ଉଚ୍ଛେଦରେ ସୀମିତ ସମ୍ପ୍ରସାରଣ

ବଇଣ୍ଡା, ୧୦ା୮(ପରିକ୍ଷିତ ସାହୁ):  ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥକୁ ୪ ଲେନ୍‌ କରାଯାଉଛି। ହେଲେ କିଶୋରନଗର ବ୍ଲକ ଜାମ୍ବୁନାଳୀଠାରୁ ଭାଙ୍ଗମୁଣ୍ଡା ଯାଏ ଦୀର୍ଘ ୪୦ କିଲୋମିଟର ସମ୍ପ୍ରସାରଣରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ବିଶେଷକରି ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଛକରେ ଦୋକାନ ବଜାର ୨୬ ମାସ ତଳୁ ଉଚ୍ଛେଦ କରାଯାଉଥିଲେ ମଧ୍ୟ ଏଯାଏ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ବହୁ କ୍ଷତିଗ୍ରସ୍ତ କ୍ଷତିପୂରଣ ପାଇ ନ ଥିବାବେଳେ ୨ ଶହ ଦୋକାନୀ ରୋଜଗାର ହରାଇ ଘରେ ବସିଥିବାରୁ ଅସନ୍ତୋଷ ଦେଖାଦେଇଛି।


ରାଜପଥ ସମ୍ପ୍ରସାରଣ ଠିକା ନେଇଥିବା ଗାୟିତ୍ରୀ କମ୍ପାନୀ ପକ୍ଷରୁ ୨୦୧୮ ମେ ୧୭ ଓ ୧୮ ତାରିଖରେ ବଇଣ୍ଡା ଛକ ସହ କେତେକ ଗ୍ରାମରେ ଉଚ୍ଛେଦ ଆରମ୍ଭ କରାଯାଇଥିଲା। ଏପରିକି ଲୋକଙ୍କୁ ଆବଶ୍ୟକ ସମୟ ଓ ଉଚିତ କ୍ଷତିପୂରଣ ନ ଦେଇ ସେମାନଙ୍କ ଘର, ଦୋକାନ ଭାଙ୍ଗି ଦିଆଯାଇଥିବା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ କିଛି ଲୋକଙ୍କୁ କ୍ଷତିପୂରଣ ଦିଆଯାଇ ଘର ଉଚ୍ଛେଦ କରାଯାଇଥିଲା। କ୍ଷତିପୂରଣ ପାଇ ନ ଥିବା କେତେଜଣ ବ୍ୟକ୍ତି ଏ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାହାକୁ ଖାତିର ନ କରି ଘର ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା। କ୍ଷତିପୂରଣ ଦିଆ ନ ଯାଇ ଦୋକାନ ଉଚ୍ଛେଦ କରାଯାଇଥିବାରୁ ଏହାର ବିରୋଧ କରି ୪ ଶହରୁ ଊର୍ଦ୍ଧ୍ୱ ଉଠଦୋକାନୀ ଅନୁଗୋଳ ଜିଲାପାଳ, ଆର୍‌ଡିସିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ହେଁ କୌଣସି ସୁଫଳ ମିଳି ନ ଥିବା ଉଠା ଦୋକାନୀ ସଂଘ ଅଭିଯୋଗ କରିଛି। ଅନ୍ୟପକ୍ଷରେ ବଇଣ୍ଡା ଛକରେ ଫ୍ଲାଏ ଓଭରବ୍ରିଜ ନିର୍ମାଣ ହେବ ବୋଲି ଠିକା କମ୍ପାନୀ ପକ୍ଷରୁ କୁହାଯାଇଥିଲେ ମଧ୍ୟ ସେ ନେଇ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଗତ ଶନିବାର ବଇଣ୍ଡା ଶିବ ମନ୍ଦିରଠାରେ ଥିବା ୨ଟି ବଡ଼ ଗଛକୁ ଠିକା କମ୍ପାନୀ ଜେସିବି ଲଗାଯାଇ କାଟିବା ସହ ରବିବାର ମାତ୍ର ୨ ଶହ ମିଟର ବିଦ୍ୟୁତ୍‌ ତାର ଟାଣିଛି। ଗାଡ଼ି ଚଳାଚଳ ସୁବିଧା ପାଇଁ ବାଇପାସ୍‌ ମଧ୍ୟ ନିର୍ମାଣ କରାଯାଇ ନାହିଁ। ରାଜପଥ କାର୍ଯ୍ୟ ଏଯାଏ ଆରମ୍ଭ ହୋଇ ନ ଥିବାରୁ ୨ ବର୍ଷ ହେଲା ରୋଜଗାର ହରାଇ ଘରେ ବସିଥିବା ୨ ଶହରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପଟେ ରାଜପଥର ଗୋଟିଏ ପାର୍ଶ୍ୱକୁ ବିଭିନ୍ନ ସ୍ଥାନ ଖୋଳାଯାଇଥିବା ବେଳେ ଗାଡ଼ି ଚଳାଚଳ କରୁଥିବା ଅନ୍ୟପାର୍ଶ୍ୱର ବଇଣ୍ଡାଠାରୁ ଲୁହାମୁଣ୍ଡା, ଗୁଣ୍ଡୁରୀମୁଣ୍ଡାରୁ ହଣ୍ଡପା ବଜାର, ରାଣୀଭୂଇଁଠାରୁ ନୂଆଭୂଇଁ, ଫୁଲାମ୍ବାରୁ ଖଇରମୁଣ୍ଡା, ଶୁଶବଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ କଦର୍ଯ୍ୟ ହୋଇପଡ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ କହିଛନ୍ତି, ଜାମ୍ବୁନାଳୀଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ଆବଶ୍ୟକ ସରକାରୀ ଓ ବେସରକାରୀ ଜମି ଠିକାସଂସ୍ଥାକୁ ହସ୍ତାନ୍ତର କରାଯାଇଛି। କିପରି ନିର୍ମାଣ କାର୍ଯ୍ୟ ଶୀଘ୍ର ହୋଇପାରିବ ସେଥିପ୍ରତି ଠିକା କମ୍ପାନୀ ଦୃଷ୍ଟି ଦେବା ଆବଶ୍ୟକ। ଠିକା କମ୍ପାନୀ ଗାୟିତ୍ରୀର ପରିଚାଳକ ଗେଲିଡେବରା ପଦ୍ମନାଭମ୍‌ କହିଛନ୍ତି, ବଇଣ୍ଡାଠାରେ ଓଭରବ୍ରିଜ୍‌ ପାଇଁ ଅସ୍ଥାୟୀ ରାସ୍ତା ଆବଶ୍ୟକ ରହିଛି। ଏନ୍‌ଏଚ୍‌ଏଆଇ ପକ୍ଷରୁ ଅନୁମତି ମିଳିବା ପରେ ଅସ୍ଥାୟୀ ରାସ୍ତା ସହ ବ୍ରିଜ୍‌ କାମ ଆରମ୍ଭ କରାଯିବ। ଏ ନେଇ ଉଦ୍ୟମ ଜାରି ରହିଥିବା ପରିଚାଳକ ପ୍ରକାଶ କରିଛନ୍ତି।

କ୍ଷତିପୂରଣ ଦିଆଯାଉନି
ରାଜପଥ ସମ୍ପ୍ରସାରଣ ପାଇଁ ବଜାର ଉଚ୍ଛେଦ କରାଯାଇଛି। ହେଲେ ଉଠା ଦୋକାନୀଙ୍କ ସମସ୍ୟା ସମାଧାନ କରାଯାଉ ନାହିଁ। ସେମାନଙ୍କୁ କ୍ଷତିପୂରଣ ଦିଆଯାଉନି। ଅଭିଯୋଗ କଲେ କେହି ଶୁଣୁନାହାନ୍ତି। ଏ ନେଇ କୋର୍ଟର ଆଶ୍ରୟ ନିଆଯାଇଛି।
-ରଣଜିତ ପଟ୍ଟନାୟକ, ଉଠାଦୋକାନୀ ସଂଘ ସଭାପତି

ବେଆଇନ ଭାବେ ଉଚ୍ଛେଦ
କ୍ଷତିପୂରଣ ଦିଆ ନ ଯାଇ ମୋ ଘର ଭାଙ୍ଗି ଦିଆଯାଇଛି। ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏପରି କାର୍ଯ୍ୟ ହୋଇଛି। କୋର୍ଟରେ ମାମଲା ଥିଲେ ବି ଠିକା ସଂସ୍ଥା ପକ୍ଷରୁ ଆମକୁ କିଛି ନ ଜଣାଇ ଉଚ୍ଛେଦ କାର୍ଯ୍ୟ କରାଯାଇଛି।
-ଭଗବାନ ଘିଓ୍ବାଲା, ଗ୍ରାମବାସୀ

ରୋଜଗାର ହରାଇଛୁ
୨ ବର୍ଷ ତଳେ ଦୋକାନ ଭାଙ୍ଗିଦିଆଯାଇଥିଲା। ରାଜପଥ କାମ ସରିଥିଲେ ନୂଆ ଦୋକାନ ଦେଇଥାନ୍ତି। କିନ୍ତୁ ନିର୍ମାଣ କାମରେ ବିଳମ୍ବ ହେଉଥିବାରୁ ବ୍ୟବସାୟ ସହ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କ୍ଷତିଗ୍ରସ୍ତ ବ୍ୟବସାୟୀମାନଙ୍କୁ କ୍ଷତିପୂରଣ ଦିଆଯାଉ।
-ପ୍ରଣୟ ଦେହୁରୀ, ଦୋକାନୀ

ଠିକ୍‌ ଭାବେ ତଦାରଖ ହେଉନି
ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁ ରାଜପଥ କାମ ଏଯାଏ ଆରମ୍ଭ ହୋଇପାରି ନାହିଁ। ଗୋଟିଏ ପାର୍ଶ୍ୱରେ ଗାଡ଼ି ଚଳାଚଳ କରୁଥିଲେ ମଧ୍ୟ ତାହାର ମରାମତି ହେଉନାହିଁ। ପ୍ରଶାସନିକ ଅଧିକାରୀମାନେ ତଦାରଖ କରୁନାହାନ୍ତି।
-ପ୍ରସନ୍ନ ବେହେରା, ଗ୍ରାମବାସୀ

ବ୍ୟବସାୟୀଙ୍କ ଦୁଃଖ ବୁଝନ୍ତୁ
ରାସ୍ତା ପାର୍ଶ୍ୱରେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀମାନେ ଏବେ ବେକାର। ସେମାନଙ୍କୁ ସହାୟତା ଦିଆଯାଉ ନାହିଁ। ସେହିପରି ବାଇପାସ୍‌ ମଧ୍ୟ ନିର୍ମାଣ କରାଯାଉ ନାହିଁ। ଶୀଘ୍ର ରାଜପଥ ସମ୍ପ୍ରସାରଣ ଶେଷ କରାଯାଉ।
-ରାଜେନ୍ଦ୍ର ସାହୁ, ଦୋକାନୀ


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆଦିବାସୀ ଝିଅ ପୂର୍ଣ୍ଣିମା, ସମଗ୍ର କୋକସରା ଅଞ୍ଚଳରେ ଖୁସିର ଲହରୀ

କୋକସରା,୨୫।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମର ମେଧାବୀ ଆଦିବାସୀ ଝିଅ ପୂର୍ଣ୍ଣିମା ପୁଝାରୀ ସର୍ବଭାରତୀୟ ନିଟ୍ (NEET UG) ପରୀକ୍ଷାରେ ସଫଳତା…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

କାମ କରୁଥିବା ବେଳେ ହେଲା ଛାତିରେ ଯନ୍ତ୍ରଣା, ହୃଦଘାତରେ ଚାଲିଗଲା କ୍ୟାସିୟର ଅରବିନ୍ଦଙ୍କ ଜୀବନ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କ୍ୟାସିୟର (କୋଷାଧ୍ୟକ୍ଷ) ଅରବିନ୍ଦ ପଣ୍ଡାଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ପରଲୋକ…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ବିନା କୋଚିଂରେ ନିଟ୍‌ରେ ସଫଳ ହେଲେ ସୁବ୍ରତ, ଭୀମ ଭୋଇ ମେଡିକାଲ କଲେଜରେ ପଢ଼ିବେ…

କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରେଙ୍ଗାଲି ଗ୍ରାମର ମେଧାବୀ ଛାତ୍ର ସୁବ୍ରତ ଶେଖର ରଣା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri