ଧାନ କାଟିବାକୁ ନେଇ ମୂଲଚାଲ

ନୟାଗଡ଼ ଅଫିସ,୫।୧: କଟ୍‌ନୀଛଟ୍‌ନୀକୁ ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀ ରୋକ୍‌ଠୋକ୍‌ ମନା କରୁଥିବାବେଳେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ଏହାକୁ ରୋକିବା କାଠିକର ପାଠ ହୋଇ ପଡିଛି । କଟ୍‌ନୀଛଟ୍‌ନୀକୁ ନେଇ ଚାଷୀ ଓ ମିଲର ମଧ୍ୟରେ ସବୁ ଧାନ ମଣ୍ଡିରେ ମୂଲଚାଲ ହେଉଛି । ମିଲର ୭ କେଜି ଧାନ କାଟିବାକୁ ପ୍ରସ୍ତାବ ଦେଉଥିବାବେଳେ ଚାଷୀ କେଉଁଠି ୪ ତ ଆଉ କେଉଁଠି ୫ କିଲୋ କୁଇଣ୍ଟାଲ ପିଛା କାଟିବାକୁ ସହମତି ପ୍ରକାଶ କରୁଛନ୍ତି। ତେବେ ୭କିଲୋ କାଟିବାକୁ ପ୍ରାୟତଃ ସବୁ ମଣ୍ଡିରେ ମିଲର ଜିଦ୍‌ ଧରି ବସୁଥିବା ନଜିରକୁ ଆସୁଛି । ଜିଲାର ଓଡ଼ଗଁା ବ୍ଲକ ଅନ୍ତର୍ଗତ ଶିଖରପୁର, ଡିମିଶର, ପାଟୁଳିସାହି, ଭାଲିଆଡିହି ପ୍ରାଥମିକ କୃଷି ସମବାୟ ସମିତିରେ ଖୋଲିବାକୁ ଥିବା ଧାନମଣ୍ଡିରେ ୭ କେଜି ଲେଖାଏ ଧାନ କୁଇଣ୍ଟାଲ ପିଛା କାଟିବାକୁ ମିଲର ଦେଇଥିବା ପ୍ରସ୍ତାବକୁ ଚାଷୀ ବାଧ୍ୟବାଧକତାରେ ହଁ କରିଛିି । ୭ କେଜି କଟ୍‌ନୀଛଟ୍‌ନୀ ନ ହେଲେ ଧାନ କିଣିବୁ ନାହିଁ ବୋଲି ମିଲର ଚେତାବନୀ ଦେଇ ଉଠି ପଳାଇବାରୁ ଚାଷୀମାନେ ଭୟଭୀତ ହେଉଛନ୍ତି । ଗୋଡିପଡା ପ୍ରାଥମିକ ସମବାୟ ସମିତିରେ ୫ ଅଥବା ୬ କେଜି କାଟିବାକୁ ଚାଷୀ ପରାମର୍ଶ ଦେଇଥିବାବେଳେ ୭ କେଜି ନ ହେଲେ ଧାନ କିଣିବୁ ନାହିଁ କହି ମିଲର ଉଠି ଚାଲି ଆସୁଛନ୍ତି । ଏଣୁ ଏଠାରେ କଟ୍‌ନୀଛଟ୍‌ନୀ କେତେ ହେବ ସ୍ଥିର ହୋଇ ପାରିନି । ତେବେ ଶିଖରପୁର, ଡିମିଶର, ପାଟୁଳିସାହି, ଭାଲିଆଡିହି ଓ ଗୋଡିପଡା ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀମାନେ ଧାନ ବିକିବା ନେଇ ଚିନ୍ତାରେ ପଡିଛନ୍ତି । ମଣ୍ଡିରେ ଧାନ ନ ବିକିଲେ ବେପାରୀଙ୍କୁ ୧୨୦୦ରୁ ୧୪୦୦ ଟଙ୍କାରେ ବିକ୍ରି କରି କ୍ଷତିର ସମ୍ମୁଖୀନ ହେବାକୁ ଚାଷୀ ଚାହୁନି। ଏଣୁ ମିଲର କଥାରେ ରାଜି ହୋଇ ୭ କେଜି ଲେଖାଏ କଟ୍‌ନୀଛଟ୍‌ନୀକୁ ଚାଷୀ ବାଧ୍ୟବାଧକତାରେ ହଁ କରୁଛି ।

ଏନେଇ ଜଣେ ଚାଷୀ ନିଜ ନାମ ଗୋପନ ରଖି କହିଛନ୍ତି, ପରିସ୍ଥିତି ଏପରି ହୋଇଛି ଆମେ ମିଲର କଥାରେ ରାଜି ହେବାକୁ ବାଧ୍ୟ । ଗ୍ରାଉଣ୍ଡ ଜିରୋକୁ ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀ ଆସି ସମସ୍ୟା ସମାଧାନ କରିବେନି । ଜିଲା ସଦର ମହକୁମାରେ ବସି ମିଲରଙ୍କୁ ପରାମର୍ଶ ଓ ନିର୍ଦ୍ଦେଶ ଦେଇଦେଲେ ଚାଷୀଙ୍କ ସମସ୍ୟା ସମାଧାନ ହୋଇଯିବନି। ଏଣୁ ଚାଷୀ କିପରି ହଇରାଣ ହେଉଛନ୍ତି ଜିଲାପାଳ ଗ୍ରାଉଣ୍ଡ ଜିରୋକୁ ଆସି ଦେଖନ୍ତୁ ବୋଲି କହିଥିଲେ । କୈବଲ୍ୟପୁର ସେବା ସମବାୟ ସମିତି ଲିଃରେ ଚାଷୀ ୫ କେଜିରେ ଅଟକି ରହିବାରୁ ମିିଲର ଉଠି ପଳାଇଛନ୍ତି । ୭ କେଜି ନ କାଟିଲେ ଧାନ କିଣି ହେବନି ବୋଲି ରୋକ୍‌ଠୋକ୍‌ କହିଛନ୍ତି। ଏଣୁ ବୁଧବାର ଧାନ ବିକ୍ରି ପାଳିରେ ଚାଷୀ ଧାନ ବିକ୍ରି ପାରିନି । ଅନ୍ୟପକ୍ଷେ ଶରଣକୁଳ ଧାନମଣ୍ଡିରେ ୭କେଜି ଲେଖାଏ ଧାନ କାଟିବାକୁ ମିଲର କହିବାରୁ ଚାଷୀ ଅରାଜି ହୋଇଥିଲା । ଏଣୁ ଧାନମଣ୍ଡି ଉଦ୍‌ଘାଟନ ହୋଇଥିଲେ ମଧ୍ୟ ଚାଷୀ ଧାନ ବିକ୍ରି କରିପାରିଲାନି । ଅପରପକ୍ଷେ ଏଠାର ଚାଷୀଙ୍କୁ ମିଲର ଝୋଟ ଅଖା ଓ ସୁତୁଲି ଦେଇ ନ ଥିବାରୁ ଚାଷୀ ମଣ୍ଡିକୁ ଧାନ ଆଣି ନ ଥିଲା । ରଙ୍ଗଣିପାଟଣା ପ୍ୟାକ୍ସରେ ଧାନମଣ୍ଡି ଉଦ୍‌ଘାଟନ ସତ୍ତ୍ୱେ ଚାଷୀ ଧାନ ବିକ୍ରି କରି ପାରୁନି । ଏଠାରେ କୁଇଣ୍ଟାଲ ପିଛା ୧୦ କେଜି ଲେଖାଏ ଧାନ କାଟିବାକୁ ମିଲର ପରାମର୍ଶ ଦେଇଛି । ଚାଷୀ ଅରାଜି ହେବାରୁ ଧାନ କିିଣା ହୋଇ ପାରିନାହିଁ । କୁରାଳ, ମଶାବାରି, ବାଙ୍କତରା ପ୍ୟାକ୍ସରେ ମଣ୍ଡି ଖୋଲିନି । ଏଠାରେ ୮କେଜି ଲେଖାଏ ଧାନ କାଟିବାକୁ ମିଲର କହୁଛି । ଆଲୋଚନାରେ କଟ୍‌ନୀଛଟ୍‌ନୀର ସମାଧାନ ସୂତ୍ର ବାହାରୁ ନ ଥିବାରୁ ମଣ୍ଡି ଖୋଲିପାରୁ ନାହିଁ । ଏନେଇ ଜିଲା ଯୋଗାଣ ଅଧିକାରୀ ତିଳୋତ୍ତମା ପ୍ରଧାନ କୁହନ୍ତି, କଟ୍‌ନୀଛଟ୍‌ନୀକୁ ଆମେ ବିରୋଧ କରୁଛୁ । ଅଭିଯୋଗ ଆସିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି। ଏଆରସିଏସ ହାଡିବନ୍ଧୁ ମହାକୁଡ କୁହନ୍ତି, ଜିଲାରେ ୨୧ଟି ଧାନ ମଣ୍ଡି ଖୋଲିଛି । ଆମେ ଯୁଦ୍ଧକାଳୀନଭିତ୍ତିରେ ଧାନ ମଣ୍ଡି ଖୋଲିବାକୁ ପ୍ରସ୍ତୁତ ଅଛୁ । ତେବେ ବିଭିନ୍ନ କାରଣ ଯୋଗୁ ଏହା ଖୋଲିପାରୁ ନାହିଁ । ଖୁବ୍‌ଶୀଘ୍ର ସବୁ ମଣ୍ଡି ଖୋଲିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri