ପ୍ରତିଟି ଜୀବନ ମୂଲ୍ୟବାନ୍‌: ମୁଖ୍ୟମନ୍ତ୍ରୀ

ରାୟଗଡ଼ା ଅଫିସ,୨୪।୧୧: ରାୟଗଡ଼ାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଲୋକଙ୍କୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଜିଲାର ୨,୫୨,୧୯୧ ପରିବାରର ୮,୩୪,୫୭୦ ଜଣ ଏଥିରୁ ଉପକୃତ ହେବେ। ପ୍ରତ୍ୟେକ ଜୀବନ ମୋ ପାଇଁ ମୂଲ୍ୟବାନ୍‌ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ଗରିବ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ଚିନ୍ତା ଦୂରହୋଇଛି। ସେମାନେ ସ୍ବାସ୍ଥ୍ୟସେବା ପାଇଁ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ। ଲୋକେ ଚିକିତ୍ସା ପାଇଁ ଜମିବାଡ଼ି ବିକ୍ରି କରିଥାନ୍ତି। ଏବେ ବିନା ଅସୁବିଧାରେ ଲୋକେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ଡାକ୍ତରଖାନାରେ ଭଲ ଚିକିତ୍ସା ପାଇପାରିବେ। ଚିକିତ୍ସା ସୁବିଧା ଏବେ ସମସ୍ତଙ୍କର ହାତ ପାହାନ୍ତାରେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଜିଲାର ମା’ମାନେ ୪ହଜାର ମିଶନ ଶକ୍ତି ଗ୍ରୁପ୍‌ରେ ସାମିଲ ହୋଇ ନିଜର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାୟଗଡ଼ା ଜିଲା ପାଇଁ ମୁଖ୍ୟମନ୍ତ୍ରୀ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ରାୟଗଡ଼ା ଜିଲାରେ ଜଳସେଚନର ସୁବିଧା ପାଇଁ ଦୁଇ ଗୋଟି ମେଗା ଲିଫ୍ଟ ପ୍ରକଳ୍ପ ଶେଷ ହୋଇଛି। ଏହାଦ୍ୱାରା ଗୁଣପୁର ବ୍ଲକର ୧୦ ହଜାର ହେକ୍ଟର ଜମିକୁ ପାଣି ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ସଭା ସଦସ୍ୟ ଏନ୍‌. ଭାସ୍କର ରାଓ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଉପସ୍ଥିତ ଥିଲେ। ବିକାଶ ତଥା କଲ୍ୟାଣ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଏକ ମଡେଲ ରାଜ୍ୟ ଭାବରେ ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠିତ କରିପାରିଛନ୍ତି ବୋଲି ସେମାନେ କହିଛନ୍ତି। ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାଶ, ବିଧାୟକ ଅତୁନ ସବ୍ୟସାଚୀ ନାୟକ, ଜିଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଜିଲାପାଳ ସରୋଜ କୁମାର ମିଶ୍ର, ଏସ୍‌ପି ବିବେକାନନ୍ଦ ଶର୍ମା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ କାରବାରରେ କେବିଏନ୍‌ ଗ୍ୟାଙ୍ଗ

ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ଅପରାଧ ଘଟାଇ ଭିଡିଓ ଭାଇରାଲ କରି ରାଜଧାନୀରେ ଆତଙ୍କ ଖେଳାଇଥିବା ବୁବୁ ଜେନାଙ୍କ କେବିଏନ୍‌ ଗ୍ୟାଙ୍ଗ ସମ୍ପର୍କରେ ତଦନ୍ତବେଳେ କମିଶନରେଟ ପୋଲିସକୁ ସଫଳତା...

ପଦ୍ମପୁରକୁ ମିଳିବ ଜିଲା ମାନ୍ୟତା

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ):ପଦ୍ମପୁରକୁ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଜିଲା ମାନ୍ୟତା ଦିଆଯିବ। ପଦ୍ମପୁର ଉପନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ। ବିଜେଡି ସଭାପତି...

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାରିପଦା ଅଫିସ, ୧ା୩- ବାରିପଦା ମଣ୍ଡଳ କାରାଗାରରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ଜିଲା ସିକମପୁର ଅଞ୍ଚଳର ସୁରଜ...

ଆମେରିକା ଜାଣିଲା କୋରାପୁଟ ଦେଓମାଳିର ଔଷଧୀୟ ଗଛ ଉପାଦେୟତା

କୋରାପୁଟ, ୨୧ା୩(ସ୍ବ.ପ୍ର.):ଆମେରିକା ଜାଣିଲା କୋରାପୁଟ ଦେଓମାଳିର ଔଷଧୀୟ ଗଛର ଉପାଦେୟତା ା ଏନେଇ ସେଠାରେ ଇଣ୍ଟର ନ୍ୟାଶସନାଲ ଭିଜିଟର୍ସ ଲିଡରଶିପ ଟ୍ରେନିଂ ପୋଗ୍ରାମ (ଆଇଭିଏଲ ଟିପି)...

ପୁଡ଼ା ମାଟିର କାରିଗର ମନବୋଧ:ଟେରାକୋଟା ବୁରତି ଦେଇଛେ ପରିଚଏ

ବରପାଲି, ୧୩।୭ (ଡି.ଏନ୍‌.ଏ): – ସାହିତିଅ ଆର କପଟାବୁନା କାରିଗରୀରେ ନଁ। କମେଇଥିବାର କବି ଗଙ୍ଗାଧର ମେହେରକଁର ଜନମ୍‌ ଠାନ୍‌ ହେଉଛେ ବରପାଲି। ଆଗରୁ ପାଟଶାଢ଼ୀ...

କଟକ-ଭୁବନେଶ୍ୱର ମଧ୍ୟରେ ଅଫିସ୍‌ ଟାଇମ୍‌ରେ ଚାଲିବ ବସ୍‌: ଭଡ଼ା ୩୦ ଟଙ୍କା

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ବୁଧବାରଠାରୁ କଟକ-ଭୁବନେଶ୍ୱର ମଧ୍ୟରେ ବସ୍‌ ଚାଲିବ। ତେବେ ସରକାରୀ ଚାକିରିଆଙ୍କ ସୁବିଧା ପାଇଁ କେବଳ ଗୋଟିଏ ଗାଡ଼ି ଚାଲିବ। ରାଜ୍ୟ ସଡ଼କ ପରିବହନ...

କାଦୁଅରେ ୫ ଖଣ୍ଡ ଗାଁ

ଦଶମନ୍ତପୁର, ୧୨ା୮ ( ଡି.ଏନ.ଏ.):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡା ସଦର ପଞ୍ଚାୟତ ଠାରୁ ଝୋପରାପଦର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ

ନୟାଗଡ଼ ଅଫିସ,୪।୯: ନୟାଗଡ଼ ଜିଲା ରଣପୁର ବ୍ଲକ ରଙ୍କଦେଉଳି ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଉକ୍ତ ଗ୍ରାମର...

Advertisement
Archives

Model This Week