Posted inଖେଳ

ଇଂଲଣ୍ଡର ବିଶ୍ୱ ରେକର୍ଡ

ରାଓ୍ବଲପିଣ୍ଡି (ପାକିସ୍ତାନ), ୨ା୧୨(ଏପି):ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚରେ ଭୂତାଣୁ ପ୍ରଭାବିତ ଇଂଲଣ୍ଡ ଆକ୍ରମଣାତ୍ମକ କ୍ରିକେଟ ଖେଳିଛି। ୪ଜଣ ବ୍ୟାଟ୍ସମ୍ୟାନଙ୍କ ଶତକ ସହାୟତାରେ ଦଳ ୫୦୬/୪ ସ୍କୋର କରି ଏକ ବିଶ୍ୱ ରେକର୍ଡ କରିଛି। ଜ୍ୟାକ୍‌ କ୍ରଲି ୧୨୨ ରନ କରିଥିବା ବେଳେ ବେନ୍‌ ଡକେଟ୍‌ ୧୦୭ ରନ କରିଛନ୍ତି। ଉଭୟେ ପ୍ରଥମ ଉଇକେଟ ପାର୍ଟନରଶିପ୍‌ରେ ଦ୍ରୁତ ୨୩୩ ରନ ସଂଗ୍ରହ କରିଛନ୍ତି। ଅନ୍ତିମ ସେସନରେ ଓଲି ପୋପ୍‌ ଓ ହ୍ୟାରି ବ୍ରୁକ୍‌ ସେମାନଙ୍କର ଶତକ ହାସଲ କରିଥିଲେ। ଦୁହେଁ ପାକିସ୍ତାନର ଅନଭିଜ୍ଞ ବୋଲିଂ ଆକ୍ରମଣକୁ ବେଖାତିର କରି ରନ ସଂଗ୍ରହ କରିଥିଲେ। ବ୍ୟାଡ୍‌ ଲାଇଟ ଯୋଗୁ ଗୁରୁବାର କେବଳ ୭୫ ଓଭର ଖେଳ ସମ୍ଭବ ହୋଇଥିଲା। ଇଂଲଣ୍ଡ ବ୍ୟାଟରମାନେ ୭୩ ଚୌକା ଓ ୩ ଛକା ଲଗାଇଥିଲେ।
କୌଣସି ଟେଷ୍ଟ ମ୍ୟାଚର ପ୍ରଥମ ଦିବସରେ ୫୦୬/୪ ସ୍କୋର ହେଉଛି ସର୍ବାଧିକ। ପୂର୍ବରୁ ୧୯୧୦ରେ ସିଡ୍‌ନୀଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୯୪/୬ ସ୍କୋର କରି ଅଷ୍ଟ୍ରେଲିଆ ଏହି ରେକର୍ଡର ଅଧିକାରୀ ଥିଲା। ଇଂଲଣ୍ଡ ଆହୁରି ମଧ୍ୟ ଦ୍ରୁତ ୫୦୦ରନ ସ୍କୋର କରିବାରେ ଦ୍ରୁତତ୍ତମ ଦଳ। ଫାଇନାଲ ସେସନରେ ପଦାର୍ପଣକାରୀ ଖେଳାଳି ସାଉଦ୍‌ ଶକିଲଙ୍କ ବୋଲିଂରେ ବ୍ରୁକ୍‌ ଗୋଟିଏ ଓଭରରେ ୬ ଚୌକା ଲଗାଇଥିଲେ। ସେ ୧୦୧ରନ କରି ଅପରାଜିତ ରହିଥିଲେ। ଭାଇରସ ସଂକ୍ରମଣରୁ ବେନ୍‌ ଷ୍ଟୋକ୍ସ ସୁସ୍ଥ ହୋଇ ନ ଥିବାରୁ ପୋପ୍‌ ଉଇକେଟକିପିଂ ଦାୟିତ୍ୱ ତୁଲାଇବେ। ଠିକଣା ସମୟରେ ଭୂତାଣୁରୁ ଆରୋଗ୍ୟ ଲାଗ କରିଥିବା ଅଧିନାୟକ ବେନ୍‌ ଷ୍ଟୋକ୍ସ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ସେ ୧୫ ବଲ୍‌ରୁ ୩୪ ରନ କରି ଅପରାଜିତ ରହିଛନ୍ତି। ପାକିସ୍ତାନର ପ୍ରମୁଖ ବୋଲର ଶାହିନ ଆଫ୍ରିଦୀଙ୍କ ଅନୁପସ୍ଥିତିରେ ୩ ପଦାର୍ପଣକାରୀ ବୋଲର ହାରିସ୍‌ ରାଫ୍‌ ଓ ମହମ୍ମଦ ଅଲ (ଫାଷ୍ଟ ବୋଲର) ଏବଂ ଲେଗ୍‌ ସ୍ପିନର ମହମ୍ମଦ ଜାହିଦ ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ କେହି ପିଣ୍ଡି କ୍ରିକେଟ ଷ୍ଟାଡିୟମର ଘାସଶୂନ୍ୟ ପିଚ୍‌ରୁ କୌଣସି ଫାଇଦା ଉଠାଇ ପାରି ନ ଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୫୦୬/୪ (ଜ୍ୟାକ୍‌ କ୍ରଲି-୧୨୨, ଓଲି ପୋପ୍‌-୧୦୮, ବେନ୍‌ ଡକେଟ-୧୦୭, ହ୍ୟାରି ବ୍ରୁକ୍‌ -୧୦୧*; ଜାହିଦ ମେହେମୁଦ୍‌-୨/୧୬୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

ପଲଟୁରାମ ଗମ୍ଭୀର! ନିଜ କଥାରୁ ନିଜେ ଓହରି ଟ୍ରୋଲ ହେଉଛନ୍ତି କ୍ରିକେଟର…

ନୂଆଦିଲ୍ଲୀ,୧୭।୪: ସର୍ବଦା ନିଜର ବୟାନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଥାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଏବେ ପୁଣି ସେ ଥରେ ନିଜର...

ସୁରେନ୍ଦ୍ର ଭାବେ ଓଡ଼ିଶା କ୍ରିକେଟ ଟିମ୍ ର ନୂଆ କୋଚ୍ ନିଯୁକ୍ତ

କଟକ, ୧୭।୪: ଆଗାମୀ ଘରୋଇ ସିଜିନ୍ ପାଇଁ ମହାରାଷ୍ଟ୍ରର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ସୁରେନ୍ଦ୍ର ଭାବେଙ୍କୁ ଓଡ଼ିଶା କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଭାବେ...

ଈଶାନ କିଶନ ବାଦ୍‌, ଏହି ଉଇକେଟକିପରଙ୍କ ଚମକିଲା ଭାଗ୍ୟ; ଟି୨୦ ବିଶ୍ୱକପ୍‌ ଲାଗି ଚୟନ ହେବେ ଏହି ୨୦ ଖେଳାଳି

ନୂଆଦିଲ୍ଲୀ,୧୭।୪: ଆଇପିଏଲ୍‌ ୨୦୨୪ ମଧ୍ୟରେ ଟିମ୍‌ ଇଣ୍ଡିଆର ଚୟନକୁ ନେଇ ଆଲୋଚନା ବଢ଼ିଛି। ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ ପାଇଁ ଖୁବ୍‌ଶୀଘ୍ର...

ଆଇପିଏଲ୍ ରୁ ଅବସର ନେବେ ନାହିଁ ଧୋନୀ!, ଦୁଇ ସାଙ୍ଗ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୧୭।୪: ଚଳିତ ସିଜିନରେ ମହେନ୍ଦ୍ର ସିଂ ଧୋନୀ ଜଣେ ଖେଳାଳି ଭାବେ ଆଇପିଏଲ ଖେଳୁଛନ୍ତି। ସିଜିନ୍ ଆରମ୍ଭରେ ଧୋନୀ ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଅଧିନାୟକ...

ସନ୍ନ୍ୟାସ ନେଇଥିବା ସତ୍ତ୍ୱେ ବିଶ୍ୱକପ୍‌ ଖେଳିପାରନ୍ତି ସୁନୀଲ ନାରିନ୍‌, ନିଷ୍ପତ୍ତି ବଦଳାନ୍ତୁ ବୋଲି…

ନୂଆଦିଲ୍ଲୀ,୧୭।୪: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଖେଳିପାରନ୍ତି ସୁନୀଲ ନାରିନ୍‌। ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ ହେଁ ତାଙ୍କୁ ଫେରାଇ...

ବିସିସିଆଇର ବଡ଼ ନିଷ୍ପତି, ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇବାକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଗରେ ରଖିଲା ଏହି ସର୍ତ୍ତ

ମୁମ୍ବାଇ,୧୭।୪: ଭାରତୀୟ ସ୍ତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମକ ଚଳିତ ଆଇପିଏଲରେ ଦେଖିବାକୁ ମିଳୁ ନଥିଲା ବେଳେ ସମସ୍ୟା ଆଉ ଟିକିଏ ବଢି ଯାଇଛି। ବର୍ତ୍ତମାନ...

ଶ୍ରେୟସ ଗଣିବେ ୧୨ ଲକ୍ଷର ଜରିମାନା, ରାଜସ୍ଥାନଠାରୁ ପରାଜୟ ପରେ କୋଲକାତା ଅଧିନାୟକଙ୍କ ସହ କ’ଣ ହେଲା?

ନୂଆଦିଲ୍ଲୀ,୧୭।୪: ରାଜସ୍ଥାନ ରୟାଲ୍ସ ବିପକ୍ଷ ରୋମାଞ୍ଚକର ମୁକାବିଲାରେ ପରା ଜୟ ପରେ କୋଲକାତା ନାଇଟ ରାଇଡର୍ସ ଅଧିନାୟକଙ୍କ ଉପରେ ଜରିମାନା ଲାଗିଛି। ମ୍ୟାଚ୍‌ରେ ସ୍ଲୋ ଓଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri