Posted inଜାତୀୟ

ସ୍ବାମୀ ବେକାର ଥିଲେ ବି ସ୍ତ୍ରୀଙ୍କର ଦାୟିତ୍ୱ ବହନ କରିବାରୁ ମୁକ୍ତି ପାଇବେ ନାହିଁ, କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୧୪ା୨: ରୋଜଗାର କରୁ ନ ଥିବା ବେକାର ସ୍ବାମୀଙ୍କୁ ଦାୟିତ୍ୱରୁ ମୁକ୍ତ କରାଯାଇ ପାରିବ ନାହିଁ। ସେ ନିଜେ ବେକାର ଥିଲେ ବି ସ୍ତ୍ରୀଙ୍କର ଦାୟିତ୍ୱ ବହନ କରିବାରୁ ମୁକ୍ତି ପାଇବେ ନାହିଁ ବୋଲି ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ପକ୍ଷରୁ ରାୟ ପ୍ରଦାନ କରାଯାଇଛି। ଏକ ମାମଲାର ବିଚାର କରି ଅତିରିକ୍ତ ସେସନ୍ସ୍‌ ବିଚାରପତି ସଞ୍ଜୟ ଶର୍ମା କହିଛନ୍ତି ଯେ, ସ୍ବାମୀଙ୍କୁ ଦାୟିତ୍ୱ ମୁକ୍ତ କରାଯାଇ ପାରିବ ନାହିଁ। ତେଣୁ ସ୍ବାମୀ ସ୍ତ୍ରୀଙ୍କୁ ମାସିକ ୫,୧୩୩ ଟଙ୍କାର ଭରଣପୋଷଣ ପ୍ରଦାନ କରିବେ।

ଏହା ସହିତ କୋର୍ଟ ପରିବାର ଅଦାଲତଙ୍କ ଭରଣପୋଷଣ ନିର୍ଦ୍ଦେଶକୁ କାଏମ୍‌ ରଖିଛନ୍ତି। ସେସନ୍ସ୍‌ ବିଚାରପତି କହିଛନ୍ତି ଯେ, ସ୍ବାମୀ ଜଣେ ଶିକ୍ଷିତ ବ୍ୟକ୍ତି। ତାଙ୍କର ପେଶାଦାର ଶିକ୍ଷାଗତ ଯୋଗ୍ୟତା ରହିଛି। ଗୋଟିଏ ଚାକିରି ହରାଇଲେ ସେ ଅନ୍ୟ ଚାକିରି ଖୋଜି ନିଯୁକ୍ତି ହେବା ଆବଶ୍ୟକ। ମାତ୍ର ଚାକିରି ନାହିଁ ବେକାର ବୋଲି ଦର୍ଶାଇ ଦାୟିତ୍ୱବୋଧରୁ ମୁକ୍ତ ହୋଇ ପାରିବେ ନାହିଁ।

ପାରିବାରିକ ହିଂସା ଅନ୍ତର୍ଗତ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ରହିଛି। ସ୍ତ୍ରୀ ଦର୍ଶାଇଛନ୍ତି ଯେ, ସ୍ବାମୀଙ୍କ ମାସିକ ଆୟ ୫୦,୦୦୦ ଟଙ୍କା। ତେବେ ସ୍ବାମୀ ଉଲ୍ଲେଖ କରିଛନ୍ତି ସେ ଏକ ଷ୍ଟୁଡ଼ିଓରେ କାମ କରୁଛନ୍ତି। ସେଠାରେ ତାଙ୍କର ମାସିକ ଦରମା ମାତ୍ର ୬,୦୦୦ ଟଙ୍କା ରହିଛି। ଏବେ ସେ ଚାକିରି ହରାଇ ଥିବାରୁ ତାଙ୍କୁ ଭରଣପୋଷଣରୁ ମୁକ୍ତ କରାଯାଉ ବୋଲି ସ୍ବାମୀ ଆବେଦନରେ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଂଶୀ ସ୍ବର ଶୁଣି ଅଧିକ କ୍ଷୀର ଦିଏ ଗାଈ: ଭାଜପା ବିଧାୟକ

ଗୁଆହାଟୀ, ୨୮।୮: ବଂଶୀ ସ୍ବର ଶୁଣିଲେ ଗାଈ ଅଧିକ କ୍ଷୀର ଦେବ। ଏ କଥା ମୁଁ ନୁହେଁ, ଗୁଜରାଟର ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଗବେଷଣା କରି...

ହିନ୍ଦୁଙ୍କୁ ଅଳ୍ପସଂଖ୍ୟକ ମାନ୍ୟତା, ସୁପ୍ରିମ୍‌କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୨୮।୩ : କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ। ଏକ ଉତ୍ତର...

ପୁଣି ହୁ ହୁ ହୋଇ ବଢୁଛି କରୋନା: ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର

ନୂଆଦିଲ୍ଲୀ,୧୯।୩: କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନାର ଗ୍ରାଫ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ମହାରାଷ୍ଟ୍ରରେ କରୋନା ବେକାବୁ...

ମୁଣ୍ଡରେ ଉତ୍ତରାଖଣ୍ଡ ଟୋପି-ବେକରେ ମଣିପୁର ଗାମୁଛା, ଗୋଟିଏ ତୀରରେ ଦୁଇ ଶିକାର…

ନୂଆଦିଲ୍ଲୀ, ୨୬।୧ : ସାଧାରଣତନ୍ତ୍ର ଦିବସ ଅବସରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଣ୍ଡରେ ଉତ୍ତରାଖଣ୍ଡର ସଂସ୍କୃତି ଅନୁସାରେ ମୁଣ୍ଡରେ ପାରମ୍ପରିକ ଟୋପି ପିନ୍ଧିଛନ୍ତି। ଏଥିରେ...

ଚଳିତ ଦଶନ୍ଧିର ସବୁଠାରୁ ଦେବାଳିଆ ବଜେଟ: ଅଖିଳେଶ

ନୂଆଦିଲ୍ଲୀ,୧।୨: ଦ୍ୱିତୀୟ ଥର ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଲୋକ ସଭାରେ ଚଳିତ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଏହାକୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା...

୨୦୨୦ର ପୂରା ଯୋଜନା ବିଷୟରେ କହିଲେ ଇସ୍ରୋ ମୁଖ୍ୟ: ଥୁଥୁକୋଡିରେ ହେବ ସ୍ପେସ୍‌ ପୋର୍ଟ

ନୂଆଦିଲ୍ଲୀ,୧।୧: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ କେ. ଶିବନ୍‌ ନୂଆବର୍ଷରେ ଦେଶବାସୀଙ୍କ ଆଗରେ ଚଳିତବର୍ଷର ଲକ୍ଷ୍ୟ ଏବଂ ଯୋଜନା ଉପସ୍ଥାନ କରିଛନ୍ତି। ଦେଶର...

ବ୍ଲଡ୍‌ ସୁଗାର ନିୟନ୍ତ୍ରଣରେ ଭାରତୀୟ ଅସଫଳ: ସର୍ଭେ

ନୂଆଦିଲ୍ଲୀ,୨୩।୬: ଦେଶରେ ଡାଇବେଟିସ୍‌ ସମସ୍ୟା ବଢ଼ିଚାଲିଛି। ତେବେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଏଭଳି ରୋଗୀଙ୍କ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଉଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।...

ସର୍ବସହମତିରେ ପ୍ରାର୍ଥୀ ହେବା ଭଲ: ମଲ୍ଲିକାର୍ଜୁନ ଖାର୍ଗେ

ନୂଆଦିଲ୍ଲୀ,୨।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ଥିବା ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଏକ ବଡ଼ ବୟାନ ଦେଇଛନ୍ତି। ଦଳର ସର୍ବସହମତିରେ ପ୍ରାର୍ଥୀ ହେବା ଭଲ ବୋଲି...

Advertisement
Archives

Model This Week