Posted inଖେଳ

ବୁମ୍‌ରାଙ୍କ ଛକା ଦେଖି ସ୍ତ୍ରୀ ହେଲେ ଆଶ୍ଚର୍ଯ୍ୟ: ଦେଲେ ଏମିତି ପ୍ରତିକ୍ରିୟା

ଜୋହାନ୍ସବଗ,୪।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନ୍ସବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୨୦୨ ରନର ଅଲଆଉଟ୍‌ ହୋଇଛି। କିନ୍ତୁ ଭାରତୀୟ ବୋଲର୍‌ ଜସପ୍ରୀତ ବୁମ୍‌ରା ସମସ୍ତଙ୍କୁ ବଲରେ ନୁହେଁ ବରଂ ବ୍ୟାଟ ଦ୍ୱାରା ଆଶ୍ଚର୍ଯ୍ୟ କରିଥିଲେ। ଏକ ସମୟରେ ଟିମ ଇଣ୍ଡିଆ ୨୦୦ରେ ପହଞ୍ଚି ପାରିବ ବୋଲି କେହି ଭାବି ନ ଥିଲେ। କିନ୍ତୁ ବୁମ୍‌ରା ଶେଷରେ ଆସି ବଡ଼ ସଟ ଖେଳି ଭାରତକୁ ୨୦୦ରୁ ଅଧିକ ନେଇଥିଲେ। ଏହି ସମୟରେ, ବୁମ୍‌ରା କାଗିସୋ ରାବାଡାର ଏକ ଓଭରରେ ଦୁଇଟି ଚୌକା ଏବଂ ୧ ଛକା ସହିତ ମୋଟ ୧୪ ରନ କରିଥିଲେ।
ଭାରତର ଇନିଂସର ୬୨ ତମ ଓଭର ରାବାଡା ବୋଲିଂ କରିଥିଲେ। ସେହି ଓଭରରେ ବୁମ୍‌ରା ଆକ୍ରମଣାତ୍ମକ ବ୍ୟାଟିଂ କରି ୬ଟି ବଲରୁ ମୋଟ ୧୪ ରନ ନେଇଥିଲେ। ବୁମରାଙ୍କୁ ଦେଖି ରାବାଡା ମଧ୍ୟ ଚକିତ ହୋଇଯାଇଥିଲେ। ସମାନ ଓଭରର ତୃତୀୟ ବଲରେ ବୁମରା ଏକ ହୁକ ସଟ ଖେଳି ଛକା ମାରିଥିଲେ। ବୁମରା ନିଜେ ମଧ୍ୟ ଏହି ଆଶ୍ଚର୍ଯ୍ୟଜନକ ସଟ ଖେଳି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ା ରାବାଡାର ଫାଷ୍ଟ ବାଉନ୍ସର୍‌ ବୁମ୍‌ରା ଛକା ମାରିଥିଲେ, ଷ୍ଟାଣ୍ଡରେ ବସିଥିବା ତାଙ୍କ ସ୍ତ୍ରୀ ସଞ୍ଜନା ଗଣେଶନଙ୍କୁ ମଧ୍ୟ କରତାଳି ଦେଉଥିବାର ନଜର ଆସିଥିଲେ। ବୁମରାଙ୍କ ଛକା ଦେଖି ସେ ହସିଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

https://twitter.com/LoduLal02410635/status/1478003655290732544


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri