Posted inରାଜ୍ୟ

ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ଜାପାନ-ଓଡ଼ିଶା ପୁଞ୍ଜିନିବେଶ ଆଲୋଚନାଚକ୍ର ଶନିବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି। ଶିଳ୍ପ ଏବଂ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଡିଜିଟାଲ ମୋଡ୍‌ରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଜାପାନ ଓଡ଼ିଶାର ଏକ ସମ୍ମାନିତ ବ୍ୟବସାୟିକ ଭାଗିଦାର ହୋଇପାରିଛି। ଅନେକ ଓଡ଼ିଆ ବ୍ୟବସାୟୀ ଏବଂ ବୃତ୍ତିଧାରୀ ଜାପାନକୁ ସେମାନଙ୍କର ଘର ଭାବେ ଗ୍ରହଣ କରିଛନ୍ତି। ମିସ୍‌ ମାସାକୋ ଓନୋଙ୍କ ପରି ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସଂସ୍କୃତିପ୍ରେମୀ ଜାପାନୀମାନେ ମଧ୍ୟ ଓଡ଼ିଆ ସଂସ୍କୃତିର ଅଭିନ୍ନ ଅଂଶ ପାଲଟି ଯାଇଛନ୍ତି। ଆଲୋଚନାଚକ୍ରରେ ଓଡ଼ିଶାରେ ଜାପାନୀ ଶିଳ୍ପପତିମାନଙ୍କର ପୁଞ୍ଜିନିବେଶ ପାଇଁ ରହିଥିବା ସମ୍ଭାବନା ଓ ସମ୍ବଳ ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା। ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ଓଡ଼ିଶାରେ ପୁଞ୍ଜିନିବେଶ ଏବଂ ବ୍ୟବସାୟ ଅନୁକୂଳ ବାତାବରଣ ବିକଶିତ ହୋଇଛି। ଆର୍ସେଲର ମିତ୍ତଲ୍‌, ନିପନ୍‌ ଷ୍ଟିଲ୍ସ, ଟିଆର୍‌ଏଲ୍‌ କ୍ରୋସାକି ଆଦି ଜାପାନୀ ଶିଳ୍ପସଂସ୍ଥାମାନେ ଓଡ଼ିଶାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଜାପାନର ପୁଞ୍ଜିନିବେଶକାରୀଙ୍କୁ ପ୍ରକଳ୍ପ ପ୍ରସ୍ତାବ ଅନୁମୋଦନଠାରୁ ଆରମ୍ଭ କରି ଶିଳ୍ପ ପ୍ରତିଷ୍ଠା, ଅବ୍ୟାହତ ଉତ୍ପାଦନ ଓ ବିପଣୀ ନିମନ୍ତେ ସବୁପ୍ରକାରର ସହଯୋଗ ନିଶ୍ଚିତ କରାଯିବ। ଭାରତର ବହିର୍ବ୍ୟାପାର ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଥିଲେ, ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ରହିଛି। ବ୍ୟାପକ ଶିଳ୍ପ ଭିତ୍ତିଭୂମି, ରାଜନୈତିକ ଇଚ୍ଛାଶକ୍ତି, ଏକ ସକ୍ରିୟ ପ୍ରଶାସନିକ ବ୍ୟବସ୍ଥା ଏବଂ ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ବଳ ଓଡ଼ିଶାରେ ଶିଳ୍ପକରଣକୁ ତ୍ୱରାନ୍ବିିତ କରିଛି। ଏଠାରେ ଜାପାନୀ ପୁଞ୍ଜିନିବେଶ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ। ସେହିପରି ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା କହିଥିଲେ, ଓଡ଼ିଶାରେ ଇସ୍ପାତ, ଇସ୍ପାତ-ପ୍ରକ୍ରିୟାକରଣ, ଆଲୁମିନିୟମ, ଆଲୁମିନିୟମ-ପ୍ରକ୍ରିୟାକରଣ, ରସାୟନ, ପେଟ୍ରୋକେମିକାଲ୍ସ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ବୈଦ୍ୟୁତିକ ଯନ୍ତ୍ରପାତି ଓ ଉପକରଣ ଏବଂ ମୋଟର ଯାନ ଉତ୍ପାଦନ ଆଦି କ୍ଷେତ୍ରରେ ଜାପାନୀ ପୁଞ୍ଜିନିବେଶର ସୁଯୋଗ ରହିଛି। ଓଡ଼ିଶାରେ ଏକକ ବାତାୟନ, ଗୋ-ସ୍ବିଫ୍ଟ ପୋର୍ଟାଲ ଏବଂ ଅନ୍‌ଲାଇନ ପୋର୍ଟାଲ ମାଧ୍ୟମରେ ପୁଞ୍ଜିନିବେଶ ପ୍ରସ୍ତାବ ଦାଖଲ, ଅନୁମୋଦନ, ବିଭିନ୍ନ ପ୍ରକାର ଆଇନ ଅନୁମତି, କ୍ଷମତାପତ୍ର, ଶିଳ୍ପ ପ୍ରତିଷ୍ଠା, ଉତ୍ପାଦନ, ପରିବହନ ଓ ବିପଣୀ ନିମନ୍ତେ ଯୋଗାଇ ଦିଆଯାଉଥିବା ସହଯୋଗ ବିଷୟରେ ସୂଚନା ଦେଇଥିଲେ। ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସତୋସି ସୁଜୁକୀଙ୍କ ନେତୃତ୍ୱରେ ଜାପାନର ଉଦ୍ୟୋଗପତିମାନେ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ରାଜ୍ୟର ନୂଆ ଶିଳ୍ପ ଓ ବ୍ୟବସାୟିକ ବାତାବରଣ ଜାପାନୀ ପୁଞ୍ଜିନିବେଶକୁ ସଫଳ କରିବ ବୋଲି ସୁଜୁକୀ କହିଥିଲେ। ଆର୍ସେଲର ମିତ୍ତଲ୍‌, ନିପନ୍‌ ଷ୍ଟିଲ୍‌, ଟିଆର୍‌ଏଲ୍‌ କ୍ରୋସାକି, ଟାଟା ଗ୍ରୁପ୍‌, ଆଦିତ୍ୟ ବିିର୍ଲା ଗ୍ରୁପ୍‌, ଇଣ୍ଡୋ-ନିସିନ୍‌ ଫୁଡ୍ସ, ରିଲାଏନ୍ସ ଏବଂ ମାଇଣ୍ଡ-ଟ୍ରି ଆଦି ଶିଳ୍ପ ସଂସ୍ଥାର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଓଡ଼ିଶାରେ ନିଜ ନିଜ ଶିଳ୍ପ ପ୍ରତିଷ୍ଠା ଏବଂ ବ୍ୟବସାୟ ସମ୍ବନ୍ଧିତ ଅଭିଜ୍ଞତା ଉପସ୍ଥାପନ କରିଥିଲେ। ଇପିକଲ ସିଏମ୍‌ଡି ଭୂପେନ୍ଦ୍ର ସିଂ ପୁନିଆ ଆଲୋଚନାଚକ୍ରର ସଂଯୋଜନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri