ଅଧିକାରୀଙ୍କ ସୁରକ୍ଷାରେ ନକଲି ଶିକ୍ଷକ

ଯାଜପୁର ଅଫିସ,୪।୧: ନକଲି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଶିକ୍ଷକଙ୍କୁ ବହିଷ୍କାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏପରି କି ତଦନ୍ତରେ ଶିଥିଳତା, କାର୍ଯ୍ୟରେ ଅବହେଳା, ଉପଯୁକ୍ତ ତଦନ୍ତ କରୁ ନ ଥିବା ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପରିସରଭୁକ୍ତ କରାଯିବ। ଏହିସବୁ ପ୍ରକ୍ରିୟା ତୁରନ୍ତ ସମ୍ପନ୍ନ କରିବା ପାଇଁ ବିଭାଗୀୟ ପ୍ରମୁଖ ସଚିବ ଗତ ୧୬ ତାରିଖରେ ସମସ୍ତ ନିର୍ଦ୍ଦେଶକ, ଜିଲାପାଳ, ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କିତ ଏକ ପତ୍ର ସୋମବାର ଯାଜପୁର ଜିଲାପାଳଙ୍କ ହସ୍ତଗତ ହୋଇଛି। ତେବେ କେତେଜଣ ନକଲି ପ୍ରମାଣପତ୍ରଧାରୀ ଶିକ୍ଷକ ଉଚ୍ଚ କର୍ତ୍ତୃପକ୍ଷଙ୍କ ଛତ୍ରଛାୟା ତଳେ ରହିଥିବାରୁ ସେମାନଙ୍କ ବିରୋଧରେ ୫ ବର୍ଷ ହେଲା ଅଭିଯୋଗ ହେଉଥିଲେ ହେଁ କିଛି ସୁଫଳ ମିଳୁନାହିଁ।
ଅଭିଯୋଗ ଆଧାରରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ପକ୍ଷରୁ ତାଲିକାଭୁକ୍ତ ନକଲି ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଗତ ଅକ୍ଟୋବର ୧୮ରେ ୨୩ଜଣ ଜିଲା ଶିକ୍ଷାଧିକାରୀ(ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି) ଏବଂ ୫୫ ଜଣ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଜବାବ ତଲବ ହୋଇଥିଲା। ନକଲି ପ୍ରମାଣପତ୍ରଧାରୀ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର ଓ ଥାନାରେ ମାମଲା ରୁଜୁ କରିବାକୁ ଗତ ୧ ବର୍ଷ ମଧ୍ୟରେ ନିର୍ଦ୍ଦେଶାଳୟ ପକ୍ଷରୁ ୬ ଥର ନିର୍ଦ୍ଦେଶ ହୋଇଛି। କିନ୍ତୁ ସମ୍ପୃକ୍ତ ଅଧିକାରୀମାନେ ତାହାକୁ ଉଲ୍ଲଂଘନ କରିଆସୁଛନ୍ତି।
କଟକ ଜିଲା ସାଲେପୁର ଶିକ୍ଷା ଜିଲା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏଭଳି ଏକ ଅଭିଯୋଗ ରହିଛି। ନକଲି ଶିକ୍ଷକଙ୍କ ପ୍ରତି ଗଣଶିକ୍ଷା ବିଭାଗୀୟ ଅଧିକାରୀଙ୍କ ଅହେତୁକ ଅନୁକମ୍ପା ଓ ଅନୁଚିତ ଅନୁଗ୍ରହ ସମ୍ପର୍କରେ ଗୋବିନ୍ଦ ଚନ୍ଦ୍ର ପଣ୍ଡା ନାମକ ଜଣେ ବ୍ୟକ୍ତି ପୂର୍ବରୁ ବହୁବାର ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଏହି ଶିକ୍ଷା ଜିଲା ଅଧୀନରେ ଶତାଧିକ ନକଲି ଶିକ୍ଷକ କାର୍ଯ୍ୟ କରୁଥିବାର ସୂଚନା ମିଳିଥିଲା। ଏନେଇ ୧୯୯୩ରେ ତକତ୍ାଳୀନ ଡିଆଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏତଲା ଭିତ୍ତିରେ ୧୬ା୪ା୧୯୯୩ରେ ଏକ ମାମଲା (ନଂ.୧୧୯) ରୁଜୁ କରି ତଦନ୍ତ କରିଥିଲା। ସେତେବେଳେ କେତେଜଣ ନକଲି ଶିକ୍ଷକ ଗିରଫ ହୋଇଥିଲେ। ପରେ ନକଲି ଶିକ୍ଷକଙ୍କ ଚାପରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ଶିଥିଳ ପଡ଼ିଥିଲା। ଏହାପରେ ରାଜ୍ୟ କ୍ରାଇମବ୍ରାଞ୍ଚ ହାତରେ ତଦନ୍ତଭାର ନ୍ୟସ୍ତ କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆଧାର କରି ୨୦୦୩ ଅଗଷ୍ଟରେ ସାଲେପୁର ଡିଆଇଙ୍କ ସମେତ ସାଲେପୁର, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବିଡିଓଙ୍କୁ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ହୋଇଥିଲା। ଇତିମଧ୍ୟରେ ୧୮ ବର୍ଷ ବିତିଗଲାଣି। ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ ହୋଇଥିବାବେଳେ ନକଲି ଶିକ୍ଷକଙ୍କୁ ବିଭାଗ ତରଫରୁ ବାରମ୍ବାର ପୁରସ୍କୃତ କରାଯାଉଛି। ସାଲେପୁର ବ୍ଲକର ଏକ ବିଦ୍ୟାପୀଠରେ କାର୍ଯ୍ୟରତ ଜଣେ ନକଲି ପ୍ରମାଣପତ୍ରଧାରୀ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇ ପ୍ରଧାନ ଶିକ୍ଷକ କରାଯାଇଛି। ସେହି ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କାର କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପତ୍ରସଂଖ୍ୟା ୧୨୪୫୦/୨୧ା୬ା୨୦୦୫ରେ ତତ୍କାଳୀନ ଡିଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ତତ୍କାଳୀନ ଡିଆଇ ବର୍ତ୍ତମାନ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଏକ ଉଚ୍ଚ ପଦବୀରେ ରହିଛନ୍ତି ବୋଲି କୁହାଯାଉଛି। ଓଟିଇଟିି (ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ) ନକଲି ପ୍ରମାଣପତ୍ର ଦାଖଲ କରି ଇନ୍‌କ୍ରିମେଣ୍ଟ ପାଇଥିବା ଯାଜପୁର ଜିଲା ବଡଚଣା ବ୍ଲକର ୩ ଜଣ ଶିକ୍ଷକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଅଟକି ରହିଛି। ଗତ ଅକ୍ଟୋବରରେ ଡିଇଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ରାଜ୍ୟରେ ପ୍ରାୟ ୪୩୦ ନକଲି ଶିକ୍ଷକ ରହିଛନ୍ତି। ସେଥିରୁ ବହୁତ କମ୍‌ ନକଲି ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେତେଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନେ କୁଣ୍ଠାପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri