ମଣ୍ଡିରେ ମିଲର ଜିଦ୍‌ ଧରି ବସୁଥିବା ନଜିରକୁ ଆସୁଛି । ଜିଲାର ଓଡ଼ଗଁା ବ୍ଲକ ଅନ୍ତର୍ଗତ ଶିଖରପୁର, ଡିମିଶର, ପାଟୁଳିସାହି, ଭାଲିଆଡିହି ପ୍ରାଥମିକ କୃଷି ସମବାୟ ସମିତିରେ ଖୋଲିବାକୁ ଥିବା ଧାନମଣ୍ଡିରେ ୭ କେଜି ଲେଖାଏ ଧାନ କୁଇଣ୍ଟାଲ ପିଛା କାଟିବାକୁ ମିଲର ଦେଇଥିବା ପ୍ରସ୍ତାବକୁ ଚାଷୀ ବାଧ୍ୟବାଧକତାରେ ହଁ କରିଛିି । ୭ କେଜି କଟ୍‌ନୀଛଟ୍‌ନୀ ନ ହେଲେ ଧାନ କିଣିବୁ ନାହିଁ ବୋଲି ମିଲର ଚେତାବନୀ ଦେଇ ଉଠି ପଳାଇବାରୁ ଚାଷୀମାନେ ଭୟଭୀତ ହେଉଛନ୍ତି । ଗୋଡିପଡା ପ୍ରାଥମିକ ସମବାୟ ସମିତିରେ ୫ ଅଥବା ୬ କେଜି କାଟିବାକୁ ଚାଷୀ ପରାମର୍ଶ ଦେଇଥିବାବେଳେ ୭ କେଜି ନ ହେଲେ ଧାନ କିଣିବୁ ନାହିଁ କହି ମିଲର ଉଠି ଚାଲି ଆସୁଛନ୍ତି । ଏଣୁ ଏଠାରେ କଟ୍‌ନୀଛଟ୍‌ନୀ କେତେ ହେବ ସ୍ଥିର ହୋଇ ପାରିନି । ତେବେ ଶିଖରପୁର, ଡିମିଶର, ପାଟୁଳିସାହି, ଭାଲିଆଡିହି ଓ ଗୋଡିପଡା ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀମାନେ ଧାନ ବିକିବା ନେଇ ଚିନ୍ତାରେ ପଡିଛନ୍ତି । ମଣ୍ଡିରେ ଧାନ ନ ବିକିଲେ ବେପାରୀଙ୍କୁ ୧୨୦୦ରୁ ୧୪୦୦ ଟଙ୍କାରେ ବିକ୍ରି କରି କ୍ଷତିର ସମ୍ମୁଖୀନ ହେବାକୁ ଚାଷୀ ଚାହୁନି। ଏଣୁ ମିଲର କଥାରେ ରାଜି ହୋଇ ୭ କେଜି ଲେଖାଏ କଟ୍‌ନୀଛଟ୍‌ନୀକୁ ଚାଷୀ ବାଧ୍ୟବାଧକତାରେ ହଁ କରୁଛି ।

ଏନେଇ ଜଣେ ଚାଷୀ ନିଜ ନାମ ଗୋପନ ରଖି କହିଛନ୍ତି, ପରିସ୍ଥିତି ଏପରି ହୋଇଛି ଆମେ ମିଲର କଥାରେ ରାଜି ହେବାକୁ ବାଧ୍ୟ । ଗ୍ରାଉଣ୍ଡ ଜିରୋକୁ ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀ ଆସି ସମସ୍ୟା ସମାଧାନ କରିବେନି । ଜିଲା ସଦର ମହକୁମାରେ ବସି ମିଲରଙ୍କୁ ପରାମର୍ଶ ଓ ନିର୍ଦ୍ଦେଶ ଦେଇଦେଲେ ଚାଷୀଙ୍କ ସମସ୍ୟା ସମାଧାନ ହୋଇଯିବନି। ଏଣୁ ଚାଷୀ କିପରି ହଇରାଣ ହେଉଛନ୍ତି ଜିଲାପାଳ ଗ୍ରାଉଣ୍ଡ ଜିରୋକୁ ଆସି ଦେଖନ୍ତୁ ବୋଲି କହିଥିଲେ । କୈବଲ୍ୟପୁର ସେବା ସମବାୟ ସମିତି ଲିଃରେ ଚାଷୀ ୫ କେଜିରେ ଅଟକି ରହିବାରୁ ମିିଲର ଉଠି ପଳାଇଛନ୍ତି । ୭ କେଜି ନ କାଟିଲେ ଧାନ କିଣି ହେବନି ବୋଲି ରୋକ୍‌ଠୋକ୍‌ କହିଛନ୍ତି। ଏଣୁ ବୁଧବାର ଧାନ ବିକ୍ରି ପାଳିରେ ଚାଷୀ ଧାନ ବିକ୍ରି ପାରିନି । ଅନ୍ୟପକ୍ଷେ ଶରଣକୁଳ ଧାନମଣ୍ଡିରେ ୭କେଜି ଲେଖାଏ ଧାନ କାଟିବାକୁ ମିଲର କହିବାରୁ ଚାଷୀ ଅରାଜି ହୋଇଥିଲା । ଏଣୁ ଧାନମଣ୍ଡି ଉଦ୍‌ଘାଟନ ହୋଇଥିଲେ ମଧ୍ୟ ଚାଷୀ ଧାନ ବିକ୍ରି କରିପାରିଲାନି । ଅପରପକ୍ଷେ ଏଠାର ଚାଷୀଙ୍କୁ ମିଲର ଝୋଟ ଅଖା ଓ ସୁତୁଲି ଦେଇ ନ ଥିବାରୁ ଚାଷୀ ମଣ୍ଡିକୁ ଧାନ ଆଣି ନ ଥିଲା । ରଙ୍ଗଣିପାଟଣା ପ୍ୟାକ୍ସରେ ଧାନମଣ୍ଡି ଉଦ୍‌ଘାଟନ ସତ୍ତ୍ୱେ ଚାଷୀ ଧାନ ବିକ୍ରି କରି ପାରୁନି । ଏଠାରେ କୁଇଣ୍ଟାଲ ପିଛା ୧୦ କେଜି ଲେଖାଏ ଧାନ କାଟିବାକୁ ମିଲର ପରାମର୍ଶ ଦେଇଛି । ଚାଷୀ ଅରାଜି ହେବାରୁ ଧାନ କିିଣା ହୋଇ ପାରିନାହିଁ । କୁରାଳ, ମଶାବାରି, ବାଙ୍କତରା ପ୍ୟାକ୍ସରେ ମଣ୍ଡି ଖୋଲିନି । ଏଠାରେ ୮କେଜି ଲେଖାଏ ଧାନ କାଟିବାକୁ ମିଲର କହୁଛି । ଆଲୋଚନାରେ କଟ୍‌ନୀଛଟ୍‌ନୀର ସମାଧାନ ସୂତ୍ର ବାହାରୁ ନ ଥିବାରୁ ମଣ୍ଡି ଖୋଲିପାରୁ ନାହିଁ । ଏନେଇ ଜିଲା ଯୋଗାଣ ଅଧିକାରୀ ତିଳୋତ୍ତମା ପ୍ରଧାନ କୁହନ୍ତି, କଟ୍‌ନୀଛଟ୍‌ନୀକୁ ଆମେ ବିରୋଧ କରୁଛୁ । ଅଭିଯୋଗ ଆସିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି। ଏଆରସିଏସ ହାଡିବନ୍ଧୁ ମହାକୁଡ କୁହନ୍ତି, ଜିଲାରେ ୨୧ଟି ଧାନ ମଣ୍ଡି ଖୋଲିଛି । ଆମେ ଯୁଦ୍ଧକାଳୀନଭିତ୍ତିରେ ଧାନ ମଣ୍ଡି ଖୋଲିବାକୁ ପ୍ରସ୍ତୁତ ଅଛୁ । ତେବେ ବିଭିନ୍ନ କାରଣ ଯୋଗୁ ଏହା ଖୋଲିପାରୁ ନାହିଁ । ଖୁବ୍‌ଶୀଘ୍ର ସବୁ ମଣ୍ଡି ଖୋଲିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ପୋଲିସର ଚଢ଼ାଉ, ଏତେ ଲିଟର ଦେଶୀ ମଦ ଜବତ

ବ୍ରାହ୍ମଣୀଗାଁ , ୨୯ ।୩ (ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉବେଳେ ୨୨...

‘ଡବଲ ଇଞ୍ଜିନ ସରକାର ଲାଗି ଶପଥପାଠ କରାଇଲା ଭାଜପା’

ଛତ୍ରପୁର,୨୮।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ଠାରେ ଭାଜପା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଛି l...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ଆଗକୁ ନିର୍ବାଚନ: ବଦଳିଲେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ଭଦ୍ରକ,୨୯।୩(ସନାତନ ରାଉତ): ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦରେ ବଦଳ କରାଯାଇଛି। ଭଦ୍ରକ ବ୍ଲକ ଅଧୀନ କୋରକୋରା ପଞ୍ଚାୟତ ନୂଆସାହିର...

ଦ୍ୱିତୀୟ ଥର ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଷ୍ଣୁବ୍ରତ

ବାସୁଦେବପୁର,୨୯ା୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପୁନର୍ବାର ଏହି ନିର୍ବାଚନ ମଣ୍ଡଳୀରୁ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri