ଉଚ୍ଛେଦରେ ସୀମିତ ସମ୍ପ୍ରସାରଣ

ବଇଣ୍ଡା, ୧୦ା୮(ପରିକ୍ଷିତ ସାହୁ):  ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥକୁ ୪ ଲେନ୍‌ କରାଯାଉଛି। ହେଲେ କିଶୋରନଗର ବ୍ଲକ ଜାମ୍ବୁନାଳୀଠାରୁ ଭାଙ୍ଗମୁଣ୍ଡା ଯାଏ ଦୀର୍ଘ ୪୦ କିଲୋମିଟର ସମ୍ପ୍ରସାରଣରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ବିଶେଷକରି ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଛକରେ ଦୋକାନ ବଜାର ୨୬ ମାସ ତଳୁ ଉଚ୍ଛେଦ କରାଯାଉଥିଲେ ମଧ୍ୟ ଏଯାଏ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ବହୁ କ୍ଷତିଗ୍ରସ୍ତ କ୍ଷତିପୂରଣ ପାଇ ନ ଥିବାବେଳେ ୨ ଶହ ଦୋକାନୀ ରୋଜଗାର ହରାଇ ଘରେ ବସିଥିବାରୁ ଅସନ୍ତୋଷ ଦେଖାଦେଇଛି।


ରାଜପଥ ସମ୍ପ୍ରସାରଣ ଠିକା ନେଇଥିବା ଗାୟିତ୍ରୀ କମ୍ପାନୀ ପକ୍ଷରୁ ୨୦୧୮ ମେ ୧୭ ଓ ୧୮ ତାରିଖରେ ବଇଣ୍ଡା ଛକ ସହ କେତେକ ଗ୍ରାମରେ ଉଚ୍ଛେଦ ଆରମ୍ଭ କରାଯାଇଥିଲା। ଏପରିକି ଲୋକଙ୍କୁ ଆବଶ୍ୟକ ସମୟ ଓ ଉଚିତ କ୍ଷତିପୂରଣ ନ ଦେଇ ସେମାନଙ୍କ ଘର, ଦୋକାନ ଭାଙ୍ଗି ଦିଆଯାଇଥିବା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ କିଛି ଲୋକଙ୍କୁ କ୍ଷତିପୂରଣ ଦିଆଯାଇ ଘର ଉଚ୍ଛେଦ କରାଯାଇଥିଲା। କ୍ଷତିପୂରଣ ପାଇ ନ ଥିବା କେତେଜଣ ବ୍ୟକ୍ତି ଏ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାହାକୁ ଖାତିର ନ କରି ଘର ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା। କ୍ଷତିପୂରଣ ଦିଆ ନ ଯାଇ ଦୋକାନ ଉଚ୍ଛେଦ କରାଯାଇଥିବାରୁ ଏହାର ବିରୋଧ କରି ୪ ଶହରୁ ଊର୍ଦ୍ଧ୍ୱ ଉଠଦୋକାନୀ ଅନୁଗୋଳ ଜିଲାପାଳ, ଆର୍‌ଡିସିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ହେଁ କୌଣସି ସୁଫଳ ମିଳି ନ ଥିବା ଉଠା ଦୋକାନୀ ସଂଘ ଅଭିଯୋଗ କରିଛି। ଅନ୍ୟପକ୍ଷରେ ବଇଣ୍ଡା ଛକରେ ଫ୍ଲାଏ ଓଭରବ୍ରିଜ ନିର୍ମାଣ ହେବ ବୋଲି ଠିକା କମ୍ପାନୀ ପକ୍ଷରୁ କୁହାଯାଇଥିଲେ ମଧ୍ୟ ସେ ନେଇ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଗତ ଶନିବାର ବଇଣ୍ଡା ଶିବ ମନ୍ଦିରଠାରେ ଥିବା ୨ଟି ବଡ଼ ଗଛକୁ ଠିକା କମ୍ପାନୀ ଜେସିବି ଲଗାଯାଇ କାଟିବା ସହ ରବିବାର ମାତ୍ର ୨ ଶହ ମିଟର ବିଦ୍ୟୁତ୍‌ ତାର ଟାଣିଛି। ଗାଡ଼ି ଚଳାଚଳ ସୁବିଧା ପାଇଁ ବାଇପାସ୍‌ ମଧ୍ୟ ନିର୍ମାଣ କରାଯାଇ ନାହିଁ। ରାଜପଥ କାର୍ଯ୍ୟ ଏଯାଏ ଆରମ୍ଭ ହୋଇ ନ ଥିବାରୁ ୨ ବର୍ଷ ହେଲା ରୋଜଗାର ହରାଇ ଘରେ ବସିଥିବା ୨ ଶହରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପଟେ ରାଜପଥର ଗୋଟିଏ ପାର୍ଶ୍ୱକୁ ବିଭିନ୍ନ ସ୍ଥାନ ଖୋଳାଯାଇଥିବା ବେଳେ ଗାଡ଼ି ଚଳାଚଳ କରୁଥିବା ଅନ୍ୟପାର୍ଶ୍ୱର ବଇଣ୍ଡାଠାରୁ ଲୁହାମୁଣ୍ଡା, ଗୁଣ୍ଡୁରୀମୁଣ୍ଡାରୁ ହଣ୍ଡପା ବଜାର, ରାଣୀଭୂଇଁଠାରୁ ନୂଆଭୂଇଁ, ଫୁଲାମ୍ବାରୁ ଖଇରମୁଣ୍ଡା, ଶୁଶବଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ କଦର୍ଯ୍ୟ ହୋଇପଡ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ କହିଛନ୍ତି, ଜାମ୍ବୁନାଳୀଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ଆବଶ୍ୟକ ସରକାରୀ ଓ ବେସରକାରୀ ଜମି ଠିକାସଂସ୍ଥାକୁ ହସ୍ତାନ୍ତର କରାଯାଇଛି। କିପରି ନିର୍ମାଣ କାର୍ଯ୍ୟ ଶୀଘ୍ର ହୋଇପାରିବ ସେଥିପ୍ରତି ଠିକା କମ୍ପାନୀ ଦୃଷ୍ଟି ଦେବା ଆବଶ୍ୟକ। ଠିକା କମ୍ପାନୀ ଗାୟିତ୍ରୀର ପରିଚାଳକ ଗେଲିଡେବରା ପଦ୍ମନାଭମ୍‌ କହିଛନ୍ତି, ବଇଣ୍ଡାଠାରେ ଓଭରବ୍ରିଜ୍‌ ପାଇଁ ଅସ୍ଥାୟୀ ରାସ୍ତା ଆବଶ୍ୟକ ରହିଛି। ଏନ୍‌ଏଚ୍‌ଏଆଇ ପକ୍ଷରୁ ଅନୁମତି ମିଳିବା ପରେ ଅସ୍ଥାୟୀ ରାସ୍ତା ସହ ବ୍ରିଜ୍‌ କାମ ଆରମ୍ଭ କରାଯିବ। ଏ ନେଇ ଉଦ୍ୟମ ଜାରି ରହିଥିବା ପରିଚାଳକ ପ୍ରକାଶ କରିଛନ୍ତି।

କ୍ଷତିପୂରଣ ଦିଆଯାଉନି
ରାଜପଥ ସମ୍ପ୍ରସାରଣ ପାଇଁ ବଜାର ଉଚ୍ଛେଦ କରାଯାଇଛି। ହେଲେ ଉଠା ଦୋକାନୀଙ୍କ ସମସ୍ୟା ସମାଧାନ କରାଯାଉ ନାହିଁ। ସେମାନଙ୍କୁ କ୍ଷତିପୂରଣ ଦିଆଯାଉନି। ଅଭିଯୋଗ କଲେ କେହି ଶୁଣୁନାହାନ୍ତି। ଏ ନେଇ କୋର୍ଟର ଆଶ୍ରୟ ନିଆଯାଇଛି।
-ରଣଜିତ ପଟ୍ଟନାୟକ, ଉଠାଦୋକାନୀ ସଂଘ ସଭାପତି

ବେଆଇନ ଭାବେ ଉଚ୍ଛେଦ
କ୍ଷତିପୂରଣ ଦିଆ ନ ଯାଇ ମୋ ଘର ଭାଙ୍ଗି ଦିଆଯାଇଛି। ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏପରି କାର୍ଯ୍ୟ ହୋଇଛି। କୋର୍ଟରେ ମାମଲା ଥିଲେ ବି ଠିକା ସଂସ୍ଥା ପକ୍ଷରୁ ଆମକୁ କିଛି ନ ଜଣାଇ ଉଚ୍ଛେଦ କାର୍ଯ୍ୟ କରାଯାଇଛି।
-ଭଗବାନ ଘିଓ୍ବାଲା, ଗ୍ରାମବାସୀ

ରୋଜଗାର ହରାଇଛୁ
୨ ବର୍ଷ ତଳେ ଦୋକାନ ଭାଙ୍ଗିଦିଆଯାଇଥିଲା। ରାଜପଥ କାମ ସରିଥିଲେ ନୂଆ ଦୋକାନ ଦେଇଥାନ୍ତି। କିନ୍ତୁ ନିର୍ମାଣ କାମରେ ବିଳମ୍ବ ହେଉଥିବାରୁ ବ୍ୟବସାୟ ସହ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କ୍ଷତିଗ୍ରସ୍ତ ବ୍ୟବସାୟୀମାନଙ୍କୁ କ୍ଷତିପୂରଣ ଦିଆଯାଉ।
-ପ୍ରଣୟ ଦେହୁରୀ, ଦୋକାନୀ

ଠିକ୍‌ ଭାବେ ତଦାରଖ ହେଉନି
ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁ ରାଜପଥ କାମ ଏଯାଏ ଆରମ୍ଭ ହୋଇପାରି ନାହିଁ। ଗୋଟିଏ ପାର୍ଶ୍ୱରେ ଗାଡ଼ି ଚଳାଚଳ କରୁଥିଲେ ମଧ୍ୟ ତାହାର ମରାମତି ହେଉନାହିଁ। ପ୍ରଶାସନିକ ଅଧିକାରୀମାନେ ତଦାରଖ କରୁନାହାନ୍ତି।
-ପ୍ରସନ୍ନ ବେହେରା, ଗ୍ରାମବାସୀ

ବ୍ୟବସାୟୀଙ୍କ ଦୁଃଖ ବୁଝନ୍ତୁ
ରାସ୍ତା ପାର୍ଶ୍ୱରେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀମାନେ ଏବେ ବେକାର। ସେମାନଙ୍କୁ ସହାୟତା ଦିଆଯାଉ ନାହିଁ। ସେହିପରି ବାଇପାସ୍‌ ମଧ୍ୟ ନିର୍ମାଣ କରାଯାଉ ନାହିଁ। ଶୀଘ୍ର ରାଜପଥ ସମ୍ପ୍ରସାରଣ ଶେଷ କରାଯାଉ।
-ରାଜେନ୍ଦ୍ର ସାହୁ, ଦୋକାନୀ


Enter your email to get our daily news in your inbox.

All Right Reserved By Dharitri.Com

ସିକନ୍ଦରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୪।୧୨(ଡି.ଏନ୍‌.ଏ.): ସିକନ୍ଦରାବାଦରେ ପୁଣି ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେ ହେଲେ କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଗମ୍ଭାରୀଗୁଡ଼ା...

ଦାୟିତ୍ୱ ନେଲେ ମେହେର୍ଦ୍ଦା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ୧୯୯୭ ବ୍ୟାଚ୍‌ ଆଇଏଏସ୍‌ ଅଫିସର ପ୍ରମୋଦ ମେହେର୍ଦ୍ଦା ବୁଧବାର ରାଜ୍ୟପାଳଙ୍କ ସଚିବଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମେହେର୍ଦ୍ଦା ରାଜଭବନ ଯାଇ ପ୍ରଥମେ ରାଜ୍ୟପାଳ ଗଣେଶୀ...

ମାଲାବାରରେ ଏକ୍ସକ୍ଲୁସିଭ ବ୍ରାଣ୍ଡେଡ୍‌ ଜୁଏଲେରି ଶୋ

ଭୁବନେଶ୍ୱର,୨୧।୫:  ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱରସ୍ଥିତ ସହିଦ ନଗରର ରୂପାଲି ସ୍କୋୟାର ପ୍ରିମିୟମ ଆଉଟଲେଟରେ ଏକ ୯ ଦିନିଆ...

ଗାଁକୁ ପଶି ପାରିଲେନି, ପରିବା କିଆରୀରେ ତମ୍ବୁ ଟାଣି ଆଶ୍ରୟ ନେଲେ

ବରଗଡ଼ ଅଫିସ୍‌,୩୧ା୫-ବରଗଡ଼ ଜିଲା ପାଇକମାଲ ବ୍ଲକ ମିଠପାଲି ପଞ୍ଚାୟତ ଅନ୍ତର୍ଗତ ବୁଟୁରାଖମାର ଗ୍ରାମର ୨ଜଣ ତାମିଲନାଡ଼ୁରୁ ଫେରିବା ପରେ ହଟହଟାର ସମ୍ମୁଖୀନ ହୋଇଛନ୍ତି। ନିଜ ଅଞ୍ଚଳକୁ...

ପାଇଖାନା ନିର୍ମାଣରେ ଅନିୟମିତତା

ରାୟଗଡ଼(ଗଜପତି), ୯ା୩ (ଡି.ଏନ୍‌.ଏ.) ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ଗାଁରୁ ସହର ସମସ୍ତ ଅଞ୍ଚଳକୁ ବାହ୍ୟ ମଳମୁକ୍ତ କରିବାହ ପାଇଁ ପ୍ରତ୍ୟେକ ଘରେ ସ୍ବଚ୍ଛ ଶୌଚାଳୟ ନିର୍ମାଣ...

ପରିବା ବୋଝେଇ ପିକ୍‌ଅପ୍‌କୁ ପିଟିଲା ଟ୍ରକ: ଦୁଇ ମୃତ, ଜଣେ ଗୁରୁତର

କେନ୍ଦୁଝର,୩୦।୧(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନେକଡାଘର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପରିବା ବୋଝେଇ ପିକ୍‌ଅପ୍‌ ଗାଡି ଖରାପ ଥିବାରୁ ଛିଡ଼ା ହୋଇ...

କ୍ରୋମାଇଟ ଲୋଡିଂରେ ଚାନ୍ଦା ଆଦାୟକୁ ବିରୋଧ: ଖଣି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ

କାଳିଆପାଣି,୨୨ା୧୧(ଡି.ଏନ୍‌.ଏ.): ସୁକିନ୍ଦା କ୍ରୋମାଇଟ ଖଣି ପରିବହନରେ ଶ୍ରମିକମାନେ ଟ୍ରକ୍‌ ଲୋଡିଂ କ୍ଷେତ୍ରରେ ବେଆଇନ ଚାନ୍ଦା (ମାମୁଲି) ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏ ନେଇ ଗୁରୁବାର...

ନକଲି ସାର କାରଖାନା ଠାବ, ୯ ଗିରଫ

ବରଗଡ଼ ଅଫିସ୍‌,୧।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଧୀନ ଜାମମାଲ ଗ୍ରାମରେ ଶୁକ୍ରବାର ପୋଲିସ ଏକ ନକଲି ସାର କାରଖାନା ଠାବ କରିଛି...

Advertisement
Archives

Model This Week