ନକଲି ଶିକ୍ଷକ

ହରିଶଙ୍କର ମିଶ୍ର

ନକଲି ପ୍ରମାଣପତ୍ରରେ କିଛି ଶିକ୍ଷକ ନିଯୁକ୍ତି ପାଇଥିବା ଅଭିଯୋଗର ତଦନ୍ତ ଚାଲିଛି। କିଛି ଶିକ୍ଷୟିତ୍ରୀ, ଶିକ୍ଷକ ମଧ୍ୟ ଚିହ୍ନଟ ହୋଇଛନ୍ତି। କିନ୍ତୁ ଆମ ଆଇନର ଗଳାବାଟ ଏବଂ ନକଲି ପ୍ରମାଣପତ୍ର ସଂଜ୍ଞା ନିର୍ଦ୍ଧାରଣରେ ଭିନ୍ନତା ଯୋଗୁ ନକଲିଙ୍କୁ ଚିହ୍ନଟ କରି ଦଣ୍ଡିତ କରିବା ସମ୍ଭବ ନୁହେଁ। କୌଣସି ବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟରେ ନାମ ନ ଲେଖାଇ ସେଠାରୁ କୃତିତ୍ୱ ପ୍ରମାଣପତ୍ର ବା ପରୀକ୍ଷାରେ ପାଇଥିବା ନମ୍ବର ଚଢ଼ାଇ ଚାକିରି ପାଇଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ସହଜ ହୋଇପାରେ। ମାତ୍ର ଶିକ୍ଷା ବିଭାଗର ଏଇ ତଦନ୍ତ ଦାୟିତ୍ୱରେ ଥିବା କେତେକ ଅଧିକାରୀ ମଧ୍ୟ ନକଲି ପ୍ରମାଣପତ୍ରରେ ଚାକିରି କରିଥିବା ଅଭିଯୋଗ ରହିଛି। ଆମ ରାଜ୍ୟର ଶିକ୍ଷକ ଓ ଶିକ୍ଷାଧିକାରୀମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ନିବିଡ଼। ତେଣୁ ତଦନ୍ତ କରୁଥିବା ଅଧିକାରୀମାନଙ୍କର ପ୍ରମାଣପତ୍ର ଓ ଚାକିରିର ବୈଧତା ପ୍ରଥମେ ତଦନ୍ତ କରାଯିବା ଉଚିତ କିମ୍ବା କୌଣସି ନିରପେକ୍ଷ ସଂସ୍ଥା ଦ୍ୱାରା ସମସ୍ତ ତଦନ୍ତ କରିବା ବାଞ୍ଛନୀୟ। ନକଲି ଜାତିଗତ ପ୍ରମାଣପତ୍ର ଦେଇ ଚାକିରି ପାଇଥିବା ଅଭିଯୋଗ ବି ରହିଛି। ମାତ୍ର ଦିବ୍ୟାଙ୍ଗ ଭାବେ ଚାକିରି ପାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟରେ ସମସ୍ୟା ରହିଛି। ନିକଟରେ +୨ ଓ +୩ ଶ୍ରେଣୀରେ ନକଲି ଦିବ୍ୟାଙ୍ଗ ଭାବେ ନାମ ଲେଖାଉଥିବା କିଛି ଛାତ୍ରୀଛାତ୍ରଙ୍କ ସମ୍ପର୍କରେ ତଦନ୍ତ ପରେ ଜଣାଗଲା ଯେ ସମସ୍ତେ ଶ୍ରବଣବାଧିତ ପ୍ରମାଣପତ୍ର ଦାଖଲ କରିଥିଲେ। ପ୍ରତ୍ୟେକଙ୍କ ପଛରେ କେହି ନା କେହି ବିଶିଷ୍ଟ ଲୋକ ରହିଥିଲେ। ସେମାନଙ୍କୁ ନାମଲେଖା ସ୍ବୀକୃତି ମିଳିଥିଲେ ନିଯୁକ୍ତିରେ ସେଇ ସୁଯୋଗ ନେଇଥାନ୍ତେ। ତେଣୁ ଦିବ୍ୟାଙ୍ଗ ପ୍ରମାଣପତ୍ର ଆଧାରରେ ଚାକିରିର ବହୁ ସ୍ତରୀୟ ତଦନ୍ତ କରାଯିବା ଉଚିତ।
ରାଜ୍ୟରେ ନକଲି ପ୍ରମାଣପତ୍ରର ଇତିହାସ ବି ବହୁ ପୁରୁଣା। ବିଗତ ନବେ ଦଶକରେ ଓଡ଼ିଶାରେ ମାଟ୍ରିକ ପାସ୍‌ କରିବା କଷ୍ଟକର ଥିଲା। କିନ୍ତୁ ସରକାର ଆନ୍ଧ୍ର ମାଟ୍ରିକ ସାର୍ଟିଫିକେଟକୁ ଗ୍ରହଣ କରିବାରେ ଅନେକେ ପରବର୍ତ୍ତୀ ଉଚ୍ଚ ଶିକ୍ଷା ବା ଚତୁର୍ଥ ଶ୍ରେଣୀ ପଦବୀରୁ ତୃତୀୟ ଶ୍ରେଣୀ ପଦବୀକୁ ପଦୋନ୍ନତି ପାଇଥିବା ମୂଳରେ ଆନ୍ଧ୍ର ମାଟ୍ରିକ୍‌ ପ୍ରମାଣପତ୍ର ରହିଥିଲା। ମାତ୍ର ପାଠପଢ଼ା ବା ପରୀକ୍ଷା ପାଇଁ କେହି ଜଣେ ବି ଆନ୍ଧ୍ରର ସୀମା ସ୍ପର୍ଶ କରିନଥିଲେ। ପ୍ରମାଣପତ୍ର ଘରେ ପହଞ୍ଚତ୍ ଯାଉଥିଲା। ତାହାର ବୈଧତା ପାଇଁ ସରକାରୀ ଅନାଗ୍ରହର କାରଣ, ପଦୋନ୍ନତି ପାଇଥିବା ପ୍ରତ୍ୟେକ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପଛରେ ବୋଧହୁଏ କୌଣସି ହାକିମଙ୍କର ସମର୍ଥନ ଥିଲା। ପୁରୀରେ ସଂସ୍କୃତ ବିଶ୍ୱବିଦ୍ୟାଳୟ ଆରମ୍ଭ ପରେ ଏବଂ ମଧ୍ୟମା ଯୋଗ୍ୟତାକୁ ମାଟ୍ରିକ୍‌ ତୁଲ୍ୟ ଘୋଷଣା ଯୋଗୁ ଦେଶରେ ସହସ୍ରାଧିକ ଟୋଲ ଖୋଲିଗଲା। ପାସ୍‌ ପାଇଁ କେବଳ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତି ଆବଶ୍ୟକ ଥିଲା। ଯେତେବେଳେ ମଧ୍ୟମା ପରୀକ୍ଷା ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନ ହେଲା, ସେଇଦିନ ୯୫ ଶତାଂଶ ଟୋଲ ଉଭାନ୍‌ ହୋଇଗଲା। ଚାରି ବର୍ଷ ପୂର୍ବରୁ ପୁରୀରେ ନକଲି ହିନ୍ଦୀ ଶିକ୍ଷାନୁଷ୍ଠାନ ଦ୍ବାରା ପରୀକ୍ଷା ପରିଚାଳନା ହେଉଥିବା ଏବଂ ପ୍ରମାଣପତ୍ର ମିଳୁଥିବାର ତଦନ୍ତ କ୍ରାଇମବ୍ରାଞ୍ଚ କରିସାରିଛି। ଏବେ ବି.ଇଡି. ପ୍ରମାଣ ପତ୍ର ସମ୍ପର୍କରେ ଆଲୋଚନା କରିବା। ୨୦୧୦-୧୧ ମସିହା ବେଳକୁ ଓଡ଼ିଶାରେ ଆବଶ୍ୟକ ବି.ଇଡି. ଯୋଗ୍ୟତାଧାରୀଙ୍କ ଅଭାବ ଯୋଗୁ ଅନ୍ୟ ରାଜ୍ୟର ପ୍ରମାଣପତ୍ରକୁ ସରକାର ସ୍ବୀକୃତି ଦେଲେ। କିନ୍ତୁ ନିଯୁକ୍ତି ପାଇଁ ଓଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ କରାଗଲା।
କିଛି ବ୍ୟକ୍ତି ଏହି ଆଦେଶ ବିରୋଧରେ ହାଇକୋର୍ଟରେ ମକଦ୍ଦମା କଲେ। ଏହା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଯୋଗୁ ନ୍ୟାୟାଳୟ ହସ୍ତକ୍ଷେପ କଲେ ନାହିଁ। ୨୦୧୨ରେ ମାଧ୍ୟମିକ ଶିକ୍ଷା ବୋର୍ଡକୁ ଏହି ଓଟିଇଟି ପରୀକ୍ଷା ଦାୟିତ୍ୱ ଦିଆଗଲା। ୮ ଦିନ ରାଜ୍ୟର ବିଭିନ୍ନ ସ୍କୁଲରେ ଫର୍ମ ପୂରଣ ହେଲା। ପରୀକ୍ଷା ନିଶ୍ଚିତ ଜାଣି ଏହାକୁ ବିରୋଧ କରୁଥିବା ବ୍ୟକ୍ତିମାନଙ୍କ ତରଫରୁ ଫର୍ମ ପୂରଣ ଅବଧି ବଢ଼ାଇବାକୁ ପୁନଶ୍ଚ ମକଦ୍ଦମା କରାଗଲା। କୋର୍ଟ ଦୁଇଦିନ ସ୍ବତନ୍ତ୍ର ସମୟ ଦେବାକୁ ନିର୍ଦ୍ଦେଶ ଦେଲେ। ସେଇ ଦୁଇ ଦିନ ବୋର୍ଡ ଅଫିସ୍‌ ପରିସର ଲୋକାରଣ୍ୟ ହୋଇଥିଲା। ଯେତେ ପିଲା ଫର୍ମ ପୂରଣ କରୁଥିଲେ, ସମସ୍ତଙ୍କ ପାଖରେ ରାଜ୍ୟ ବାହାରର ବି.ଇଡି. ସାର୍ଟିଫିକେଟ ରହିଥିଲା। ଲେଖକ ସେତେବେଳେ ସେଠାରେ ଅବସ୍ଥାପିତ ଯୋଗୁ ସ୍ବ ଅନୁଭୂତି ଥିଲା ଯେ, ବାହାର ରାଜ୍ୟର ପ୍ରମାଣପତ୍ରଧାରୀ କୌଣସି ପରୀକ୍ଷାର୍ଥୀ ପଢ଼ିଥିବା ବିଶ୍ୱବିଦ୍ୟାଳୟର ସ୍ଥିତି ବା ଯାତାୟାତର ମାଧ୍ୟମ ବି ଜାଣିନଥିଲେ। ସେମାନେ ସମ୍ପୃକ୍ତ ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଯେତିକି ସନ୍ଦେହଜନକ, ଶିକ୍ଷା ସ୍ନାତକ ପାଇଁ ଶ୍ରେଣୀଗୃହ ଶିକ୍ଷାଦାନ ଦକ୍ଷତା ର ପରୀକ୍ଷା କରାନଯାଇ ପ୍ରମାଣପତ୍ର ପ୍ରଦାନ ତତୋଽଧିକ ଦୁର୍ଭାଗ୍ୟଜନକ। ସେହିବର୍ଷ ମାତ୍ର ୯ ଶତାଂଶ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପ୍ରମାଣପତ୍ର ଅର୍ଥ ବିନିମୟରେ ସୁଲଭ ଥିଲା। ପରେ ଏହି ବ୍ୟବସ୍ଥାକୁ ବ୍ୟବସାୟ ଉଦ୍ଦେଶ୍ୟରେ ଏବଂ ଧର୍ମକୁ ଆଖିଠାର ପରି କିଛି ବ୍ୟକ୍ତି ହରିୟାଣାର କୁରୁକ୍ଷେତ୍ର, କର୍ନାଟକର ଗୁଲବର୍ଗ ଏବଂ ଆନ୍ଧ୍ରର ନାଗାର୍ଜୁନ ଭଳି ଅନେକ ବିଶ୍ୱବିଦ୍ୟାଳୟର ଶାଖା ଓଡ଼ିଶାରେ ଖୋଲିଦେଲେ। ପରୀକ୍ଷାରେ ଶତପ୍ରତିଶତ ପାଶ୍‌ କରାଇବା ପାଇଁ ଯାବତୀୟ ଉଦ୍ୟମ ବି କରାଗଲା। ଛାତ୍ରୀଛାତ୍ରମାନେ କେବଳ ପରୀକ୍ଷା ପାଇଁ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରକୁ ଯାଇଥାନ୍ତି। ପରୀକ୍ଷାରେ ପାଶ୍‌ ପାଇଁ ସମସ୍ତ ସୁଯୋଗ ପୂର୍ବ ବ୍ୟବସ୍ଥିତ ହୋଇଥାଏ। ଶ୍ରେଣୀ ଗୃହରେ ପାଠପଢ଼ାର ଯୋଗ୍ୟତା ନିର୍ଣ୍ଣୟ ମଧ୍ୟ ପାରସ୍ପରିକ ବୁଝାମଣାରେ ହୁଏ, ଯେଉଁ ପ୍ରକ୍ରିୟା ଏବେ ବି ଚାଲିଛି। ଏତଦ୍‌ବ୍ୟତୀତ ଆମ ରାଜ୍ୟର ଇତିହାସ ବା ଭୌଗୋଳିକ ଜ୍ଞାନ ସମ୍ପର୍କରେ କୌଣସି ଶିକ୍ଷା ଦିଆଯାଇ ନଥାଏ। ସେଥିପାଇଁ ସେମାନଙ୍କ ଦକ୍ଷତା କେବଳ ପ୍ରମାଣପତ୍ରରେ ସୀମିତ ରହେ, ଯାହା କି ଗୁଣାତ୍ମକ ଶିକ୍ଷା ପାଇଁ ଅନୁପଯୁକ୍ତ। ତେଣୁ ନକଲି ପ୍ରମାଣପତ୍ରର ସଂଜ୍ଞା ପ୍ରଥମେ ନିର୍ଣ୍ଣିତ ହେବା ଆବଶ୍ୟକ। ନିଯୁକ୍ତି ପୂର୍ବରୁ ଶ୍ରେଣୀଗୃହରେ ଶୈକ୍ଷିକ ଦକ୍ଷତା ପରୀକ୍ଷା କରାଇଲେ ଅର୍ଦ୍ଧାଧିକ ଶିକ୍ଷକ ସେଥିରେ ଅନୁପଯୁକ୍ତ ହେବାରେ ତିଳାର୍ଦ୍ଧ ସନ୍ଦେହ ନାହିଁ। ଏତଦ୍‌ବ୍ୟତୀତ ଗତ ପାଞ୍ଚବର୍ଷ ପରିବର୍ତ୍ତେ ୨୦୧୧ ମସିହାରୁ ଆପରାଧିକ ତଦନ୍ତ ବ୍ୟବସ୍ଥା ହେବା ଆବଶ୍ୟକ। ଶିକ୍ଷକ ନିଯୁକ୍ତି ପାଇଁ କୌଣସି ବୁଝାମଣା ଦେଶ ଓ ରାଜ୍ୟର ଭବିଷ୍ୟତ ପାଇଁ ଅସ୍ପୃହଣୀୟ।
ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?