ପ୍ରତିବର୍ଷ ହାତୀ ଭାଙ୍ଗୁଛି ଘର, ମିଳୁନି କ୍ଷତିପୂରଣ

ଯୋଡା/ଚମ୍ପୁଆ,୨୪।୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ୍‌ ଅନ୍ତର୍ଗତ କୋଦଗାଡିଆ ଗ୍ରାମରେ ମଙ୍ଗଳବାର ରାତି ସାଢେ ୮ଟାରେ ହାତୀପଲ ଆସି ଉପଦ୍ରବ କରି ୪ ଘର ଭାଙ୍ଗିଛନ୍ତି। ଲୋକଙ୍କ ଘର ଭାଙ୍ଗିବା ପରେ ଗ୍ରାମରେ ଆତଙ୍କ ଖେଳିଯାଇଛି ା ପ୍ରତିବର୍ଷ ଏପରି ହାତୀପଲ ଆସି ବ୍ୟାପକ ଘର ଭାଙ୍ଗିଚାଲିଛନ୍ତି। ମାତ୍ର ବନ ବିଭାଗର ଖାମଖିଆଲି ଯୋଗୁ ଅବସ୍ଥା ସୁଧୁରୁନାହିଁ। ଲୋକେ ଘର ଭଙ୍ଗାର କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତି। ସୁଚନା ଅନୁଯାୟୀ, ମଙ୍ଗଳବାର ରାତିରେ ୨୩ ଗୋଟି ହାତୀ ଗ୍ରାମରେ ପଶି ଉପଦ୍ରବ ରଚିଥିଲେ। ଏହି ଉପଦ୍ରବରେ ଗା୍ରମର ଜଙ୍ଗଲକଡ଼ରେ ଥିବା ଶିବନାଥ ମହାନ୍ତଙ୍କ ଘରକୁ ହାତୀପଲ ସମ୍ପୂର୍ଣ୍ଣ ଭାଙ୍ଗିଦେଇ ଧାନଚାଉଳ ଖାଇଦେଇଥିଲେ। ତେବେ ହାତୀପଲ ଆସିବା ଜାଣି ଶିବନାଥଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ା ହାତୀପଲ ପା୍ରୟ ଏକ ଘଣ୍ଟା ଧରି ଗା୍ରମର ବିଭିନ୍ନ ସ୍ଥାନରେ ଉପତ୍ାତ ଚଳାଇଥିଲେ। ଅନ୍ୟ ଗା୍ରମବାସୀଙ୍କ ମଧ୍ୟରେ ମହେଶ୍ୱର ନାଏକ, ଅକ୍ଷୟ ବାରିକ, ଚକ୍ର ବାରିକଙ୍କ ଘର ଆଂଶିକ ଭାଙ୍ଗିଥିବା ଜଣାପଡ଼ିଛି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଗତ ବର୍ଷ ମଧ୍ୟ ହାତୀ ଉପଦ୍ରବରେ ଶିବନାଥଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ଏପର୍ଯ୍ୟନ୍ତ ତାଙ୍କୁ ବନବିଭାଗ କ୍ଷତିପୂରଣ ପ୍ରଦାନ କରି ନ ଥିବାବେଳେ ବହୁକଷ୍ଟରେ ମରାମତି କରିଥିବା ଘରକୁ ଆଉଥରେ ହାତୀପଲ ଭାଙ୍ଗିଦେଇଥିବାରୁ ସେ ନିରାଶ୍ରୟ ହୋଇପଡ଼ିଛନ୍ତି। ଏ ସମ୍ପର୍କରେ ଚମ୍ପୁଆ ବନପାଳ ପିଅନ ନାଏକ କହିଛନ୍ତି, ହାତୀ ଗତିବିଧି ଲକ୍ଷ୍ୟ ରଖିବା ପାଇଁ ସ୍ବତନ୍ତ୍ରଭାବେ ଦୃଷ୍ଟି ଦିଆଯାଉଛି ା ହାତୀ ଘଉଡାଇବା ପାଇଁ ସ୍କ୍ବାଡ ଓ ବନ କର୍ମଚାରୀମାନେ ନିୟୋଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri