Posted inଜାତୀୟ

ଘାତକ ହେବ କୋଇଲା ପ୍ଲାଣ୍ଟ ସମ୍ପ୍ରସାରଣ

ନୂଆଦିଲ୍ଲୀ, ୩୦ା୯: ପରିବେଶ ପ୍ରଦୂଷଣ ସମସ୍ୟାକୁ ବହୁଗୁଣିତ କରି ଅକାଳ ମୃତ୍ୟୁକୁ ଡାକି ଆଣିବ କୋଇଲା ପ୍ଲାଣ୍ଟ ସମ୍ପ୍ରସାରଣ। ଭାରତୀୟ ମେଟ୍ରୋଗୁଡ଼ିକ ଏହା ଦ୍ୱାରା ସର୍ବାଧିକ ପ୍ରଭାବିତ ହେବା ଯୋଗୁ ସମୟ ପୂର୍ବରୁ ମୃତ୍ୟୁ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ପାଇବ। କୋଇଲାଜନିତ ପ୍ରଦୂଷଣ ଯୋଗୁ ବିଶ୍ୱର ଅନ୍ୟ ପ୍ରମୁଖ ସହର ଅପେକ୍ଷା ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ଚେନ୍ନାଇବାସୀ ଗମ୍ଭୀର ସ୍ବାସ୍ଥ୍ୟ ଏବଂ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେବେ ବୋଲି ବୁଧବାର ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।
ମୁକ୍ତ ସହର: ସ୍ବଚ୍ଛ ଶକ୍ତି ବିପ୍ଳବ ପାଇଁ ସ୍ବାସ୍ଥ୍ୟ ଏବଂ ଅର୍ଥନୈତିକ ପ୍ରସଙ୍ଗ’ ରିପୋର୍ଟ ପାଇଁ ଭାରତରେ ଥିବା କୋଇଲା ପାଓ୍ବାର ପ୍ଲାଣ୍ଟ ଏବଂ ଆଗାମୀ ବର୍ଷରେ ପ୍ରସ୍ତାବିତ ସମ୍ପ୍ରସାରଣ ଯୋଜନାଗୁଡିକ ଉପରେ ଅନୁଧ୍ୟାନ କରାଯାଇଥିଲା। ସି୪୦ ସିଟିଜ୍‌ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟ ଅନୁସାରେ, କୋଇଲା ପ୍ଲାଣ୍ଟ ସମ୍ପ୍ରସାରଣ ଯୋଗୁ ଆସନ୍ତା ୧୦ ବର୍ଷ ମଧ୍ୟରେ ଉକ୍ତ ୫ ସହରରେ ୫୨,୭୦୦ ଲୋକଙ୍କ ଅକାଳ ମୃତ୍ୟୁ ଘଟିବ। ୩୧,୩୦୦ ଶିଶୁ ସମୟ ପୂବର୍ର୍ରୁ ଜନ୍ମ ନେବେ। ଆଜ୍‌ମା ଯୋଗୁ ୪୬,୮୦୦ ଜଣଙ୍କୁ ଜରୁରିକାଳୀନ ସ୍ଥିତିରେ ହସ୍ପିଟାଲ ଯିବାକୁ ପଡ଼ିବ। ଅସୁସ୍ଥତା କାରଣରୁ ୨ କୋଟି ୫୮ ଲକ୍ଷ ଛୁଟି ଦିବସ ମିଳିବ। ୪୮,୯୦୦ ଜଣ ବିକଳାଙ୍ଗ ହୋଇଯିବେ। କୋଇଲା ପ୍ଲାଣ୍ଟରୁ ବାହାରୁଥିବା ଧୂଆଁ ୫୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିପାରିବ। ଏହା ଦ୍ୱାରା ସହରବାସୀ ଅଣନିଃଶ୍ୱାସୀ ହୋଇପଡ଼ିବେ। ଫଳରେ ବୟସ୍କ, ଗର୍ଭବତୀ, ଯୁବବର୍ଗଙ୍କଠାରେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଉପୁଜିବ। ପୁରାତନ ତଥା ପ୍ରଦୂଷିତ ୟୁନିଟ୍‌କୁ ହଟାଇ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବାୟୁ ଗୁଣବତ୍ତା ଯୋଜନାରେ କୋଇଲାକୁ ଶୀଘ୍ର ବାଦ୍‌ ଦିଆଯିବା ଜରୁରୀ ବୋଲି ରିପୋର୍ଟରେ କୁହାଯାଇଛି। ନୂଆ କୋଇଲା ପ୍ଲାଣ୍ଟ କରିବା ପରିବର୍ତ୍ତେ ସରକାର ସ୍ବଚ୍ଛ ତଥା ପ୍ରଦୂଷଣ ମୁକ୍ତ ଶକ୍ତିରେ ନିବେଶ କରିବା ଉଚିତ ବୋଲି ଏଥିରେ ପରାମର୍ଶ ଦିଆଯାଇଛି। ଜାତୀୟସ୍ତରରେ ନିର୍ଦ୍ଦିଷ୍ଟ ଯୋଗଦାନ(ଏନ୍‌ଡିସି) ଯୋଜନାରେ ଭାରତ କୋଇଲା ପାଓ୍ବାର ପ୍ଲାଣ୍ଟ ହ୍ରାସ କରି ୪୫୦ ଗିଗାଓ୍ବାଟ୍‌ର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ସ୍ଥିର କରିଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ଚେନ୍ନାଇରେ କୋଇଲା ପ୍ଲାଣ୍ଟର ୨୦ ପ୍ରତିଶତ ବନ୍ଦ ରଖି ନୂଆ କୋଲ୍‌ ପାଓ୍ବାର ପ୍ଲାଣ୍ଟ ନିର୍ମାଣ ଉପରେ ରୋକ ଲଗାଗଲେ ୨୦୨୦-୩୦ ମଧ୍ୟରେ ବହୁ ଲାଭ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୬।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛିି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୯ ହଜାର ତଳେ ରହିଛି। ଏହି ସମୟରେ ୮...

ମାଙ୍କଡ଼ ନେଇଗଲେ କରୋନା ରକ୍ତ ନମୁନା

ନୂଆଦିଲ୍ଲୀ,୩୦ା୫: ଉତ୍ତରପ୍ରଦେଶର ମିରଟ ମେଡିକାଲ କଲେଜ ପରିସରରେ ଦଳେ ମାଙ୍କଡ ଲାବରେଟୋରି ଟେକ୍‌ନିସିଆନ୍‌ଙ୍କୁ ଆକ୍ରମଣ କରି ତାଙ୍କଠାରୁ ସନ୍ଦିଗ୍ଧ କୋଭିଡ୍‌-୧୯ ସଂକ୍ରମିତଙ୍କ ରକ୍ତ ନମୁନା ଛଡ଼ାଇନେଇ...

ପାର୍ଥ ଚାଟାର୍ଜୀଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କଲା ସିବିଆଇ

କୋଲକାତା,୧୫।୯: ଶିକ୍ଷକ ନିଯୁକ୍ତି ଦୁର୍ନୀତି ତଥା ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ଗୁରୁବାର...

୬ ଦିନ ଧରି ଆସାମ-ମେଘାଳୟ ସୀମାରେ ୧୪୪ ଧାରା ଜାରି, ଯିବା ଆସିବା ବନ୍ଦ…

ଗୁଆହାଟି/ଶିଲଂ,୨୭।୧୧ : ଆସାମ-ମେଘାଳୟ ହିଂସାକୁ ଛଅ ଦିନ ବିତିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଧାରା ୧୪୪ ଏପର୍ଯ୍ୟନ୍ତ ହଟିନି। ସୀମାରେ ଉତ୍ତେଜନା ଦେଖାଦେଇଥିବା...

ଦୁର୍ଗା ପେଣ୍ଡାଲରେ ଦେଖିବାକୁ ମିଳିବ ପ୍ରବାସୀ ଶ୍ରମିକଙ୍କ ଦୁଃଖ

କୋଲକତା, ୫।୧୦: ଆଗକୁ ଆସୁଛି ଦୁର୍ଗାପୂଜା। କରୋନା ଯୋଗୁ ଏଥର ଦୁର୍ଗାପୂଜା ଫିକା ପଡିବାର ସମ୍ଭାବନା ରହିଛି। ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକତାରେ ଏବର୍ଷ ଏକ...

ଶୀତରେ ଥରୁଛି ଉତ୍ତର ଭାରତ: ହିମାଚଳରେ ବିଯୁକ୍ତ ୧୩ ଡିଗ୍ରୀ

ନୂଆଦିଲ୍ଲୀ/ଶିମ୍‌ଲା,୧୯।୧୨(ପି.ଟି.): ପ୍ରବଳ ଶୀତଳ ଲହରିରେ ସମଗ୍ର ଉତ୍ତର ଭାରତ ଥରୁଛି। ହିମାଚଳପ୍ରଦେଶର ମନାଲି, ସୁନ୍ଦରନଗର, ଭୁନ୍ତର ଏବଂ କଳ୍ପାରେ ତାପମାତ୍ରା ଶୂନ ଡିଗ୍ରୀ ସେଲ୍‌ସିୟସ ତଳେ...

ହେଲ୍‌ମେଟ୍‌ ନ ପିନ୍ଧିଲେ ଷ୍ଟାର୍ଟ ହେବନି ଗାଡ଼ି

ନୂଆଦିଲ୍ଲୀ,୧୩।୮: ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ ନ ପିନ୍ଧି ଅଧିକାଂଶ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି। ୨୦୧୫ରୁ ୨୦୧୬ ମଧ୍ୟରେ ୪୫,୫୦୦...

ଭିଆଇପି ସୁରକ୍ଷାରୁ ହଟିବେ ଏନ୍‌ଏସ୍‌ଜି କମାଣ୍ଡୋ

ନୂଆଦିଲ୍ଲୀ,୧୩।୧: କିଛିଦିନ ତଳେ ଗାନ୍ଧୀ ପରିବାରର ସୁରକ୍ଷା ବ୍ୟବସ୍ଥାକୁ କମାଇ ଦେବା ପରେ ଏବେ କେନ୍ଦ୍ର ସରକାର ଏନ୍‌ଏସ୍‌ଜି କମାଣ୍ଡୋଙ୍କୁ ଏହି କାମରୁ ସମ୍ପୂର୍ଣ୍ଣ ଭାବେ...

Advertisement
Archives

Model This Week