ନମ୍ବର ପ୍ଲେଟ ଖୋଲି ମୋରମ ଚୋରାଚାଲାଣ

ଜଳେଶ୍ୱର, ୨୯ା୮(ଡି.ଏନ.ଏ.): ଜଳେଶ୍ୱର ବ୍ଲକ ରାଇବଣିଆର ବିଭିନ୍ନ ଜଙ୍ଗଲ ଅଞ୍ଚଳରୁ ପଶ୍ଚିମବଙ୍ଗକୁ ବ୍ୟାପକ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ମୋରମ ଖନନ ଓ ପରିବହନ ପାଇଁ କେତେକ ସରକାରୀ କଟକଣା ଥିଲାବେଳେ କେତେକ ର଼୍ୟାକେଟ ଖୁଲମଖୁଲା ଚାଲାଣ କରୁଥିବା କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ରାଇବଣିଆର ଉତ୍ତର ଓ ପୂର୍ବ ଦିଗରେ ସୁବର୍ଣ୍ଣରେଖା ପ୍ରବାହିତ ହେଉଥିବାରୁ ଏହି ଅଞ୍ଚଳ ପାହାଡିଆ ଅଟେ। ସେ ଅଞ୍ଚଳର ମୋରମ ସରକାରୀ ନିଲାମ ଦିଆଯାଇ ନ ଥିବା ବେଳେ ସେଠାରୁ ଚୋରାରେ ଚାଲାଣ ହୋଇଆସୁଛି। ବରଡିହା ପଞ୍ଚାୟତର ରାଇଶୋଳ ଗ୍ରାମ ନିକଟରୁ ଚୋରାରେ ମୋରମ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି। ଦିବାରାତ୍ର କେତେକ ଡମ୍ପର ରାଇଶୋଳରୁ ଭାୟା ଅଗ୍ରୱାଲା ଛକ ଦେଇ ୬୦ନଂ ଜାତୀୟ ରାଜପଥରେ ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି। ଏଥିନିମନ୍ତେ ତହସିଲ କାର୍ଯ୍ୟାଳୟର କେତେକ କର୍ମଚାରୀ ସମ୍ପୃକ୍ତ ଥିବା କୁହାଯାଇଛି। କୌଣସି ସ୍ଥାନରୁ ଖବରପାଇ ରାଜସ୍ବ ବିଭାଗର କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତମାନେ ଜାଣିପାରୁଥିବା ଯୋଗୁ କର୍ମଚାରୀଙ୍କ ସମ୍ପୃକ୍ତିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଡମ୍ପରଗୁଡିକ ଜଣା ନ ଯିବା ଲାଗି ନମ୍ବର ପ୍ଲେଟ ଖୋଲି ଏପରି ଚୋରାଚାଲାଣ ହେଉଥିବା କୁହାଯାଉଛି। କେବଳ ବରଡିହା ନୁହେଁ, ଶ୍ୟାମନଗର, ସର୍ଦ୍ଦାରବନ୍ଧ ଓ ରାଇବଣିଆ ପଞ୍ଚାୟତର କେତେକ ଜଙ୍ଗଲ ଅଞ୍ଚଳରୁ ଏପରି ଚୋରାଚାଲାଣ ହୋଇଆସୁଥିବା କୁହାଯାଇଛି। ଉପରୋକ୍ତ ୩ପଞ୍ଚାୟତରୁ ଅଧିକ ମୋରମ ନୟାଗ୍ରାମ ଥାନାକୁ ଚୋରାରେ ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି।  ବାଲି ଓ ମୋରମ ଚୋରାଚାଲାଣ ରୋକିବା ଲାଗି ଟାକ୍ସଫୋର୍ସ ଗଠନ ଲାଗି ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସରପଞ୍ଚଙ୍କ ହତ୍ୟା ପଛରେ ପ୍ରତିଶୋଧ

ବ୍ରହ୍ମପୁର ଅଫିସ,୧୭ା୧୧: କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦୁଇ ଭାଇଙ୍କୁ ବଡବଜାର ପୋଲିସ ଗିରଫ...

‘ସୌଭାଗ୍ୟ’ ପାଲଟିଛି ଦୁର୍ଭାଗ୍ୟ

ଭଦ୍ରକ ଅଫିସ, ୨୮।୧୨- ଭଦ୍ରକ ଜିଲାରେ ସୌଭାଗ୍ୟ ଯୋଜନା ଏବେ ଗରିବ ଲୋକଙ୍କ ପାଇଁ ଦୁର୍ଭାଗ୍ୟ ଅବସ୍ଥା ଆଣିଦେଇଛି। ବିଦ୍ୟୁତ୍‌ ବିଭାଗର ଅଜବ ନିୟମ କାରଣରୁ...

ରୋଜଗାର ଯୋଗାଉଛି କଡ଼କନାଥ

କେନ୍ଦ୍ରାପଡା ଅଫିସ, ୫।୭: ବିପଦ ଆପଦରେ ଗୋଟିଏ କଡକନାଥ କୁକୁଡା ବିକିଲେ ୭୦୦ରୁ ୯୦୦ଟଙ୍କା ମିଳିଯାଉଛି। ପିଲାଙ୍କ ପଢ଼ା ଖର୍ଚ୍ଚ ହେଉ ଅଥବା ଔଷଧ କିଣିବା,...

ପରିବେଶ ମଞ୍ଜୁରୀ ଓ ରାଜସ୍ବ ଆଦାୟକୁ ଅଣଦେଖା; ବେଲଗାମ୍‍ ହେଉଛି ବାଲି ଉଠାଣ

କେନ୍ଦ୍ରାପଡା ଅଫିସ, ୩।୧୨: କେନ୍ଦ୍ରାପଡ଼ା ଜିଲାରେ ଗତ ୨ ବର୍ଷ ମଧ୍ୟରେ ୪ଟି ଏନ୍‌ଜିଟି (ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ) ମାମଲା ଜିଲା ପ୍ରଶାସନକୁ ଅଡୁଆରେ ପକାଇଛି।...

ଦଲାଲମୁକ୍ତ ହୋଇନି ସରକାରୀ କାର୍ଯ୍ୟାଳୟ

ଅନୁଗୋଳ ଅଫିସ୍‌, ୬।୨ – ମେଡିକାଲ ହେଉ କି ଆର୍‌ଟିଓ କିମ୍ବା ଅନ୍ୟାନ୍ୟ ଅଫିସ, ଅନୁଗୋଳ ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାଲିଛି ଦଲାଲ ରାଜ।...

ଏସ୍‌ଏଫ୍‌ଡିଆର୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୬।୩: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ପକ୍ଷରୁ ସଲିଡ୍‌ ଫୁଏଲ୍‌ ଡକ୍ଟେଡ୍‌ ରାମଜେଟ୍‌ (ଏସ୍‌ଏଫ୍‌ଡିଆର୍‌)ର ଶୁକ୍ରବାର ସଫଳ...

ଉପନିର୍ବାଚନ ପୂର୍ବରୁ ହିଂସା: ହୋଟେଲରେ ପଶି ସଂଘବଦ୍ଧ ଆକ୍ରମଣ, ୨ ଗୁରୁତର, ୫ ଗିରଫ

ବାଲେଶ୍ୱର ଅଫିସ,୨।୧୧-ବାଲେଶ୍ୱର ବିଧାନସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟଗ୍ରହଣ ହେବ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରବିବାର ମଧ୍ୟରାତିରେ ଦୁଇ...

ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି ବାରିପଦାର ରାଜେନ୍ଦ୍ର: ଟୁଇଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ, ୩୧ା୩- ବାରିପଦା ସହରର ତକତପୁର ଅଞ୍ଚଳର ରାଜେନ୍ଦ୍ର କବାଟଙ୍କ ପରିବାରବର୍ଗ ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି। ଏନେଇ ମଙ୍ଗଳବାର ‘ଧରିତ୍ରୀ’ରେ ଖବର...

Advertisement
Archives

Model This Week