Posted inUncategorized

କ୍ରିକେଟ୍‌ରେ ନିଆରା ରେକର୍ଡ କଲେ ଏହି ବୋଲର୍‌

ବିଦର୍ଭ,୧୦।୧୧: କ୍ରିକେଟ ଦୁନିଆରେ ପ୍ରତିଦିନ ଅନେକ ରେକର୍ଡ ତିଆରି ହୁଏ ଏବଂ ପରେ ଭାଙ୍ଗିଯାଏ। ପ୍ରତିଦିନ କ୍ରିକେଟରେ କିଛି ନା କିଛି ରେକର୍ଡ ସୃଷ୍ଟି ହୁଏ। ନିକଟରେ ମୁସ୍ତାକ ଅଲି ଟ୍ରଫିିରେ ସେମିତି ଏକ ନିଆରା ରେକର୍ଡ ହୋଇଛି। କପିଳ ଦେବ, ୱାସିମ ଆକ୍ରାମ, ଜଶପ୍ରୀତ ବୁମ୍‌ରା, ଲାସିଥ ମାଲିଙ୍ଗା ଯାହା କରିପାରି ନ ଥିଲେ, ତାହା କରି ଦେଖାଇଛନ୍ତି ବିଦର୍ଭର ଅକ୍ଷୟ କର୍ଣ୍ଣଓ୍ବାର।
ବିଦର୍ଭ କ୍ରିକେଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବିଦର୍ଭ ଦଳ ୨୦ ଓଭରରେ ୨୨୨ ରନ ସଂଗ୍ରହ କରିଥିଲେ। ଏଥିପାଇଁ ଜିତେଶ ଶର୍ମା ୩୧ ବଲରେ ୭୧ ରନ ସଂଗ୍ରହ କରିଥିଲେ। ଏହି ମ୍ୟାଚରେ ଅକ୍ଷୟ କର୍ଣ୍ଣଓ୍ବାର ବିଦର୍ଭ ପାଇଁ ବୋଲିଂ କରୁଥିବା ବେଳେ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି।
ଅକ୍ଷୟ ଚାରି ଓଭରରେ କୌଣସି ରନ ନ ଦେଇ ୨ ଉଇକେଟ ନେଇଥିଲେ। ତାଙ୍କ ପୂର୍ବରୁ ଏପରି ମାରାତ୍ମକ ବୋଲିଂ କେହି କରି ନ ଥିଲେ। ଦୁଇ ହାତରେ ବୋଲିଂ କରିଥିବା ଅକ୍ଷୟ ଟି -୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ଦୁନିଆର ପ୍ରଥମ ବୋଲର ହୋଇଛନ୍ତି। ଅନ୍ତର୍ଜାତୀୟ, ଘରୋଇ ଏବଂ ଫ୍ରାଞ୍ଚାଇଜ ଟି -୨୦ ସମେତ କୌଣସି ବୋଲର ୪ ଓଭର ମେଡେନ ବୋଲିଂ କରି ନ ଥିଲେ। ଆସନ୍ତା ବର୍ଷ ଆଇପିଏଲ ମେଗା ନିଲାମ ଅନୁଷ୍ଠିତ ହେବ। ଆସନ୍ତା ବର୍ଷ ଠାରୁ ଆଇପିଏଲରେ ୨ଟି ନୂଆ ଦଳ ଯୋଡାଯିବ। ଲକ୍ଷ୍ନୌ ଏବଂ ଅହମ୍ମଦାବାଦର ଆଖି ନିଶ୍ଚିତ ଭାବରେ ଏହି ବୋଲରଙ୍କ ଉପରେ ରହିବ। ବିଶେଷ କଥା ହେଉଛି ଅକ୍ଷୟ ଦୁଇ ହାତରେ ବୋଲିଂ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ, ଷଷ୍ଠ ଶ୍ରେଣୀର ଛାତ୍ରୀ ଜଣଙ୍କ ଗର୍ଭବତୀ ହେବାରୁ…

ବ୍ରହ୍ମପୁର,୩୦ା୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ରୋହିତଲାଲ ପଣ୍ଡା ବୁଧବାର ଜଣେ ନାବାଳିକା ବଳାତ୍କାର ମାମଲାର ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଏଥିସହ ୫୦…

ଭୂମିକମ୍ପ ପରେ ମାଡ଼ି ଆସୁଛି ସମୁଦ୍ର

ଟୋକିଓ,୨୦।୪: ଜାପାନରେ ଏକ ଭୟଙ୍କର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ରିପୋର୍ଟ ଅନୁଯାୟୀ, ଉତ୍ତର ଜାପାନର ଉପକୂଳରେ ଏହି…

ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ; ୧୬ମୃତ, ବଢ଼ିପାରେ ମୃତ୍ୟୁ ସଂଖ୍ୟା

ଚେନ୍ନାଇ,୧୯ା୪: ତାମିଲନାଡୁର ବିରୁଧୁନଗର ଜିଲାରେ ଥିବା ଏକ ବାଣ ତିଆରି ୟୁନିଟରେ ଏକ ବଡ଼ ବିସ୍ଫୋରଣ ଘଟିଛି। ବାଣ କାରଖାନାରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣରେ ଏପର୍ଯ୍ୟନ୍ତ…

ଟ୍ରମ୍ପଙ୍କ ଚାଇନା ଗସ୍ତ ପୂର୍ବରୁ ବଡ଼ ଗେମ୍‌ ଖେଳିଲେ ପୁଟିନ୍‌, ବେଜିଂକୁ ପଠାଇଲେ ‘ଚାଣକ୍ୟ’, ଜାଣନ୍ତୁ ସେ କିଏ…

ବେଜିଂ,୧୪।୪: ଦୁଇ ସପ୍ତାହ ପୂର୍ବରୁ ଆମେରିକା ଘୋଷଣା କରିଥିଲା ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ’ରେ ଚାଇନା ଗସ୍ତ କରିବେ। ଠିକ୍‌ ଏହି ସମୟରେ ଇରାନ ସହିତ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

CSK ବିପକ୍ଷ ମ୍ୟାଚ୍‌ବେଳେ କାନ୍ଦି ପକାଇଲେ ରବିନ୍ଦ୍ର ଜାଡେଜା: ପଛରେ ରହିଛି ଏମିତି କାରଣ…

ନୂଆଦିଲ୍ଲୀ,୩୧।୩: ଭାରତୀୟ ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ IPL ୨୦୨୬ ନାଟକୀୟ ଭାବରେ ବଦଳି ଯାଇଛି। ଯେଉଁ ଦଳ ପାଇଁ ସେ ପୂର୍ବ ସିଜନ ପର୍ଯ୍ୟନ୍ତ ନିଜ…

IPL 2026: ଆରମ୍ଭ ହେଲା ଟିକେଟ୍ ବୁକିଂ, ଘରେ ବସି ଏଭଳି ବୁକ୍‌ କରନ୍ତୁ , ମିଳିବ ସିଟ୍‌

ନୂଆଦିଲ୍ଲୀ,୨୯।୩: ୨୮ ମାର୍ଚ୍ଚରୁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ବନାମ SRH ମଧ୍ୟରେ ପ୍ରଥମ ମୁକାବିଲା ସହ ଆଇପିଏଲ୍‌ର ନୂଆ ସିଜିନ୍ ଆରମ୍ଭ ହୋଇଛି।। ଟିକେଟ୍…

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…

ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri