Posted inଜାତୀୟ

ପ୍ରତି ନାଗରିକ ସମ୍ବିଧାନ ଜାଣିବା ଜରୁରୀ

ନୂଆଦିଲ୍ଲୀ, ୧ା୮: ସମ୍ବିଧାନ ସମସ୍ତଙ୍କ ପାଇଁ। ଏକ ସାମ୍ବିଧାନିକ ଗଣତନ୍ତ୍ର ସେତେବେଳେ ଅଗ୍ରଗତି କରିପାରିବ ଯେତେବେଳେ ନାଗରିକମାନେ ସେମାନଙ୍କ ସମ୍ବିଧାନ ପ୍ରଦତ୍ତ ଅଧିକାର ଏବଂ କର୍ତ୍ତବ୍ୟ ବାବଦରେ ଅବଗତ ହେବେ। କିନ୍ତୁ ଦୁଃଖର କଥା ଦେଶରେ ଅଧିକାଂଶ ଲୋକଙ୍କ ନିକଟରେ ସମ୍ବିଧାନ ବାବଦରେ କମ୍‌ ଜ୍ଞାନ ରହିଛି। ଏହା କେବଳ ଆଇନ ଛାତ୍ରୀଛାତ୍ର, ଓକିଲାତି କରୁଥିବା ବ୍ୟକ୍ତିବିଶେଷ ତଥା ଦେଶର ଏକ କ୍ଷୁଦ୍ର ବର୍ଗଙ୍କ ମଧ୍ୟରେ ସୀମିତ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଏନ୍‌. ଭି. ରମନା କହିଛନ୍ତି।

ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ ଅବଗତ କରାଯିବା ଉଚିତ। ସରଳ ଭାଷାରେ ଲୋକଙ୍କୁ ସମ୍ବିଧାନ ବିଷୟରେ ବୁଝାଇବା ଆବଶ୍ୟକ ବୋଲି ରବିବାର ଛତିଶଗଡ଼ର ରାୟପୁରସ୍ଥିତ ହିଦାୟାତୁଲ୍ଲା ନ୍ୟାଶନାଲ ଲ’ ୟୁନିଭର୍ସିଟିରେ ଆୟୋଜିତ ଏକ ସମାରୋହରେ ଯୋଗ ଦେଇ ସିଜେଆଇ ରମନା କହିଛନ୍ତି।

ଅବସରରେ ଜଷ୍ଟିସ୍‌ ରମନା ଆହୁରି କହିଥିଲେ, ସାମ୍ବିଧାନିକ ସଂସ୍କୃତିକୁ ପ୍ରୋତ୍ସହିତ କରିବା ଏବଂ ସଚେତନତା ସୃଷ୍ଟି କରିବା ଆମ ସାମୂହିକ କର୍ତ୍ତବ୍ୟ। ଆଇନ ସାମାଜିକ ପରିବର୍ତ୍ତନର ଏକ ସାଧନ। ଆଇନ ଛାତ୍ରୀଛାତ୍ର ଏବଂ ଆଇନଜୀବୀମାନେ ସାମାଜିକ ନ୍ୟାୟର ଆଲୋକବର୍ତ୍ତିକା ହେବା ଉଚିତ। ସେମାନେ ସ୍ବରହୀନଙ୍କ ସ୍ବର ହୋଇ ଅସମାନତା ଦୂର କରିବାର ଯୋଗସୂତ୍ର ସ୍ଥାପନ କରିବା ଜରୁରୀ। ଏହି ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ଯୁବ ପ୍ରତିଭାସମ୍ପନ୍ନ ମନ ଆବଶ୍ୟକ। ଜ୍ଞାନ ଓ ସୂଚନା ଜଣଙ୍କ ସବୁଠୁ ବଡ଼ ସମ୍ପତ୍ତି ବୋଲି ସିଜେଆଇ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri