ପ୍ରମାଣ ନାହିଁ

ପାକିସ୍ତାନର ବାଲୁଚିସ୍ତାନ, ପଞ୍ଜାବ, ସିନ୍ଧ୍‌ ଓ ଖୈବର ପଖତୁନ୍‌ଖ୍ବା ନାମରେ ୪ଟି ପ୍ରଦେଶ ରହିଛି। ଏଥିସହିତ ସଂଘୀୟ ଭାବେ ଶାସିତ ଇସ୍‌ଲାମାବାଦ ରାଜଧାନୀ ଅଞ୍ଚଳ ଅଛି। ଏବେ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନକୁ ପ୍ରାଦେଶିକ ମାନ୍ୟତା ଦେବା ଲାଗି ପାକିସ୍ତାନ ସରକାର ସମସ୍ତ ପ୍ରକାର ଆଇନଗତ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପ ଦେଇଛି। ଅନ୍ୟପକ୍ଷରେ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ନୂଆଦିଲ୍ଲୀ କହିଛି।
ଇତିହାସ ଦେଖିଲେ ଜମ୍ମୁ ଓ କଶ୍ମୀର ରାଜାଙ୍କ ଦ୍ୱାରା ଶାସିତ ହେଉଥିବା ବେଳେ ଗିଲ୍‌ଗିଟ୍‌ ଏହାର ଏକ ଅଂଶ ଥିଲା। କିନ୍ତୁ ତାହା ବ୍ରିଟିଶ ଦ୍ୱାରା ସିଧାସଳଖ ଶାସିତ ହେଉଥିଲା। ତତ୍‌କାଳୀନ ହିନ୍ଦୁ ରାଜା ହରି ସିଂଙ୍କଠାରୁ ବ୍ରିଟିଶ ସମ୍ପୃକ୍ତ ଅଞ୍ଚଳକୁ ଲିଜ୍‌ ସୂତ୍ରରେ ନେଇଥିଲା। ଭାରତର ସ୍ବାଧୀନତା ପରେ ଆଦିବାସୀ ମୁସଲମାନମାନେ ହରି ସିଂଙ୍କ କାର୍ଯ୍ୟକୁ ବିରୋଧ କରିଥିଲେ। ଜୀବନ ପ୍ରତି ବିପଦ ଥିବା ଦେଖି ହରି ସିଂ ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଶରଣ ପଶିଲେ। ନେହେରୁ ଶ୍ରୀନଗର ଓ କଶ୍ମୀର ରକ୍ଷା କରିବା ଲାଗି ଭାରତୀୟ ସେନାଙ୍କୁ ପ୍ରେରଣ କଲେ। ନିଜର ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଯାଇ ହରି ସିଂ ୨୬ ଅକ୍ଟୋବର ୧୯୪୭ରେ ତାଙ୍କ ଭୂଖଣ୍ଡକୁ ଭାରତ ସହ ମିଶାଇ ଦେଲେ। ହରି ସିଂଙ୍କ କାର୍ଯ୍ୟ ଦେଖି ସେତେବେଳେ ଗିଲ୍‌ଗିଟ୍‌ ସ୍କାଉଟ୍‌ମାନେ ବିଦ୍ରୋହୀ ପାଲଟିଗଲେ। ଫଳରେ ଗିଲ୍‌ଗିଟ୍‌ର ଏହି ଅର୍ଦ୍ଧସାମରିକ ବାହିନୀ ବାଲ୍ଟିସ୍ତାନ ଦଖଲ କଲା। ସେତେବେଳେ ବାଲ୍ଟିସ୍ତାନ ଥିଲା ଲଦାଖର ଅଂଶବିଶେଷ। ଏଥିସହିତ ଗିଲ୍‌ଗିଟ୍‌ ସ୍କାଉଟ୍‌ମାନେ ସ୍କର୍ଡୁ, କାର୍ଗିଲ ଓ ଦ୍ରାସ୍‌କୁ ଅକ୍ତିଆର କରିନେଇଥିଲେ। ଅଗଷ୍ଟ ୧୯୪୮ରେ ଭାରତ ଯୁଦ୍ଧ କରି କାର୍ଗିଲ ଓ ଦ୍ରାସ୍‌କୁ ନିଜଆଡ଼କୁ ଆଣିଥିଲା। ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ୧ ନଭେମ୍ବର ୧୯୪୭ରେ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନ କ୍ରାନ୍ତିକାରୀ ପରିଷଦ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନକୁ ସ୍ବତନ୍ତ୍ର ରାଜ୍ୟ ଭାବେ ଘୋଷଣା କରିଥିଲା। ଏହା ପରେ ନଭେମ୍ବର ୧୫ରେ ଏହା ପାକିସ୍ତାନ ସହ ମିଶିଯାଇଥିଲା। ହେଲେ ବ୍ରିଟିଶ ସରକାର ଦ୍ୱାରା ପ୍ରଣୀତ ଏକ ଆଇନ ଅନୁସାରେ ଏହି ଅଞ୍ଚଳ ସ୍ବୟଂଶାସିତ ରହିଆସିଛି।
ଉପରବର୍ଣ୍ଣିତ ଘଟଣାବଳୀକୁ ଦେଖିଲେ ଭାରତ ସ୍ବାଧୀନ ହେବା ବେଳୁ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନ ପାକିସ୍ତାନ ପଟରେ ରହିଆସିଛି। ହରି ସିଂ ଗୋଟିଏ ପଟେ ଗିଲ୍‌ଗିଟ୍‌କୁ ପାକିସ୍ତାନକୁ ଦେଇଦେଇଥିଲେ ଓ ଅପରପଟେ ଜମ୍ମୁ ଓ କଶ୍ମୀରକୁ ଭାରତ ସହ ମିଶାଇ ଦେଇଥିଲେ। ଅର୍ଥାତ୍‌ ଏହି ରାଜା ଯେଉଁଭଳି ଭାବେ ଗିଲ୍‌ଗିଟ୍‌କୁ ପାକିସ୍ତାନକୁ ଦେଇଦେଇଥିଲେ, ଏବେ ତାହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ପ୍ରମାଣ କରିବା କଷ୍ଟକର। ସେମିତି ଜମ୍ମୁ ଓ କଶ୍ମୀରକୁ ରାଜା ହରି ସିଂ ଭାରତ ସହ ମିଶାଇ ଦେବା ଫଳରେ ପାକିସ୍ତାନ ଉକ୍ତ ଅଞ୍ଚଳକୁ ନିଜର ବୋଲି ପ୍ରମାଣ କରିପାରୁ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?