ଦୁର୍ଘଟଣାର ୧୮ ଦିନ ପରେ ବି ଚେତା ଫେରୁନି

ନୂଆଗାଁ,୨୭।୧୧(ଡି.ଏନ.ଏ.): ୨ ସାଙ୍ଗଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିବା ସମୟରେ ଏକ ପିକଅପ୍‌ ଭ୍ୟାନ ଦୁର୍ଘଟଣାରେ ଗୁରୁତର ହୋଇଥିବା ଲିଙ୍କୁନ୍‌ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଇତିମଧ୍ୟରେ ୧୮ ଦିନ ବିତି ଥିଲେ ମଧ୍ୟ ଏଯାବତ ତାଙ୍କ ଚେତା ଫେରୁନି। ଆର୍ଥତ୍କ ଅନାଟନରେ ପରିବାର ଚଳୁଥିବା ବେଳେ ପୁଅର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ତେଣୁ ତାଙ୍କ ଚିକିତ୍ସା ପାଇଁ ସରକାରୀ କିମ୍ବା ବେସରକାରୀସ୍ତରରେ ସହାୟତା ଦେବାକୁ ଗ୍ରାମବାସୀଙ୍କ ତରଫରୁ ନିବେଦନ କରାଯାଇଛି।

ସୂଚନା ଅନୁଯାୟୀ, ଗତ ୭ ତାରିଖ ଦିନ ନୟାଗଡ଼ ଜିଲା ନୂଆଗାଁ ଥାନା ସଂପଡା ଗ୍ରାମର ଲିଙ୍କୁନ ସାହୁ ଦଶପଲ୍ଲା ପଟୁ ୨ ସାଙ୍ଗଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିଲେ । ମହିତମା ନିକଟରେ ଏକ ପିକଅପ୍‌ ଭ୍ୟାନ ସହ ତାଙ୍କ ବାଇକ୍‌ର ଧକ୍କା ହୋଇଥିଲା । ଏଥିରେ ୩ ବାଇକ୍‌ ଆରୋହୀ ଆହତ ହୋଇଥିଲେ।  ସମସ୍ତଙ୍କୁ ପ୍ରଥମେ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ସେଦିନଠାରୁ ଲିଙ୍କୁନ ଚେତାଶୂନ୍ୟ ଅବସ୍ଥାରେ ଆଇସିୟୁରେ ରହିଛନ୍ତି। ଚିକିତ୍ସା ପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡର ଅନୁଦାନ ଶେଷ ହୋଇସାରିଛି ।
ଲିଙ୍କୁନଙ୍କ ବାପା ଜଣେ ଦିନ ମଜୁରିଆ । ସେ ଯାହା ରୋଜଗାର କରନ୍ତି ତାହା ପରିବାର ଚଳାଇବା ବି କଷ୍ଟକରି ହୋଇ ପଡୁଛି। ଏପରି ପରିସ୍ଥିତିରେ ପୁଅର ଚିକିତ୍ସା ପାଇଁ ଅର୍ଥର ଅଭାବ ଲାଗି ରହିଛି । ନିଜ ଘର ବିକ୍ରି ବାବଦରେ ମିଳିଥିବା ୪ ଲକ୍ଷ ଟଙ୍କା ସହ ଲୋକଙ୍କଠାରୁ ମିଳିଥିବା ୫୦ ହଜାର ଟଙ୍କାର ଖର୍ଚ୍ଚ ସରିଲାଣି। ତେଣୁ ଲିଙ୍କୁନର ଚିକିତ୍ସା ପାଇଁ ସହୃଦୟ ବ୍ୟକ୍ତି ଓ ରାଜ୍ୟ ସରକାର ସହଯୋଗ କରିବାକୁ ଗ୍ରାମବାସୀଙ୍କ ତରଫରୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?