ଲାଡେନଙ୍କ ଦାନ ଗ୍ରହଣ କରିଛନ୍ତି ଚାଲର୍‌ସ

ଲଣ୍ଡନ, ୧ା୮: ବ୍ରିଟେନ ପ୍ରିନ୍ସ ଚାଲର୍‌ସ ଆମେରିକାରେ ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍‌ ଲାଡେନ୍‌ଙ୍କ ଠାରୁ ଦାନ ଅର୍ଥ ଗ୍ରହଣ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଅଲ୍‌-କାଏଦା ସଙ୍ଗଠନର ଏହି ନିହତ ଆତଙ୍କବାଦୀଙ୍କ ପରିବାର ୨୦୧୩ରେ ଚାଲର୍‌ସଙ୍କ ଏକ ଦାତବ୍ୟ ସଂସ୍ଥାକୁ ପ୍ରାୟ ୧.୧୯ ନିୟୁତ ଡଲାର ଦେଇଥିଲେ। ଏପରି କି ୭୩ ବର୍ଷୀୟ ଚାଲର୍‌ସ ଅଲ୍‌-କାଏଦା ପ୍ରତିଷ୍ଠାତା ଲାଡେନ୍‌ଙ୍କ ସାବତ ଭାଇ ବକର(୭୬)ଙ୍କୁ ଲଣ୍ଡନରେ ଭେଟି ତାଙ୍କଠାରୁ ଏହି ଦାନ ଗ୍ରହଣ କରିବା ପାଇଁ ରାଜି ହୋଇଥିଲେ ବୋଲି ସନ୍‌ଡେ ଟାଇମ୍ସରେ ପ୍ରକାଶିତ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ କୌଣସି ମନ୍ଦ ଉଦ୍ଦେଶ୍ୟରେ ଲାଡେନ୍‌ଙ୍କ ପରିବାର ଅର୍ଥ ଦାନ କରିଥିଲେ କି ନା ସେ ସମ୍ପର୍କରେ ରିପୋର୍ଟରେ ଦର୍ଶାଯାଇନାହିଁ।

ଆହୁରି କୁହାଯାଇଛି ଯେ, ଚାଲର୍‌ସଙ୍କ କେତେଜଣ ବରିଷ୍ଠ ପରାମର୍ଶଦାତା ଉକ୍ତ ଦାନଅର୍ଥକୁ ଫେରାଇ ଦେବା ପାଇଁ ତାଙ୍କୁ କହିଥିଲେ। ହେଲେ ଏହା ପ୍ରିନ୍ସଙ୍କ ବ୍ୟକ୍ତିଗତ ନିଷ୍ପତ୍ତି କହି ଚାଲର୍‌ସଙ୍କ ହାଉସ୍‌ ଅଫିସ୍‌ ଏହି ପରାମର୍ଶ ଗ୍ରହଣ କରିବାକୁ ମନା କରିଥିଲା। ପ୍ରିନ୍ସ ଅଫ୍‌ ଓ୍ବେଲ୍ସ ଚାରିଟେବୁଲ ଫଣ୍ଡ୍‌ (ପିଡବ୍ଲ୍ୟୁସିଏଫ୍‌) ଅଧ୍ୟକ୍ଷ ଇଆନ୍‌ ଚେଶିରେ କହିଛନ୍ତି, ସେତେବେଳେ ୫ ଟ୍ରଷ୍ଟି ସଦସ୍ୟ ଏହି ଡୋନେଶନ ରଖିବାକୁ ସହମତ ହୋଇଥିଲେ। ଚାଲର୍‌ସଙ୍କ ଆଉ ଏକ ଦାତବ୍ୟ ସଂସ୍ଥା ଜଣେ ସାଉଦି ବ୍ୟବସାୟୀଙ୍କୁ ‘ସମ୍ମାନ ପାଇଁ ଟଙ୍କା’ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ଗତ ଫେବୃୟାରୀରୁ ବ୍ରିଟିଶ ପୋଲିସ ଏହାର ତଦନ୍ତ କରୁଛି। ଏ ନେଇ ଉକ୍ତ ଦାତବ୍ୟ ସଂସ୍ଥା ପ୍ରିନ୍ସ ଫାଉଣ୍ଡେଶନର ମୁଖ୍ୟ ଗତବର୍ଷ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ ଆକାଉଣ୍ଟ ପାଇଁ ଦେବାକୁ ପଡିବ ଅର୍ଥ!

ଓ୍ବାଶିଂଟନ,୧୬।୪: ଏଲନ ମସ୍କ ଟୁଇଟର ଟେକ ଓଭର କରିବାପରେ ଏହି ପ୍ଲାଟଫର୍ମରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମସ୍କ ଏହାର ନାମ ବଦଳାଥିଲେ। ବର୍ତ୍ତମାନ...

ଅକ୍ଷୟ ପାତ୍ର ଫାଉଣ୍ଡେଶନର ଦାବି, ୨୦୪୭ ପୂର୍ବରୁ ଭାରତ ହେବ କ୍ଷୁଧା ମୁକ୍ତ

ଓ୍ବାଶିଂଟନ,୧୬।୪: ଅକ୍ଷୟ ପାତ୍ର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଚଞ୍ଚଲପତି ଦାସ ଦାବି କରିଛନ୍ତି ଯେ ୨୦୪୭ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ...

ଏବେ ହେବ ମହାସଂଗ୍ରାମ! ଇରାନକୁ ମିଳିବ କଡା ଜବାବ…ଆକ୍ସନ ମୋଡରେ ନେତାନ୍ୟାହୁ

ଜେରୁଜେଲମ,୧୬।୪: ଇରାନ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଚିନ୍ତା କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କଠାରୁ ଆରମ୍ଭ କରି ଇସ୍ରାଏଲ ସେନା ପର୍ଯ୍ୟନ୍ତ ଇରାନର...

ଆଫଗାନିସ୍ତାନରେ ବନ୍ୟା, ୩୩ ମୃତ

କାବୁଲ, ୧୬।୪: ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭...

ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ...

ପଦ ଛାଡିବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୫।୪: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ ସୋମବାର କହିଛନ୍ତି ଯେ ସେ ଆସନ୍ତା ୧୫ମେ’ ରେ ନିଜ ପଦରୁ ଇସ୍ତଫା ଦେବେ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ...

ଓମାନରେ ପ୍ରଳୟଙ୍କରୀ ବନ୍ୟା, ଏବେ ପର୍ଯ୍ୟନ୍ତ ୧୩ ମୃତ

ମସ୍କଟ,୧୫।୪: ପ୍ରକୃତି ବର୍ତ୍ତମାନ ମଧ୍ୟ ପୂର୍ବର ଓମାନ ସହରରେ ତାଣ୍ଡବ ସୃଷ୍ଟି କରୁଛି। ସୋମବାର ପ୍ରବଳ ବର୍ଷା ଯୋଗୁଁ ସେଠାରେ ୧୩ ଜଣଙ୍କର ମୃତ୍ୟୁ ହେଲାଣି।...

ଏହି ୫ ସୁରକ୍ଷା କବଚ ସହାୟତାରେ ଇରାନକୁ ପାଣି ପିଆଇଲା ଇସ୍ରାଏଲ

ଜେରୁଜେଲମ୍‌,୧୫ା୪:୬ ମାସ ଧରି ଲାଗି ରହିଥିବା ହମାସ୍‌ ବିରୋଧୀ ଯୁଦ୍ଧ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ରକେଟ, ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣକୁ ପ୍ରତିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri