ବ୍ଲକ ଅଫିସରୁ କେସ୍‌ ରେକର୍ଡ ନିଖୋଜ, ଏତଲା ଦେଲେ ବିଡିଓ

ଗୁଣପୁର,୨ା୧୨(ଡି.ଏନ୍‌.ଏ.):ଗୁଣପୁର ବ୍ଲକ କାର୍ଯ୍ୟାଳୟରୁ କେସ୍‌ ରେକର୍ଡ ନିଖୋଜ ଥିବା ନେଇ ବିଡିଓ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି। ବିଡିଓଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ବୁଧବାର ଉକ୍ତ ଘଟଣାରେ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟକୁ ମାଜିଷ୍ଟ୍ରେଟ ଭାବେ ଗୁଣପୁର ତହସିଲଦାରଙ୍କ ଉପସ୍ଥିତିରେ ତଲାସି କରାଯାଇଥିଲା। ହେଲେ ସେଠାରୁ କୌଣସି କେସ୍‌ ରେକର୍ଡ ମିଳି ନ ଥିଲା। ଏହାପରେ ବିଡିଓ ଶାନ୍ତିପ୍ରଭା ପ୍ରଧାନ ବ୍ଲକ ଅଫିସରୁ କେସ୍‌ ରେକର୍ଡ ନିଖୋଜ ଥିବା ନେଇ ଥାନରେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୨ ମାସ ହେଲା ୮ଟି କେସ୍‌ ରେକର୍ଡ କାଉଣ୍ଟର ସିଗ୍‌ନେଚର ପାଇଁ ଅଧ୍ୟକ୍ଷାଙ୍କ ନିକଟକୁ ଯାଇଥିଲା। ହେଲେ ସେହି ଫାଇଲ ଗୁଡ଼ିକ ସେ ଫେରାଇ ନ ଥିଲେ। ଫାଇଲ ଫେରାଇବାକୁ ତାଙ୍କୁ ଅନେକ ଥର କୁହାଯାଇଥିଲେ ମଧ୍ୟ ସେ ଫେରାଇ ନ ଥିଲେ। ଶେଷରେ ବିଡିଓ ଉପଜିଲାପାଳଙ୍କୁ ଘଟଣା ବିଷୟରେ ଅବଗତ କରିଥିଲେ। ଉପଜିଲାପାଳ ଗୁଣପୁର ତହସିଲଦାର ଏବଂ ପୋଲିସକୁ ନିର୍ଦ୍ଦେଶ ଦେଇ ଇନ୍‌ଭେନଟରି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉପ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ ଭାବେ ତହସିଲଦାର ଶରତ ଚନ୍ଦ୍ର ନାୟକ ଏବଂ ପୋଲିସ ଟିମ୍‌ ବ୍ଲକ ଅଫିସରେ ପହଞ୍ଚି ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ତଲାସି କରିଥିଲେ। ହେଲେ କୌଣସି ନଥିପତ୍ର ତଥା କେସ୍‌ ରେକର୍ଡ ମିଳି ନ ଥିଲା। ଖାଲିହାତରେ ତହସିଲଦାର ସେଠାରୁ ଫେରିଥିଲେ। ତେବେ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରୁ କେସ୍‌ ରେକର୍ଡ ନ ମିଳିବା ଘଟଣାକୁ ନେଇ ଏବେ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଡିଓ ଅଧ୍ୟକ୍ଷାଙ୍କୁ କେସ୍‌ ରେକର୍ଡ ପ୍ରଦାନ କରିଥିବା କହୁଥିବାବେଳେ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରୁ କେସ୍‌ ରେକର୍ଡ ତଲାସି ସମୟରେ ବାହାରି ନ ଥିଲା। ତେଣୁ ଏହାକୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଛି। ବ୍ଲକ ଅଫିସରୁ ଫାଇଲ କୁଆଡ଼େ ଗଲା ଏବଂ କାହା ପାଖରେ ଅଛି ତାହାର ତଦନ୍ତ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଅନ୍ୟପକ୍ଷରେ ବିଡିଓ ଏବଂ ଅଧ୍ୟକ୍ଷାଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅଶାନ୍ତ ପରିବେଶ ସୃଷ୍ଟି କରିଛି। ମାମଲା ପ୍ରସମିତ ହେବା ବଦଳରେ ଦିନକୁ ଦିନ ଜଟିଳ ହେଉଛି। ଏହାର ପରିଣାଣ କ’ଣ ହେବ ତାହାକୁ ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି। କୌଣସି ଗୋଷ୍ଠୀ ପକ୍ଷରୁ ସାମାଧାନର ଉଦ୍ୟମ କରାଯାଉ ନାହିଁ। ଫଳରେ ମାମଲା ଦିନକୁ ଦିନ ବିବାଦୀୟ ହୋଇପଡ଼ୁଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟ ନେଇ ଏନଏସି କାର୍ଯ୍ୟାଳୟ ଯାଇଥିଲେ ଯୁବଗୋଷ୍ଠୀ: କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ଗଞ୍ଜାମ, ୨୪।୯ (ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନସ ଜେନା ସ୍ଥାନୀୟ ଲୋକଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ବାତ୍ୟା ପ୍ରଭାବରେ…

ଗାଁରେ ପଶିଲା ସମୁଦ୍ର ଜୁଆର: ଅପହଞ୍ଚ ସାନ୍ତାଳୀ ଗାଁ ପାଣିଖିଆରେ ଦୁଇଟି ଘାଇ

ମହାକାଳପଡ଼ା, ୨୪।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ପରିସ୍ଥିତିର ସମୀକ୍ଷା କରିବେ ବିଧାୟକ

କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪…

୭୧ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ବରିଷ୍ଠ ପଦକୁ ପଦୋନ୍ନତି: ଛୁଟୁଛି ଅଭିନନ୍ଦନର ସୁଅ

କେସିଙ୍ଗା, ୨୩।୯(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକରେ ୭୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବରିଷ୍ଠ ଶିକ୍ଷକ ପଦକୁ ପଦୋନ୍ନତି ମିଳିଛି। ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ବିଭାଗର…

ନଟରାଜ ନୃତ୍ୟାୟନ ଉଦ୍‌ଘାଟିତ: ଓଡ଼ିଶୀ-ସମ୍ବଲପୁରୀ ନୃତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟ

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହର ବେଲଗୁଣ୍ଠା ରୋଡ୍‌ରେ ‘ନଟରାଜ ନୃତ୍ୟାୟନ’ ଉଦ୍‌ଘାଟିତ ହୋଇଯାଇଛି। ଜିଲାର ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରିୟଙ୍କା ପ୍ରିୟଦର୍ଶନୀ…

ନବରଙ୍ଗପୁରରେ ରେଡ ଆଲର୍ଟ: ବର୍ଷା ପରିସ୍ଥିତି ଉପରେ ପ୍ରଶାସନର କଡ଼ା ନଜର

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ନବରଙ୍ଗପୁର ସମେତ ବିଭିନ୍ନ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ଚମକିବା ନେଇ ସତର୍କ…

ପୁଣି ଘାଟିରେ ଅଟକିଲା ଭାରୀଯାନ:ବାଲିଗୁଡ଼ାରୁ ବ୍ରହ୍ମପୁର ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି, ୨୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦେଇ ଯାଇଥିବା ଗୋପାଳପୁର-ରାୟପୁର ୫୯ ନମ୍ବର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ପୁଣି ଏକ ମାଲବୋଝେଇ ଟ୍ରକ ଫସି…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?