ଟ୍ୟୁନିସିଆର ପ୍ରଥମ ମହିଳା ମୁଖିଆ

ଟୁନିସ୍‌: ଟ୍ୟୁନିସିଆରେ ପ୍ରଥମ କରି ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରାଷ୍ଟ୍ରପତି କାଏସ୍‌ ସଇଦ୍‌ ଆଶ୍ଚର୍ଯ୍ୟଜନକ ଭାବେ ୬୩ ବର୍ଷୀୟା ରାଓଧା ବୁଡେଣ୍ଟ ରାମାଧାନେଙ୍କ ନାଁ ଏହି ପଦ ପାଇଁ ଘୋଷଣା କରିଛନ୍ତି। ରାଓଧା ଏକ ସୁନାମଧନ୍ୟ ଇଞ୍ଜିନିୟରିଂ କଲେଜରେ ପ୍ରଫେସର ଥିଲେ। ଖୁବଶୀଘ୍ର ରାଓଧା ନୂଆ କ୍ୟାବିନେଟ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଜୁଲାଇ ୨୫ରେ ସଇଦ୍‌ ପାର୍ଲାମେଣ୍ଟ ଭାଙ୍ଗି ପ୍ରଶାସନିକ ଅଧିକାରୀଙ୍କ କ୍ଷମତା ଛଡ଼ାଇନେବା ପରଠାରୁ ଟୁନିସିଆ ପ୍ରଧାନମନ୍ତ୍ରୀ ପଦ ଖାଲି ପଡ଼ିଥିଲା। ଦେଶକୁ ସାମାଜିକ ଓ ଅର୍ଥନୈତିକ ସଙ୍କଟରୁ ବଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ଜରୁରୀ ଥିଲା ବୋଲି ସଇଦ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଂଘାଇ ପାଲଟିଲାଣି କରୋନାର ହଟସ୍ପଟ

ବେଜିଂ,୧୯ ।୪: ଚାଇନାକୁ ପୁଣିଥରେ ଫେଣିଲାଣି କରୋନା । ଗତ ୨୪ ଘଣ୍ଟାରେ ୨,୭୨୩ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ କେବଳ ସାଂଘାଇରେ...

ଇମ୍ରାନ୍‌ଙ୍କ ଜାମିନ ଆବେଦନ ଉପରେ ଏଫ୍‌ଆଇଏକୁ ହାଇକୋର୍ଟଙ୍କ ନୋଟିସ, ଜବାବ ଦାଖଲ କରିବାକୁ ଦେଲେ ନିର୍ଦ୍ଦେଶ

ଇସଲାମାବାଦ,୧୮।୯: ଇସଲାମାବାଦ ହାଇକୋର୍ଟ ସୋମବାର ପାକିସ୍ତାନର ଶୀର୍ଷ ଅନୁସନ୍ଧାନକାରୀ ସଂସ୍ଥାକୁ ନୋଟିସ ଜାରି କରି ଗିରଫ ହୋଇ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ...

ଆକ୍ସନ ମୁଡ୍‌ରେ ଡବ୍ଲୁଏଚ୍‌ଓ!

ବେଜିଂ,୩୦ ।୧: କରୋନା ମହାମାରୀ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ଏହାକୁ ନେଇ ଖୋଳତାଡ ଆରମ୍ଭ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)...

କୃଷ୍ଣ ସାଗରର ଚୁକ୍ତି ଉଲ୍ଳଂଘନ ନେଇ ରୁଷିଆକୁ ଜାତିସଂଘର ତେଚାବନୀ…

ଜେନେଭା/ମସ୍କୋ,୨୨।୭ : କୃଷ୍ଣ ସାଗର ଚୁକ୍ତିର ରୁଷିଆ ଓହରି ଯାଇଛି। ରୁଷିଆର ଏହି ନିଷ୍ପତ୍ତିର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଏସିଆରେ ଅଧିକାଂଶ ଗରିବ...

ହାଓ୍ବାଇ ଜଙ୍ଗଲ ନିଆଁରେ ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି

ନ୍ୟୁୟର୍କ,୧୨ା୮: ଆମେରିକାର ପ୍ରଶାନ୍ତ ମହାସାଗର ମଧ୍ୟସ୍ଥିତ ହାଓ୍ବାଇ ରାଜ୍ୟର ମଉଇ ଦ୍ୱୀପରେ ହୁତ୍‌ହୁତ୍‌ ହୋଇ ଜଙ୍ଗଲ ଜଳୁଥିଲେ ମଧ୍ୟ ନିଆଁ ଲିଭିବାର ନାଁ ନେଉନି। ଫଳରେ...

ବାଂଲାଦେଶ ହିଂସାର ମୁଖ୍ୟ ଅଭିଯୁକ୍ତ ଇକବାଲ ହୁସେନ ଗିରଫ

ଢାକା,୨୨ ।୧୦: ବାଂଲାଦେଶରେ ଦୁର୍ଗାପୂଜା ହେଉଥିବା ସ୍ଥାନରେ ହିନ୍ଦୁଙ୍କ ବିରୋଧରେ ସାମ୍ପ୍ରଦାୟିକ ହିଂସାକୁ ଉସକାଉଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସେ ହେଉଛନ୍ତି...

୨୦ରୁ ଊର୍ଦ୍ଧ୍ୱ ଦେଶରେ ଲକ୍‌ଡାଉନ୍‌: ୧୨୦କୋଟି ଲୋକ ଘରେ ବନ୍ଦ

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ପୃଥିବୀରେ ୨୦ଟିରୁ ଅଧିକ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଚାଇନା, ଇଟାଲି, ସ୍ପେନ୍‌, ଫ୍ରାନ୍ସ୍‌, ଆୟର୍ଲାଣ୍ଡ୍‌, ଡେନମାର୍କ,...

ଦୀର୍ଘକାଳ ବୁଡ଼ିଥିଲେ, ଏବେ ଉଠିଲେ

ଓ୍ବାଶିଂଟନ,୩୦।୧୦: ପ୍ରଶାନ୍ତ ମହାସାଗରରେ ଅତଳ ଜଳରାଶି ମଧ୍ୟରୁ ଉପରକୁ ଉଠିଛି ୨ ଡଜନ ଘୋଷ୍ଟ ଶିପ୍‌। ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁ ଏହି ଜାହାଜଗୁଡ଼ିକ ଉଠିଆସିଥିବା ଜଣାପଡ଼ିଛି।...

Advertisement
Archives

Model This Week