Posted inଫୁରସତ

ଚାକିରିରୁ ବାହାର କରିଦେଇଥିଲା କମ୍ପାନୀ, ନକଲି ନିଶ ଲଗାଇ ପୁଣି ଇଣ୍ଟରଭ୍ୟୁ ଦେବାକୁ ଗଲେ; ଆଉ ତା’ ପରେ…

ଆମେରିକାର ଏକ କମ୍ପାନୀ ଜଣେ ବ୍ୟକ୍ତିଙ୍କୁ ଚାକିରିରୁ ବାହାର କରିଦେଇଥିଲା। ଯେଉଁ ବ୍ୟକ୍ତିଙ୍କୁ ଚାକିରିରୁ ବାହାର କରିଦେଇଥିଲା ସେ ପୁଣି ନକଲି ନିଶ ଲଗାଇ ଇଣ୍ଟରଭ୍ୟୁ ପାଇଁ ପହଞ୍ଚିଥିଲେ। ଏଥିରେ ସେ ଚୟନ ବି ହୋଇଥିଲେ। ଏହି କଥା ଜଣାପଡ଼ିଥିଲା ଯେତେବେଳେ ବ୍ୟକ୍ତି ଜଣକ ନିଜେ ସୋସିଆଲ ମିଡିଆରେ ଖୁଲାସା କରିଥିଲେ।

@Firr ନାମକ ଏକ ଟୁଇଟର ଆକାଉଣ୍ଟରେ ବ୍ୟକ୍ତି ଜଣକ ନିଜ କାହାଣୀ ୟୁଜର୍ସମାନଙ୍କ ପାଇଁ ଶେୟାର କରିଛନ୍ତି। ସେ କହିଛନ୍ତି, ସେ ଯେଉଁ କର୍ମଚାରୀଙ୍କ ସାମ୍ନାରେ ଇଣ୍ଟରଭ୍ୟୁ ପାଇଁ ବସିଥିଲେ, ତାଙ୍କୁ କିଛିଦିନ ପୂର୍ବରୁ ଚାକିରିରୁ ବାହାର କରି ଦିଆଯାଇଥିଲା। ଏହି ବ୍ୟକ୍ତିଜଣକ କମ୍ପାନୀର ଏକ୍ସ ବସ୍‌ ଥିଲେ। ସେ ନିଜେ ତାଙ୍କର ଗେଟ୍‌ଅପ୍‌ ଚେଞ୍ଜ କରିଥିଲେ। ଏଥିପାଇଁ ସେ ନକଲି ନିଶ କିଣି ଲଗାଇଥିଲେ। ସମସ୍ତଙ୍କୁ ଚକ୍‌ମା ଦେଖାଇ ନିଜ ପରିଚୟ ଲୁଚାଇଥିଲେ। ଶେଷରେ ଏହି ଇଣ୍ଟରଭ୍ୟୁରେ ସେ ଚୟନ ହୋଇଥିଲେ।

ଏହା ପରେ ବ୍ୟକ୍ତିଜଣଙ୍କୁ ପ୍ରୋଗ୍ରାମର ଟିମ୍‌ ସହିତ ଦ୍ୱିତୀୟ ରାଉଣ୍ଡ ଇଣ୍ଟରଭ୍ୟୁ ପାଇଁ ପଠାଯାଇଥିଲା। ଯେଉଁଠି ସେ ପ୍ରଥମେ କାମ କରୁଥିଲେ। ତାଙ୍କ ମ୍ୟାନେଜର ତାଙ୍କୁ ଭଲ ଭାବେ ଜାଣିଥିଲେ। ଅନ୍ୟ କିଛି କର୍ମଚାରୀ ମଧ୍ୟ ତାଙ୍କୁ ଚିହ୍ନିଥିଲେ। ଆରମ୍ଭରୁ ଜାଣି ପାରି ନ ଥିଲେ ବି ପରବର୍ତ୍ତୀ ସମୟରେ ନିଶ କାଢ଼ି ଦେବାରୁ ସମସ୍ତେ ଜାଣି ପାରିଥିଲେ। ଏହି କଥା ମାଲିକଙ୍କ ନିକଟରେ ପହଞ୍ଚିଥିଲା। ଏହା ପରେ ଇଣ୍ଟରଭ୍ୟୁ ନେଉଥିବା ଟିମ୍‌ ଆଶ୍ଚର୍ଯ୍ୟ ହୋଇଥିଲେ।

ଏହି ଘଟଣା ପରେ ବ୍ୟକ୍ତିଜଣଙ୍କୁ କମ୍ପାନୀରୁ ବାହାର କରି ଦିଆଯାଇଛି। ତାଙ୍କୁ ଚାକିରି ଦିଆଗଲା ନାହିଁ। ଏହି କଥାରେ ବ୍ୟକ୍ତିଙ୍କର ଆଦୌ ଅବଶୋଷ ବି ନାହିଁ। କାରଣ ସେ କୁହନ୍ତି, ମୁଁ ସମସ୍ତଙ୍କୁ ଭକୁଆ ବନାଇଥିଲି। ଏବେ ପୁଣି ଚାକିରି ଖୋଜିବି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri