ତାତିଲେ ଚାଷୀ, ୨୮ରେ ତହସିଲ ଘେରାଉ

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷୀ ସମସ୍ୟା ବଢି ଚାଲିଛି। ଧାନବିକ୍ରି ଅବ୍ୟବସ୍ଥା ଏଥର ଅନ୍ୟବର୍ଷ ଅପେକ୍ଷା ଚାଷୀଙ୍କ ଦୁଃଖ ବଢାଇ ଦେଇଛି। ଏହାକୁ ନେଇ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ଭଟଲି ବ୍ଲକ ସୁଲୁସୁଲିଆ କୋଲିଆରି ଡ୍ୟାମ୍‌ଠାରେ ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନ ଭଟଲି ବ୍ଲକ ଶାଖା ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜୟ କିଷାନ ଆନ୍ଦୋଳନର ବ୍ଲକ ସଭାପତି ଅକ୍ଷୟ ପ୍ରଧାନ ଏଥିରେ ସଭାପତିତ୍ୱ କରିଥିଲେ। ଭଟଲି ବ୍ଲକରେ ଜିଲାର ସର୍ବାଧିକ ଗଭୀର ନଳକୂପ ଥିବାବେଳେ ଏଠାକାର ଚାଷୀମାନେ ବିଦ୍ୟୁତ୍‌ ବିଲ୍‌ ଅସୁଲିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଧାନ ବିକ୍ରି ସମସ୍ୟା ସେମାନଙ୍କ ମାନସିକ, ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା ଚାଷୀମାନେ କହିଥିଲେ। ଏହି ବ୍ଲକର ସମସ୍ତ ମଣ୍ଡିରେ କଟ୍‌ନିଛଟ୍‌ନି ଜୋରସୋରରେ ଚାଲିଥିବା ଅଭିଯୋଗ ହୋଇଥିଲା। ଯେଉଁ ଚାଷୀ ଉପଯୁକ୍ତ ମୂଲ୍ୟ ପାଇବା ଆଶାରେ ମଣ୍ଡିକୁ ଧାନ ନେଉଛନ୍ତି, ତାଙ୍କୁ ଗ୍ରେନ ଆନାଲାଇଜର ଭୟ ଦେଖାଇ ସେହି ଧାନକୁ ନନ୍‌ ଏଫଏକ୍ୟୁ ଦର୍ଶାଯାଉଛି । ଫଳରେ ଚାଷୀମାନେ ବାଧ୍ୟ ହୋଇ କଟନିଛଟନିରେ ଧାନ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ସେହିପରି ଧାନ ବିକ୍ରି ନ ସରୁଣୁ ଚାଷୀଙ୍କଠାରୁ ବିଦ୍ୟୁତ୍‌ ବିଲ୍‌ ଅସୁଲି କରିଯାଉଥିବା ଅଭିଯୋଗ କରି ଏହା ସରକାରଙ୍କ ଚାଷୀ ବିରୋଧୀ ନୀତି ବୋଲି ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ ତାକୁ ଦୃଢ଼ ନିନ୍ଦା କରିଥିଲେ। କେନ୍ଦ୍ର କେରଳ ସରକାରକୁ ଦେଇଥିବା ଚିଠିକୁ ଉଲ୍ଲେଖ କରି ଲିଙ୍ଗରାଜ କହିଥିଲେ, ସରକାରଙ୍କ ଚାଷୀ ବିରୋଧୀ ନୀତି ବିଷୟରେ ଚାଷୀମାନଙ୍କୁ ସଜାଗ ହୋଇ ଉଚିତ ଜବାବ ଦେବାକୁ ପଡ଼ିବ ସେ ଆହ୍ବାନ କରିଥିଲେ। ଏହି ସଭାରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜଙ୍କ ସମେତ ବରିଷ୍ଠ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନ, ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ, ବିଜୟ ପ୍ରଧାନ, ମିନିଷ୍ଟର ବାରିକ, ଘନଶ୍ୟାମ ସା, ମନବୋଧ ସାହୁ, ମୋତିରାମ ସାହୁ ସଦାନନ୍ଦ ନାଏକ, ନେହେରୁ ଭୁଏ, ସୋହେଲା ବ୍ଲକ ସଭାପତି ସୁରେନ୍ଦ୍ର ମେହେର ପ୍ରମୁଖ ଯୋଗ ଦେଇଥିଲେ। ସେହିଭଳି ଅବ୍ୟବସ୍ଥା ବିରୋଧରେ ଆସନ୍ତା ୨୮ ତାରିଖରେ ଭଟଲି ବ୍ଲକ ଅଫିସରେ ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?