ମହାମାରୀ ଓ ମହିଳା ନେତୃତ୍ୱ

ମିସେଲ୍‌ ବ୍ୟାରୀ, ଗୀତା ରାଓ ଗୁପ୍ତା

କୋଭିଡ୍‌ -୧୯ ମହାମାରୀରେ ଏବେ ସାରା ବିଶ୍ୱ ପ୍ରଭାବିତ। ଏହା କୋଟି କୋଟି ଲୋକଙ୍କ ରୋଜଗାର ଛଡ଼ାଇ ନେଇଛି। ମହିଳାମାନଙ୍କ କ୍ୟାରିୟର ଉପରେ ପ୍ରଚଣ୍ଡ ଆଘାତ ଦେଇଛି ଯାହା ଆମେରିକାରେ ସ୍ପଷ୍ଟ ପ୍ରତୀୟମାନ ହୋଇଛି। ମହାମାରୀ ଯାଗୁ ୪ ଜଣରେ ଜଣେ, ଏହି ଅନୁପାତରେ ଆମେରିକୀୟ ମହିଳାମାନେ ସେମାନଙ୍କ କ୍ୟାରିୟରର ଅଧୋଗତି ହେଉଥିବା ମନେକରୁଛନ୍ତି କିମ୍ବା ସେମାନଙ୍କୁ କର୍ମସ୍ଥଳୀ ଛାଡିବାକୁ ପଡ଼ୁଛି। କେବଳ ଗୋଟିଏ ବର୍ଷରେ ମହାମାରୀ ଯୋଗୁ ଆମେରିକାରେ ୨ ମିଲିୟନ ବା ୨୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା କର୍ମସ୍ଥଳୀ ଛାଡି ଦେଇଛନ୍ତି, ଅର୍ଥାତ ରୋଜଗାର ହରାଇଛନ୍ତି। ଏହାଦ୍ୱାରା ବେରୋଜଗାରୀରେ ରହିଥିତ୍ବା ପୁରୁଷ ଓ ମହିଳାଙ୍କ ଅନ୍ତର ଢେର ବୃଦ୍ଧି ପାଇଛି ଓ ଏହା ବିଗତ ଦୁଇ ଦଶନ୍ଧିରେ ସବୁଠାରୁ ଅଧିକ। କର୍ମଜୀବୀ ମା’ମାନେ ମଧ୍ୟ ରୋଜଗାର ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୪୦%ରୁ ଅଧିକ ଯେଉଁମାନେ ପରିବାରର ରୋଜଗାରର ମୁଖ୍ୟ ମାଧ୍ୟମ ସେମାନେ ମଧ୍ୟ ଅତ୍ୟନ୍ତ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଘରେ ଦାୟିତ୍ୱ ଅତ୍ୟଧିତ୍କ ବଢିଯିବା ଯୋଗୁ ଅନେକ ମଧ୍ୟ ସେମାନଙ୍କ କ୍ୟାରିୟରରେ ସମନ୍ବୟ ରକ୍ଷା କରିପାରୁନାହାନ୍ତି। କେବଳ ଆମେରିକା ନୁହେଁ,ସାରା ବିଶ୍ୱରେ ଏଭଳି ସମାନ ଧାରା ପ୍ରତିଫଳିତ ହୋଇଛି। ସବୁ ଦେଶରେ ମହିଳାମାନେ ଚାକିରି ହରାଇଛନ୍ତି। ଜଣାପଡ଼ିଛି ଯେ, ୨୦୨୦ରେ ପୁରୁଷଙ୍କ ତୁଳନାରେ ଅଧିକ ପ୍ରତିଶତ ମହିଳାଙ୍କ ଚାକିରି ଚାଲିଯାଇଛିି। ଅନ୍ୟ ପକ୍ଷରେ ଏହି ସମୟରେ ସେମାନେ ଗୋଟିଏ ସପ୍ତାହରେ ହାରାହାରି ୩୦ ଘଣ୍ଟାରୁ ଅଧିକ ସମୟ ଶିଶୁ ଯନତ୍ ନେବାରେ କଟାଇଛନ୍ତି।
କୋଭିଡ୍‌-୧୯ ମହାମାରୀ କାରଣରୁ ବିଭିନ୍ନ କମ୍ପାନୀ ଓ ଫ୍ୟାକ୍ଟ୍ରିରୁ ଅତ୍ୟଧିକ ମହିଳା ଚାକିରି ଛାଡୁଛନ୍ତି। ବିଶ୍ୱର ସ୍ବାସ୍ଥ୍ୟ ବ୍ୟବସ୍ଥା ସମେତ ସବୁ କ୍ଷେତ୍ରରେ ମହିଳାମାନଙ୍କ ମଧ୍ୟରୁ ଅନେକଙ୍କୁ ନେତୃତ୍ୱ ପଦବୀକୁ ଉଠାଇବାକୁ ଆମେ ଜରୁରୀ ଆବଶ୍ୟକ ବୋଲି ମନେ କରୁଥିବାବେଳେ ଏଭଳି ସ୍ଥିତି ବାସ୍ତବିକ ଚିନ୍ତାଜନକ। ବାସ୍ତବରେ ମହିଳାମାନଙ୍କ ଅଧିକାର କ୍ଷେତ୍ର ବା ଦକ୍ଷତା, ନେତୃତ୍ୱ ପରାକାଷ୍ଠା ଏବଂ ନିଆରା ଦୃଷ୍ଟିକୋଣ ପରିସ୍ଥିତିକୁ ସୁଧାରିବାରେ ନୂଆ ପଥ ଦେଖାଏ। ତେବେ ଏସବୁ ବିନା କୌଣସି କ୍ଷେତ୍ରରେ ସୁଧାର ଅପହଞ୍ଚ ହୋଇଯିବ ଏବଂ ପରବର୍ତ୍ତୀ ସ୍ବାସ୍ଥ୍ୟ ସଙ୍କଟକୁ ସମ୍ମୁଖୀନ ହେବାକୁ ଆମେ ଅପ୍ରସ୍ତୁତ ରହି ବିପଦକୁ ଆମନ୍ତ୍ରଣ କରିବା ହିଁ ସାର ହେବ। ବିଶେଷକରି ଏହି ବିପର୍ଯ୍ୟୟ ସମୟରେ ମହିଳାମାନଙ୍କ ନେତୃତ୍ୱ ଅଭାବ ଯୋଗୁ ଲିଙ୍ଗଗତ ପ୍ରଭାବ ବି ସ୍ପଷ୍ଟ ହୋଇଛି। ମହିଳାମାନେ ନେତୃତ୍ୱ ସ୍ଥାନରେ ରହି ଅଧିକ ନୀତି ବା ଯୋଜନାରେ ଭଲ ପରିଣାମ ସାମ୍ନାକୁ ଆଣିପାରିିଛନ୍ତିି। ମୁଖ୍ୟତଃ ସେମାନେ ଲୋକଙ୍କ ଗୁଣବତ୍ତା ଜୀବନଶୈଳୀରେ ଉନ୍ନତି କରିବାରେ ଭଲ କାମ କରିବା ଲକ୍ଷ୍ୟ କରାଯାଇଛି। ଏପରି କି ଏହି ମହାମାରୀରେ ପରିବାର ଓ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ଅସହାୟ ବର୍ଗଙ୍କ ପାଇଁ ପ୍ରାଥମିକତାଭିତ୍ତିରେ କାର୍ଯ୍ୟ କରିବା ବି ସେମାନଙ୍କ ନେତୃତ୍ୱରେ ପ୍ରତିଫଳିତ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ପ୍ରତୀୟମାନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ବାନଗୁଡ଼ିକର ସମାଧାନ ଦିଗରେ ତ୍ୱରିତ କାର୍ଯ୍ୟ କରିବାର କୌଶଳ ଏବଂ ସାମଗ୍ରିକ ପଦକ୍ଷେପ ନେବାରେ ମହିଳାଙ୍କ ସ୍ବର ବା ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। କିନ୍ତୁ ନୀତିନିର୍ଦ୍ଧାରକ ଭାବେ ଅତ୍ୟଧିକ ପୁରୁଷ ରହିଥିବାରୁ ଅନେକ ସମୟରେ ମହିଳାଙ୍କ ନେତୃତ୍ୱକୁ ଆମେ ହରାଉଛୁ।
ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ନ ରହିବା ଯୋଗୁ ପରିଣାମ ଗମ୍ଭୀର ହେଉଛି। ଦେଖିବାକୁ ଗଲେ ଏହି ମହାମାରୀରେ ଘରୋଇ ହିଂସା ବୃଦ୍ଧି ପାଇଛି। ସେକ୍ସୁଆଲ ଆଣ୍ଡ୍‌ ରିପ୍ରଡକ୍ଟିଭ ବା ଯୌନ ଏବଂ ପ୍ରଜନନୀୟ ସ୍ବାସ୍ଥ୍ୟ ସେବା ବିଳମ୍ବ ହୋଇଛି କିମ୍ବା ସ୍ଥଗିତ ରଖାଯାଇଛି। ବହୁ ସମୟରେ ସରକାର ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିବା କିମ୍ବା କାର୍ଯ୍ୟ କରିବାରେ ସମ୍ପୂର୍ଣ୍ଣ ଅପ୍ରସ୍ତୁତ ରହିଥିତ୍ବା ଦେଖାଯାଇଛି। ଦୀର୍ଘଦିନ ଧରି ଆମେ ପୁରୁଷ ଏବଂ ମହିଳାମାନଙ୍କ ଉପରେ ଅଲଗା ସଂଗୃହୀତ ତଥା ବିଶ୍ଳେଷିତ ତଥ୍ୟ ପାଉନାହଁୁ। ଏପରି କି ଉଭୟ କୋଭିଡ୍‌-୧୯ ସଂକ୍ରମଣ ଏବଂ ଟିକାକରଣ କିଭଳି ଗର୍ଭବତୀ ମହିଳାଙ୍କୁ ପ୍ରଭାବିତ କରିଛି ସେ ସମ୍ପର୍କିତ ତଥ୍ୟ ମଧ୍ୟ ଆମେ ପାଇପାରୁନାହଁୁ। ଏହି ସବୁ ତଥ୍ୟ ନ ମିଳିବାର କାରଣ ହେଉଛି, ଏହା ଉପରେ ଗବେଷକମାନେ ନିୟମିତ ଅନୁଧ୍ୟାନ କରୁନାହାନ୍ତି। ତେବେ ନୀତିନିର୍ଦ୍ଧାରଣ କ୍ଷେତ୍ରରେ ମହିଳାମାନେ ଉତ୍ତମ ନେତୃତ୍ୱ ବା ପ୍ରତିନିଧିତ୍ୱ ନ ପାଇବା ଯାଏ ଆମେ ଏସବୁ ତଥ୍ୟ ପାଇବା ଲାଗି ସଂଗ୍ରାମ ଜାରି ରଖିବୁ। ଏହା ସହ ଅନ୍ୟ ସମସ୍ୟା ଦୂର କରିବା ଲାଗି ଲଢ଼େଇ କରିଚାଲିବୁ। କୋଭିଡ୍‌-୧୯ର ବିଧ୍ୱଂସକ ପରିସ୍ଥିତିରୁ ମୁକୁଳି ଆମେ ଅଣ୍ଟାସଳଖୁ ଥିବାରୁ କାର୍ଯ୍ୟ ତଥା ରୋଜଗାରର ନୂତନ ଏବଂ ଉତ୍ତମ ପଥ ଆପଣାଇବା ପାଇଁ ଆମ ପାଖରେ ଏକ ସୁଯୋଗ ରହିଛି, ଯେଉଁଥିରେ ଜଣଙ୍କ ମାତା କିମ୍ବା ପିତାଙ୍କୁ ସେମାନଙ୍କ କ୍ୟାରିୟର ଏବଂ ପରିବାର ଦାୟିତ୍ୱ ମଧ୍ୟରେ ବାଛିବାର ଆବଶ୍ୟକତା ପଡିବ ନାହିଁ। ଏହାଦ୍ୱାରା ମହିଳାମାନେ ସଫଳତାପୂର୍ବକ ଆଗକୁ ବଢ଼ିପାରିବେ ଏବଂ ନେତୃତ୍ୱ ନେଇ ପାରିବେ। ଅନ୍ୟ କ୍ଷେତ୍ର ଭଳି ବିଶ୍ୱ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଥିବା ବାଧାଗୁଡ଼ିକୁ ଠାବ କରି ତାହାକୁ ଭାଙ୍ଗି ଆମକୁ ଏଭଳି ନେତୃତ୍ୱ ଯାତ୍ରା ଆରମ୍ଭ କରିବାକୁ ହେବ। ଯେଉଁମାନେ କ୍ଷମତାର ଆସନରେ ରହିଛନ୍ତି ସେମାନଙ୍କୁ ନୀତିରେ ଆବଶ୍ୟକ ପରିବର୍ତ୍ତନ, ସଂସାଧନର ଆବଣ୍ଟନ ଏବଂ ସାଂସ୍କୃତିକ ମାନକକୁ ଆଗ୍ରହର ସହ ଗ୍ରହଣ କରିବାକୁ ବାଧ୍ୟ କରିବାକୁ ପଡ଼ିବ।
ଷ୍ଟାର୍ଟର ବା କାର୍ଯ୍ୟ ଆରମ୍ଭ କରୁଥିବା ମହିଳାମାନଙ୍କ ପାଇଁ ଆମେ ଆମ କର୍ମକ୍ଷେତ୍ରକୁ ଅଧିକ ପରିବାର ଅନୁକୂଳ କରିବା ଉଚିତ୍‌। ଯେମିତିକି କର୍ମକ୍ଷେତ୍ରରେ ସମୟ ସାରଣୀକୁ ପରିସ୍ଥିତି ଅନୁଯାୟୀ ପରିବର୍ତ୍ତନ କରିବା, ପିଲାଙ୍କ ଯତ୍ନ ନିମନ୍ତେ କିଛି ସୁବିଧା ଦେବା ଏବଂ ପାରିବାରିକ ଛୁଟି ମଧ୍ୟ ଯୋଗାଇ ଦେବା ଉଚିତ୍‌। ତା’ଛଡା ମହିଳାମାନଙ୍କ କ୍ୟାରିୟରର ପ୍ରଗତିରେ ବାଧା ଆଣୁଥିବା ଲିଙ୍ଗଗତ ବୈଷମ୍ୟ, ବାଛବିଚାର ସହ ମା’ମାନଙ୍କ ନିଯୁକ୍ତି ବା ପଦୋନ୍ନତି ନିଷ୍ପତ୍ତି କ୍ଷେତ୍ରରେ ଥିବା ଭ୍ରାନ୍ତ ଏବଂ ନକାରାମତ୍କ ଧରଣାକୁ ଦୂରେଇ ଦେବା ଉଚିତ୍‌। ଏସବୁବାଦ୍‌ ଆମକୁ ଏକଥା ମଧ୍ୟ ବୁଝିବାକୁ ହେବ ଯେ,ମହାମାରୀର ପ୍ରଭାବ ସବୁ ମହିଳାଙ୍କ ଉପରେ ସମାନ ଭାବରେ ପଡିନାହିଁ। ଅନ୍ୟଦେଶଗୁଡିକ ଭଳି ଆମେରିକାରେ ମହିଳା ଅଧିକ ଅସୁବିଧାର ସାମ୍ନା କରିଛନ୍ତିି । କଳା, ସ୍ପେନୀୟ କିମ୍ବା ଏକାକୀ ମାତୃତ୍ୱଲାଭ କରିଥିବା କାରଣରୁ ସେମାନଙ୍କୁ ଅଧିକ ବୋଝ ସମ୍ଭାଳିବାକୁ ପଡିଛି। ଏଭଳି ଅସମାନତା ଦୂର କରିବା ଲାଗି ନୀତି ପ୍ରଣୟନ ଉପରେ ଆମକୁ ଜୋର ଦେବାକୁ ହେବ। ବିଶେଷଭାବରେ ବିଶ୍ୱ ସ୍ତରରେ ପିଲାମାନଙ୍କର ଯତ୍ନ ନେବା ଆଦି ବିଷୟରେ ଆମକୁ ସ୍ବତନ୍ତ୍ର ନୀତି ଲାଗି ସ୍ବର ଉଠାଇବାକୁ ପଡିବ। ଏପରି ହେଲେ ଅବହେଳିତ ମହିଳାମାନେ ସାମ୍ନା କରୁଥିବା ଅସମାନତାକୁ ଦୂର କରାଯାଇପାରିବ।
ଜୀବନ-ଜୀବିକାର ଦ୍ୱାହି ଦେଇ ମହିଳାମାନେ ସେମାନଙ୍କର ସ୍ବାସ୍ଥ୍ୟ, ବୃତ୍ତି ବା ନେତୃତ୍ୱ ଦକ୍ଷତାକୁ ଜଳାଞ୍ଜଳି ଦେବା ଉଚିତ୍‌ ନୁହେଁ। କେବଳ ୫୦ ପ୍ରତିଶତରୁ ନୁହେଁ,ବରଂ ସାରା ମନୁଷ୍ୟ ସମାଜରୁ ହିଁ ଉତ୍ତମ ନେତୃତ୍ୱ ସୃଷ୍ଟି କରିବା ଲାଗି ଆମେ ସାହସ ଓ ସମର୍ଥନ ଜୁଟାଇ ପାରିବା। ଏଥିପାଇଁ ସାରା ବିଶ୍ୱରେ ଏକ ଉତ୍ତମ ସ୍ବାସ୍ଥ୍ୟ ଓ ନୀରୋଗ ସମାଜ ଆବଶ୍ୟକ। ଏହି ମହାମାରୀ ସମୟରେ ଲକ୍ଷ ଲକ୍ଷ ମହିଳା ନିଜ କର୍ମକ୍ଷେତ୍ର ଛାଡି ସାରିଲେଣି। ଅନେକେ ମଧ୍ୟ ଏପରି କରିବା ଲାଗି ଚିନ୍ତା କରୁଛନ୍ତି। ଯଦି ଆମେ ଉକ୍ତ ଧାରାକୁ ଏବେ ବଦଳାଇବା ଲାଗି ଉଦ୍ୟମ ନ କରିବା ତା’ହେଲେ ଏହି ପ୍ରଭେଦ ଦୂର କରିବା ଅସମ୍ଭବ ହୋଇଯିବ। ଏହି ମହାମାରୀ ଓ ଭବିଷ୍ୟତରେ ଆସିବାକୁ ଥିବା ସମସ୍ତ ସ୍ବାସ୍ଥ୍ୟଗତ ଦୁଃସ୍ଥିତିରୁ ଆମକୁ ଯିଏ ନେତୃତ୍ୱ ପ୍ରଦାନ କରିବ ଆମେ ତାକୁ ଏଭଳି ଛାଡି ଦେଇପାରିବା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?