ସୋଲାର ହିଟରକୁ ମିଳିବ ମାନ୍ୟତା

ଢେଙ୍କାନାଳ ଅଫିସ୍‌,୧୪।୨: ସୌରଶକ୍ତିରେ କାର୍ଯ୍ୟକ୍ଷମ ହେବ ହିଟର। ପାରମ୍ପରିକ ବୈଦ୍ୟୁତିକ ହିଟର ଭଳି ଏହାକୁ ମଧ୍ୟ ଦୈନନ୍ଦିନ ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ହେଲେ ଏଥିଲାଗି ଉପଭୋକ୍ତାଙ୍କୁ ବୋହିବାକୁ ପଡ଼ିବନି ବିଦ୍ୟୁତ୍‌ ବିଲ୍‌ ବୋଝ କି ମାସକୁ ମାସ ଦେବାକୁ ପଡ଼ିବନି ମୋଟା ଅଙ୍କର ବିଜୁଳି ଦେୟ। ଥରେ କିଣିଦେଲେ ବର୍ଷ ବର୍ଷ ଧରି ବ୍ୟବହାର କରାଯାଇପାରିବ। ଢେଙ୍କାନାଳ ସଦର ବ୍ଲକ ନୂଆଗାଁର ୩୮ ବର୍ଷୀୟ ଯୁବ ମେକାନିକ୍‌ ସନ୍ତୋଷ ସ୍ବାଇଁଙ୍କ ଦ୍ୱାରା ଉଦ୍ଭାବନ କରାଯାଇଥିବା ଏଭଳି ଏକ ଅଭିନବ ଜ୍ଞାନକୌଶଳକୁ ଏବେ ମିଳିବାକୁ ଯାଉଛି ମାନ୍ୟତା। କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରି ଜ୍ଞାନକୌଶଳ ବିଭାଗ ପାଖରେ ସନ୍ତୋଷଙ୍କ ସୋଲାର ହିଟର ପେଟେଣ୍ଟ ପାଇବାକୁ ଅପେକ୍ଷା କରିଥିବା ବେଳେ ଏହାକୁ ଏକପ୍ରକାର ସବୁଜ ସଙ୍କେତ ମିଳିସାରିଥିବାବେଳେ କେବଳ ଅପେକ୍ଷା ରହିଛି ବିଧିବଦ୍ଧ ଘୋଷଣାକୁ।
ପୃଥିବୀର ଆଗାମୀ ଭବିଷ୍ୟତ ସବୁଜ ଶକ୍ତି। ଜୀବାଶ୍ମ ଇନ୍ଧନ ଶେଷ ହୋଇଯିବା ପରେ ଅକ୍ଷୟ ଶକ୍ତି ଉପରେ ବଢ଼ିବ ନିର୍ଭରଶୀଳତା। ଏହାକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ବିକଶିତ ରାଷ୍ଟ୍ର। ଭାରତ ମଧ୍ୟ ଏହି ଦୌଡ଼ରେ ପଛରେ ପଡ଼ିନାହିଁ। ତେବେ ଓଡ଼ିଆ ପୁଅ ସନ୍ତୋଷଙ୍କ ଯୁଗାନ୍ତକାରୀ ଉଦ୍ଭାବନ ଅକ୍ଷୟ ଶକ୍ତିର ବ୍ୟାପକ ବ୍ୟବହାର ଲାଗି ବାଟ ଖୋଲିଛି। ସୌରଶକ୍ତିକୁ କିପରି ଘରୋଇ ଭାବେ ବିନିଯୋଗ କରାଯାଇପାରିବ, ସେ ନେଇ ୨୦୧୮ରୁ ଗବେଷଣା ଆରମ୍ଭ କରିଥିଲେ ସନ୍ତୋଷ। ପାଖାପାଖି ୨ବର୍ଷ ପରେ ୨୦୨୦ରେ ତାଙ୍କୁ ମିଳିଥିଲା ସଫଳତା। ଏହାପରେ ସେ ସୋଲାର ହିଟର ସମେତ ସୌରଶକ୍ତି ଚାଳିତ ଅନ୍ୟ ଉପକରଣ ନିର୍ମାଣ ଉପରେ ଅଧିକ ଫୋକସ୍‌ କରିଥିଲେ। ଏଥିଲାଗି ଗାଁ ଛାଡ଼ି ଭୁବନେଶ୍ୱରକୁ ଗବେଷଣାର କର୍ମଭୂମି କରିଛନ୍ତି ସନ୍ତୋଷ।
ଏ ସଂକ୍ରାନ୍ତରେ ସନ୍ତୋଷ କୁହନ୍ତି, ସୋଲାର ହିଟରର ସଫଳ ବ୍ୟବହାର ପରେ ଏହାର ପାଟେଣ୍ଟ ଲାଗି ୩ବର୍ଷ ତଳେ ଆବେଦନ କରିଥିଲେ। କରୋନା ମହାମାରୀ କାରଣରୁ ଆବେଦନର ବିଚାର ବିଳମ୍ବିତ ହୋଇଥିଲା। ସୋଲାର ହିଟର ପାଇଁ ସେ ଏକମାତ୍ର ଆବେଦନକାରୀ ବୋଲି ନିକଟରେ ସ୍ପଷ୍ଟ ହୋଇଛି। ତେଣୁ ପାଟେଣ୍ଟ ମିଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଏଭଳି ସୋଲାର ହିଟର ପ୍ରସ୍ତୁତ କରିବାରେ ୩୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବାବେଳେ ରିସର୍ଚ୍ଚରେ ଲକ୍ଷାଧିକ ଟଙ୍କା ବ୍ୟୟ କରିବାକୁ ପଡ଼ିଛି। ସରକାର ପ୍ରକଳ୍ପକୁ ହାତକୁ ନେଲେ ଏହି ଉପକରଣ ବିନାମୂଲ୍ୟରେ ଅଥବା ସ୍ବଳ୍ପମୂଲ୍ୟରେ ଯୋଗାଣ ହୋଇପାରିବ ବୋଲି ସେ ଆଶାବାଦୀ ଅଛନ୍ତି।

ଓଜୋନ କ୍ଷୟ ଚିନ୍ତାରୁ ବଡ଼ ଉପଲବ୍ଧି

ଢେଙ୍କାନାଳ ଗୋବିନ୍ଦପୁରସ୍ଥିତ ଓଡ଼ିଶା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି (ଓଆଇଇଟି)ରୁ ଇଲେକ୍ଟ୍ରିକାଲ ବିଭାଗରେ ଡିପ୍ଲୋମା କରିଥିବା ସନ୍ତୋଷ ପିଲାଟି ଦିନରୁ ପରିବେଶ ପ୍ରତି ଅଧିକ ଚିନ୍ତାଶୀଳ। ବିଶେଷକରି ଓଜନକ୍ଷୟ ଜନିତ ସମସ୍ୟାରୁ ପୃଥିବୀ ଉପରକୁ ମାଡ଼ି ଆସୁଥିବା ବିପଦ ତାଙ୍କ ମନକୁ ଭାରାକ୍ରାନ୍ତ କରିଥିଲା। ଏଥିରୁ ମୁକ୍ତି ପାଇବା ଲାଗି ସେ କୃତ୍ରିମ ଉପାୟରେ ଓଜୋନ ରନ୍ଧ୍ର ପୂରଣ କରିବା ଲାଗି ସ୍ଥିର କରିଥିଲେ। ଏଥିଲାଗି କିଛିଦିନ ଗବେଷଣା ମଧ୍ୟ କରିଥିଲେ। ହେଲେ ଭୂପୃଷ୍ଠରେ ମନୁଷ୍ୟକୃତ କାର୍ଯ୍ୟକଳାପରୁ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ, କାର୍ବନ୍‌ ମନୋକ୍ସାଇଡ୍‌, କ୍ଲୋରଫ୍ଲୋରୋ କାର୍ବନ ଭଳି ମାରାତ୍ମକ ଗ୍ୟାସ୍‌ର ପରିମାଣ ଅନବରତ ବୃଦ୍ଧି ପାଉଥିବାରୁ ତାଙ୍କ ଉଦ୍ୟମ ବିଶେଷ ଫଳପ୍ରଦ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହିଥିଲେ। ଏହାପରେ ସେ ଭୂପୃଷ୍ଠରୁ ଏଭଳି ହାନିକାରକ ଗ୍ୟାସ୍‌ ପରିମାଣ ହ୍ରାସ କରିବା ଲାଗି ଆବଶ୍ୟକ ବିକଳ୍ପ ସମ୍ପର୍କରେ ଚିନ୍ତା କରିଥିଲେ। ୨୦୦୬ରେ ନିଜ ପ୍ରସ୍ତାବିତ ପ୍ରକଳ୍ପ ବିଷୟରେ ତତ୍କାଳୀନ ରାଷ୍ଟ୍ରପତି ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ନିକଟକୁ ପତ୍ର ଲେଖିଥିଲେ। ସେହି ସମୟରେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ ଏହାର ପ୍ରତ୍ୟୁତ୍ତର ଦେଇଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରି ଜ୍ଞାନକୌଶଳ ମନ୍ତ୍ରଣାଳୟର ଟେକ୍ନୋଲୋଜି ଡେଭଲପମେଣ୍ଟ ବୋର୍ଡକୁ ଆବଶ୍ୟକ ଆର୍ଥିକ ସହାୟତା ବିଷୟରେ ଜଣାଇବାକୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଯୋଗାଯୋଗ ଅଭାବରୁ ଏହା ସମ୍ଭବପର ହୋଇ ନ ଥିଲା। ଏହା ପରେ ବ୍ୟକ୍ତିଗତସ୍ତରରେ ସେ ସୋଲାର ହିଟର ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଦୀର୍ଘ ଗବେଷଣା ପରେ ସଫଳ ରୂପ ନେଇଛି। ସୋଲାର ପାଓ୍ବାରର ବ୍ୟବହାର ଦ୍ୱାରା ଦୈନିକ ହାରାହାରି ୧୨ଘଣ୍ଟା ସମସ୍ତ ଘରୋଇ ଆବଶ୍ୟକତା ପୂରଣ ହୋଇପାରିବ। ପାରମ୍ପରିକ ବିଦ୍ୟୁତ୍‌ ଶକ୍ତି ଉପରୁ ଚାପ ହଟିବ। ଆଗାମୀ ଦିନରେ ସେ ବ୍ୟାଟେରିର ବିକଳ୍ପ ଭାବେ ଚାବିଦିଆ ଗାଡ଼ି ସମେତ ଅନ୍ୟାନ୍ୟ ଉପକରଣ ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି। ସରକାର ବ୍ୟାଟେରି ଚାଳିତ ଯାନ ବ୍ୟବହାରକୁ ଗୁରୁତ୍ୱ ଦେଉଥିବାବେଳେ ଆଗାମୀ ଦିନରେ ଏହା ମଧ୍ୟ ପ୍ରଦୂଷଣ ସମସ୍ୟାକୁ ନିମନ୍ତ୍ରଣ କରିବ। ତେଣୁ ସୋଲାର ଶକ୍ତିକୁ ବିକଳ୍ପ ଉତ୍ସ ଭାବେ ବ୍ୟବହାର କରିବା ବୁଦ୍ଧିମାନର କାମ ହେବ ବୋଲି ସନ୍ତୋଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?