ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଇୟୁ, ୧୪ ରାଷ୍ଟ୍ରର ପ୍ରତ୍ୟାଖ୍ୟାନ

ମାନିଲା,୧୩ା୭: ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଆମେରିକା, ବ୍ରିଟେନ୍‌ ସମେତ ୧୪ ଦେଶ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୧୬ର ଏକ ଅନ୍ତର୍ଜାତୀୟ ରାୟ ଅନୁଯାୟୀ ଦକ୍ଷିଣ ଚାଇନା ସାଗର ଉପରେ ଚାଇନାର ଆଧିପତ୍ୟ ଦାବି ବେଆଇନ। ବିବାଦୀୟ ସମୁଦ୍ରରେ ବିଶୃଙ୍ଖଳିତ କାର୍ଯ୍ୟ ଆଞ୍ଚଳିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବ ବୋଲି ୧୪ ରାଷ୍ଟ୍ର ଏକ ମିଳିତ ବିବୃତି ଜାରି କରିଛନ୍ତି। ସେହିପରି ୨୭ ରାଷ୍ଟ୍ର ବିଶିଷ୍ଟ ୟୁରୋପୀୟ ସଂଘ (ଇୟୁ) ଅନ୍ୟ ଏକ ବିବୃତି ଜାରି କରି ୨୦୧୬ର ରାୟକୁ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନରେ ଏକ ଐତିହାସିକ ନିଷ୍ପତ୍ତି ବୋଲି କହିଛି। ଏହି ବିବୃତିଗୁଡ଼ିକ ୨୦୧୬ ଜୁଲାଇ ୧୨ରେ ନେଦରଲାଣ୍ଡସ୍‌ର ହେଗ୍‌ସ୍ଥିତ ମଧ୍ୟସ୍ଥତା ଟ୍ରିବ୍ୟୁନାଲ ଦେଇଥିବା ରାୟକୁ ମନେ ପକାଇଦିଏ। ଏଥିରେ କୁହାଯାଇଥିଲା ଐତିହାସିକ ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ଆଇନଗତ ଭାବେ ବାଧ୍ୟତାମୂଳକ। ଅନ୍ୟପକ୍ଷରେ ଚାଇନା ଉକ୍ତ ରାୟକୁ ଆଇନଗତ ଭାବେ ଅବୈଧ ବୋଲି ରବିବାର ପୁଣିଥରେ ଦୋହରାଇଛି। ବେଜିଂ ଉକ୍ତ ରାୟକୁ ଗ୍ରହଣ କରିବ ନାହଁି କି ସ୍ବୀକୃତି ଦେବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ବିବାଦୀୟ ଜଳରାଶିରେ ବେଜିଂ ଏକ ଅଗଭୀର ଅଞ୍ଚଳକୁ କବ୍‌ଜା କରିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ୨୦୧୩ରେ ଫିଲିପାଇନ୍ସ ଦ୍ୱାରା ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ବିଚାର ପ୍ରକ୍ରିୟାରେ ଯୋଗଦେବାକୁ ଚାଇନା ମନା କରିଦେଇଥିଲା। ୨୦୧୬ ରାୟକୁ ବେଜିଂ ପ୍ରତ୍ୟାଖ୍ୟାନ କରିବା ସହ ସମ୍ପୂର୍ଣ୍ଣ ଜଳପଥରେ ନିଜ ଦାବି ଜାରି କରିଆସୁଛି। ଫଳରେ ଉକ୍ତ ଅଞ୍ଚଳରେ ଚାଇନା ସହ ଫିଲିପାଇନ୍ସ, ଭିଏଟ୍‌ନାମ, ମାଲେସିଆ, ବ୍ରୁନେଇ ଏବଂ ତାଇଓ୍ବାନ୍‌ର ବାରମ୍ବାର ବିବାଦ ଦେଖାଦେଉଛି। ମଧ୍ୟସ୍ଥତା ଟ୍ରିବ୍ୟୁନାଲର ରାୟ ଅନୁଯାୟୀ ଦକ୍ଷିଣ ଚାଇନା ସାଗରରେ ଚାଇନାର ଦାବିର କୌଣସି ଆଇନଗତ ଆଧାର ନାହିଁ ବୋଲି ଇୟୁ ଏବଂ ଅନ୍ୟ ଦେଶଗୁଡ଼ିକ କହିଛନ୍ତି। ଦକ୍ଷିଣ ଚାଇନା ସାଗର ବିବାଦ ଏକ ଜଟିଳ ଆଞ୍ଚଳିକ ଓ ସାମୁଦ୍ରିକ ଦ୍ୱନ୍ଦ୍ୱ ଯାହା ଦ୍ୱୀପ ଏବଂ ସମ୍ବଳ ସମୃଦ୍ଧ ଜଳଭାଗକୁ ନେଇ ଲାଗି ରହିଛି। ଚାଇନା ପ୍ରାୟ ୯୦ ପ୍ରତିଶତ ସମୁଦ୍ର ଉପରେ ସାର୍ବଭୌମତ୍ୱ ଦାବି କରିଆସୁଛି। ଏହି ଅଞ୍ଚଳ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ବାଣିଜ୍ୟ ପଥ। ଏହି ରୁଟ୍‌ ଦେଇ ବିଶ୍ୱର ଏକ-ତୃତୀୟାଂଶ ସାମୁଦ୍ରିକ ବାଣିଜ୍ୟ ହୋଇଥାଏ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri