ସୋଲାର ହିଟରକୁ ମିଳିବ ମାନ୍ୟତା

ଢେଙ୍କାନାଳ ଅଫିସ୍‌,୧୪।୨: ସୌରଶକ୍ତିରେ କାର୍ଯ୍ୟକ୍ଷମ ହେବ ହିଟର। ପାରମ୍ପରିକ ବୈଦ୍ୟୁତିକ ହିଟର ଭଳି ଏହାକୁ ମଧ୍ୟ ଦୈନନ୍ଦିନ ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ହେଲେ ଏଥିଲାଗି ଉପଭୋକ୍ତାଙ୍କୁ ବୋହିବାକୁ ପଡ଼ିବନି ବିଦ୍ୟୁତ୍‌ ବିଲ୍‌ ବୋଝ କି ମାସକୁ ମାସ ଦେବାକୁ ପଡ଼ିବନି ମୋଟା ଅଙ୍କର ବିଜୁଳି ଦେୟ। ଥରେ କିଣିଦେଲେ ବର୍ଷ ବର୍ଷ ଧରି ବ୍ୟବହାର କରାଯାଇପାରିବ। ଢେଙ୍କାନାଳ ସଦର ବ୍ଲକ ନୂଆଗାଁର ୩୮ ବର୍ଷୀୟ ଯୁବ ମେକାନିକ୍‌ ସନ୍ତୋଷ ସ୍ବାଇଁଙ୍କ ଦ୍ୱାରା ଉଦ୍ଭାବନ କରାଯାଇଥିବା ଏଭଳି ଏକ ଅଭିନବ ଜ୍ଞାନକୌଶଳକୁ ଏବେ ମିଳିବାକୁ ଯାଉଛି ମାନ୍ୟତା। କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରି ଜ୍ଞାନକୌଶଳ ବିଭାଗ ପାଖରେ ସନ୍ତୋଷଙ୍କ ସୋଲାର ହିଟର ପେଟେଣ୍ଟ ପାଇବାକୁ ଅପେକ୍ଷା କରିଥିବା ବେଳେ ଏହାକୁ ଏକପ୍ରକାର ସବୁଜ ସଙ୍କେତ ମିଳିସାରିଥିବାବେଳେ କେବଳ ଅପେକ୍ଷା ରହିଛି ବିଧିବଦ୍ଧ ଘୋଷଣାକୁ।
ପୃଥିବୀର ଆଗାମୀ ଭବିଷ୍ୟତ ସବୁଜ ଶକ୍ତି। ଜୀବାଶ୍ମ ଇନ୍ଧନ ଶେଷ ହୋଇଯିବା ପରେ ଅକ୍ଷୟ ଶକ୍ତି ଉପରେ ବଢ଼ିବ ନିର୍ଭରଶୀଳତା। ଏହାକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ବିକଶିତ ରାଷ୍ଟ୍ର। ଭାରତ ମଧ୍ୟ ଏହି ଦୌଡ଼ରେ ପଛରେ ପଡ଼ିନାହିଁ। ତେବେ ଓଡ଼ିଆ ପୁଅ ସନ୍ତୋଷଙ୍କ ଯୁଗାନ୍ତକାରୀ ଉଦ୍ଭାବନ ଅକ୍ଷୟ ଶକ୍ତିର ବ୍ୟାପକ ବ୍ୟବହାର ଲାଗି ବାଟ ଖୋଲିଛି। ସୌରଶକ୍ତିକୁ କିପରି ଘରୋଇ ଭାବେ ବିନିଯୋଗ କରାଯାଇପାରିବ, ସେ ନେଇ ୨୦୧୮ରୁ ଗବେଷଣା ଆରମ୍ଭ କରିଥିଲେ ସନ୍ତୋଷ। ପାଖାପାଖି ୨ବର୍ଷ ପରେ ୨୦୨୦ରେ ତାଙ୍କୁ ମିଳିଥିଲା ସଫଳତା। ଏହାପରେ ସେ ସୋଲାର ହିଟର ସମେତ ସୌରଶକ୍ତି ଚାଳିତ ଅନ୍ୟ ଉପକରଣ ନିର୍ମାଣ ଉପରେ ଅଧିକ ଫୋକସ୍‌ କରିଥିଲେ। ଏଥିଲାଗି ଗାଁ ଛାଡ଼ି ଭୁବନେଶ୍ୱରକୁ ଗବେଷଣାର କର୍ମଭୂମି କରିଛନ୍ତି ସନ୍ତୋଷ।
ଏ ସଂକ୍ରାନ୍ତରେ ସନ୍ତୋଷ କୁହନ୍ତି, ସୋଲାର ହିଟରର ସଫଳ ବ୍ୟବହାର ପରେ ଏହାର ପାଟେଣ୍ଟ ଲାଗି ୩ବର୍ଷ ତଳେ ଆବେଦନ କରିଥିଲେ। କରୋନା ମହାମାରୀ କାରଣରୁ ଆବେଦନର ବିଚାର ବିଳମ୍ବିତ ହୋଇଥିଲା। ସୋଲାର ହିଟର ପାଇଁ ସେ ଏକମାତ୍ର ଆବେଦନକାରୀ ବୋଲି ନିକଟରେ ସ୍ପଷ୍ଟ ହୋଇଛି। ତେଣୁ ପାଟେଣ୍ଟ ମିଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଏଭଳି ସୋଲାର ହିଟର ପ୍ରସ୍ତୁତ କରିବାରେ ୩୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବାବେଳେ ରିସର୍ଚ୍ଚରେ ଲକ୍ଷାଧିକ ଟଙ୍କା ବ୍ୟୟ କରିବାକୁ ପଡ଼ିଛି। ସରକାର ପ୍ରକଳ୍ପକୁ ହାତକୁ ନେଲେ ଏହି ଉପକରଣ ବିନାମୂଲ୍ୟରେ ଅଥବା ସ୍ବଳ୍ପମୂଲ୍ୟରେ ଯୋଗାଣ ହୋଇପାରିବ ବୋଲି ସେ ଆଶାବାଦୀ ଅଛନ୍ତି।

ଓଜୋନ କ୍ଷୟ ଚିନ୍ତାରୁ ବଡ଼ ଉପଲବ୍ଧି

ଢେଙ୍କାନାଳ ଗୋବିନ୍ଦପୁରସ୍ଥିତ ଓଡ଼ିଶା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି (ଓଆଇଇଟି)ରୁ ଇଲେକ୍ଟ୍ରିକାଲ ବିଭାଗରେ ଡିପ୍ଲୋମା କରିଥିବା ସନ୍ତୋଷ ପିଲାଟି ଦିନରୁ ପରିବେଶ ପ୍ରତି ଅଧିକ ଚିନ୍ତାଶୀଳ। ବିଶେଷକରି ଓଜନକ୍ଷୟ ଜନିତ ସମସ୍ୟାରୁ ପୃଥିବୀ ଉପରକୁ ମାଡ଼ି ଆସୁଥିବା ବିପଦ ତାଙ୍କ ମନକୁ ଭାରାକ୍ରାନ୍ତ କରିଥିଲା। ଏଥିରୁ ମୁକ୍ତି ପାଇବା ଲାଗି ସେ କୃତ୍ରିମ ଉପାୟରେ ଓଜୋନ ରନ୍ଧ୍ର ପୂରଣ କରିବା ଲାଗି ସ୍ଥିର କରିଥିଲେ। ଏଥିଲାଗି କିଛିଦିନ ଗବେଷଣା ମଧ୍ୟ କରିଥିଲେ। ହେଲେ ଭୂପୃଷ୍ଠରେ ମନୁଷ୍ୟକୃତ କାର୍ଯ୍ୟକଳାପରୁ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ, କାର୍ବନ୍‌ ମନୋକ୍ସାଇଡ୍‌, କ୍ଲୋରଫ୍ଲୋରୋ କାର୍ବନ ଭଳି ମାରାତ୍ମକ ଗ୍ୟାସ୍‌ର ପରିମାଣ ଅନବରତ ବୃଦ୍ଧି ପାଉଥିବାରୁ ତାଙ୍କ ଉଦ୍ୟମ ବିଶେଷ ଫଳପ୍ରଦ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହିଥିଲେ। ଏହାପରେ ସେ ଭୂପୃଷ୍ଠରୁ ଏଭଳି ହାନିକାରକ ଗ୍ୟାସ୍‌ ପରିମାଣ ହ୍ରାସ କରିବା ଲାଗି ଆବଶ୍ୟକ ବିକଳ୍ପ ସମ୍ପର୍କରେ ଚିନ୍ତା କରିଥିଲେ। ୨୦୦୬ରେ ନିଜ ପ୍ରସ୍ତାବିତ ପ୍ରକଳ୍ପ ବିଷୟରେ ତତ୍କାଳୀନ ରାଷ୍ଟ୍ରପତି ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ନିକଟକୁ ପତ୍ର ଲେଖିଥିଲେ। ସେହି ସମୟରେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ ଏହାର ପ୍ରତ୍ୟୁତ୍ତର ଦେଇଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରି ଜ୍ଞାନକୌଶଳ ମନ୍ତ୍ରଣାଳୟର ଟେକ୍ନୋଲୋଜି ଡେଭଲପମେଣ୍ଟ ବୋର୍ଡକୁ ଆବଶ୍ୟକ ଆର୍ଥିକ ସହାୟତା ବିଷୟରେ ଜଣାଇବାକୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଯୋଗାଯୋଗ ଅଭାବରୁ ଏହା ସମ୍ଭବପର ହୋଇ ନ ଥିଲା। ଏହା ପରେ ବ୍ୟକ୍ତିଗତସ୍ତରରେ ସେ ସୋଲାର ହିଟର ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଦୀର୍ଘ ଗବେଷଣା ପରେ ସଫଳ ରୂପ ନେଇଛି। ସୋଲାର ପାଓ୍ବାରର ବ୍ୟବହାର ଦ୍ୱାରା ଦୈନିକ ହାରାହାରି ୧୨ଘଣ୍ଟା ସମସ୍ତ ଘରୋଇ ଆବଶ୍ୟକତା ପୂରଣ ହୋଇପାରିବ। ପାରମ୍ପରିକ ବିଦ୍ୟୁତ୍‌ ଶକ୍ତି ଉପରୁ ଚାପ ହଟିବ। ଆଗାମୀ ଦିନରେ ସେ ବ୍ୟାଟେରିର ବିକଳ୍ପ ଭାବେ ଚାବିଦିଆ ଗାଡ଼ି ସମେତ ଅନ୍ୟାନ୍ୟ ଉପକରଣ ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି। ସରକାର ବ୍ୟାଟେରି ଚାଳିତ ଯାନ ବ୍ୟବହାରକୁ ଗୁରୁତ୍ୱ ଦେଉଥିବାବେଳେ ଆଗାମୀ ଦିନରେ ଏହା ମଧ୍ୟ ପ୍ରଦୂଷଣ ସମସ୍ୟାକୁ ନିମନ୍ତ୍ରଣ କରିବ। ତେଣୁ ସୋଲାର ଶକ୍ତିକୁ ବିକଳ୍ପ ଉତ୍ସ ଭାବେ ବ୍ୟବହାର କରିବା ବୁଦ୍ଧିମାନର କାମ ହେବ ବୋଲି ସନ୍ତୋଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯେଉଁଠି ଥିଲେ ଟିକା ନେଇପାରିବେ’

ଭୁବନେଶ୍ୱର, ୨୧।୧(ବ୍ୟୁରୋ):ଗୋଟିଏ ଜାଗାରେ ଡାଟାବେସ୍‌ ଥିବାବେଳେ ରେଜିଷ୍ଟ୍ରେଶନ ଅନ୍ୟତ୍ର କରିଥିବା ବ୍ୟକ୍ତି ଟିକାଦାନରୁ ବଞ୍ଚତ୍ତ ହେବେ ନାହିଁ। ପ୍ରଥମ ଡୋଜ୍‌ ଟିକା ନେବା ପରେ ଯଦି...

ସଂଶୋଧିତ ମୋଟର ଯାନ ଆଇନ: ୧୦ଦିନରେ କଟିଲା ୨୩ ହଜାର ଚାଲାଣ

କଟକ ଅଫିସ,୧୨ା୩: ଓଡ଼ିଶାରେ ସଂଶୋଧିତ ମୋଟରଯାନ ଆଇନ ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ଲାଗୁ କରାଯାଇଛି। ରାଜ୍ୟବ୍ୟାପୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ) ଏବଂ ପୋଲିସ ତରଫରୁ ବ୍ୟାପକ...

ସବୁ ପ୍ରାର୍ଥୀଙ୍କ ମୁହଁରେ ବିକାଶ

ବରଗଡ଼ ଅଫିସ୍‌,୨୭।୧୧: ପଦ୍ମପୁର ଉପନିର୍ବାଚନରେ ପ୍ରଚାର ଜୋରଦାର। କଂଗ୍ରେସ, ଭାଜପା ଓ ବିଜେଡି ହେଭିଓ୍ବେଟ୍‌ ନିର୍ବାଚନମଣ୍ଡଳୀ ଗସ୍ତ କରି ଭୋଟରଙ୍କୁ ଭେଟୁଛନ୍ତି। ସବୁ ନେତାଙ୍କ ମୁହଁରେ...

ରାଇନାଳୀ ଗ୍ରାମରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ବଇଣ୍ଡା,୧୫।୧୦(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ହଣ୍ଡପା ରେଞ୍ଜ ରାଇନାଳୀ ଗ୍ରାମରେ ଗତ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ଫଳରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ନିକଟସ୍ଥ ଜଙ୍ଗଲରୁ...

ଜିଲାସ୍ତରୀୟ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ: ୩୫୨୫୮୦ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ବ୍ରହ୍ମପୁର,୧୯।୧: ଜିଲାସ୍ତରୀୟ ପଲସ ପୋଲିଓ କାର୍ଯ୍ୟକ୍ରମ ରବିବାର ଶୁଭାରମ୍ଭ ହୋଇଯାଇଛି। ସିଟି ହସ୍ପିଟାଲ ପରିସରରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ(ସିଡିଏମ୍‌ପିଏଚଓ) ଡା. ବିଜୟ...

କୋକସରାରେ ବଢ଼ୁଛି ଝାଡ଼ାବାନ୍ତି

କୋକସରା,୧୭।୧(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର କୋକସରା ପଞ୍ଚାୟତ କୋକସରା ଗ୍ରାମରେ ଗତ କିଛି ଦିନ ଧରି ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...

ଔଷଧ ଦୋକାନ ବାରଣ୍ଡାରେ ରୋଗୀଙ୍କୁ ଦିଆଯାଉଛି ସାଲାଇନ

ପାଟଣା,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ମୁଖ୍ୟାଳୟଠାରେ ସେମବାର ସ୍ବାସ୍ଥ୍ୟ ସେବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା...

ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ନୀତି

ପୁରୀ ଅଫିସ,୨୮।୨: ଶ୍ରୀମନ୍ଦିରରେ ଅନେକ ସମୟରେ ନୀତିରେ ବିଳମ୍ବ ହେଉଛି। ଏଥିଯୋଗୁ ଶ୍ରଦ୍ଧାଳୁମାନେ ଠିକ୍‌ ଭାବେ ଠାକୁରଙ୍କୁ ଦର୍ଶନ କରିପାରୁ ନ ଥିବାବେଳେ ମହାପ୍ରସାଦ ବାହାରିବାରେ...

Advertisement
Archives

Model This Week