Posted inଜାତୀୟ

ହେଲ୍‌ମେଟ୍‌ ନ ପିନ୍ଧିଥିବାରୁ ଯୁବକଙ୍କ କପାଳରେ ଚାବି ପୁରାଇ ଦେଲା ପୋଲିସ

ଡେରାଡୁନ, ୨୮।୭: ଉତ୍ତରାଖଣ୍ଡ ପୋଲିସର ସିଟି ପେଟ୍ରୋଲ ୟୁନିଟ୍‌ (ସିପିୟୁ) ପୁଣିଥରେ ଲଜ୍ଜିତ ହୋଇଛି। ଜଣେ ବାଇକ ଚାଳକ ହେଲ୍‌ମେଣ୍ଟ ପିନ୍ଧି ନ ଥିବାରୁ ସିପିୟୁର ଜଣେ ପୋଲିସ ଗାଡ଼ିର ଚାବିକୁ ଯୁବକଙ୍କ କପାଳରେ ପୁରାଇ ଦେଇଛନ୍ତି। ଏହି ଚାଞ୍ଚଲ୍ୟକର ଘଟଣାଟି ଉଦମ୍‌ ସିଂ ନଗର ଜିଲାର ରୁଦ୍ରପୁର ସହରରେ ଘଟିଛି। ସୋମବାର ସନ୍ଧ୍ୟାରେ ରୁଦ୍ରପୁର ଇନ୍ଦିରା ଚୌକ ଅଞ୍ଚଳରେ ସିପିୟୁ ପକ୍ଷରୁ ଚେକିଂ ଚାଲିଥିଲା। ଏହି ସମୟରେ ଦୀପକ କୁମାର ଓ ପ୍ରେମଲାଲ ନାମକ ୨ଜଣ ଯୁବକ ହେଲ୍‌ମେଟ୍‌ ନ ପିନ୍ଧି ବାଇକରେ ତେଲ ପକାଇବାକୁ ପେଟ୍ରୋଲ ଟାଙ୍କିକୁ ଯାଉଥିଲେ। ଉତ୍ତରାଖଣ୍ଡ ପୋଲିସର ସିପିୟୁ ପକ୍ଷରୁ ଏହି ସମୟରେ ଉଭୟଙ୍କୁ ଅଟକା ଯାଇଥିଲା। ଏହାପରେ ସିପିୟୁ ପୋଲିସ କର୍ମଚାରୀ ଏବଂ ଦୀପକ ଓ ପ୍ରେମଲାଲଙ୍କ ମଧ୍ୟରେ ହେଲ୍‌ମେଟ୍‌ ନ ପିନ୍ଧିବାକୁ ନେଇ ଯୁକ୍ତିତର୍କ ଏପରିକି ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସିପିୟୁର ଜଣେ ପୋଲିସ ବାଇକ ଚାବି କାଢ଼ି ଦୀପକଙ୍କ କପାଳକୁ ଜୋର୍‌ରେ ଆଘାତ କରିଥିଲା। ଫଳରେ ଚାବିଟି ଦୀପକଙ୍କ କପାଳରେ ପଶି ଲାଖି ଯାଇଥିଲା। ଏହାପରେ ଦୀପକ ତଳେ ପଡ଼ି ଛଟପଟ ହୋଇ ଚିତ୍କାର କରିଥିଲେ। ଏହି ସମୟରେ ସିପିୟୁର ୩ଜଣ ଯାକ ପୋଲିସ କର୍ମଚାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଡ୍ୟୁଟିରେ ଥିବା ସେହି ୩ ଜଣ ପୋଲିସଙ୍କୁ ସସ୍‌ପେଣ୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri