କିଏ ଆପଣଙ୍କ ପସନ୍ଦର ଭାରତୀୟ ଅଭିନେତା; ଜବାବରେ ଏଭଳି କହି ହୃଦୟ ଜିଣିଲେ ପାକିସ୍ତାନର ଏହି ପୂର୍ବ ଦ୍ରୁତ ବୋଲର

ନୂଆଦିଲ୍ଲୀ,୧୧।୬: କ୍ରିକେଟ ଇତିହାସର ସବୁଠାରୁ ଆକ୍ରମଣାତ୍ମକ ଦ୍ରୁତ ବୋଲରଙ୍କ ମଧ୍ୟରୁ ଶୋଏବ ଅଖତର ଜଣେ। ସେ ନିଜର ଗତିକୁ ନେଇ ବ୍ୟାଟ୍ସମ୍ୟାନଙ୍କ ମନରେ ଭୟ ଜାତ କରାଇ ଦେଉଥିଲେ। କ୍ରିକେଟରୁ ସନ୍ୟାସ ନେବା ପରେ ଅଖତର କ୍ରିକେଟ ବିଶେଷଜ୍ଞ ହୋଇଛନ୍ତି। ଏହି ସମୟରେ ସେ ପାକିସ୍ତାନ ଦଳ ପରିଚାଳନା ଏବଂ ବୋର୍ଡକୁ ନେଇ ମଜା କରୁଥିବା ଦେଖାଯାଏ। ନ ଡ଼ରି ନିଜର କଥା ରଖିବାକୁ ନେଇ ପରିଚିତ ଅଖତର ନିକଟରେ ଇନ୍‌ଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ପ୍ରଶ୍ନୋତ୍ତର ଅଧିବେଶନ କରିଥିଲେ। ଏଥିରେ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ।

ଯେତେବେଳେ ଜଣେ ପ୍ରଶଂସକ ତାଙ୍କୁ ତୁମେ ପାକିସ୍ତାନର ଯୁବ ଦଳର କୋଚ୍‌ ହେବ କି ନାହିଁ ବୋଲି ପ୍ରଶ୍ନ କରିଥିଲେ, ତାହାର ସ୍ପଷ୍ଟ ଜବାବ ଦେଇ ଅଖତର ସମ୍ପୂର୍ଣ୍ଣ ଭୁଲ ପରାମର୍ଶ ବୋଲି କହିଥିଲେ। ସେହିଭଳି ଜଣେ ପ୍ରଶଂସକ ତୁମର ପ୍ରିୟ ଭାରତୀୟ ଅଭିନେତା କିଏ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ଅଖତର ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଫଟୋ ଶେୟାର କରିଛନ୍ତି। ଏଥିସହ ଉତ୍ତରରେ ସଲମାନଙ୍କୁ ସେ ଟ୍ୟାଗ୍‌ ମଧ୍ୟ କରିଛନ୍ତି। ଆଉ ଏକ ପ୍ରଶ୍ନରେ ଯଦି ଆପଣଙ୍କ ଉପରେ ବାୟୋପିକ୍‌ ନିର୍ମାଣ ହୁଏ, କିଏ ଅଭିନୟ କରିବେ ବୋଲି ଚାହିଁବେ ପ୍ରଶ୍ନରେ ଅଖତର ସଲମାନଙ୍କ ନାମ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କୁ ବଡ଼ ଖୁସି ଖବର ଦେଲେ ଏବି ଡି ଭିଲିୟର୍ସ

ଚେନ୍ନାଇ, ୧୯।୪: ଟି -୨୦ ବିଶ୍ୱକପ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ଚାହୁଁଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ଏବି ଡିଭିଲିୟର୍ସ। ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ...

ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନ୍‌ର ବିଜୟଲକ୍ଷ୍ୟ

ହାମିଲଟନ,୨୯।୧- ଏଠାରେ ଚାଲିଥିବା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ ବ୍ୟାଟିଂ କରିଥିବା...

ଘରୋଇ ମଇଦାନରେ ରୋହିତଙ୍କ ରହିଛି ଏଭଳି ରେକର୍ଡ, ଫିକା ପଡ଼ିପାରନ୍ତି ଇଂଲଣ୍ଡ ବୋଲର୍‌

ନୂଆଦିଲ୍ଲୀ,୨୭।୧: କୋଭିଡ-୧୯ ପରେ ଭାରତରେ ପ୍ରଥମ ଥର ପାଇଁ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ଖେଳାଯିବ। ଇଂଲଣ୍ଡର ଟିମ୍‌ ସିରିଜ୍‌ ଖେଳିବା ଲାଗି ଭାରତ ଗସ୍ତରେ ଆସିବ। ଫେବୃୟାରୀ...

କୋଭିଡ-୧୯ ମହାମାରୀ: ବିଶ୍ୱକପ୍‌ ଫାଇନାଲ ଜର୍ସି ଦାନ କରିବେ ନିକୋଲ୍ସ

ଓ୍ବେଲିଂଟନ,୨।୫ (ପି.ଟି.): କୋଭିଡ-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ପରିବାର ତଥା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ହେନେରୀ ନିକୋଲ୍ସ ଏବେ ଆଗକୁ...

ବିବାହର ୫ ମାସ ମଧ୍ୟରେ ମା’ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ,୧୦ା୧୦: ଅଭିନେତ୍ରୀ ପୂଜା ବାନାର୍ଜୀ ବିବାହର ୫ ମାସ ମଧ୍ୟରେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସ୍ବାମୀ କୁଣାଳ କହିଛନ୍ତି, ‘ପୂଜା ଏବଂ ମୁଁ...

‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ରଜନୀକାନ୍ତଙ୍କ ଲୁକ୍ସକୁ ପସନ୍ଦ କରୁଛନ୍ତି ଦର୍ଶକେ

ମୁମ୍ବାଇ,୧୦।୩: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ୬୯ ବର୍ଷ ବୟସରେ ବି ପ୍ରଶଂସକଙ୍କ ମନରେ ଘର କରି ରହିଛନ୍ତି। ଏବେବି ଦର୍ଶକେ ତାଙ୍କୁ ସେହି ସୁପରଷ୍ଟାର ବୋଲି...

ସାୟାନୀଙ୍କ ଭିନ୍ନ ଅବତାର

ମୁମ୍ବାଇ: ଅଭିନେତ୍ରୀ ସାୟାନୀ ଗୁପ୍ତା ଅନୁଭବ ସିହ୍ନାଙ୍କ ‘ଆର୍ଟିକିଲ୍‌ ୧୫’ରେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବେ। ଏହି ଭୂମିକା ତାଙ୍କ ପାଇଁ ନୂଆ ହୋଇଥିଲେ...

ମିଳିଲା ସର୍ଫରାଜଙ୍କ ଅଳସୁଆମିର କାରଣ

ମାଞ୍ଚେଷ୍ଟର,୧୭।୬(ଏଏଫ୍‌ପି)- ଭାରତୀୟ ଦଳ ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ଦଳ ବିପକ୍ଷରେ ତା’ର ଅପରାଜେୟ ଧାରା ଜାରି ରଖିବାରେ ସକ୍ଷମ ହୋଇଛି। ଏଭଳି ହାଇଭୋଲ୍ଟେଜ ମ୍ୟାଚ୍‌ରେ ପାକିସ୍ତାନ...

Seven Jackpot
Ten Cric Info
Advertisement


Archives

Model This Week

Why Dharitri