Posted inଜାତୀୟ

ଘାତକ ହେବ କୋଇଲା ପ୍ଲାଣ୍ଟ ସମ୍ପ୍ରସାରଣ

ନୂଆଦିଲ୍ଲୀ, ୩୦ା୯: ପରିବେଶ ପ୍ରଦୂଷଣ ସମସ୍ୟାକୁ ବହୁଗୁଣିତ କରି ଅକାଳ ମୃତ୍ୟୁକୁ ଡାକି ଆଣିବ କୋଇଲା ପ୍ଲାଣ୍ଟ ସମ୍ପ୍ରସାରଣ। ଭାରତୀୟ ମେଟ୍ରୋଗୁଡ଼ିକ ଏହା ଦ୍ୱାରା ସର୍ବାଧିକ ପ୍ରଭାବିତ ହେବା ଯୋଗୁ ସମୟ ପୂର୍ବରୁ ମୃତ୍ୟୁ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ପାଇବ। କୋଇଲାଜନିତ ପ୍ରଦୂଷଣ ଯୋଗୁ ବିଶ୍ୱର ଅନ୍ୟ ପ୍ରମୁଖ ସହର ଅପେକ୍ଷା ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ଚେନ୍ନାଇବାସୀ ଗମ୍ଭୀର ସ୍ବାସ୍ଥ୍ୟ ଏବଂ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେବେ ବୋଲି ବୁଧବାର ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।
ମୁକ୍ତ ସହର: ସ୍ବଚ୍ଛ ଶକ୍ତି ବିପ୍ଳବ ପାଇଁ ସ୍ବାସ୍ଥ୍ୟ ଏବଂ ଅର୍ଥନୈତିକ ପ୍ରସଙ୍ଗ’ ରିପୋର୍ଟ ପାଇଁ ଭାରତରେ ଥିବା କୋଇଲା ପାଓ୍ବାର ପ୍ଲାଣ୍ଟ ଏବଂ ଆଗାମୀ ବର୍ଷରେ ପ୍ରସ୍ତାବିତ ସମ୍ପ୍ରସାରଣ ଯୋଜନାଗୁଡିକ ଉପରେ ଅନୁଧ୍ୟାନ କରାଯାଇଥିଲା। ସି୪୦ ସିଟିଜ୍‌ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟ ଅନୁସାରେ, କୋଇଲା ପ୍ଲାଣ୍ଟ ସମ୍ପ୍ରସାରଣ ଯୋଗୁ ଆସନ୍ତା ୧୦ ବର୍ଷ ମଧ୍ୟରେ ଉକ୍ତ ୫ ସହରରେ ୫୨,୭୦୦ ଲୋକଙ୍କ ଅକାଳ ମୃତ୍ୟୁ ଘଟିବ। ୩୧,୩୦୦ ଶିଶୁ ସମୟ ପୂବର୍ର୍ରୁ ଜନ୍ମ ନେବେ। ଆଜ୍‌ମା ଯୋଗୁ ୪୬,୮୦୦ ଜଣଙ୍କୁ ଜରୁରିକାଳୀନ ସ୍ଥିତିରେ ହସ୍ପିଟାଲ ଯିବାକୁ ପଡ଼ିବ। ଅସୁସ୍ଥତା କାରଣରୁ ୨ କୋଟି ୫୮ ଲକ୍ଷ ଛୁଟି ଦିବସ ମିଳିବ। ୪୮,୯୦୦ ଜଣ ବିକଳାଙ୍ଗ ହୋଇଯିବେ। କୋଇଲା ପ୍ଲାଣ୍ଟରୁ ବାହାରୁଥିବା ଧୂଆଁ ୫୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିପାରିବ। ଏହା ଦ୍ୱାରା ସହରବାସୀ ଅଣନିଃଶ୍ୱାସୀ ହୋଇପଡ଼ିବେ। ଫଳରେ ବୟସ୍କ, ଗର୍ଭବତୀ, ଯୁବବର୍ଗଙ୍କଠାରେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଉପୁଜିବ। ପୁରାତନ ତଥା ପ୍ରଦୂଷିତ ୟୁନିଟ୍‌କୁ ହଟାଇ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବାୟୁ ଗୁଣବତ୍ତା ଯୋଜନାରେ କୋଇଲାକୁ ଶୀଘ୍ର ବାଦ୍‌ ଦିଆଯିବା ଜରୁରୀ ବୋଲି ରିପୋର୍ଟରେ କୁହାଯାଇଛି। ନୂଆ କୋଇଲା ପ୍ଲାଣ୍ଟ କରିବା ପରିବର୍ତ୍ତେ ସରକାର ସ୍ବଚ୍ଛ ତଥା ପ୍ରଦୂଷଣ ମୁକ୍ତ ଶକ୍ତିରେ ନିବେଶ କରିବା ଉଚିତ ବୋଲି ଏଥିରେ ପରାମର୍ଶ ଦିଆଯାଇଛି। ଜାତୀୟସ୍ତରରେ ନିର୍ଦ୍ଦିଷ୍ଟ ଯୋଗଦାନ(ଏନ୍‌ଡିସି) ଯୋଜନାରେ ଭାରତ କୋଇଲା ପାଓ୍ବାର ପ୍ଲାଣ୍ଟ ହ୍ରାସ କରି ୪୫୦ ଗିଗାଓ୍ବାଟ୍‌ର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ସ୍ଥିର କରିଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ଚେନ୍ନାଇରେ କୋଇଲା ପ୍ଲାଣ୍ଟର ୨୦ ପ୍ରତିଶତ ବନ୍ଦ ରଖି ନୂଆ କୋଲ୍‌ ପାଓ୍ବାର ପ୍ଲାଣ୍ଟ ନିର୍ମାଣ ଉପରେ ରୋକ ଲଗାଗଲେ ୨୦୨୦-୩୦ ମଧ୍ୟରେ ବହୁ ଲାଭ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଗିରଫ ଛାତ୍ରଙ୍କୁ ମୁକ୍ତ କର…

ନୂଆଦିଲ୍‌ଲୀ,୨୮।୭: ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri