ଆଇଏଏସ୍‌ ପରିଚୟ ଦେଇ ପୋଲିସ କନ୍‌ଷ୍ଟେବଳଙ୍କୁ ପିଟିଲେ, ଆଉ ଧରାପଡ଼ିବା ପରେ

ରାଜସ୍ଥାନର ଭରତପୁର ଅଞ୍ଚଳରୁ ପୋଲିସ ଜଣେ ଠକଙ୍କୁ ପୋଲିସ ଗିରଫ କରିଛି। ସେ ବି ଏମିତି ଯେ, ନିଜକୁ ଆଇଏଏସ୍‌ ଅଫିସର ବୋଲି କହୁଥିଲେ। ବ୍ୟକ୍ତିଜଣଙ୍କ ସମସ୍ତ ସରକାରୀ ସୁବିଧାର ଲାଭ ଉଠାଉଥିଲେ। ଥାନାରେ ପହଞ୍ଚି ପୋଲିସ କର୍ମଚାରୀମାନଙ୍କୁ ଧମକଚମକ ଦେଉଥିଲେ। ଏପରିକି ସରକାରୀ କର୍ମଚାରୀମାନଙ୍କ ବଦଳି କରାଇଦେବାକୁ ନେଇ ଟଙ୍କା ନେଉଥିଲେ। ଶେଷରେ ପୋଲିସ ତାଙ୍କୁ ଗିରଫ କରିଛି।

ଉକ୍ତ ନକଲି ଆଇଏଏସ୍‌ ଅଫିସରଜଣଙ୍କ ବିରୋଧରେ ଶ୍ୱଶୁର ଘର ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ରବିବାର ରାତିରେ ଚିକସାନା ଥାନାରେ ପହଞ୍ଚି ସେ ସୌରଭ କୁମାର, ଦିଲ୍ଲୀସ୍ଥିତ ବିଦେଶ ମନ୍ତ୍ରଣାଳୟରେ କାମ କରୁଛନ୍ତି। କାଲି ସେ ଜଣେ ଏଏସ୍‌ଆଇ ସୁରେନ୍ଦ୍ରଙ୍କୁ ବଦଳି କରାଇଛନ୍ତି ବୋଲି କହିଥିଲେ। ଏହାଶୁଣି ପୋଲିସ କର୍ମଚାରୀମାନେ ତାଙ୍କୁ ସାଲୁଟ୍‌ କରିବା ସହ ଚଉକି ଦେଇଥିଲେ। ହେଲେ ସେ ଥାନା ଭିତରେ ଜୋର ଜବରଦସ୍ତ ପଶିଥିଲେ। ପୋଲିସ ତାଙ୍କୁ ରୋକିବାକୁ ନେଇ ସେ ଚାପୁଡ଼ା ମଧ୍ୟ ମାରିଥିଲେ। ଏହାପରେ ସବୁ ଘଟଣା ସାମ୍ନାକୁ ଆସିଛି।

ସେ ସୌରଭ ଓରଫ ବିଷ୍ଣୁ ନିବାସୀ ବୋଲି ପୋଲିସ ଜାଣିବାକୁ ପାଇଛି। ସେ ଲୁହାସା ଥାନା ଅଞ୍ଚଳର। ତାଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି। ସରକାରୀ ଚାକିରି ଦେବା ଆଳରେ ଅନେକ ଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ସେ ଠକି ନେଇଛନ୍ତି। ଏହାଛଡ଼ା ଅନେକ ଥର ନିଜକୁ ଆଇଏଏସ୍‌ ଅଫିସରର ପରିଚୟ ଦେଇ ପୋଲିସ ସେବାର ଫାଇଦା ଉଠାଇଥିବା ପୋଲିସ ଜାଣିବାକୁ ପାଇଛି। ଗିରଫ କରାଯିବା ପରେ ତାଙ୍କୁ ପଚରାଉଚରା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍‌ ଗେଟ୍‌: ମୋଟ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍‌କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?