Posted inଜାତୀୟ

ପ୍ରତି ନାଗରିକ ସମ୍ବିଧାନ ଜାଣିବା ଜରୁରୀ

ନୂଆଦିଲ୍ଲୀ, ୧ା୮: ସମ୍ବିଧାନ ସମସ୍ତଙ୍କ ପାଇଁ। ଏକ ସାମ୍ବିଧାନିକ ଗଣତନ୍ତ୍ର ସେତେବେଳେ ଅଗ୍ରଗତି କରିପାରିବ ଯେତେବେଳେ ନାଗରିକମାନେ ସେମାନଙ୍କ ସମ୍ବିଧାନ ପ୍ରଦତ୍ତ ଅଧିକାର ଏବଂ କର୍ତ୍ତବ୍ୟ ବାବଦରେ ଅବଗତ ହେବେ। କିନ୍ତୁ ଦୁଃଖର କଥା ଦେଶରେ ଅଧିକାଂଶ ଲୋକଙ୍କ ନିକଟରେ ସମ୍ବିଧାନ ବାବଦରେ କମ୍‌ ଜ୍ଞାନ ରହିଛି। ଏହା କେବଳ ଆଇନ ଛାତ୍ରୀଛାତ୍ର, ଓକିଲାତି କରୁଥିବା ବ୍ୟକ୍ତିବିଶେଷ ତଥା ଦେଶର ଏକ କ୍ଷୁଦ୍ର ବର୍ଗଙ୍କ ମଧ୍ୟରେ ସୀମିତ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଏନ୍‌. ଭି. ରମନା କହିଛନ୍ତି।

ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ ଅବଗତ କରାଯିବା ଉଚିତ। ସରଳ ଭାଷାରେ ଲୋକଙ୍କୁ ସମ୍ବିଧାନ ବିଷୟରେ ବୁଝାଇବା ଆବଶ୍ୟକ ବୋଲି ରବିବାର ଛତିଶଗଡ଼ର ରାୟପୁରସ୍ଥିତ ହିଦାୟାତୁଲ୍ଲା ନ୍ୟାଶନାଲ ଲ’ ୟୁନିଭର୍ସିଟିରେ ଆୟୋଜିତ ଏକ ସମାରୋହରେ ଯୋଗ ଦେଇ ସିଜେଆଇ ରମନା କହିଛନ୍ତି।

ଅବସରରେ ଜଷ୍ଟିସ୍‌ ରମନା ଆହୁରି କହିଥିଲେ, ସାମ୍ବିଧାନିକ ସଂସ୍କୃତିକୁ ପ୍ରୋତ୍ସହିତ କରିବା ଏବଂ ସଚେତନତା ସୃଷ୍ଟି କରିବା ଆମ ସାମୂହିକ କର୍ତ୍ତବ୍ୟ। ଆଇନ ସାମାଜିକ ପରିବର୍ତ୍ତନର ଏକ ସାଧନ। ଆଇନ ଛାତ୍ରୀଛାତ୍ର ଏବଂ ଆଇନଜୀବୀମାନେ ସାମାଜିକ ନ୍ୟାୟର ଆଲୋକବର୍ତ୍ତିକା ହେବା ଉଚିତ। ସେମାନେ ସ୍ବରହୀନଙ୍କ ସ୍ବର ହୋଇ ଅସମାନତା ଦୂର କରିବାର ଯୋଗସୂତ୍ର ସ୍ଥାପନ କରିବା ଜରୁରୀ। ଏହି ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ଯୁବ ପ୍ରତିଭାସମ୍ପନ୍ନ ମନ ଆବଶ୍ୟକ। ଜ୍ଞାନ ଓ ସୂଚନା ଜଣଙ୍କ ସବୁଠୁ ବଡ଼ ସମ୍ପତ୍ତି ବୋଲି ସିଜେଆଇ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଗିରଫକଲା ଏନ୍‌ଆଇଏ

ନୂଆଦିଲ୍ଲୀ,୨୫।୧୧(ପି.ଟି.): ଦେଶର ବିଭିନ୍ନ ଭାଗରେ ହିଂସାକାଣ୍ଡ ଏବଂ ସମ୍ବେଦନଶୀଳ ଅପରାଧ ଘଟାଇବା ଲାଗି ଆତଙ୍କବାଦୀ ସଂଗଠନ ଏବଂ ଅପରାଧ ସିଣ୍ଡିକେଟ୍‌ ସହ ଷଡ଼ଯନ୍ତ୍ର ଚଳାଇବା ମାମଲାରେ...

ଦୀପାବଳି-ଛଟ୍‌ରେ ଚାଲିବ ସ୍ବତନ୍ତ୍ର ୩୨ ଟ୍ରେନ୍‌

ନୂଆଦିଲ୍ଲୀ, ୧୮।୧୦: ପାର୍ବଣ ଋତୁରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଯାତ୍ରୀମାନେ ଯାତାୟାତରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା...

୪୦ କଂଗ୍ରେସ ବିଧାୟକଙ୍କୁ ପଠାଗଲା ହୋଟେଲ

ଜୟପୁର,୨।୬: ରାଜସ୍ଥାନରେ ୪ ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ହେବାକୁ ଥିବାବେଳେ ସମସ୍ତ ଦଳୀୟ ବିଧାୟକଙ୍କୁ ଏକାଠି କରି ରଖିବା ଲାଗି କଂଗ୍ରେସ ପ୍ରାୟ...

ଗପୁଗପୁ ଅନ୍ୟମନସ୍କରେ ୫ ମିନିଟ୍‌ରେ ଯୁବକଙ୍କୁ ୨ ଡୋଜ୍‌ ଟିକା ଦେଲେ ନର୍ସିଂ ଷ୍ଟାଫ୍‌…

ଲଳିତପୁର,୧୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଡୋଜ୍‌...

ଶାଇସ୍ତାଙ୍କ ପରେ ମୁଖତାର ଅଂସାରିଙ୍କ ପତ୍ନୀ ପୋଲିସ ରାଡାରରେ

ଲକ୍ଷ୍ନୌ,୧୯।୪: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମାଫିଆ ଅତିକ ଅହମଦ, ତାଙ୍କ ଭାଇ ଅଶରଫ ଓ ପୁଅ ଅସଦଙ୍କ ଅନ୍ତ ହେବା ପରେ ଏବେ ଯୋଗୀ ସରକାର...

ଓଟିରେ ବିୟର ବୋତଲ, ଚଢ଼ାଉ ସମୟରେ ୨୯ ହସ୍ପିଟାଲର ପର୍ଦ୍ଦାଫାଶ୍‌…

ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। ଏଠାରେ ଥିବା ହସ୍ପିଟାଲ ଗୁଡ଼ିକ ନିଜ ଇଛା ଅନୁସାରେ କାର୍ଯ୍ୟ କରୁଛନ୍ତି। ପ୍ରଶାସନିକ ବ୍ୟବସ୍ଥା...

ଯୌନ ନିର୍ଯାତନା ମାମଲା: ମେଜର ଜେନେରାଲ ବହିଷ୍କୃତ

ନୂଆଦିଲ୍ଲୀ,୧୭ା୮ (ପି.ଟି.): ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ସମ୍ପୃକ୍ତ ଜଣେ ମେଜର ଜେନେରାଲଙ୍କୁ ସେନା ବହିଷ୍କାର କରିଛି। କୋର୍ଟ ମାର୍ଶାଲ ବେଳେ ସେ ଦୋଷୀସାବ୍ୟସ୍ତ ହେବାରୁ...

ଲାଲୁଙ୍କୁ ଦଣ୍ଡିତ କରିଥିବା ବିଚାରପତି ଅବସର ନେବା ପୂର୍ବରୁ କଲେ ବିବାହ

ଗୋଡ୍ଡା,୫।୯: ଝାଡ଼ଖଣ୍ଡର ଗୋଡ୍ଡା ଅଞ୍ଚଳରେ ଏକ ରୋଚକ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଉକ୍ତ ଅଞ୍ଚଳର ଜଣେ ଓକିଲଙ୍କ ସହ ବିଚାରପତି ପ୍ରେମ ବିବାହ କରିଛନ୍ତି।...

Advertisement
Archives

Model This Week