୯୬ ଦେଶରେ ଭାରତୀୟ ଟିକାକରଣ ପ୍ରମାଣପତ୍ରକୁ ମାନ୍ୟତା…

ନୂଆଦିଲ୍ଲୀ,୧୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ବିରୋଧରେ ସାର୍ବଜନୀକ ଟିକାକରଣ ଜାରି ରହିଛି। ଇତିମଧ୍ୟରେ ୯୬ ଦେଶରେ ଭାରତୀୟ ଟିକାକରଣ ପ୍ରମାଣପତ୍ରକୁ ମାନ୍ୟତା ମିଳିଛି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି। ମାଣ୍ଡଭ୍ୟ ଏକ ବିବୃତ୍ତିରେ କହିଛନ୍ତି ଯେ ଭାରତରେ ଜାରି ରହିଥିବା ବିଶ୍ୱର ସର୍ବବୃହତ କରୋନା ଟିକାକରଣ କାର୍ଯ୍ୟକ୍ରମର ପ୍ରମାଣପତ୍ରକୁ ଏବେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଉଛି।

ଧୀରେଧୀରେ ଏଭଳି ରାଷ୍ଟ୍ରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ଏଣିକି ଭାରତୀୟ ନାଗରିକ ଶିକ୍ଷା, ବ୍ୟବସାୟ ଏବଂ ପର୍ଯ୍ୟଟନ ଉଦ୍ଦେଶ୍ୟରେ ମୁକ୍ତ ଭାବରେ ସମ୍ପୃକ୍ତ ଦେଶକୁ ଯାତ୍ରା କରିପାରିବେ। ଭାରତର ଟିକାକରଣ ପ୍ରମାଣପତ୍ରକୁ ପାରସ୍ପରିକ ସ୍ବୀକୃତି ପ୍ରଦାନ ପାଇଁ ସମ୍ପୃକ୍ତ ରାଷ୍ଟ୍ରଗୁଡ଼ିକ ସହମତ ହୋଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଯେଉଁମାନେ ବିଦେଶ ଭ୍ରମଣ କରିବାକୁ ଚାହୁଁଛନ୍ତି ସେମାନେ କୋ-ୱିନ ପୋର୍ଟାଲରୁ ଅନ୍ତର୍ଜାତୀୟ ଟ୍ରାଭେଲ ଇମ୍ୟୁନାଇଜେସନ ସାର୍ଟିଫିକେଟ ମଧ୍ୟ ଡାଉନଲୋଡ କରିପାରିବେ।

ଟିକାକରଣ ପ୍ରମାଣପତ୍ରକୁ ପାରସ୍ପରିକ ସ୍ବୀକୃତି ଦେବାକୁ ରାଜି ହୋଇଥିବା ଦେଶ ମଧ୍ୟରେ କାନାଡା, ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ବେଲଜିୟମ, ଆୟର୍ଲାଣ୍ଡ, ନେଦରଲାଣ୍ଡ, ସ୍ପେନ, ବାଂଲାଦେଶ, ଫିନଲାଣ୍ଡ, ମାଲି, ଘାନା, ସିଏରା ଲିୟନ, ନାଇଜେରିଆ, ସର୍ବିଆ, ପୋଲାଣ୍ଡ, ସ୍ଲୋଭାକିଆ ରିପବ୍ଲିକ, କ୍ରୋଏସିଆ, ବୁଲଗେରିଆ, ତୁର୍କୀ, ଚେକ ରିପବ୍ଲିକ, ସ୍ବିଜରଲ୍ୟାଣ୍ଡ, ସ୍ବିଡେନ, ଅଷ୍ଟ୍ରିଆ, ରୁଷିଆ, କୁଏତ, ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ, କତାର ଆଦି ରହିଛନ୍ତି।

ପୃଥିବୀର ଅନ୍ୟ ଦେଶରେ କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ଟିକାକରଣ ପ୍ରମାଣପତ୍ରକୁ ମାନ୍ୟତା ପ୍ରଦାନ କରିବା ଲାଗି କେନ୍ଦ୍ରୀୟ ସ୍ବାସ୍ଥ୍ୟ ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ପୃଥିବୀର ସବୁଠାରୁ ବଡ ଟିକାକରଣ କାର୍ଯ୍ୟକ୍ରମରେ ବର୍ତ୍ତମାନ ଭାରତ ସରକାର ଘରଘର ବୁଲି ଟିକାପ୍ରଦାନ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ସ୍ବାସ୍ଥ୍ୟ କର୍ମୀମାନେ ଘରଘର ବୁଲି ଲୋକଙ୍କ ଟିକାକରଣ କରୁଛନ୍ତି।

ବର୍ତ୍ତମାନ ସୁଦ୍ଧା ଦେଶରେ ୧୦୯ କୋଟିରୁ ଅଧିକ ଟିକା ପ୍ରଦାନ କରାଯାଇଛି। ସେଥିମଧ୍ୟରେ ପ୍ରଥମ ଡୋଜ ସଂଖ୍ୟା ୭୪,୨୧,୬୨,୯୪୦ ଥିବାବେଳେ ଦ୍ୱିତୀୟ ଡୋଜ ସଂଖ୍ୟା ୩୪,୮୬,୫୩,୪୨୬ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?