ବାରିପଦା ଅଫିସ,୨୮ା୧: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ଉରା-ଚନ୍ଦାବିଲାଠାରେ ନିର୍ମାଣାଧିନ ପୋଲରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ରାସଗୋବିନ୍ଦପୁର ଥାନା ଅଧୀନ ଧାନଶୋଳ ଗ୍ରାମର ଦୀପକ ସିଂ (୩୨)। ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ହୋହଲ୍ଲା କରିବା ସହ ଆମ୍ବୁଲାନ୍ସକୁ ଫେରାଇ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ନ ଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ଲୋକେ ଠିକା ସଂସ୍ଥାର ସୁପରଭାଇଜର ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କୁ ମାଡ଼ମାରି ଆହତ କାରିଥିତ୍ବା ସୂଚନା ମିଳିଛି। ଖବରପାଇ ବେତନଟୀ ଏସ୍ଡିପିଓ ଲଳିତ କୁମାର ପଟ୍ଟନାୟକ ଓ ଥାନାଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ସୂଚନା ଅନୁଯାୟୀ, ବାରିପଦା-ପ୍ରତାପପୁର-ବଡ଼ସାହି-ମାଣତ୍ରୀକୁ ସଂଯୋଗ କରୁଥିବା ରାସ୍ତାର ଉରା ନାଳ ଉପରେ ପୂର୍ତ୍ତବିଭାଗ ପକ୍ଷରୁ ୧୧କୋଟି ୪୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଦୁଇ ବର୍ଷ ଧରି ପୋଲ କାର୍ଯ୍ୟ ଚାଲିଆସୁଛି। ପିଲର କାମ ଚାଲୁଥିବା ଗୁରୁବାର ସକାଳେ ବେଳେ ମାଟି ଅତଡ଼ା ଖସିବାରୁ ଦୀପକ ଉକ୍ତ ପିଲର ମଧ୍ୟରେ ଚାପି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଶ୍ରମିକ ଶତୃଘ୍ନ ମଳିକ ମଧ୍ୟ ଆହତ ହୋଇଥିଲେ। ତେବେ ନିର୍ମାଣ କାର୍ଯ୍ୟରେ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଠିକା ସଂସ୍ଥା ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ସୁପରଭାଇଜରଙ୍କୁ ଉତ୍ତ୍ୟକ୍ତ ଶ୍ରମିକ ଓ ସ୍ଥାନୀୟ ଲୋକେ ମାଡ଼ମାରି ଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ନେଇ ବେତନଟୀ ଥାନାରେ ଏକ ମାମଲା ରୁଜୁ ହୋଇଛି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All

ଅଲିଭ୍ରିଡେ୍ଲଙ୍କ ଗଣଅଣ୍ଡାଦାନ ଅପେକ୍ଷାରେ ଗହୀରମଥା
ରାଜନଗର, ୧ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ରିଡ୍ଲେ ଅନ୍ତଃସତ୍ତ୍ୱା କଇଁଛମାନଙ୍କ ଅଣ୍ଡାଦାନ ପର୍ବ ବିକ୍ଷିପ୍ତ ଭାବେ ଆରମ୍ଭ ହୋଇଛି। ଏଥିପାଇଁ ସାମୁଦ୍ରିକ ଅଭୟାରଣ୍ୟର...
ପ୍ରଜ୍ଞାଙ୍କ ହାତରେ ଜୀବନ୍ତ ମୃଣ୍ମୟ ମୂର୍ତ୍ତି
ଖୁଣ୍ଟା,୨୮ା୮(ଡି.ଏନ୍.ଏ.)- ନାରୀ ଟିଏ କଅଁଳ ଶିଶୁକୁ ଲାଳନପାଳନ କରି ମଣିଷ ପରି ଗଢି ତୋଳିବାରେ ଯେପରି ପାରଙ୍ଗମ, ସେହି ନାରୀ ପୁଣି କଞ୍ଚା କାଦୁଅକୁ ନିଜ...

ଘରୁ ଡ଼ାକି ନେଇ ମାରି ଜାଳିଦେଲେ ମାଓବାଦୀ
ମାଲକାନଗିର,(ଡି.ଏନ୍.ଏ.): ପ୍ରଜାକୋର୍ଟରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ।ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ମହୁପଦର ଅଞ୍ଚଳର କେରିମିଟି ଗାଁ ରେ । ମୃତକ ଜଣକ ହେଉଛନ୍ତି...

୨ ମାସର କଂକ୍ରିଟ ରାସ୍ତା ଫାଟିଲା
ଯାଜପୁର ରୋଡ,୨୦ା୮(ଡି.ଏନ.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗର ପୌରାଞ୍ଚଳରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ସହରର ସଫେଇ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ...

ହ୍ବାଟ୍ସ ଆପ୍, ଫୋନରେ ଜଣାଇ ହେବ ଅଭିଯୋଗ
ଛତ୍ରପୁର,୨୩ା୮(ଡି.ଏନ.ଏ.)-ଗଞ୍ଜାମ ଜିଲାର ଜନସାଧାରଣ ଏଣିକି ସେମାନଙ୍କ ଅଭିଯୋଗ ଜିଲା ପ୍ରଶାସନକୁ ଫୋନ୍ କରି ଜଣାଇପାରିବେ। ଏ ନେଇ ଗୁରୁବାର ପୂର୍ବାହ୍ନରେ ଜିଲା ପ୍ରଶାସନ ପକ୍ଷରୁ ଏକ...
ରାସ୍ତାରେ ଢ଼େଉ ମାରୁଛି ଡ୍ରେନ୍ପାଣି
ଚୌଦ୍ୱାର,୩୦।୧୨(ଡି.ଏନ.ଏ): ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା କଳିଙ୍ଗ ଛକ-ଶଙ୍କରପୁର ରାସ୍ତାର କଳିଙ୍ଗଛକ ନିକଟରେ ରାସ୍ତାରେ ହମ୍ପ୍ସ ନିର୍ମାଣ ଯୋଗୁ ଆଖପାଖ ରାସ୍ତାରେ ନିୟମିତ...

ଧୂଷୁରୀରେ ଭାଜପାର ବିଜୟ ସଂକଳ୍ପ ସମାବେଶ: ‘ସରକାର ପରିବର୍ତ୍ତନ ନିଶ୍ଚିତ’
ଧାମନଗର, ୨୭।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀର ଧୂଷୁରୀ ବାସନ୍ତୀ ପଡ଼ିଆରେ ଭାଜପାର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଆଦିବାସୀ...

କାର୍ଡ଼ ଥାଇବି ନିର୍ମାଣ ଶ୍ରମିକଙ୍କୁ ମିଳିପାରୁୁନି ସହାୟତା
ରାଇସୁଆଁ, ୨୮।୪(ଡି.ଏନ୍.ଏ.): କରୋନା ଭାଇରସ୍ ସଂକ୍ରମଣ ଯୋଗୁ ଆଗୁଆ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ କରି ସରକାର ଲୋକଙ୍କୁ ବିଭିନ୍ନ ପ୍ରକାରର ସହାୟତ଼ା ପ୍ରଦାନ କରୁଛନ୍ତି। ହେଲେ...