ଅଙ୍ଗଦାନ ନେଇ ପ୍ରିୟଙ୍କାରାଣୀଙ୍କ ପରିବାରକୁ ମିଳିଲା ୫ ଲକ୍ଷ

ଛତ୍ରପୁର,୧୪ା୮(ଡି.ଏନ୍‌.ଏ.)- ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କୁ ମରଣୋତ୍ତର ସୁରଜ ସମ୍ମାନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏଥିସହ ତାଙ୍କ ପରିବାରକୁ ପାଞ୍ଚଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଦେଇଛନ୍ତି। ଛତ୍ରପୁରସ୍ଥିତ ଜିଲାପାଳଙ୍କ ଭିଡିଓ କନ୍‌ଫରେନ୍ସ ହଲ୍‌ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରିୟଙ୍କାରାଣୀଙ୍କ ସ୍ବାମୀ ଭି. ସମୀର କୁମାର ରାଜୁ, ସମୀର କୁମାରଙ୍କ ପିତା ଭି. ଧର୍ମାରାଜୁ ଏବଂ ତାଙ୍କ ଭାଇ ଭି. ସଚିନ କୁମାରଙ୍କ ଉପସ୍ଥିତିରେ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ଭିଡିଓ କନଫରେନ୍ସରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମଣିଷ ମଧ୍ୟରେ ମଣିଷ ପଣିଆ ବଞ୍ଚିରହିଛି। ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କ ପୌରୋହିତ୍ୟରେ ଭିଡିଓ କନ୍‌ଫରେନ୍ସ ଅନୁଷ୍ଠିତ ହୋଇଥିଲା।
ଛତ୍ରପୁରରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ଅମୀୟ କୁମାର ସାହୁ, ଜିଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ଜାନୁୟାରୀ ୨୬ରେ ସଡକ ଦୁର୍ଘଟଣାରେ ପ୍ରିୟଙ୍କାରାଣୀଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଆହତ ହୋଇଥିଲେ। ପ୍ରିୟଙ୍କାରାଣୀଙ୍କ ମୃତ୍ୟୁ ଘଟିବାରୁ ପରିବାରବର୍ଗ ଅଙ୍ଗଦାନ କରିବାକୁ ସମ୍ମତି ଜଣାଇଥିଲେ। ତାଙ୍କ କିଡ୍‌ନୀ ଆପୋଲୋ ହସ୍ପିଟାଲ ଏବଂ କଟକ ଏସସିବି ମେଡିକାଲର ଆବଶ୍ୟକ କରୁଥିବା ୨ ରୋଗୀଙ୍କୁ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ଏକ ହେବେ କି ବାବୁସାନ୍‌-ତୃପ୍ତି

ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଆଜି ଅଭିନେତା ବାବୁସାନ୍‌ ମହାନ୍ତିଙ୍କ ଜନ୍ମଦିନ। ନିକଟରେ ଘଟିଯାଇଥିବା ପାରିବାରିକ ବିବାଦ ପରେ ଜନ୍ମଦିନରେ ପୁଣିଥରେ ବାବୁସାନ୍‌-ତୃପ୍ତି ଏକାଠି ହେବେ କି, ଏହାକୁ ନେଇ...

ହାତୀ କରିଡର: ବିଜ୍ଞପ୍ତି ଜାରି କରୁନି ବନ ବିଭାଗ

ଭୁବନେଶ୍ୱର, ୨୧।୨: ରାଜ୍ୟରେ ୧୪ଟି ହାତୀ ଚଲାପଥ ବା ହାତୀ କରିଡର ରହିଥିବା ୨୦୧୦ରେ ବନ ବିଭାଗ କହିଥିଲା। ୨୦୧୨ରେ କେନ୍ଦ୍ର ସରକାରଙ୍କୁ ଡ୍ରାଫ୍ଟ ନୋଟିସ୍‌...

‘ପଞ୍ଚାୟତ ନିର୍ବାଚନରେ ପରିବର୍ତ୍ତନର ମୂଳଦୁଆ’

ଭୁବନେଶ୍ୱର, ୨୫ା୧୧(ବ୍ୟୁରୋ): ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାବେଳେ ହେଲ୍‌ଥ ସ୍ମାର୍ଟ କାର୍ଡ ବଣ୍ଟାଯାଉଛି। କୋଟି କୋଟି ଟଙ୍କାର ରାଜସ୍ବ ଖର୍ଚ୍ଚ କରି ହେଲ୍‌ଥ...

ଝାରସୁଗୁଡ଼ା ଟିପିଏସ୍‌ଏଲ୍‌ କାରଖାନାରେ ବ୍ଲାଷ୍ଟିଂ

ଝାରସୁଗୁଡା ଅଫିସ,୨।୭- ଝାରସୁଗୁଡା ଲହଣ୍ଡାବୁଡ଼ସ୍ଥିତ ଟିପିଏସ୍‌ଏଲ୍‌ କାରଖାନାର ଏକ ମେଶିନ ଗୁରୁବାର ବ୍ଲାଷ୍ଟ ହୋଇଛି। ଫଳରେ ଏଠାରେ କାର୍ଯ୍ୟ କରୁଥିବା ୭ରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର...

ଝିଣ୍ଟିକାପଲ୍ଲୀରେ ବାର୍‌ହା ଆକ୍ରମଣରେ ୫ ଆହତ

ଖୋର୍ଦ୍ଧା ଅଫିସ,୨୫ା୯: ଖୋର୍ଦ୍ଧା ଜିଲା ବାଣପୁର ଥାନା ଝିଣ୍ଟିକାପଲ୍ଲୀ ଗଁ। ର ଏକ ନଡ଼ିଆ ବଗିଚାରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ବାର୍‌ହା ଆକ୍ରମଣରେ ୫...

ପୁରୁଷୋତ୍ତମପୁରରେ ପୁଣି ମାତିଲେ ଲୁଟେରା : ବନ୍ଧୁକମୁନରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ଲୁଟ୍‌

ପୁରୁଷୋତ୍ତମପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଲୁଟେରାମାନେ ପୁଣି ମାତିଛନ୍ତି। ଭୂତସରସିଙ୍ଗ – କୋଦଳା ମୁଖ୍ୟରାସ୍ତାର ଅରଖପୁର ଛକ ଭଙ୍ଗାଶଙ୍ଖ ନିକଟରେ ସୋମବାର ସକାଳେ...

ଭାଗ୍ୟକୁ ଆଦରି ରହିଛନ୍ତିି ୧୫ କିଡ଼ନୀ ରୋଗୀ

ରାୟଗଡ଼ା ଅଫିସ ,୧୪।୩ ରାୟଗଡ଼ା ସହରରେ ରହିଛି ଜିଲା ମୁଖ୍ୟ ଚିକିତ୍ସାଳୟ ା ରାୟଗଡ଼ା ଜିଲାରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ରୋଗୀ ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା...

ଥମୁନି ଚାଷୀ ଅସନ୍ତୋଷ: ମଣ୍ଡିରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ୍‌,୨୭।୧୧: ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୨ଦିନ ବିତି ଯାଇଛି । ତଥାପି ଧାନ କିଣାବିକା ସ୍ବାଭାବିକ ହୋଇପାରିନାହିଁ । ରାଜ୍ୟ ସରକାରଙ୍କ...

Advertisement
Archives

Model This Week