ବିରାଟ-ଅନୁଷ୍କା ବ୍ୟସ୍ତ ରହିବା ପରେ ମଧ୍ୟ ପରସ୍ପର ପାଇଁ ଏପରି ସମୟ ବାହାର କରନ୍ତି..

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରୁ ପାର୍ଟନରଙ୍କ ପାଇଁ ସମୟ ବାହାର କରିବା  କଷ୍ଟକର ହୋଇପଡିଲାଣି । କାରଣ ଏବେ ଅଧିକାଂଶ ଘରେ ମହିଳାମାନେ ଅଫିସକୁ ଯାଉଛନ୍ତି। ଏହା  ଭଲ କଥା, କିନ୍ତୁ ଉଭୟ ସ୍ତ୍ରୀ-ସ୍ବାମୀଙ୍କ କାର୍ଯ୍ୟବ୍ୟସ୍ତତା ହେତୁ ସେମାନେ ଏକାଠି ରହିବା ଲାଗି ସେଭଳି ସମୟ ପାଆନ୍ତି ନାହିଁ। ଏହି ଭଳି ସମସ୍ୟା ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ମଧ୍ୟ ସାମ୍ନା କରୁଛନ୍ତି । ଯେଉଁମାନେ କିଛି ମୁହୂର୍ତ୍ତ ଏକାଠି ବିତାଇବା ପାଇଁ ସମସ୍ତ ପ୍ରୟାସ କରନ୍ତି।

ଅନୁଷ୍କା ଶର୍ମା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଏକାଠି ସମୟ ବିତାଇବାକୁ ବହୁତ କମ୍‌ ସମୟ ମିଳିଥାଏ। ଆମେ ଏହି ସୁଯୋଗ ଅପେକ୍ଷାରେ ଥାଉ।  ବିବାହର ପ୍ରଥମ ମାସରେ ଦୁହେଁ କେବଳ ୨୧ ଦିନ ଏକାଠି ସମୟ ବିତାଇବାକୁ ସକ୍ଷମ ହୋଇଥିଲୁ । ଆମେ ଏକାଠି ଖାଦ୍ୟ ଖାଇବାକୁ ଚେଷ୍ଟା କରୁ।

ଏହି ଜିନିଷଗୁଡିକ ସ୍ପଷ୍ଟ ଭାବରେ ଦର୍ଶାଏ ଯେ, ଉଭୟଙ୍କ ମଧ୍ୟରେ କେତେ ବୁଝା ମଣା ଅଛି। ଆସନ୍ତୁ ଜାଣିବା ଏହି ଦମ୍ପତି ଏକାଠି ସମୟ ବିତାଇବା ପାଇଁ କଣ କରନ୍ତି …

ବିରାଟ-ଅନୁଷ୍କା ସର୍ବଦା ପରସ୍ପରକୁ ପ୍ରଶଂସା କରନ୍ତି ।ଏହା ହିଁ ସେମାନଙ୍କର ସମ୍ପର୍କକୁ ସ୍ବତନ୍ତ୍ର କରିଥାଏ। ସାକ୍ଷାତକାରରେ ବିରାଟ ଅନେକ ଥର ଏହା କହିଛନ୍ତି ଯେ ଅନୁଷ୍କା ବହୁତ କଥା ବୁଝିପାରନ୍ତି। ଏକ ବଡ ଏବଂ ମହଙ୍ଗା ଉପହାର ବଦଳରେ ଅନୁଷ୍କା ମୋ’ ସହିତ ଏକ ସଟ୍‌ ଡ୍ରାଇଭରେ ଯିବାକୁ ପସନ୍ଦ କରନ୍ତି ।ଏହା ସହିତ ଆମେ ଏକାଠି କିଛି ସମୟ ବିତାଇଥାଉ।

ପରସ୍ପରକୁ ସମର୍ଥନ
ଶୁଟିଂ ସେଟରେ ଅନୁଷ୍କାଙ୍କୁ ଭେଟିବାକୁ ଯାଆନ୍ତି ବିରାଟ, ଅନ୍ୟପଟେ କ୍ରିକେଟ ଷ୍ଟାଡିୟମରେ ନିଜର ଖୁସି ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଅନୁଷ୍କା କହିଥିଲେ, ‘ବିବାହ ପରେ ସମସ୍ତଙ୍କ ଦାୟିତ୍ୱ ପୂର୍ବ ଅପେକ୍ଷା ଅଧିକ ହୋଇଯାଏ। ଆଜିର ସମୟରେ ଝିଅମାନେ ବିବାହ ପରେ ଚାକିରି କିମ୍ବା ବୃତ୍ତି ଛାଡନ୍ତି ନାହିଁ। ଯାହା ବହୁତ ଭଲ କଥା। କିନ୍ତୁ ଏଭଳି ପରିସ୍ଥିତିରେ, ଆପଣଙ୍କର ପେସାଗତ ଜୀବନ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଫଟୋଶୁଟ୍‌ ଆଳରେ କିଆରାଙ୍କ ଗାଲରେ ଚୁମ୍ବନ ଦେଇଥିଲେ ବରୁଣ, ରାଗି ଯାଇଥିଲେ ସିଦ୍ଧାର୍ଥ !

ବମ୍ବେ: ଅଭିନେତା ବରୁଣ ଧାଓ୍ବନଙ୍କ ଯୋଗୁ ସାଥୀ କିଆରା ଆଡଭାଣୀଙ୍କ ଉପରେ ରାଗିଥିଲେ ସିଦ୍ଧାର୍ଥ ମଲହୋତ୍ରା। ଏହା ପଛରେ କାରଣଟି ଥିଲା ଚୁମ୍ବନ। ହଁ, ଫିଲ୍ମ...

‘ସ୍କ୍ରୁ ଢିଲା’ ଟିଜର ରିଲିଜ, ସ୍କୁଲ ଶିକ୍ଷକରୁ ଫାଇଟର୍‌ଙ୍କୁ ଦେଖିଲେ ଦର୍ଶକ

ଟାଇଗର୍‌ ଶ୍ରଫଙ୍କ ଆଗାମୀ ଫିଲ୍ମ ‘ସ୍କ୍ରୁ ଢିଲା’ ଟିଜର୍‌ ରିଲିଜ ହୋଇଛି। ୩ ମିନିଟ୍‌ର ଏହି ଟିଜରରେ ଟାଇଗରଙ୍କୁ ଜଣେ ସ୍କୁଲ ଶିକ୍ଷକରୁ ଫାଇଟର୍‌ ଭାବେ...

ହାଇଦ୍ରାବାଦକୁ ଝଟକା: ଆଇପିଏଲ୍‌ରୁ ବାଦ୍‌ ପଡିଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ର ୧୬ତମ ସିଜନରେ ସନରାଇଜର୍ସ ହାଇଦ୍ରାବାଦକୁ ଏକ ବଡ଼ ଝଟକା ଲାଗିଛି। ଷ୍ଟାର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଇପିଏଲ ୧୬ର ଅବଶିଷ୍ଟ ମ୍ୟାଚରେ ଅଂଶ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ଆର୍‌.ମାଧବନ

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ବଲିଉଡ୍‌ ଓ ସାଉଥ ଫିଲ୍ମ ଦୁନିଆର ପ୍ରସିଦ୍ଧ ଅଭିନେତା ଆର. ମାଧବନ ଏବଂ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଧବାର ଭେଟିଥିଲେ। ଏହି...

‘ମାରାଥନ ମ୍ୟାନ୍‌’ ବିବେକାନନ୍ଦ

ଜଣେ ଆଥଲେଟ୍‌ ଅଫୁରନ୍ତ ସହନଶକ୍ତିର ବିନିଯୋଗ ସହିତ ନିରନ୍ତର ଅଭ୍ୟାସ ଦ୍ୱାରା ହିଁ ମାରାଥନ ଦୌଡ଼ ଭଳି ଅତି କଷ୍ଟସାଧ୍ୟ ଇଭେଣ୍ଟରେ ସଫଳ ହୋଇଥାଏ। ଏହିପରି...

କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ଉପରେ ପ୍ରାମାଣିକ ଚଳଚ୍ଚିତ୍ର

ନୂଆଦିଲ୍ଲୀ,୧୯।୫ (ପି.ଟି.): କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ପ୍ରଯୋଜକ ତଥା ବ୍ୟବସାୟୀ ଜୋୟିତା ରଏ ଓ ପ୍ରତୀକ...

‘ସ୍ବପ୍ନ ସାକାର ହୁଏ’

ନୂଆଦିଲ୍ଲୀ,୧୩।୯: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ମଧ୍ୟ ଏହି...

ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ରାଞ୍ଚି,୧୯।୧୧: ଚଳିତ ଟି୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଟିମ୍‌ ଇଣ୍ଡିଆ ସ୍ବଦେଶରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୨-୦ରେ ଜିତି ନେଇଛି। ସ୍ଥାନୀୟ...

Advertisement
Archives

Model This Week