Posted inଜାତୀୟ

ଘର ଲୋକେ ଘର ଛାଡ଼ିବାକୁ ବାଧ୍ୟ କଲେ, ବର୍ତ୍ତମାନ କଂଗ୍ରେସରେ ଡାକ୍ତର ଜଣେ କମ୍ପାଉଣ୍ଡର, ଗୁଲାମ ନବୀ ବଖାଣିଲେ ଅନ୍ତର ବ୍ୟଥା…

ନୂଆଦିଲ୍ଲୀ, ୨୯।୮ : କଂଗ୍ରେସ ଛାଡିବା ପରେ ଗୁଲାମ ନବୀ ଆଜାଦ ପୁଣି ଥରେ ଗଣମାଧ୍ୟମ ସହ କଥା ହୋଇଛନ୍ତି। ଏହି ସମୟରେ ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର ଦେଇଥିଲେ। ସେ କହିଛନ୍ତି ଯେ ଘର ଲୋକେ ତାଙ୍କୁ ଘରୁ ବାହାରିବାକୁ ବାଧ୍ୟ କରିଥିଲେ। ଯେଉଁଠାରେ ପରିବାର ଅନୁଭବ କରନ୍ତି ଯେ ଏହି ବ୍ୟକ୍ତିଙ୍କୁ ଚାହୁଁ ନାହାଁନ୍ତି, ତେବେ ସେପରିସ୍ଥଳେ ନିଜେ ଘରୁ ବାହାରିବା ବୁଦ୍ଧିମାନର କାମ ବୋଲି ସେ କହିଛନ୍ତି। ଏଭଳି କହି ସେ ନିଜର ଅନ୍ତର ବ୍ୟଥା ବଖାଣିଛନ୍ତି।

ଭାଜପା ସହିତ ଜଡିତ ଥିବା ପ୍ରସଙ୍ଗରେ ସେ ରାହୁଲ ଗାନ୍ଧୀଙ୍କ ନାମ ନନେଇ କହିଛନ୍ତି ଯେ, ଭାଷଣ ଶେଷ ହେବା ପରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରନ୍ତି, ତା’ହେଲେ ସେ ସାକ୍ଷାତ କରିଛନ୍ତି କି ମୁଁ ସାକ୍ଷାତ କରିଛି? ଆପଣମାନେ କୁହନ୍ତୁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଗୁଲାମ ନବୀ କହିଛନ୍ତି ଯେ ପ୍ରଥମେ ଜୟରାମ ରମେଶ ତାଙ୍କର ଡିଏନଏ ଯାଞ୍ଚ କରିବା ଉଚିତ ଯେ ସେ କେଉଁଠାରେ ଅଛନ୍ତି ଏବଂ କେଉଁ ଦଳରୁ ଆସିଛନ୍ତି। ସେ ଦେଖିବା ଉଚିତ ଯେ ତାଙ୍କ ଡିଏନଏ କେଉଁ ଦଳରେ ଅଛି। କଂଗ୍ରେସ କେଉଁଠାରେ ଅଛି ତାହା ବାହାର ଲୋକ ଜାଣନ୍ତି ନାହିଁ। ଯେଉଁମାନେ ଚାଟୁକାର ସେମାନଙ୍କର ଅଭିଯୋଗ ଭରା ଟୁଇଟ ଦ୍ୱାରା ଆମେ ଦୁଃଖ ଅନୁଭବ କରିଥାଉ ବୋଲି ସେ କହିଛନ୍ତି।

ଗୁଲାମ ନବୀ କହିଛନ୍ତି ଯେ ମୋଦିଙ୍କ ନାମ ଏକ ବାହାନା। ଜି-୨୩ର ଚିଠି ଲେଖାଯିବା ପରଠାରୁ ତାଙ୍କ ସହ ମୋର ବିବାଦ ରହିଛି। ସେ କେବେବି ଚାହୁଁ ନଥିଲେ ଯେ କେହି ତାଙ୍କୁ ଲେଖନ୍ତୁ, ତାଙ୍କୁ ପ୍ରଶ୍ନ କରନ୍ତୁ। କଂଗ୍ରେସର ଅନେକ ବୈଠକ ଅନୁଷ୍ଠିତ ହୋଇଥିଲା କିନ୍ତୁ ଗୋଟିଏ ବି ପରାମର୍ଶ ନିଆଯାଇ ନଥିଲା।

ଏକ ନୂତନ ଦଳ ଗଠନ ପରେ ଆବଶ୍ୟକ ହେଲେ ସେ ଭାଜପା ସହିତ ଯିବେ କି ବୋଲି ପଚରାଯାଇଥିବା ବେଳେ ସେ ଉତ୍ତର ଦେଇଛନ୍ତି ଯେ କଂଗ୍ରେସରେ ଅନେକ ଅଶିକ୍ଷିତ ଲୋକ ଅଛନ୍ତି। ମୁଁ ଭାଜପା ପାଇଁ ଗୋଟିଏ ଭୋଟ ଲାଗି କାହାକୁ ଅନୁରୋଧ ଆବେଦନ କରିପାରିବି ନାହିଁ।

କଂଗ୍ରେସ ଦଳରେ ନିର୍ବାଚନ ପ୍ରଶ୍ନ ଉପରେ ଗୁଲାମ ନବୀ କହିଛନ୍ତି ଯେ ମୁଁ କେବଳ କଂଗ୍ରେସ ପାଇଁ ପ୍ରାର୍ଥନା କରିପାରିବି। କିନ୍ତୁ ମୋର ପ୍ରାର୍ଥନା ଦ୍ୱାରା କଂଗ୍ରେସ ଆରୋଗ୍ୟ ହୋଇପାରିବ ନାହିଁ। କାରଣ ଔଷଧର ଆବଶ୍ୟକତା ରହିଛି। ବର୍ତ୍ତମାନ ତାଙ୍କର ଡାକ୍ତର ଜଣେ କମ୍ପାଉଣ୍ଡର। ବର୍ତ୍ତମାନ କଂଗ୍ରେସ ବିଶେଷଜ୍ଞଙ୍କ ଆବଶ୍ୟକ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri