ମହାମାରୀ ବିଗାଡ଼ିଲା ମହିଳାଙ୍କ ନିଯୁକ୍ତି

ନୂଆଦିଲ୍ଲୀ, ୪ା୮: କରୋନା ମହାମାରୀ ସାରା ବିଶ୍ୱକୁ ସଙ୍କଟ ମଧ୍ୟକୁ ଠେଲିଦେଇଛି। ଏହା ବଜାର ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଥିବାବେଳେ ଲକ୍‌ଡାଉନ ଯୋଗୁ କଳକାରଖାନା ଏବଂ ଦୋକାନ ବଜାର ତାଲା ଝୁଲିବା ଅବସ୍ଥାକୁ ଚାଲିଆସିଛି। ଅନେକଙ୍କୁ ଚାକିରି ହରାଇବାକୁ ପଡ଼ିଛି। ନୂଆଦିଲ୍ଲୀରେ ସାବିତ୍ରୀ ଦେବୀ (୪୪) ଏକ କପଡ଼ା କାରଖାନାରେ ଗତ ବର୍ଷ କାମ କରୁଥିଲେ। କରୋନା ମହାମାରୀ ଯୋଗୁ ଚାକିରି ଗଲା ପରେ ବର୍ତ୍ତମାନ ଯାଏ ସେ ନୂଆ ଚାକିରି ଖଣ୍ଡେ ପାଇବାକୁ ସକ୍ଷମ ହୋଇନାହାନ୍ତି। ବଜାର ଦୀର୍ଘଦିନ ଧରି ବନ୍ଦ ରହିବାରୁ ସେ କାମ କରୁଥିବା କମ୍ପାନୀ କ୍ଷତି ସହିଥିଲା। କମ୍ପାନୀରେ ତାଲା ପଡିବା ପରେ କେବଳ ସେ ନୁହନ୍ତି ତାଙ୍କ ସହ କାମ କରୁଥିବା ଅନେକ ଲୋକଙ୍କ ଚାକିରି ଚାଲିଯାଇଛି। ଘର ନିକଟସ୍ଥ ଓଖଲା ଶିଳ୍ପାଞ୍ଚଳରେ ଛୋଟଛୋଟ ଓ୍ବାର୍କଶପ
ଏବଂ ଫ୍ୟାକ୍ଟ୍ରିରେ ସାବିତ୍ରୀଙ୍କ ଭଳି ଅନେକ ଅଣକୁଶଳୀ ମହିଳା କାମ କରୁଥିଲେ। ହେଲେ ନୂଆ ଚାକିରି ଲାଗି ସେ ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ତାଙ୍କୁ ମିଳିପାରୁନାହିଁ। ସାବିତ୍ରୀ ଦେବୀ କୁହନ୍ତି, କମ୍‌ ବେତନ ନେଇ କାମ କରିବାକୁ ପ୍ରସ୍ତୁତ ଅଛି, ମାତ୍ର କାମ ମିଳୁନାହିଁ।
ପ୍ରାୟ ୧୦୦ ପରିବାର ସହ ଏକ ବସ୍ତିରେ ସେ ରହୁଛନ୍ତି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟଠାରୁ ମାତ୍ର କିଛି କି.ମି. ଦୂରରେ ରହିଛି। କରୋନା ଯୋଗୁ ସାବିତ୍ରୀ ଦେବୀଙ୍କ ଭଳି ପ୍ରାୟ ୧୫ ନିୟୁତ ଭାରତୀୟ ବର୍ତ୍ତମାନ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ମହିଳାଙ୍କ ସମସ୍ୟା ବର୍ତ୍ତମାନ କାହିଁ କେତେ ଗୁଣରେ ବଢ଼ିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି। ଭାରତରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନେ ବିଶେଷ ଭାବେ କୁଶଳୀ ନୁହନ୍ତି। କୃଷିକ୍ଷେତ୍ର, ଶିଳ୍ପସଂସ୍ଥାରେ ଶ୍ରମିକ, ଘରୋଇ କାମ କାର୍ଯ୍ୟରେ ସହାୟକ ଭଳି ଅନ୍ୟ କ୍ଷେତ୍ରରେ କାମରେ ନିୟୋଜିତ ଥିବା ମହିଳା ବର୍ତ୍ତମାନ ନିଯୁକ୍ତିରେ ସମସ୍ୟା ସାମ୍ନା କରୁଛନ୍ତି। ବଜାରର ସୁଧାର ପ୍ରକ୍ରିୟା ମନ୍ଥର ରହିଥିବାରୁ ଶିଳ୍ପସଂସ୍ଥା ସବୁ ଖୋଲିବାକୁ ସମୟ ଲାଗୁଛି। ସେହିଭଳି ଟିକାକରଣ ଧୀମା ଗତିରେ ଚାଲୁଛି, ଯାହା ବଜାରକୁ ପ୍ରଭାବିତ କରିଛି। ଏଭଳି ବିଭିନ୍ନ କାରଣ ପାଇଁ ମହିଳାମାନଙ୍କ ଶ୍ରମଶକ୍ତିକୁ ପ୍ରତ୍ୟାବର୍ତ୍ତନରେ ବାଧା ଉପୁଜିଛି।

ଚାକିରି ହ୍ରାସ ଅନୁମାନ ଲଗାଇବା କଷ୍ଟକର

ଗତ ଦଶନ୍ଧିରେ ମହିଳାମାନେ ଯେଉଁ ସାମାଜିକ ଏବଂ ଅର୍ଥନୈତିକ ଉନ୍ନତି ଲାଭ କରିଥିଲେ ତାହା କୋଭିଡ୍‌-୧୯ ଧୋଇଦେଲା ବୋଲି ସର୍ବଭାରତୀୟ ଟ୍ରେଡ୍‌ ୟୁନିୟନ କଂଗ୍ରେସର ସାଧାରଣ ସମ୍ପାଦକ ଅମରଜିତ କୌର କହିଛନ୍ତି। ସେହିଭଳି ଭାରତ ବର୍ତ୍ତମାନ ୭୦ ବର୍ଷର ସବୁଠାରୁ ବଡ ମାନ୍ଦାବସ୍ଥା ଦେଇ ଗତି କରୁଛି। ଅଧିକାଂଶ ଭାରତୀୟ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି। ଫଳରେ କେତେ ଲୋକଙ୍କ ନିଯୁକ୍ତି ଯାଇଛି ତାହା ଅନୁମାନ ଲଗାଇବା ଏକ ପକ୍ଷରେ କଷ୍ଟକର।

ଛୋଟ ସଂସ୍ଥାର ମହିଳା ଶ୍ରମିକ ବେଶି କ୍ଷତିଗ୍ରସ୍ତ

ପ୍ରାୟ ୧୦ ଲକ୍ଷ କ୍ଷୁଦ୍ର ବାଣିଜି୍ୟକ ସଂସ୍ଥାର ସଂଘ କନ୍‌ସୋର୍ଟିୟମ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ୍‌ (ସିଆଇଏ) ଡାଟା ମୁତାବକ, କରୋନାରେ ଯେତେ ପରିମାଣର ନିଯୁକ୍ତି ଯାଇଛି ତା’ର ୬୦% ଅଂଶ ମହିଳା। ଅଜୀମ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର୍‌ ସଷ୍ଟେନେବଲ ଏମ୍ପୟମେଣ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଦ୍ୱିତୀୟ ଲହର ଆସିବା ଆଗରୁ ନିଯୁକ୍ତି ହରାଇଥିବା ୪୭% ମହିଳା ବର୍ତ୍ତମାନ ନିଷ୍ପେଷିତ ଅବସ୍ଥାରେ ରହିଛନ୍ତି। ଏମାନେ ନିଯୁକ୍ତି କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଦରକାରୀ ହୋଇ ପଡିଛନ୍ତି। କେବଳ ୭% ପୁରୁଷ ସେମାନଙ୍କ ନିଯୁକ୍ତି ଫେରିପାଇଛନ୍ତି। ନ୍ୟୁଜ ଏଜେନ୍ସି ରଏଟର୍ସ ପକ୍ଷରୁ ନୂଆଦିଲ୍ଲୀ,ଗୁଜରାଟ ଏବଂ ତାମିଲନାଡୁ ଭଳି ସ୍ଥାନର ମହିଳାଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଛୋଟ ଫ୍ୟାକ୍ଟ୍ରି, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ, ଟ୍ରାଭେଲ ଏଜେନ୍ସି, ସ୍କୁଲ ଏବଂ ଅନ୍ୟ କ୍ଷୁଦ୍ର ସଂସ୍ଥାଗୁଡିକରେ କାମ କରୁଥିବା ମହିଳା ବିଶେଷ ଭାବେ ନିଯୁକ୍ତି ହରାଇଥିବା କହିଛନ୍ତି।

ସ୍ଥିତି ସୁଧୁରିବାକୁ ସମୟ ଲାଗିପାରେ

କାମ ନ ଥିବାରୁ ଦୈନଦିନ ବ୍ୟବହାରରେ ହେଉଥିବା ଖର୍ଚ୍ଚ କମାଇବାକୁ ପଡୁଛି ବୋଲି ଅଧିକାଂଶ ମହିଳା କହିଛନ୍ତି। ଏହା ଉପରେ ସ୍ବାସ୍ଥ୍ୟ ସମସ୍ୟା ବୋଝ ଉପରେ ନଳିତାବିଡ଼ା ହୋଇଛି। ବର୍ତ୍ତମାନ ଶିଳ୍ପ ପାଇଁ କଞ୍ଚାମାଲ ବୃଦ୍ଧି ଏକ ସମସ୍ୟା ଭାବେ ଉଭା ହୋଇଛି। ସେହିଭଳି ବଜାର ଚାହିଦା ନ ଥିବାରୁ ଶିଳ୍ପ ୟୁନିଟଗୁଡ଼ିକ ବନ୍ଦ ହୋଇପଡିଛି। ଫଳରେ ସେହି ସ୍ଥାନରେ ପୁଣି ଥରେ କାମ ଫେରିପାଇବା କଷ୍ଟକର ହେଉଥିବା ମହିଳାମାନେ କହିଛନ୍ତି। ଅଧିକାଂଶ ମହିଳା ଅଣ ସଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି। ବଜାର ସ୍ବାଭାବିକ ହେବାକୁ ସମୟ ଲାଗିବ। ଏହାକୁ ଦେଖିଲେ ନିଯୁକ୍ତି ହରାଇଥିବା ମହିଳା ପୁଣି ଥରେ କାର୍ଯ୍ୟ କ୍ଷେତ୍ରକୁ ଫେରିବାକୁ ୨ରୁ ୩ ବର୍ଷ ସମୟ ଲାଗିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ବିଭିନ୍ନ ସରକାରୀ ପଦକ୍ଷେପ ଦ୍ୱାରା ସ୍ଥିତିରେ ସୁଧାର ଆଣିବାକୁ ସେ ନିବେଦନ କରିଛନ୍ତି। ପ୍ରବାସୀ ମହିଳା ଶ୍ରମିକ ବର୍ତ୍ତମାନ ଗାଁକୁ ଫେରିଯାଇଛନ୍ତି। ସେହିଭଳି କରୋନା କଟକଣା ଯୋଗୁ ପିଲାମାନେ ବର୍ତ୍ତମାନ ଘରେ ରହୁଛନ୍ତି। ସେମାନଙ୍କୁ ସମ୍ଭାଳିବାକୁ ମହିଳାଙ୍କ ଉପରେ ବୋଝ ରହିଛି। ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିଲେ ମଧ୍ୟ ମହିଳାଙ୍କ କେବେ ଶ୍ରମ ଶକ୍ତିରେ ଯୋଗଦାନ ବଢିବ ତାହା ବଜାର ସ୍ଥିତି ହିଁ ସୂଚାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri