ବର୍ଷ ବର୍ଷ ପରେ ବି ସୁଧୁରୁନି ରାସ୍ତା

ବାଲେଶ୍ୱର ଅଫିସ, ୧୧ା୩ ବାଲେଶ୍ୱର ପୌରାଞ୍ଚଳର ୩ନଂ. ୱାର୍ଡରେ ବିଭିନ୍ନ ସମସ୍ୟା ଲାଗି ରହିଛି। ରାସ୍ତା ସମସ୍ୟା ପ୍ରମୁଖ। ଖରାଦିନେ ଯେନତେନ ପ୍ରକାରେ ଚଳିଯାଉଥିବା ବେଳେ ବର୍ଷା ହେଲେ କାମ ସରିଲା। ଲୋକଙ୍କୁ ଘରୁ ବାହାରିବାକୁ ହେଲେ ଆଣ୍ଠୁଏ ପାଣିରେ ପଶି ଯାତାୟାତ କରିବାକୁ ପଡିଥାଏ। ଏବେ ନିର୍ବାଚନ ସମୟ ଉପନୀତ ହୋଇଥିବାରୁ ଭୋଟରମାନେ ଏହାର ସମାଧାନ ଲାଗି ଜିଦ୍‌ ଧରିଛନ୍ତି। ସିଧାସଳଖ ସମସ୍ୟା ସମାଧାନ କରିପାରିବାର ପ୍ରତିଶ୍ରୁତି ପାଇବା ପରେ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ବିଜୟୀ କରାଇବେ ବୋଲି ଲୋକେ କହିଛନ୍ତି।
୩ନଂ. ୱାର୍ଡ଼ ସୁନହଟ୍‌, ନନ୍ଦସାହି, ମଳିକସାହି, ତିଗିରଣିଆ, ନିଚ୍ଚାପଦା, ଉଚ୍ଚାପଦା, ମୋହିନପଡ଼ିଆ, ଦେବାନୀପାଟଣା, ମସଜିଦ୍‌ ଓ ପାତ୍ରପଡ଼ାର କିଛି ଅଞ୍ଚଳକୁ ନେଇ ଗଠିତ। ଏଥିରେ ୪ହଜାର ୭୫ ଭୋଟର ରହିଛନ୍ତି। ରାସ୍ତା ପାଇଁ ଦୀର୍ଘଦିନ ଧରି ଦାବି ହେବା ପରେ କିଛିଦିନ ପୂର୍ବରୁ ପୌରପାଳିକା ପକ୍ଷରୁ ୱାର୍ଡ଼ର ଅନୀଲ କୁଇଲିଙ୍କ ଘରଠାରୁ ଉତ୍କଳ କେଶରୀ ମଲ୍ଲିକ ଓ ଅରୁଣ ପଣ୍ଡା ଏବଂ ଶିଦ୍ଧେଶ୍ୱର ଦେଙ୍କ ଘରଠାରୁ ଶରତ ମହାନ୍ତିଙ୍କ ଘର ପର୍ଯ୍ୟନ୍ତ ୩ଟି ରାସ୍ତା ଓ ଡ୍ରେନ୍‌ କାମ ପାଇଁ ୧୯ଲକ୍ଷ ୪ହଜାର ଟଙ୍କା ମଞ୍ଜୁର ହୋଇ ଫଳକ ଲାଗିଥିଲା। ହେଲେ ଦୁଇଟି ରାସ୍ତାର କାମ ଆରମ୍ଭ ହୋଇ ଅଧାପନ୍ତରିଆ ହୋଇପଡ଼ିଛି। ଆଉ ଗୋଟିଏ ରାସ୍ତାର କାମ ଆଜିଯାଏ ଆରମ୍ଭ ହୋଇନାହଁି। ଯେଉଁ ଦୁଇ ରାସ୍ତାର କାମ ଆରମ୍ଭ ହୋଇଛି ଏଥିରୁ ଆହୁରି ଅଧାରୁ ଅଧିକ କାମ ଅସମ୍ପୂର୍ଣ୍ଣ ହୋଇପଡ଼ିଛି। କାମ ହେବାକୁ ୪ମାସ ହୋଇନାହଁି, ହେଲେ ରାସ୍ତା ପାର୍ଶ୍ୱ ଫାଟିବା ସହ ଭାଙ୍ଗି ବି ଗଲାଣି। ଯେତିକି ରାସ୍ତା ହୋଇଛି ତାହା ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ବଡ଼ କଥା ହେଲା, କାମ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଟଙ୍କା କିନ୍ତୁ ଉଠାଣ ସରିଥିବା ଜଣାଯାଇଛି। ସେହିପରି ଉକ୍ତ ସାହିରେ ୧୦ଲକ୍ଷ ଏବଂ ୫ଲକ୍ଷ ୮୭ହଜାର ଟଙ୍କାରେ ଆଉ ଦୁଇଟି ରାସ୍ତା କାମ ପାଇଁ ଟେଣ୍ଡର ହୋଇଛି। ହେଲେ ଆଜି ଯାଏ କାମ ଆରମ୍ଭ ହୋଇନାହଁି। ଅନ୍ୟପକ୍ଷରେ ୱାର୍ଡ଼ର କିଛି ଅଞ୍ଚଳ ସିଙ୍ଗଲ ଫେଜ୍‌ରେ ବିଦ୍ୟୁତ୍‌ ସଂଯୋଗ ହୋଇଥିବାରୁ ଲୋକେ ହଇରାଣ ହେଉଛନ୍ତି। ବିଦ୍ୟୁତ୍‌ ତାର ବିପଦସଙ୍କୁଳ ଅବସ୍ଥାରେ ଓହଳି ରହିଥିବା ୱାର୍ଡ଼ବାସୀ ବଂଶୀଧର ପ୍ରଧାନ କହିଛନ୍ତି। ସେହିପରି ୱାର୍ଡ଼ରେ ଅଧିକାଂଶ ଡ୍ରେନ୍‌ ଭାଙ୍ଗିରୁଜିଗଲାଣି। ପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ବର୍ଷାଦିନେ ଅଞ୍ଚଳବାସୀ ବହୁ ହଇରାଣ ହେଉଛନ୍ତି। ବିଶେଷକରି ମଳିକସାହିର ଏମିତି ଏକ ଅଞ୍ଚଳ ରହିଛି ଯେଉଁଠି ବର୍ଷା ହେଲେ ଲୋକମାନେ ଆଣ୍ଠୁଏ ଉପରେ ପାଣିରେ ରାସ୍ତା ଉପରକୁ ଆସିଥାନ୍ତି ବୋଲି ସୀତାରାମ ମଳିକ ଅଭିଯୋଗ ଆଣିଛନ୍ତି। ସେମିତି ପୌରପାଳିକା ପକ୍ଷରୁ ନିୟମିତ ସଫେଇ କାର୍ଯ୍ୟ ମଧ୍ୟ ହେଉ ନ ଥିବା ଭବାନୀଶଙ୍କର ନାୟକ ଅଭିଯୋଗ କରିଛନ୍ତି। ଚଳିତ ପୌର ନିର୍ବାଚନରେ ସମସ୍ୟାଗୁଡ଼ିକର ସମାଧାନର ପ୍ରତିଶ୍ରୁତି ଯେଉଁ ପ୍ରାର୍ଥୀ ଦେବେ ତାଙ୍କୁ ଭୋଟ ଦେଇ ବିଜୟ କରିବା ନେଇ ୱାର୍ଡ଼ବାସୀ ଏକାଠି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri