Posted inଖେଳ

ଧୋନୀଙ୍କ ଦଳର ଥିଲେ ଅଭିନ୍ନ ଅଙ୍ଗ, ମାତ୍ର ଏବେ ସୁଯୋଗ ନ ମିଳିବାରୁ ଦୁଃଖିତ

ମୁମ୍ବାଇ,୬।୬ : ଗତ ୧୨ରୁ ୧୫ ମାସ ହେଲା ଜାତୀୟ ଦଳରେ ସ୍ଥାନ ପାଉ ନାହାନ୍ତି ସ୍ପିନର କୁଲଦୀପ ଯାଦବ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଦିନେ ଟିମ୍‌ ଇଣ୍ଡିଆ ପାଇଁ ନିୟମିତ ପ୍ରଦର୍ଶନ କରୁଥିବା ଚାଇନା ମ୍ୟାନ ଏବେ ସମ୍ପୂର୍ଣ୍ଣ ନିରାଶ ହୋଇପଡ଼ିଛନ୍ତି। ୨୦୨୦ ଆଇପିଏଲଠାରୁ ଆରମ୍ଭ ହୋଇଥିବା ୨୬ ବର୍ଷୀୟ କୁଲଦୀପଙ୍କ ପତନ ଏବେ ମଧ୍ୟ ଜାରି ରହିଛି। ସେହିବର୍ଷ କେକେଆର ପାଇଁ ଆଇପିଏଲରେ ୫ଟି ମ୍ୟାଚ୍‌ ଖେଳି ହାତେଇଥିଲେ ମାତ୍ର ଗୋଟିଏ ଉଇକେଟ।

ପରେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଲାଗି ଘୋଷିତ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ମିଳି ନ ଥିଲା ସୁଯୋଗ। ଭାରତରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଗୋଟିଏ ମ୍ୟାଚ୍‌ରେ ସୁଯୋଗ ପାଇଥିବା କୁଲଦୀପ ଅର୍ଜନ କରିଥିଲେ ମାତ୍ର ୨ ଉଇକେଟ। ଆଉ ଚଳିତ ବର୍ଷ କୋଭିଡ୍‌ କାରଣରୁ ଆଇପିଏଲ ସ୍ଥଗିତ ହେବା ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍‌ରେ ତାଙ୍କୁ ସୁଯୋଗ ମିଳି ନ ଥିଲା। ଏହାପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଘୋଷିତ ଦଳରେ ସ୍ଥାନ ନ ମିଳିବାରୁ ଦୁଃଖିତ ଅଛନ୍ତି ସ୍ପିନର କୁଲଦୀପ ଯାଦବ। କିନ୍ତୁ ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷିତ ହେବାକୁ ଥିବା ଦଳରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି।

ଭାରତୀୟ ଦଳର ଅଂଶ ନ ଥିବାରୁ ମୁଁ ଦଃଖିତ। କାରଣ ଦଳର ବିଜୟରେ ମୁଁ ସହଯୋଗ କରିବାକୁ ଚାହେଁ। ଜୀବନରେ ଏଭଳି ଘଟେ। କିନ୍ତୁ ଆଗାମୀ ସୁଯୋଗରେ ପ୍ରଦର୍ଶନ କରିବାକୁ ମୁଁ ପ୍ରସ୍ତୁତ ଅଛି। ଆଶା କରୁଛି, ଶ୍ରୀଲଙ୍କା ଗସ୍ତରେ ମୋତେ ଖେଳିବାକୁ ସୁଯୋଗ ମିଳିବ। ପ୍ରତ୍ୟେକ ଖେଳାଳି ଦଳରେ ରହିବାକୁ ଚାହାନ୍ତି। କିନ୍ତୁ ବେଳେବେଳେ ପରିସ୍ଥିତି ଏଭଳି ହୁଏ, ଦଳରେ ସ୍ଥାନ ମିଳେ ନାହିଁ ବୋଲି ଚାଇନା ମ୍ୟାନ ସ୍ପିନର ଏକ ସାକ୍ଷାତ୍‌କାରରେ କହିଛନ୍ତି। କ୍ୟାରିୟରରେ ମାତ୍ର ୭ଟି ଟେଷ୍ଟ ଖେଳିଥିବା କୁଲଦୀପ ୬୩ ଦିନିକିଆରେ ୧୦୫ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri