ପରକୀୟା ପ୍ରୀତି ସନ୍ଦେହ ନେଲା ଛବିରାଣୀଙ୍କ ଜୀବନ

ଭଦ୍ରକ ଅଫିସ,୨୪।୭: କୁରାଢ଼ିରେ ଅତି ନୃଶଂସ ଭାବେ ସ୍ତ୍ରୀଙ୍କ ମୁଣ୍ଡକୁ ଛେଚି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତ ଏଡ଼ାଦେଇ ଗ୍ରାମରେ। ମୃତା ମହିଳା ହେଲେ ଛବିରାଣୀ ସାହୁ(୪୫)। ପରକୀୟା ପ୍ରୀତି ସନ୍ଦେହରେ ତାଙ୍କ ସ୍ବାମୀ ଏଭଳି କାଣ୍ଡ ଘଟାଇଥିବା ପୋଲିସ ସନ୍ଦେହ କରୁଛି। ଏ ନେଇ ମୃତା ଛବିରାଣୀଙ୍କ ଭାଇ ଆଗରପଡ଼ା ଥାନା ଅଧୀନ ମଙ୍ଗଳପୁର ଗାଁର ପୂର୍ଣ୍ଣଚନ୍ଦ୍ର ଭୋଳଙ୍କ ଅଭିଯୋଗ କ୍ରମେ ଥାନାରେ ହତ୍ୟା ମାମଲା(ନଂ.୩୦୮/୨୧) ରୁଜୁ କରାଯାଇଛି। ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଥାନା ଅଧିକାରୀ ଆଲୋକ କୁମାର ଜେନା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ଶନିବାର ଭୋରରେ ପଡ଼ୋଶୀଙ୍କଠାରୁ ଖବର ପାଇ ପୋଲିସ ପହଞ୍ଚି ଘର ଚଟାଣରୁ ଛବିରାଣୀଙ୍କ ମୃତଦେହ ଜବତ କରିଥିଲା। ମୃତଦେହ ନିକଟରେ ଏକ କୁରାଢ଼ି ପଡ଼ିଥିବା ବେଳେ ଘର ବାରଣ୍ଡାରେ ତାଙ୍କ ସ୍ବାମୀ ଗୋବିନ୍ଦ ବସି ରହିଥିବା ଦେଖିବାକୁ ମିଳିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଛବିରାଣୀଙ୍କ ମୁଣ୍ଡରେ କୁରାଢ଼ିରେ ଶକ୍ତ ଆଘାତ କରାଯାଇଥିବା ଜଣାପଡ଼ିଛି। ପୋଲିସ କୁରାଢ଼ି ଜବତ କରିଥିବା ବେଳେ ଗୋବିନ୍ଦଙ୍କ ସହ ଗାଁର ୨ ଯୁବକଙ୍କୁ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ମୃତା ଛବିରାଣୀ ଓ ତାଙ୍କ ସ୍ବାମୀ ଗୋବିନ୍ଦ ଗୋଟିଏ ଘରେ ରହିଆସୁଥିଲେ। ଗୋବିନ୍ଦ ଜଣେ ଦିବ୍ୟାଙ୍ଗ (ମୂକ ଓ ବଧିର)। ସେ ଛବିରାଣୀଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଆସୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୩ଜଣଙ୍କୁ ଏନ୍‌ଏସ୍‌ଏସ୍‌ ପୁରସ୍କାର

ଭୁବନେଶ୍ୱର,୨୫।୯(ବ୍ୟୁରୋ): ୨୦୨୦-୨୧ ବର୍ଷ ପାଇଁ ଶନିବାର ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ପୁରସ୍କାର ମିଳିଛି। ଶନିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ଜୁଆଆଡ୍ଡାରେ ଚଢ଼ାଉ: ୩୦ ଗିରଫ, ୮୩ ହଜାର ଟଙ୍କା, ୮ବାଇକ୍‌ ଜବତ

ଛତ୍ରପୁର,୧୫ା୬(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ପକ୍ଷରୁ ଖଲ୍ଲିକୋଟ, ପୋଲସରା ଓ ଗାଙ୍ଗପୁର ଥାନା ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ୩ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରଯାଇଥିଲା।...

ମଧ୍ୟାହ୍ନଭୋଜନ ନ ଦେଇ ବନ୍ଦକଲେ ବିଦ୍ୟାଳୟ

ଦାରିଙ୍ଗବାଡ଼ି,୧୪ା୩(ଡି.ଏନ.ଏ.): ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ଅଞ୍ଚଳରେ ରହିଥିବା ପର୍ତ୍ତମାହା ପଞ୍ଚାୟତ ଯୁଗାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୋମବାର ଗୋଟିଏ ଓଳି ଖୋଳା ରହିଥିବା ବେଳେ...

ପାର୍କିଂ ୟାର୍ଡରୁ ଟ୍ରେଲର ହେଲ୍‌ପରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଳିଙ୍ଗନଗର,୬।୧୨ (ଡି.ଏନ୍‌.ଏ.)- କଳିଙ୍ଗନଗର ଶିଳ୍ପାଞ୍ଚଳ ସାତବାଇଁଶିଆ ଛକ ନିକଟ ଏକ ଘରୋଇ ଟ୍ରକ୍‌ ପାର୍କିଂ ୟାଡ୍‌ରୁ ଗୁରୁବାର ଦାନଗଦୀ ପୋଲିସ ଜଣେ ଟ୍ରେଲର ହେଲ୍‌ପରଙ୍କ ମୃତଦେହ ଉଦ୍ଧାର...

ରାଜଧାନୀରେ ଅସହ୍ୟ ତାତି: ୪୩ ଡିଗ୍ରୀ ଛୁଇଁଲା ତାପମାତ୍ରା

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି। ରବିବାର ଦିନ ସାଢେ ଦୁଇଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ଏନେଇ ଭୁବନେଶ୍ୱର...

ବନ୍ଦ ହେଲା ରାଜ୍ୟର ସମସ୍ତ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର,୨୧ା୩(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଏବଂ ପୋଲିସ ପକ୍ଷରୁ ବିିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଥିଲା କିନ୍ତୁ ରାଜ୍ୟରେ ଥିବା ପୋଲିସ...

ବିଦ୍ୟୁତ୍‌ ଆଘାତ, ଦୁର୍ଘଟଣାଗ୍ରସ୍ତଙ୍କୁ ମିଳୁନି କ୍ଷତିପୂରଣ

ଛତ୍ରପୁର,୬ା୯(ଡି.ଏନ.ଏ.): ଛତ୍ରପୁର ସ୍ଥିତ ଡିଆର୍‌ଡିଏ ଜଉଗଡ଼ ସମ୍ମିଳନୀ କକ୍ଷରେ ଦିବ୍ୟାଙ୍ଗଜନ ସମାଧାନ ଜଣଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରୁ ଜନସାଧାରଣମାନେ ସେମାନଙ୍କ ଅଭିଯୋଗ...

ନଭେମ୍ବର ଦ୍ୱିତୀୟ ସପ୍ତାହରେ ଓଟିଇଟି

କଟକ ଅଫିସ, ୧୨।୧୦: ଆସନ୍ତା ନଭେମ୍ବର ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦ୍ୱିତୀୟ ଅନୁଷ୍ଠିତ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)...

Advertisement
Archives

Model This Week