Posted inଖେଳ

ଲାବୁସେନ, ସ୍ମିଥ୍‌ଙ୍କ ଦ୍ୱିଶତକ

ପର୍ଥ, ୨ା୧୨ (ଏପି):ମାର୍ନସ ଲାବୁସେନ ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଦ୍ୱିଶତକ ଯୋଗୁ ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୪ ଉଇକେଟ ବିନିମୟରେ ୫୯୮ ରନ କରି ଏହାର ପ୍ରଥମ ଇନିଂସ ଘୋଷଣା କରିଛି। ପର୍ଥ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଷ୍ଟମ୍ପ ଅପସାରଣ ବେଳକୁ ବିନା କୌଣସି ଉଇକେଟରେ ୭୪ ରନ କରିଥିଲା। ଲାବୁସେନ୍‌ ୨୦୪ ରନ କରିଥିଲେ। ଏହା ହେଉଛି ତାଙ୍କର ଦ୍ୱିତୀୟ ଦ୍ୱିଶତକ। ମଧ୍ୟାହ୍ନ ଭୋଜନ ପୂର୍ବରୁ ଅନ୍ତିମ ବଲ୍‌ରେ ସେ ଆଉଟ ହୋଇଥିଲେ। ସ୍ମିଥ୍‌ ୨୦୦ ରନ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସ ଘୋଷଣା କରିବା ବେଳକୁ ଟ୍ରାଭିସ୍‌ ହେଡ୍‌ ୯୯ରନ କରି ଅପରାଜିତ ରହିଥିଲେ। ଭ୍ରମଣକାରୀ ଦଳର ସବୁଠାରୁ ସଫଳ ବୋଲର ଅଫ୍‌ ସ୍ପିନର କ୍ରେଗ୍‌ ବ୍ରାଥ୍‌ଓ୍ବେଟ୍‌ ୫୬ ରନ ବିନିମୟରେ ୨ ଉଇକେଟ ଅକ୍ତିଆର କରିଥିଲେ। ଓ୍ବେଷ୍ଟଇଣ୍ଡିିଜ ଓପନର ବ୍ରାଥ୍‌ଓ୍ବେଟ୍‌ ୧୮ ଏବଂ ଟାଗେନାରିନ୍‌ ଚନ୍ଦରପଲ ୪୭ ରନ କରି ଅପରାଜିତ ରହିଛନ୍ତି। ଉଭୟେ ସଫଳତାର ସହ ୨୫ ଓଭର ଖେଳିଛନ୍ତି। ଏହି ମ୍ୟାଚରେ ଡନ୍‌ ବ୍ରାଡ୍‌ମ୍ୟାନ (୮୮ତମ ଟେଷ୍ଟରେ ୨୯ ଟେଷ୍ଟ ଶତକ)ଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି ସ୍ମିଥ୍‌। ଅଷ୍ଟ୍ରେଲିଆ କ୍ରିକେଟରେ ସବୁଠାରୁ ଅଧିକ ଟେଷ୍ଟ ଶତକ ହାସଲ କରିଛନ୍ତି ରକି ପଣ୍ଟିଂ(୪୧)। ତାଙ୍କ ପଛକୁ ପଛ ଯଥାକ୍ରମେ ରହିଛନ୍ତି ଷ୍ଟିଭ ଓ୍ବ (୩୨) ଓ ମାଥ୍ୟୁ ହେଡେନ (୩୦)।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୫୯୮/୪ (ଲାବୁସେନ୍‌-୨୦୪, ସ୍ମିଥ୍‌-୨୦୦, ଟ୍ରାଭିସ୍‌ ହେଡ୍‌-୯୯; ବ୍ରାଥ୍‌ଓ୍ବେଟ୍‌-୨/୬୫, କରଇଲ ମେୟର୍ସ-୧/୩୯)।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୭୪/୦ (ଟାଗେନାରିନ୍‌ ଚନ୍ଦରପଲ-୪୭*, କ୍ରେଗ୍‌ ବ୍ରାଥଓ୍ବେଟ୍‌-୧୮*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ…

କୋହଲିଙ୍କୁ କ୍ଷତି, ମାଲାମାଲ ହେଲେ ଗିଲ୍‌: ଆଗକୁ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୭।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ନୂଆ ଦିନିକିଆ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ରାଙ୍କିଙ୍ଗରେ ଭାରତୀୟ…

‘ମୋତେ ଏବେ ହିଁ ନିଦ ଲାଗୁଛି…’, ପ୍ରଥମ ମ୍ୟାଚ ଜିତିବା ପରେ କାହିଁକି ଏମିତି କହିଲେ ଶ୍ରେୟସ ଆୟର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପରେ ଶ୍ରେୟସ ଆୟର କହିଥିଲେ ଯେ ସେ ଏକ ଶତକ ହାସଲ କରିବାକୁ ସ୍ବପ୍ନ ଦେଖୁଥିଲେ ଏବଂ ସେହି…

ଟେଷ୍ଟ, ଦିନିକିଆ, ଟି-୨୦ ତିନୋଟିଯାକ ଫର୍ମାଟରେ ଶତକ ହାସଲ କରି ଏମିତି ଯୋଗ୍ୟତା ଅର୍ଜନ କଲେ ଏହି ଭାରତୀୟ ଖେଳାଳି, ଛୁଟୁଛି ପ୍ରଶଂସା

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଇତିହାସ ସୃଷ୍ଟି କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟର ତିନୋଟିଯାକ ଫର୍ମାଟରେ ଶତକ ହାସଲ କରିବାରେ…

‘ଇତିହାସ ସର୍ବଦା…’: ଅଜିତ ଅଗରକରଙ୍କୁ ବିଦାୟ ଜଣାଇ ଏମିତି କ’ଣ କହିଲେ ଗୌତମ ଗମ୍ଭୀର, ଓଦା ହୋଇଯାଉଛି ଆଖି!

ନୂଆଦୀଲ୍ଲୀ,୭।୧୦: ଗୌତମ ଗମ୍ଭୀର ଅଜିତ ଅଗରକରଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ବାର୍ତ୍ତା ଲେଖିଛନ୍ତି, ଯିଏ ନିକଟରେ ମୁଖ୍ୟ ଚୟନକର୍ତ୍ତା (Chief Selector) ଭାବରେ ନିଜର କାର୍ଯ୍ୟକାଳ…

ପରସ୍ପର ସହ ଆଖି ମିଳାଇଲେ ନାହିଁ ସ୍ମୃତି ମନ୍ଧାନା-ହରମନପ୍ରୀତ କୌର ; ଡ୍ରେସିଂ ରୁମର ପରିବେଶକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଭାରତୀୟ ମହିଳା କ୍ରିକେଟ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦରୁ ଓହରି ଯାଇଥିଲେ ଏବଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?